୯ରେ ଅଲ୍‌ଆଉଟ୍‌ ଓ୍ବାର

ଲଣ୍ଡନ/ମସ୍କୋ, ୧।୫: ଫେବୃୟାରୀ ୨୪ରେ ରୁଷିଆ ଆକ୍ରମଣ କରିବା ପରଠୁ ୟୁକ୍ରେନ୍‌ର ବିଭିନ୍ନ ସହର ଧ୍ୱସ୍ତବିଧ୍ୱସ୍ତ ହେବା ସହ ହଜାର ହଜାର ନିରୀହଙ୍କ ଜୀବନ ଗଲାଣି। ଏହାସତ୍ତ୍ୱେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ରକୁ ମସ୍କୋ ଦଖଲ କରିପାରିନାହିଁ। ମାତ୍ର ୫ ଦିନରେ ବିଜୟ ହାସଲ ଲକ୍ଷ୍ୟ ରଖିଥିବା ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କୁ ‘ସ୍ବତନ୍ତ୍ର ସାମରିକ ଅଭିଯାନ’ର ୬୫ ଦିନ ପରେ ମଧ୍ୟ ଆଖିଦୃଶିଆ ସଫଳତା ମିଳିନାହିଁ। ଇତିମଧ୍ୟରେ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ କିଭ୍‌କୁ ସାମରିକ ସହାୟତା ତ୍ୱରାନ୍ବିତ କରିବାରେ ଲାଗିଛନ୍ତି। ଫଳରେ ୟୁକେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ପୂର୍ବାପେକ୍ଷା ଅଧିକ ମଜଭୁତ ହୋଇ ପ୍ରତିରୋଧ ଜାରି ରଖିଛନ୍ତି। ଏହାକୁ ଦୃଷ୍ଟିରେ ରଖି ମସ୍କୋ ଏବେ ରଣନୀତିରେ ବଡ଼ ପରିବର୍ତ୍ତନ ଆଣିଛି।

ଦ୍ୱିତୀୟ ବିଶ୍ୱଯୁଦ୍ଧବେଳେ ମେ’ ୯ରେ ଜର୍ମାନୀର ନାଜି ସେନା ଉପରେ ସୋଭିଏଟ୍‌ ସଂଘ ବିଜୟ ହାସଲ କରିଥିଲା। ସେବେଠୁ ପ୍ରତିବର୍ଷ ଏହି ଦିନକୁ ମସ୍କୋରେ ବିଜୟ ଦିବସ ଭାବେ ପାଳନ କରାଯାଉଛି। ଆସନ୍ତା ୯ ତାରିଖରେ ପୁଟିନ୍‌ ପୂର୍ବ ଭଳି ବିଜୟର ପୁନରାବୃତ୍ତି ପାଇଁ ଆଶା ବାନ୍ଧିଛନ୍ତି। ସେହିଦିନ ସେ ୟୁକ୍ରେନ୍‌ ଉପରେ ବିଜୟ ଘୋଷଣା କରିବେ ବୋଲି କେତେକ ଅନ୍ତର୍ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି। ୟୁକ୍ରେନ୍‌କୁ ସମ୍ପୂର୍ଣ୍ଣ ଦଖଲ ପାଇଁ ଷ୍ଟ୍ରଙ୍ଗମ୍ୟାନ୍‌ ପୁଟିନ୍‌ଙ୍କ ଏହି ମହତ୍ତ୍ୱାକାଂକ୍ଷାକୁ ‘ଅଲ୍‌ ଆଉଟ୍‌ ଓ୍ବାର’ ଭାବେ ଅଭିହିତ କରାଯାଉଛି। ଅର୍ଥାତ ଆସନ୍ତା ୯ରେ ରୁଷୀୟ ସୈନ୍ୟ କିଭ୍‌ ସରକାରଙ୍କୁ କ୍ଷମତାଚ୍ୟୁତ କରି ସମଗ୍ର ୟୁକ୍ରେନ୍‌କୁ କବ୍‌ଜା କରିବେ ଅଥବା ପାଶ୍ଚାତ୍ୟ ଶକ୍ତି ମସ୍କୋ ପ୍ରତି ଆକ୍ରମଣାତ୍ମକ ଆଭିମୁଖ୍ୟ ଦେଖାଇଲେ ଦୁଇ ପଡ଼ୋଶୀଙ୍କ ମଧ୍ୟରେ ଚାଲିଥିବା ସଂଘର୍ଷ ଅନ୍ତର୍ଜାତୀୟ ସମୁଦାୟକୁ ତୃତୀୟ ବିଶ୍ୱଯୁଦ୍ଧ ଆଡ଼କୁ ଟାଣି ନେଇପାରେ।

