ବିଜେଡି ପକ୍ଷରୁ ପୌର କାର୍ଯ୍ୟାଳୟ ଘେରାଉ

ଗୁଣପୁର,୨୬୧୧(ଡି.ଏନ୍‌.ଏ.):  ନିର୍ବାଚନ ନ ଥିଲେ ମଧ୍ୟ ଗୁଣପୁର ରାଜନୀତି ପାଣିପାଗରେ ଏବେ ଉଷ୍ମତା ଦେଖାଦେଇଛି। ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ଗୋଷ୍ଠୀ ତଥା ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ପକ୍ଷରୁ ମଙ୍ଗଳବାର ବ୍ଲକ ଘେରାଉ କରାଯାଇଥିବାବେଳେ ଶୁକ୍ରବାର ବିଜେଡି ପକ୍ଷରୁ ଏହାର ଜବାବ ଦିଆଯାଇଛି। ବିଜେଡି ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ସହକାରୀ ଜିଲାପାଳ ରାଜେନ୍ଦ୍ର ପ୍ରସାଦ ଚୌଧୁରିଙ୍କୁ ସ୍ମାରକପତ୍ର ଦିଆଯାଇଛି। ତେବେ ବିଜେଡିର ଏହି କାର୍ଯ୍ୟକ୍ରମରେ ସମସ୍ତ ତୁଙ୍ଗ ନେତା ଉପସ୍ଥିତ ଥିଲେ।
ବିଜେଡି ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ପୌରାଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ୍ଯ କୌଣସି ବିକାଶମୂଳକ କାମ ଠିକ୍‌ରେ ହୋଇପାରୁନାହିଁ। ଆଗାମୀ ଦିନରେ ପୌର ପରିଷଦ ଠିକ୍‌ ରାସ୍ତାରେ ନ ଗଲେ ବିଜେଡି ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନି ପ୍ରଦାନ କରାଯାଇଛି। ସେହିଭଳି ବ୍ଲକ ଅଧ୍ୟକ୍ଷା ଜଣେ ଅଶିକ୍ଷିତ ଆଦିବାସୀ ମହିଳା ହୋଇଥିବାରୁ ଶିବ ଗୌଡ଼ ତାଙ୍କୁ ବ୍ୟବହାର କରୁଥିବା ଏବଂ ଦୁର୍ନୀତି କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶ୍ୱିନି ଗମାଙ୍ଗ, ବାଳି ଗମାଙ୍ଗ, ଟାଉନ ସଭାପତି ରାମଚନ୍ଦ୍ର ପଣ୍ଡା, ବ୍ଲକ ସଭାପତି ଶ୍ରୀନିବାସ ଶତପଥୀ, କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ, ଭାଗିରଥୀ ବିଶୋୟୀଙ୍କ ସମେତ ଏସ୍‌. ବାବା ପ୍ରସାଦ, ଗୌରିଶଙ୍କର ଦାସ, ମୁନା ପାଣି, ଟୁକୁର ପାଣିଗ୍ରାହୀ, ଯୁବ ବିଜେଡି ନେତା ପିଙ୍କୁ ପଣ୍ଡା, ପୂର୍ଣ୍ଣ ବାଉରୀଙ୍କ ସମେତ କର୍ମୀ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, କାଉନସିଲରମାନେ ଉପସ୍ଥିତ ଥିଲେ। ଅପରପକ୍ଷେ ବିଜେଡିର ଏହି ଆନ୍ଦୋଳନକୁ ନେଇ ପୌର ପରିଷଦର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କୁ ପଚାରିବାରୁ ସେ କହିଛନ୍ତି, ବିଡିଓଙ୍କୁ ସୁରକ୍ଷା ଦେବା ପାଇଁ ଏହି ଆନ୍ଦୋଳନ କରାଯାଇଛି। ରାଜ୍ୟରେ ତାଙ୍କର ସରକାର ଚାଲିଛି। ତଥାପି ପୌର ପରିଷଦ ଘେରାଉ କରିବା କ’ଣ ସୂଚନା ଦେଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ସୂଚନାଯୋଗ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ହାରିଥିବାବେଳେ ଶିବ ପ୍ରସାଦ ଗୌଡ଼ଙ୍କ ସମର୍ଥନରେ ଝିଲି ଶବର ବ୍ଲକ ଅଧ୍ୟକ୍ଷା ହେବାରେ ସଫଳ ହୋଇଥିଲେ। ସେହିଭଳି ପୌର ନିର୍ବାଚନରେ ମଧ୍ୟ ଶିବ ଗୌଡ଼ ସ୍ବାଧୀନ ଭାବେ ଲଢ଼ି ଉପାଧ୍ୟକ୍ଷ ନିର୍ବାଚିତ ହେବା ସହ ତାଙ୍କ ସ୍ତ୍ରୀ ଅଧ୍ୟକ୍ଷା ହୋଇଥିଲେ। ଶିବ ଗୌଡ଼ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦିତା କରିବା ସହ ୧୧ ୱାର୍ଡରେ ତାଙ୍କ ସମର୍ଥିତ କାଉନସିଲର ବିଜୟୀ ହୋଇଥିଲେ। ବିଜେଡିକୁ ୮ ଟି ୱାର୍ଡରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ନିର୍ବାଚନ ସମୟରେ ଦଳର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ନେତା ଦଳ ପାଇଁ ପ୍ରଚାର କରିଥିଲେ ମଧ୍ୟ ବିଜେଡିକୁ ବ୍ଲକ ଏବଂ ପୌର ପରିଷଦରରେ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ଏପରି ରାଜନୈତିକ ଘଟଣା କ୍ରମ ମଧ୍ୟରେ କିଛି ମାସ ରାଜନୈତିକ ପାଣିପାଗ ଥଣ୍ଡା ରହିଥିବାବେଳେ ଏବେ ପୁଣି ଉଷ୍ମ ହୋଇଛି। ଏବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ମତଭେଦ ଅସନ୍ତୋଷର ପରିଣାମ ଗୁଣପୁର ସହର ଏବଂ ବ୍ଲକବାସୀଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ବିକାଶ ବାଧାପ୍ରାପ୍ତ ହେବା ସହ ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନରରେ ୩୦ରୁ ଅଧିକ ଗୋରୁଙ୍କୁ ପଶ୍ଚିମବଙ୍ଗକୁ କରାଯାଉଥିଲା ଚାଲାଣ, ମାଡିବସିଲା ପୋଲିସ, ତା’ପରେ…

ନୀଳଗିରି,୬।୧୨(ପ୍ରଶାନ୍ତ କୁମାର ବିଶ୍ବାଳ): ଭଦ୍ରକରୁ ପାଖାପାଖି ୩୦ରୁ ଊର୍ଦ୍ଧ୍ୱ ଗୋରୁଙ୍କୁ କଣ୍ଟେନରରେ ନେଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବା ବେଳେ ବାଲେଶ୍ୱର ଜିଲା ନୀଳଗିରି ପୋଲିସ ଇଶ୍ୱରପୁର...

ସାରଥିଙ୍କ ବିରୋଧରେ ଚାଲିବ ମାମଲା: ଚାର୍ଜଫ୍ରେମ୍‌ କଲେ ଅଦାଲତ

କଟକ,୬।୧୨(କାର୍ତ୍ତିକ ସାହୁ):ବହୁଚର୍ଚ୍ଚିତ ଆତ୍ମଘୋଷିତ ବାବା ସାରଥି ଓରଫ ସନ୍ତୋଷ ରାଉଳ, ତାଙ୍କ ପୁଅ ସତ୍ୟମ ଶେଖର ଓ ଅନ୍ୟ ୪ ଜଣଙ୍କ ବିରୋଧରେ କଟକ ସ୍ବତନ୍ତ୍ର...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ପଦକ୍ଷେପ ନେଲାେ ରେଲଓ୍ବେ, ଅତିରିକ୍ତ କୋଚ ବୃଦ୍ଧି ସହ ସ୍ବତନ୍ତ୍ର ଟ୍ରେନ ସେବା ଘୋଷଣା

ନୂଆଦିଲ୍ଲୀ,୬।୧୨: ଦେଶବ୍ୟାପୀ ଇଣ୍ଡିଗୋ ଏବଂ ଅନ୍ୟ ଅନେକ ଏୟାରଲାଇନ୍ସର ଉଡ଼ାଣ ବାତିଲ ହେବା ପରେ, ଲକ୍ଷ ଲକ୍ଷ ଯାତ୍ରୀ ହଠାତ୍‌ ରେଳବାଇକୁ ଭିଡ଼ ଜମାଇଥିଲେ। ଟିକେଟର...

ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ: ଦାବି ପୂରଣ ନ ହେବା ଯାଏ ସମୂହ ଛୁଟିରେ ରହିବାକୁ ନିଷ୍ପତ୍ତି

ଭୁବନେଶ୍ୱର,୬ା୧୨(ସୁଚିସ୍ମିତା ସାହୁ):ପୁଣି ଆନ୍ଦୋଳନକୁ ଓହ୍ଲାଇଲେ ପ୍ରାଥମିକ ଶିକ୍ଷକ। ଛାତ୍ରୀଛାତ୍ରଙ୍କ ପରୀକ୍ଷା ପାଖେଇ ଆସିଥିବା ବେଳେ ବିଦ୍ୟାଳୟରେ ପାଠ ପଢ଼ାଇବା ବଦଳରେ ଦାବି ପୂରଣ ପାଇଁ ଶିକ୍ଷକମାନେ...

ଏଇ ଭାରତରେ

ପ୍ରବେଶିକାର ଲିଖିତ ଓ ଶାରୀରିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପୋଲିସରେ ନିଯୁକ୍ତି ମିଳିଥାଏ। ଏଥିପାଇଁ ଅଶାୟୀମାନେ ବୟସ ସୀମା ମଧ୍ୟରେ ନିଜକୁ ପ୍ରସ୍ତୁତ କରିଥାନ୍ତି।...

ସ୍ମାର୍ଟ ସିଟି ଲୋକର ବ୍ୟଥା

ପ୍ରବଳ ଶୀତରେ କିଛି ବେସାହାରା ଲୋକ ପୋଲ ତଳେ, ଦୋକାନ ପିଣ୍ଡାରେ, ପାର୍କ ବେଞ୍ଚ ଉପରେ କଟାଉଥିବା ଦେଖାଯାଏ। ସେମାନଙ୍କ ମଧ୍ୟରୁ କୌଣସି ବୃଦ୍ଧାବୃଦ୍ଧ ରୋଗୀଙ୍କ...

ସୁଦର୍ଶନଙ୍କୁ ଚାପି ଦେଲା ଆମ ବସ୍‌: ଡ୍ରାଇଭର ଖସି ପଳାଇବାକୁ ଉଦ୍ୟମ

ଭୁବନେଶ୍ୱର, ୬ା୧୨(ସତ୍ୟଜିତ ରାଉତ):ରାଜଧାନୀରେ ପୁଣି ଜୀବନ ନେଇଛି ‘ଆମ ବସ୍‌’। ସତ୍‌ସଙ୍ଗ ବିହାର ସମ୍ମୁଖ ୧୬ ନଂ. ଜାତୀୟ ରାଜପଥରେ ଶୁକ୍ରବାର ସାରେ ଏହି ଦୁର୍ଘଟଣା...

ଗଣତନ୍ତ୍ର କ’ଣ ଦଳ-ମୁଖ୍ୟଙ୍କ ତନ୍ତ୍ର

ଯେଉଁ ଦଳର କେନ୍ଦ୍ର ସରକାର ସମ୍ବିଧାନ ଦିବସ (ନଭେମ୍ବର ୨୯) ପାଳନ କରି ସମ୍ବିଧାନର ଆଦର୍ଶକୁ ସର୍ବୋଚ୍ଚ ସ୍ଥାନ ଦେଉଛି ସେହି ଦଳର ରାଜ୍ୟ ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri