ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ମିଳିବ ତାକୁ ନେଇ ଚିନ୍ତାରେ ଅନେକେ। ଆଉ ଏମିତିରେ ହ୍ୟାଣ୍ଡଲୁମ୍‌ର ଭଳିକି ଭଳି ଓ୍ବେଷ୍ଟର୍ନ ଫ୍ୟୁଜନ୍‌ ପାଲଟିଛି ସେମାନଙ୍କ ପାଇଁ ଲାଟେଷ୍ଟ ଫ୍ୟାଶନ ଟ୍ରେଣ୍ଡ…

ମହିଳାମାନେ ସାଧାରଣତଃ ଫ୍ୟାଶନ ପ୍ରିୟ। କେଉଁ ସମୟରେ ଏବଂ କେଉଁ ସ୍ଥାନକୁ କିଭଳି ପୋଷାକ ପିନ୍ଧିଲେ ଟ୍ରେଣ୍ଡି ଲାଗିବେ ସେଥିପାଇଁ ସେମାନେ ବେଶ୍‌ ସଜାଗ। ଆଉ ଏମିତିରେ କମ୍ଫର୍ଟ ସହ ଷ୍ଟାଇଲ୍‌ ପାଇଁ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ହ୍ୟାଣ୍ଡଲୁମ୍‌ର ଓ୍ବେଷ୍ଟର୍ନ ଫ୍ୟୁଜନ୍‌ କ୍ରେଜ୍‌। ବର୍ତ୍ତମାନ ଅନେକ ବଡ଼ ବଡ଼ ଫ୍ୟାଶନ ଡିଜାଇନର ଏବଂ ଫ୍ୟାଶନ ବ୍ରାଣ୍ଡ୍‌ ଇଣ୍ଡିଆନ୍‌ ଟ୍ରାଡିଶନାଲ୍‌ ଓ ଓ୍ବେଷ୍ଟର୍ନ ପୋଷାକକୁ ନେଇ ପ୍ରସ୍ତୁତ କରୁଛନ୍ତି ଫ୍ୟୁଜନ୍‌। କେବଳ ଆମ ଦେଶରେ ନୁହେଁ, ବର୍ତ୍ତମାନ ବାହାର ଦେଶଗୁଡ଼ିକରେ ମଧ୍ୟ ଚିକେନ୍‌କରି, ଇକତ୍‌, ବ୍ଲକ୍‌ ପ୍ରିଣ୍ଟ, ଖଦି ଭଳି ଅନ୍ୟାନ୍ୟ ଇଣ୍ଡିଆନ୍‌ ଟେକ୍ସଟାଇଲ୍‌ର ଡିମାଣ୍ଡ ବେଶ୍‌ ବଢ଼ିବାରେ ଲାଗିଛି। ଏଥିରେ ପ୍ରସ୍ତୁତ ଓ୍ବେଷ୍ଟର୍ନ ଡ୍ରେସ୍‌ ଅନେକଙ୍କୁ ବେଶି ଆକୃଷ୍ଟ କରୁଛି।
ସ୍କିନ୍‌ ଫ୍ରେଣ୍ଡ୍‌ଲି ଏବଂ କମ୍ଫର୍ଟେବଲ୍‌: ହ୍ୟାଣ୍ଡଲୁମ୍‌ ପୋଷାକ ପ୍ରାକୃତିକ ସାମଗ୍ରୀରୁ ପ୍ରସ୍ତୁତ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ସ୍କିନ୍‌ ଫ୍ରେଣ୍ଡ୍‌ଲି। ତା’ଛଡ଼ା ଏହାକୁ ପିନ୍ଧବା ବେଶ୍‌ ଆରାମଦାୟକ ମଧ୍ୟ। ସେଥିପାଇଁ ଅନେକେ ଏହାକୁ ପସନ୍ଦ କରିଥାନ୍ତି।
ବଢୁଛି ଡିମାଣ୍ଡ: ବର୍ତ୍ତମାନ ଏହି ଫ୍ୟାଶନ ଫ୍ୟୁଜନ୍‌ର ଡିମାଣ୍ଡ ଏତେ ମାତ୍ରାରେ ବଢୁଛି ଯେ, ଦେଶର ପ୍ରତିଟି ବଡ଼ ବଡ଼ ସହରରେ ହ୍ୟାଣ୍ଡଲୁମ୍‌ ଏକ୍‌ଜିବିଶନ୍‌ ବା ହସ୍ତତନ୍ତ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି। ଏଥିରେ ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ପୋଷାକ ଉପଲବ୍ଧ ହେଉଛି। ତା’ ସହ ଏହାକୁ ବ୍ୟବହାରକରି ଫ୍ୟାଶନ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଓ୍ବେଷ୍ଟର୍ନ ଫ୍ୟୁଜନ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଛି। ଏହାବ୍ୟତୀତ ବର୍ତ୍ତମାନ ଅଧିକାଂଶ ଶପିଂମଲ୍‌, ଗାମେଣ୍ଟ ଶୋ’ ରୁମ୍‌, ଫ୍ୟାଶନ ହାଉସ୍‌, ବୁଟିକ୍‌ ଆଦିରେ ମଧ୍ୟ ଏଭଳି ପୋଷାକ ସହଜରେ ମିଳିପାରୁଛି।
ବଦଳୁଛି ମାଇଣ୍ଡସେଟ୍‌: ଦିନ ଥିଲା କଟନ୍‌ ଓ ଖଦିରେ କେବଳ କୁର୍ତ୍ତି, ପାଇଜାମା, ଶାଢ଼ି ଆଦି ପ୍ରସ୍ତୁତ ହେଉଥିଲା। ଏହାକୁ ଲୋକେ ଘରେ ପିନ୍ଧୁଥିବା ବେଳେ ବାହାରକୁ କୌଣସି ପାର୍ଟି, ଫଙ୍କ୍‌ସନ୍‌ ଯିବା ବେଳେ ସିନ୍ଥେଟିକ୍‌ର ଭଳିକି ଭଳି ଡ୍ରେସ୍‌ କଲେକ୍ସନ ବ୍ୟବହାର କରୁଥିଲେ। ହେଲେ ବର୍ତ୍ତମାନ ଏଭଳି ହ୍ୟାଣ୍ଡଲୁମ୍‌ରେ ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌, ଓ୍ବେଷ୍ଟ କୋଟ୍‌, ଡିଜାଇନର ଟପ୍ସ, ସ୍କଟ୍‌, ପ୍ଲାଜୋ, ସେପାରେଟର୍ସ ପ୍ରସ୍ତୁତ କରାଯାଉଛି, ଯାହା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁନାହିଁ, ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମଦାୟକ ଲାଗୁଛି। ଆମ ଦେଶ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ବଡ଼ବଡ଼ ଫ୍ୟାଶନ ଡିଜାଇନରମାନେ ମଧ୍ୟ ବର୍ତ୍ତମାନ ଏହାକୁ ବିଭିନ୍ନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଫ୍ୟୁଜନ୍‌ କରି ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରୁଛନ୍ତି।
ଟ୍ରେଣ୍ଡି ଲୁକ୍‌ ଦେଉଛି ସମ୍ବଲପୁରୀ ଶାଢ଼ି ଓ ପୋଷାକ: କେବଳ ପର୍ବପର୍ବାଣି, ବିବାହ କିମ୍ବା କୌଣସି ଉତ୍ସବରେ ନୁହେଁ, ଏବେ ବଡ଼ ବଡ଼ ଫ୍ୟାଶନ ଶୋ’ରେ ବି ମଡେଲମାନେ ସମ୍ବଲପୁରୀ ପୋଷାକରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାର ଦେଖିବାକୁ ମିଳୁଛି। ସମ୍ବଲପୁରୀ କଟନ ହେଉ ବା ପାଟ ଆଉ ଏବେ କେବଳ ଶାଢ଼ିରେ ସୀମିତ ନାହିଁ ଏହାକୁ ପାଇଜାମା, କୁର୍ତ୍ତି ଏବଂ ଡିଜାଇନର କୋଟ୍‌ ଆଦିରେ ଅଧିକ ବ୍ୟବହାର କରାଯାଉଛି; ଯାହାକି ଅପେକ୍ଷାକୃତ ଟ୍ରେଣ୍ଡି ଲୁକ୍‌ ଦେଉଥିବାରୁ ସମସ୍ତେ ଏହାକୁ ବେଶି ପସନ୍ଦ କରୁଛନ୍ତି। ଅନେକ ନାମୀ ଫ୍ୟାଶନ ଡିଜାଇନରମାନେ ଏଭଳି ଫ୍ୟାବ୍ରିକ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଛନ୍ତି, ଯାହାକି ବେଶ୍‌ ଲୋକାଦୃତ ହୋଇପାରୁଛି।
ମିକ୍ସ ମ୍ୟାଚ୍‌ ସାଜୁଛି ଲାଟେଷ୍ଟ ଟ୍ରେଣ୍ଡ: ବର୍ତ୍ତମାନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌କୁ ଭାରତୀୟ ଝଲକ ଦେବା ଲାଗି କେହି କେହି ଶାଢ଼ି ସାଙ୍ଗକୁ ଲଙ୍ଗ୍‌ କୋଟ୍‌ କିମ୍ବା ଧୋତିପ୍ୟାଣ୍ଟ, ଚୁଡିଦାର କୁର୍ତ୍ତା ସାଙ୍ଗକୁ ଡିଜାଇନର ଜ୍ୟାକେଟ୍‌, ଷ୍ଟାଇଲିଶ୍‌ ଫୁଟ୍‌ଓ୍ବେର ଆଦି ମିକ୍ସ ମ୍ୟାଚ୍‌ କରି ପିନ୍ଧିବା ବି ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?