ବ୍ରିଟେନ୍‌ ପ୍ରତିରକ୍ଷା ସଚିବ ବେନ୍‌ ଓ୍ବାଲାସେ କହିଛନ୍ତି, ଆସନ୍ତା ୯ରେ ରୁଷିଆର ବିଜୟ ଦିବସରେ ପୁଟିନ୍‌ ବହୁସଂଖ୍ୟାରେ ସୈନ୍ୟ ଠୁଳ କରି ୟୁକ୍ରେନ୍‌ ଉପରେ ବଡ଼ ଧରଣର ଆକ୍ରମଣ କରିବାକୁ ନିର୍ଦ୍ଦେଶ ଦେଇପାରନ୍ତି। ଏହାପୂର୍ବରୁ ନାଟୋର ପୂର୍ବତନ ମୁଖ୍ୟ ରିଚାର୍ଡ ଶେରିଫ୍‌ ୟୁକ୍ରେନ୍‌ ସ୍ଥିତି ଆହୁରି ଖରାପ ହେବା ନେଇ ସତର୍କ କରାଇବା ସହ ଏ ଦିଗରେ ପ୍ରସ୍ତୁତ ରହିବାକୁ ପାଶ୍ଚାତ୍ୟ ଦେଶକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମମତାଙ୍କୁ ଝଟକା ଦେଇଥିବା ୩ ନେତାଙ୍କୁ BJP ଦେଲା ବଡ଼ ଉପହାର

କୋଲକାତା,୯।୭: ପଶ୍ଚିମବଙ୍ଗରେ ହେବାକୁ ଥିବା ରାଜ୍ୟ ସଭା ଉପନିର୍ବାଚନ ପାଇଁ BJP ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ଦଳ ସୁସ୍ମିତା ଦେବ, ସୁଖେନ୍ଦୁ ଶେଖର ରାୟ ଏବଂ…

ମୁଖ୍ୟମନ୍ତ୍ରୀଙ୍କୁ ନିଜ ଜିଲାରେ ବଦନାମ କରୁଛନ୍ତି ତାଙ୍କ ଦଳର ଲୋକ: ବିଜେଡି ବିଧାୟକ

ହାଟଡିହୀ, ୯।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ରାଜନୀତି ଏବେ ଏକ ରୋଚକ ମୋଡ଼ରେ ପହଞ୍ଚିଛି। ‘ବୈତରଣୀ ବଞ୍ଚାଅ ଅଭିଯାନ’ ପ୍ରସଙ୍ଗକୁ ନେଇ ଆନନ୍ଦପୁରରୁ…

ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା ପଡ଼ିଲା ମହଙ୍ଗା: ବଦଳିଲେ ବିବାଦୀୟ ପ୍ରଧାନ ଶିକ୍ଷକ, ଥାନାରେ ଏତଲା

ଭବାନୀପାଟଣା, ୯।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ମଦନପୁର ସରକାରୀ ଏସଏସଡି (SSD) ସ୍କୁଲର ପ୍ରଧାନଶିକ୍ଷକ ଶାନ୍ତନୁ କୁମାର ମେହେରଙ୍କୁ ମହିଳା କର୍ମଚାରୀଙ୍କୁ ଅଶ୍ଲୀଳ ଇଙ୍ଗିତ କରିବା…

କେମିତି ପାତାଳଗଙ୍ଗା ନଦୀରେ ଭାସିଗଲା ହଜାର ହଜାର LPG ସିଲିଣ୍ଡର, ଜାଣନ୍ତୁ ଏହା ପଛର ବଡ଼ କାରଣ

ମୁମ୍ବାଇ,୯।୭: ମହାରାଷ୍ଟ୍ରରେ ନିରନ୍ତର ମୁଷଳଧାରାରେ ବର୍ଷା ଏବେ ଦୈନନ୍ଦିନ ଜୀବନ ଏବଂ ଶିଳ୍ପ ପ୍ରତିଷ୍ଠାନ ଉଭୟ ଉପରେ ଖୁବ୍‌ ପ୍ରଭାବ ପକାଇଛି। ଚାଭନେ (ପାନଭେଲ ତାଲୁକା, ରାୟଗଡ…

ଜୋତା ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ, ଜୀବନ୍ତ ଜଳିଗଲେ ୨୮ ଜଣ, ଆସିଲା ଛାତିଥରା Video

ବେଜିଂ,୯।୭: ଗୁରୁବାର (ଜୁଲାଇ ୯, ୨୦୨୬) ଦିନ ଚାଇନାର ଜିନଜିଆଙ୍ଗରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା, ଯାହା ଫଳରେ ୨୮ ଜଣଙ୍କର ମୃତ୍ୟୁ ହୋଇଥିଲା।…

ଅନ୍ଧାରକୁ ଯାଉଛି ଟିମ ଇଣ୍ଡିଆ; ଲଗାତାର ପରାଜୟକୁ ନେଇ ପୂର୍ବତନ କ୍ରିକେଟରମାନେ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଭାରତୀୟ କ୍ରିକେଟର ମହମ୍ମଦ କୈଫ ବର୍ତ୍ତମାନ ଦଳର ରଣନୀତିରେ ଗଭୀର ଆଶ୍ଚର୍ଯ୍ୟ ହୋଇଛନ୍ତି ଏବଂ ଦଳ ପରିଚାଳନା ଦ୍ୱାରା ନିଆଯାଇଥିବା ଅନେକ ନିଷ୍ପତ୍ତିକୁ କଡ଼ା…

ଇନ୍ଦ୍ରାବତୀ ପମ୍ପ ଷ୍ଟୋରେଜ୍ ବିଦ୍ୟୁତ ପ୍ରକଳ୍ପ: ଶିଳାନ୍ୟାସର ୧୯ ଦିନ ପରେ ବୋର୍ଡରୁ ଫଳକ ଗାୟବ, ଚର୍ଚ୍ଚା ଜୋର୍

ଜୟପାଟଣା, ୯।୭(ଓମ୍ ପ୍ରକାଶ ବୈଠାରୁ): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ଅନ୍ତର୍ଗତ ଇନ୍ଦ୍ରାବତୀ ପାୱାର ହାଉସ ପାର୍ଶ୍ୱ ରାଣୀବାହାଲ ଗ୍ରାମ ପରିସରରେ ନୂତନ ଭାବେ ସ୍ଥାପନ ହେବାକୁ…

ଆମେରିକା-ଇରାନ ଯୁଦ୍ଧବିରତି ଶେଷ; ଏବେ ହର୍ମୁଜ ସହ ତୈଳ ବଜାର ଉପରେ ନଜର, ଭାରତ ପାଇଁ ଆଗାମୀ ୪୦ ଦିନ କାହିଁକି ଗୁରୁତ୍ୱପୂର୍ଣ୍ଣ? ଜାଣନ୍ତୁ…

ନୂଆଦିଲ୍ଲୀ,୯।୭: ତିନି ସପ୍ତାହ ପୂର୍ବେ ଆମେରିକା ଏବଂ ଇରାନ ମଧ୍ୟରେ ପ୍ରତିଷ୍ଠିତ ଯୁଦ୍ଧବିରତି ଏବେ ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri