Odisha Elections 2024

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି ମିଳିବ ତାକୁ ନେଇ ଚିନ୍ତାରେ ଅନେକେ। ଆଉ ଏମିତିରେ ହ୍ୟାଣ୍ଡଲୁମ୍‌ର ଭଳିକି ଭଳି ଓ୍ବେଷ୍ଟର୍ନ ଫ୍ୟୁଜନ୍‌ ପାଲଟିଛି ସେମାନଙ୍କ ପାଇଁ ଲାଟେଷ୍ଟ ଫ୍ୟାଶନ ଟ୍ରେଣ୍ଡ…

ମହିଳାମାନେ ସାଧାରଣତଃ ଫ୍ୟାଶନ ପ୍ରିୟ। କେଉଁ ସମୟରେ ଏବଂ କେଉଁ ସ୍ଥାନକୁ କିଭଳି ପୋଷାକ ପିନ୍ଧିଲେ ଟ୍ରେଣ୍ଡି ଲାଗିବେ ସେଥିପାଇଁ ସେମାନେ ବେଶ୍‌ ସଜାଗ। ଆଉ ଏମିତିରେ କମ୍ଫର୍ଟ ସହ ଷ୍ଟାଇଲ୍‌ ପାଇଁ ସେମାନଙ୍କ ମଧ୍ୟରେ ଦେଖିବାକୁ ମିଳୁଛି ହ୍ୟାଣ୍ଡଲୁମ୍‌ର ଓ୍ବେଷ୍ଟର୍ନ ଫ୍ୟୁଜନ୍‌ କ୍ରେଜ୍‌। ବର୍ତ୍ତମାନ ଅନେକ ବଡ଼ ବଡ଼ ଫ୍ୟାଶନ ଡିଜାଇନର ଏବଂ ଫ୍ୟାଶନ ବ୍ରାଣ୍ଡ୍‌ ଇଣ୍ଡିଆନ୍‌ ଟ୍ରାଡିଶନାଲ୍‌ ଓ ଓ୍ବେଷ୍ଟର୍ନ ପୋଷାକକୁ ନେଇ ପ୍ରସ୍ତୁତ କରୁଛନ୍ତି ଫ୍ୟୁଜନ୍‌। କେବଳ ଆମ ଦେଶରେ ନୁହେଁ, ବର୍ତ୍ତମାନ ବାହାର ଦେଶଗୁଡ଼ିକରେ ମଧ୍ୟ ଚିକେନ୍‌କରି, ଇକତ୍‌, ବ୍ଲକ୍‌ ପ୍ରିଣ୍ଟ, ଖଦି ଭଳି ଅନ୍ୟାନ୍ୟ ଇଣ୍ଡିଆନ୍‌ ଟେକ୍ସଟାଇଲ୍‌ର ଡିମାଣ୍ଡ ବେଶ୍‌ ବଢ଼ିବାରେ ଲାଗିଛି। ଏଥିରେ ପ୍ରସ୍ତୁତ ଓ୍ବେଷ୍ଟର୍ନ ଡ୍ରେସ୍‌ ଅନେକଙ୍କୁ ବେଶି ଆକୃଷ୍ଟ କରୁଛି।
ସ୍କିନ୍‌ ଫ୍ରେଣ୍ଡ୍‌ଲି ଏବଂ କମ୍ଫର୍ଟେବଲ୍‌: ହ୍ୟାଣ୍ଡଲୁମ୍‌ ପୋଷାକ ପ୍ରାକୃତିକ ସାମଗ୍ରୀରୁ ପ୍ରସ୍ତୁତ ହୋଇଥିବାରୁ ଏହା ସମ୍ପୂର୍ଣ୍ଣ ସ୍କିନ୍‌ ଫ୍ରେଣ୍ଡ୍‌ଲି। ତା’ଛଡ଼ା ଏହାକୁ ପିନ୍ଧବା ବେଶ୍‌ ଆରାମଦାୟକ ମଧ୍ୟ। ସେଥିପାଇଁ ଅନେକେ ଏହାକୁ ପସନ୍ଦ କରିଥାନ୍ତି।
ବଢୁଛି ଡିମାଣ୍ଡ: ବର୍ତ୍ତମାନ ଏହି ଫ୍ୟାଶନ ଫ୍ୟୁଜନ୍‌ର ଡିମାଣ୍ଡ ଏତେ ମାତ୍ରାରେ ବଢୁଛି ଯେ, ଦେଶର ପ୍ରତିଟି ବଡ଼ ବଡ଼ ସହରରେ ହ୍ୟାଣ୍ଡଲୁମ୍‌ ଏକ୍‌ଜିବିଶନ୍‌ ବା ହସ୍ତତନ୍ତ ପ୍ରଦର୍ଶନୀମାନ ଆୟୋଜନ କରାଯାଉଛି। ଏଥିରେ ପ୍ରତ୍ୟେକ ରାଜ୍ୟର ପାରମ୍ପରିକ ପୋଷାକ ଉପଲବ୍ଧ ହେଉଛି। ତା’ ସହ ଏହାକୁ ବ୍ୟବହାରକରି ଫ୍ୟାଶନ ଡିଜାଇନରମାନଙ୍କ ଦ୍ୱାରା ପ୍ରସ୍ତୁତ ଓ୍ବେଷ୍ଟର୍ନ ଫ୍ୟୁଜନ ମଧ୍ୟ ସମସ୍ତଙ୍କୁ ଆକୃଷ୍ଟ କରୁଛି। ଏହାବ୍ୟତୀତ ବର୍ତ୍ତମାନ ଅଧିକାଂଶ ଶପିଂମଲ୍‌, ଗାମେଣ୍ଟ ଶୋ’ ରୁମ୍‌, ଫ୍ୟାଶନ ହାଉସ୍‌, ବୁଟିକ୍‌ ଆଦିରେ ମଧ୍ୟ ଏଭଳି ପୋଷାକ ସହଜରେ ମିଳିପାରୁଛି।
ବଦଳୁଛି ମାଇଣ୍ଡସେଟ୍‌: ଦିନ ଥିଲା କଟନ୍‌ ଓ ଖଦିରେ କେବଳ କୁର୍ତ୍ତି, ପାଇଜାମା, ଶାଢ଼ି ଆଦି ପ୍ରସ୍ତୁତ ହେଉଥିଲା। ଏହାକୁ ଲୋକେ ଘରେ ପିନ୍ଧୁଥିବା ବେଳେ ବାହାରକୁ କୌଣସି ପାର୍ଟି, ଫଙ୍କ୍‌ସନ୍‌ ଯିବା ବେଳେ ସିନ୍ଥେଟିକ୍‌ର ଭଳିକି ଭଳି ଡ୍ରେସ୍‌ କଲେକ୍ସନ ବ୍ୟବହାର କରୁଥିଲେ। ହେଲେ ବର୍ତ୍ତମାନ ଏଭଳି ହ୍ୟାଣ୍ଡଲୁମ୍‌ରେ ବିଭିନ୍ନ ପ୍ରକାର ଷ୍ଟାଇଲିଶ୍‌ ଜ୍ୟାକେଟ୍‌, ଓ୍ବେଷ୍ଟ କୋଟ୍‌, ଡିଜାଇନର ଟପ୍ସ, ସ୍କଟ୍‌, ପ୍ଲାଜୋ, ସେପାରେଟର୍ସ ପ୍ରସ୍ତୁତ କରାଯାଉଛି, ଯାହା କେବଳ ଦେଖିବାକୁ ଆକର୍ଷଣୀୟ ଲାଗୁନାହିଁ, ପିନ୍ଧିବାକୁ ମଧ୍ୟ ବେଶ୍‌ ଆରାମଦାୟକ ଲାଗୁଛି। ଆମ ଦେଶ ବ୍ୟତୀତ ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ହାସଲ କରିଥିବା ବଡ଼ବଡ଼ ଫ୍ୟାଶନ ଡିଜାଇନରମାନେ ମଧ୍ୟ ବର୍ତ୍ତମାନ ଏହାକୁ ବିଭିନ୍ନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌ ସହ ଫ୍ୟୁଜନ୍‌ କରି ନୂଆ ନୂଆ ଡିଜାଇନ ପ୍ରସ୍ତୁତ କରୁଛନ୍ତି।
ଟ୍ରେଣ୍ଡି ଲୁକ୍‌ ଦେଉଛି ସମ୍ବଲପୁରୀ ଶାଢ଼ି ଓ ପୋଷାକ: କେବଳ ପର୍ବପର୍ବାଣି, ବିବାହ କିମ୍ବା କୌଣସି ଉତ୍ସବରେ ନୁହେଁ, ଏବେ ବଡ଼ ବଡ଼ ଫ୍ୟାଶନ ଶୋ’ରେ ବି ମଡେଲମାନେ ସମ୍ବଲପୁରୀ ପୋଷାକରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଥିବାର ଦେଖିବାକୁ ମିଳୁଛି। ସମ୍ବଲପୁରୀ କଟନ ହେଉ ବା ପାଟ ଆଉ ଏବେ କେବଳ ଶାଢ଼ିରେ ସୀମିତ ନାହିଁ ଏହାକୁ ପାଇଜାମା, କୁର୍ତ୍ତି ଏବଂ ଡିଜାଇନର କୋଟ୍‌ ଆଦିରେ ଅଧିକ ବ୍ୟବହାର କରାଯାଉଛି; ଯାହାକି ଅପେକ୍ଷାକୃତ ଟ୍ରେଣ୍ଡି ଲୁକ୍‌ ଦେଉଥିବାରୁ ସମସ୍ତେ ଏହାକୁ ବେଶି ପସନ୍ଦ କରୁଛନ୍ତି। ଅନେକ ନାମୀ ଫ୍ୟାଶନ ଡିଜାଇନରମାନେ ଏଭଳି ଫ୍ୟାବ୍ରିକ୍‌କୁ ନେଇ ନୂଆ ନୂଆ ଏକ୍ସପେରିମେଣ୍ଟ କରୁଛନ୍ତି, ଯାହାକି ବେଶ୍‌ ଲୋକାଦୃତ ହୋଇପାରୁଛି।
ମିକ୍ସ ମ୍ୟାଚ୍‌ ସାଜୁଛି ଲାଟେଷ୍ଟ ଟ୍ରେଣ୍ଡ: ବର୍ତ୍ତମାନ ଓ୍ବେଷ୍ଟର୍ନ ଆଉଟ୍‌ଫିଟ୍‌କୁ ଭାରତୀୟ ଝଲକ ଦେବା ଲାଗି କେହି କେହି ଶାଢ଼ି ସାଙ୍ଗକୁ ଲଙ୍ଗ୍‌ କୋଟ୍‌ କିମ୍ବା ଧୋତିପ୍ୟାଣ୍ଟ, ଚୁଡିଦାର କୁର୍ତ୍ତା ସାଙ୍ଗକୁ ଡିଜାଇନର ଜ୍ୟାକେଟ୍‌, ଷ୍ଟାଇଲିଶ୍‌ ଫୁଟ୍‌ଓ୍ବେର ଆଦି ମିକ୍ସ ମ୍ୟାଚ୍‌ କରି ପିନ୍ଧିବା ବି ଏବେ ଲାଟେଷ୍ଟ ଟ୍ରେଣ୍ଡ ପାଲଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ଭୁଲ୍‌ରେ ବି ରଖନ୍ତୁ ନାହିଁ ଏସବୁ ଜିନିଷ; ମାଡ଼ିଆସିବ ବିପଦ, ବଢ଼ିବ ଅଶାନ୍ତି…

