୯ରେ ଅଲ୍‌ଆଉଟ୍‌ ଓ୍ବାର

ଲଣ୍ଡନ/ମସ୍କୋ, ୧।୫: ଫେବୃୟାରୀ ୨୪ରେ ରୁଷିଆ ଆକ୍ରମଣ କରିବା ପରଠୁ ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହେବା ସହ ହଜାର ହଜାର ନିରୀହଙ୍କ ଜୀବନ ଗଲାଣି। ଏହାସତ୍ତ୍ୱେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ମସ୍କୋ ଦଖଲ କରିପାରିନାହିଁ। ମାତ୍ର ୫ ଦିନରେ ବିଜୟ ହାସଲ ଲକ୍ଷ୍ୟ ରଖିଥିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ର ୬୫ ଦିନ ପରେ ମଧ୍ୟ ଆଖିଦୃଶିଆ ସଫଳତା ମିଳିନାହିଁ। ଇତିମଧ୍ୟରେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ କିଭ୍‌କୁ ସାମରିକ ସହାୟତା ତ୍ୱରାନ୍ବିତ କରିବାରେ ଲାଗିଛନ୍ତି। ଫଳରେ ୟୁକେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପୂର୍ବାପେକ୍ଷା ଅଧିକ ମଜଭୁତ ହୋଇ ପ୍ରତିରୋଧ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମସ୍କୋ ଏବେ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ମେ’ ୯ରେ ଜର୍ମାନୀର ନାଜି ସେନା ଉପରେ ସୋଭିଏଟ୍‌ ସଂଘ ବିଜୟ ହାସଲ କରିଥିଲା। ସେବେଠୁ ପ୍ରତିବର୍ଷ ଏହି ଦିନକୁ ମସ୍କୋରେ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଆସନ୍ତା ୯ ତାରିଖରେ ପୁଟିନ୍‌ ପୂର୍ବ ଭଳି ବିଜୟର ପୁନରାବୃତ୍ତି ପାଇଁ ଆଶା ବାନ୍ଧିଛନ୍ତି। ସେହିଦିନ ସେ ୟୁକ୍ରେନ୍‌ ଉପରେ ବିଜୟ ଘୋଷଣା କରିବେ ବୋଲି କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଦଖଲ ପାଇଁ ଷ୍ଟ୍ରଙ୍ଗମ୍ୟାନ୍‌ ପୁଟିନ୍‌ଙ୍କ ଏହି ମହତ୍ତ୍ୱାକାଂକ୍ଷାକୁ ‘ଅଲ୍‌ ଆଉଟ୍‌ ଓ୍ବାର’ ଭାବେ ଅଭିହିତ କରାଯାଉଛି। ଅର୍ଥାତ ଆସନ୍ତା ୯ରେ ରୁଷୀୟ ସୈନ୍ୟ କିଭ୍‌ ସରକାରଙ୍କୁ କ୍ଷମତାଚ୍ୟୁତ କରି ସମଗ୍ର ୟୁକ୍ରେନ୍‌କୁ କବ୍‌ଜା କରିବେ ଅଥବା ପାଶ୍ଚାତ୍ୟ ଶକ୍ତି ମସ୍କୋ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଲେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଅନ୍ତର୍ଜାତୀୟ ସମୁଦାୟକୁ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଟାଣି ନେଇପାରେ।

ବ୍ରିଟେନ୍‌ ପ୍ରତିରକ୍ଷା ସଚିବ ବେନ୍‌ ଓ୍ବାଲାସେ କହିଛନ୍ତି, ଆସନ୍ତା ୯ରେ ରୁଷିଆର ବିଜୟ ଦିବସରେ ପୁଟିନ୍‌ ବହୁସଂଖ୍ୟାରେ ସୈନ୍ୟ ଠୁଳ କରି ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି। ଏହାପୂର୍ବରୁ ନାଟୋର ପୂର୍ବତନ ମୁଖ୍ୟ ରିଚାର୍ଡ ଶେରିଫ୍‌ ୟୁକ୍ରେନ୍‌ ସ୍ଥିତି ଆହୁରି ଖରାପ ହେବା ନେଇ ସତର୍କ କରାଇବା ସହ ଏ ଦିଗରେ ପ୍ରସ୍ତୁତ ରହିବାକୁ ପାଶ୍ଚାତ୍ୟ ଦେଶକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?