ଜାନୁୟାରୀ ୮ରେ ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’

ଭୁବନେଶ୍ୱର,୭ା୧: ରାଜ୍ୟର ପ୍ରମୁଖ ମନୋରଞ୍ଜନଭିତ୍ତିକ ଘରୋଇ ଓଡ଼ିଆ ଚ୍ୟାନେଲ ଜୀ ସାର୍ଥକର ନୂଆ ସିନେମା ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ରିଲିଜ ପୂର୍ବରୁ ଉକ୍ତ ଚଳଚ୍ଚିତ୍ରର ପୋଷ୍ଟର କରାଯାଇଛି। ଏପରିକି ଜାନୁୟାରୀ ୮ ସା ୬ଟା ୩୦ମିନିଟରେ ଉକ୍ତ ଚଳଚ୍ଚିତ୍ରର ପ୍ରିମିୟର ଜୀ-ସାର୍ଥକରେ ହେବାକୁ ଯାଉଛି। ବିଶେଷକରି ପୃଥିବୀ ବାହାରେ ଅନ୍ୟ କେଉଁ ଗ୍ରହରେ ଜୀବନ ଅଛି, ଅନ୍ୟ ଗ୍ରହରୁ ଏଲିଏନ୍‌ କ’ଣ ପୃଥିବୀକୁ ଆସନ୍ତି। ଉଡ଼ନ୍ତା ଥାଳିଆ ପରି କିଛି ଯାନ ଅଛି କି, ଏପରି ଅନେକ ପ୍ରଶ୍ନ ଆମ ମନରେ ଉଙ୍କି ମାରୁଥିବା ବେଳେ ଏପରି ଏକ ବିଜ୍ଞାନଭିତ୍ତିକ କାହାଣୀ ଉପରେ ଆଧାରିତ ଏକ ନୂଆ ଚଳଚ୍ଚିତ୍ର ‘ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା’ର ପ୍ରସାରଣ ଜୀ-ସାର୍ଥକରେ ହେବ। ଉକ୍ତ ଚଳଚ୍ଚିତ୍ରରେ ଗୋଟିଏ ଆକାଶ ଯାନ ପୃଥିବୀ ମୁହଁା ହେଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇଛି। ଏପରିକି ଉକ୍ତ ଦୁର୍ଘଟଣାରେ ଗୋଟିଏ ଏଲିଏନ୍‌ ସୌଭାଗ୍ୟବଶତଃ ବଞ୍ଚତ୍ୟାଇଛି ଏବଂ ଘଟଣାକ୍ରମେ ସେ ଏକ ଝିଅର ରୂପ ନେଇ ପୃଥିବୀରେ ରହୁଛୁ। ପୃଥିବୀରେ ରହିବା ସମୟରେ ସେ ଅନେକ କିଛି ଘଟଣାର ସମ୍ମୁଖୀନ ହେବା ସହ ତା’ ଜୀବନରେ ଅନେକ କିଛି ଘଟଣା ମଧ୍ୟ ଘଟୁଛି, ଯାହାକୁ ନେଇ ଚଳଚ୍ଚିତ୍ରର କାହାଣୀ ଅଗ୍ରସର ହେଉଛି। ଅପରପକ୍ଷରେ କାତ୍ୟାୟନୀ ଶୁକ୍ଳାଙ୍କ ପରିକଳ୍ପନା ତଥା ସଞ୍ଜୟ ନାୟକଙ୍କ ରଚନା ଓ ନିର୍ଦ୍ଦେଶନାରେ ନିର୍ମିତ ଉକ୍ତ ଚଳଚ୍ଚିତ୍ରରେ ଅଭିଜିତ ଦାସ ମୁଖ୍ୟ ଚରିତ୍ର ବାଦଲ ଭୂମିକାରେ ଅଭିନୟ କରିଥିବା ବେଳେ ମୁଖ୍ୟ ଚରିତ୍ର ପରି ଓ ଏଲିଏନ୍‌ ଭୂମିକାରେ କୁକିଜ୍‌ ସ୍ବାଇଁ ଅଭିନୟ କରିଥିବା ଜଣାପଡ଼ିଛି। ଉକ୍ତ ଚଳଚ୍ଚିତ୍ରର ଗୀତଗୁଡ଼ିକୁ ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାଶ ସଙ୍ଗୀତରେ ସଜେଇଥିବାବେଳେ ଡ. ଶୁଭ ଦାସ, ଅରୁଣ ମନ୍ତ୍ରୀ, ନିହାର ପ୍ରିୟଦର୍ଶୀ ଗୀତ ରଚନା କରିଛନ୍ତି। ସେହିଭଳି ହ୍ୟୁମାନ ସାଗର, ଦେବାନ୍ସି ଓ ଅନ୍ତରା ଚକ୍ରବର୍ତ୍ତୀ ଉକ୍ତ ସିନେମାରେ କଣ୍ଠଦାନ କରିଛନ୍ତି। ଉକ୍ତ ଚଳଚ୍ଚିତ୍ରର ନିର୍ମାଣରେ ଭଗତ ସିଂହ କ୍ୟାମେରାରେ ସହାୟତା କରିଥିବା ବେଳେ ରଞ୍ଜନ ଖଟେଇ ସମ୍ପାଦନା କରିଛନ୍ତି। ବିଜ୍ଞାନର କୌତୂହଳତା ଓ ଭରପୂର ମନୋରଞ୍ଜନର ସମ୍ମିଶ୍ରଣରେ ଉକ୍ତ ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବାନ୍ଧି ରଖିବ ବୋଲି ଜ଼ୀ ସାର୍ଥକ ଚ୍ୟାନେଲ ହେଡ୍‌ ପ୍ରତୀକ ସିଲ୍‌ ମତପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାଲିଗଲେ ହରି ନନା, ହାଣ୍ଡିରେ ରହିଗଲା ସ୍ୱାଦ: ଆଉ ମିଳିବନି…

ବଡ଼ଗାଁ, ୧୩।୯ (ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଓ ଆଖପାଖ ଅଞ୍ଚଳରେ ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତି ପାଇଁ ବେଶ୍‌ ପରିଚିତ ରୋଷେୟା ହରିହର ବିଶି (୬୨)ଙ୍କ…

ପୁରୁଷୋତ୍ତମପୁରର ୩ ରେସଲର୍‌, ରାଜ୍ୟସ୍ତରରେ ଦେଖାଇବେ ଦମ୍‌: ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାକୁ…

ପୁରୁଷୋତ୍ତମପୁର, ୧୩/୯ (ସବିତା ମିଶ୍ର): ଗଞ୍ଜାମ ଜିଲାସ୍ତରୀୟ ରେସଲିଂ କ୍ରୀଡ଼ା ପ୍ରତିଯୋଗିତାରେ ବାଳକ ଓ ବାଳିକା ବିଭାଗରେ ଉତ୍ତମ ଦକ୍ଷତା ପ୍ରଦର୍ଶନ କରି ଚାମ୍ପିୟନ ଆଖ୍ୟା ଅର୍ଜନ…

IND vs AFG T20: କିଭଳି ରହିବ ଭାରତର ପ୍ଲେଇଂ-11? ବୈଭବଙ୍କୁ ମିଳିବନି ସୁଯୋଗ !

ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଆରମ୍ଭ ଆଜିଠୁ ଆରମ୍ଭ ହେଉଛି ୩ ଟିକିଆ ଟ୍ବେଣ୍ଟି ଟ୍ବେଣ୍ଟି ସିରିଜ୍‌ । ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ସନ୍ଧ୍ୟା ୭ଟା…

ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀ ଯନ୍ତ୍ରଣା, ବାରଣ୍ଡା-ଚଟାଣରେ ଚାଲିଛି ସେବା: ନାହିଁ ନାହିଁରେ ଚାଲିଛି ସ୍ୱାସ୍ଥ୍ୟକେନ୍ଦ୍ର

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରୋଗୀମାନେ ଯନ୍ତ୍ରଣା ଭୋଗୁଥିବା ଅଭିଯୋଗ ହୋଇଛି। ଯେଉଁଠି ସ୍ୱାସ୍ଥ୍ୟ ସମସ୍ୟା ନେଇ ରୋଗୀମାନେ ଉତ୍ତମ…

ଗଣେଶ ପୂଜାରେ ସୃଷ୍ଟି ହେବ ବଡ଼ ରାଜଯୋଗ: ୪ ରାଶି ହେବେ ମାଲାମାଲ୍‌, ଚାକିରିରେ ମିଳିବ ବଡ଼ ଅଫର୍‌…

ହିନ୍ଦୁ ଧର୍ମରେ ଗଣେଶ ଚତୁର୍ଥୀ ପର୍ୱର ଏକ ସୱତନ୍ତ୍ର ମହତ୍ତ୍ୱ ରହିଛି। ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଚଳିତ ବର୍ଷ ଗଣେଶ ଚତୁର୍ଥୀରେ ଅନେକ ଶୁଭ ଯୋଗ…

ସମ୍ବଲପୁରରେ ଏନ୍ କାଉଣ୍ଟର: କୁଖ୍ୟାତ ଅପରାଧୀ ଇରଫାନ ଆହତ, ଦୁଇ ସହଯୋଗୀ …

ସମ୍ବଲପୁର, ୧୩।୯ (ପ୍ରମୋଦ ବହିଦାର): ସମ୍ବଲପୁର ସଦର ଥାନା ଅଞ୍ଚଳରେ ପୋଲିସ ଓ ଦୁର୍ଦ୍ଦାନ୍ତ ଅପରାଧୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ସୁନାପାଲି ଅଞ୍ଚଳର କୁଖ୍ୟାତ…

ଦାରିଙ୍ଗବାଡ଼ିରେ ପର୍ଯ୍ୟଟନ ବିକାଶର ସମୀକ୍ଷା:ହୋମଷ୍ଟେ କରି ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଲେ ପର୍ଯ୍ୟଟନ ପ୍ରମୁଖ ସଚିବ

ଦାରିଙ୍ଗବାଡ଼ି, ୧୩।୯ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିକୁ ଶନିବାର ଅପରାହ୍ନରେ ଓଡ଼ିଶା ପର୍ଯ୍ୟଟନ ବିଭାଗର ପ୍ରମୁଖ ସଚିବ ବଳବନ୍ତ ସିଂ ପହଞ୍ଚି ପର୍ଯ୍ୟଟନ କ୍ଷେତ୍ରର ବିକାଶ…

ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ; ୩ ରାଶିଙ୍କ ଧନଯୋଗ, ହୁ ହୁ ହୋଇ ବଢିବ ଇନକମ୍‌…

ଜ୍ୟୋତିଷ ଶାସ୍ତ୍ରରେ, ଗ୍ରହ ଗତିର ପ୍ରଭାବ କେବଳ ରାଶି ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ନୁହେଁ । ଗ୍ରହ ଯେଉଁ ନକ୍ଷତ୍ରରେ ପ୍ରବେଶ କରେ ତାହାକୁ ମଧ୍ୟ ବହୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?