ଜାଣତରେ ହେଉ ଅବା ଅଜାଣତରେ ଆମ ଘରେ ଏମିତି କିଛି ଜିନିଷ ରହିଯାଇଥାଏ; ଯାହା ଗୃହରେ ନକାରାତ୍ମକ ଶକ୍ତିକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଫଳରେ...

ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍‌ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ…

ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍‌ ତଥା କାନ୍ଥ ଓ ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ,...

ଚାଣକ୍ୟ କହିଥିବା ଏହି ୫ କଥା ମନେ ରଖନ୍ତୁ, ଜୀବନରେ କେବେ ହେବେ ନାହିଁ ଦରିଦ୍ର, ରହିବ ମା’ ଲକ୍ଷ୍ମୀଙ୍କ କୃପା…

ମନୁଷ୍ୟ ଜୀବନରେ ଧନର ବିଶେଷ ମହତ୍ୱ ରହିଛି। କାରଣ ଏହାଦ୍ୱାରା ସମସ୍ତେ ନିଜର ଇଚ୍ଛା ଏବଂ ଆବଶ୍ୟକତାକୁ ପୂରଣ କରିଥାନ୍ତି। ଏହାକୁ ନେଇ ମହାନ ବିଦ୍ୱାନ...

କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ।...

ଯନ୍ତ୍ରଣାର ଉତ୍ସ ଭାରିକୋଜ୍‌ ଭେନ୍‌

ଯନ୍ତ୍ରଣା ଭରା ଅବସ୍ଥାରେ ଭାରିକୋଜ୍‌ ଭେନ୍‌କୁ ଠାବ କରାଯାଇଥାଏ। ଏହି ଭେନ୍‌ ପ୍ରାୟତଃ ସମସ୍ତଙ୍କ ପାଖେ ଦେଖାଯାଇ ନ ଥାଏ। ଏପରି ଭେନ୍‌ ସାଧାରଣ ଭେନ୍‌...

ବିଲୁପ୍ତି ପଥେ କାଳବୈଶାଖୀ

ଖରାଦିନର ଏକ ଉତ୍ତପ୍ତ ଅପରାହ୍ନ। ଧୁ ଧୁ ମୁଣ୍ଡଫଟା ଖରା, ପ୍ରବଳ ଗରମ, ଗୁଳୁଗୁଳି ଓ ଝାଞ୍ଜି ପବନରେ ଅତିଷ୍ଠ ସାଧାରଣ ଜନଜୀବନ। ପିଲାମାନେ ଯାଇଥାନ୍ତି...

ଏସବୁ ଖାଦ୍ୟ ଖାଇବା ପରେ ପାଣି ପିଇବା ଆଦୌ ଠିକ୍‌ ନୁହେଁ, ଜାଣନ୍ତୁ…

ଶରୀରକୁ ସୁସ୍ଥ ରଖିବାରେ ପାଣିର ଭୂମିକା ଯଥେଷ୍ଟ ରହିଥାଏ। କୁହାଯାଏ, ଜଣେ ସୁସ୍ଥ ବ୍ୟକ୍ତିଙ୍କୁ ପ୍ରତିଦିନ ୬ରୁ ୧୦ ଗ୍ଲାସ ପାଣି ପିଇବା ନିହାତି ଆବଶ୍ୟକ।...

କେଉଁ ଦିଗକୁ ମୁହଁ କରି ଭୋଜନ କରିବା ଶୁଭ? ଜାଣନ୍ତୁ ମିଳିବ କି ଫଳ…

ହିନ୍ଦୁ ଧର୍ମରେ ପ୍ରତ୍ୟେକ କଥା ପାଇଁ କିଛି ନା କିଛି ନିୟମ ରହିଛି। ଏପରିକି ଭୋଜନ କରିବା ସମୟରେ ମଧ୍ୟ ଆମକୁ କିଛିଟା ନିୟମ ମାନିବାକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri