ବିଜେଡି ପକ୍ଷରୁ ପୌର କାର୍ଯ୍ୟାଳୟ ଘେରାଉ

ଗୁଣପୁର,୨୬୧୧(ଡି.ଏନ୍‌.ଏ.):  ନିର୍ବାଚନ ନ ଥିଲେ ମଧ୍ୟ ଗୁଣପୁର ରାଜନୀତି ପାଣିପାଗରେ ଏବେ ଉଷ୍ମତା ଦେଖାଦେଇଛି। ପୌର ପରିଷଦ ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କ ଗୋଷ୍ଠୀ ତଥା ବ୍ଲକ ଅଧ୍ୟକ୍ଷା ଏବଂ ଉପାଧ୍ୟକ୍ଷଙ୍କ ପକ୍ଷରୁ ମଙ୍ଗଳବାର ବ୍ଲକ ଘେରାଉ କରାଯାଇଥିବାବେଳେ ଶୁକ୍ରବାର ବିଜେଡି ପକ୍ଷରୁ ଏହାର ଜବାବ ଦିଆଯାଇଛି। ବିଜେଡି ପକ୍ଷରୁ ପୌର ପରିଷଦ କାର୍ଯ୍ୟାଳୟ ଘେରାଉ କରାଯିବା ସହ ଶୋଭାଯାତ୍ରାରେ ଯାଇ ଉପଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ସହକାରୀ ଜିଲାପାଳ ରାଜେନ୍ଦ୍ର ପ୍ରସାଦ ଚୌଧୁରିଙ୍କୁ ସ୍ମାରକପତ୍ର ଦିଆଯାଇଛି। ତେବେ ବିଜେଡିର ଏହି କାର୍ଯ୍ୟକ୍ରମରେ ସମସ୍ତ ତୁଙ୍ଗ ନେତା ଉପସ୍ଥିତ ଥିଲେ।
ବିଜେଡି ପକ୍ଷରୁ ଜିଲାପାଳଙ୍କ ଉଦ୍ଦେଶ୍ୟରେ ଗୁଣପୁର ପୌର ପରିଷଦ ନିର୍ବାହୀ ଅଧିକାରୀଙ୍କୁ ମଧ୍ୟ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଏଥିରେ ପୌରାଧ୍ୟକ୍ଷା ଏବଂ ଉପାଧ୍ୟକ୍ଷ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଛି। ୍ଯ କୌଣସି ବିକାଶମୂଳକ କାମ ଠିକ୍‌ରେ ହୋଇପାରୁନାହିଁ। ଆଗାମୀ ଦିନରେ ପୌର ପରିଷଦ ଠିକ୍‌ ରାସ୍ତାରେ ନ ଗଲେ ବିଜେଡି ପକ୍ଷରୁ ବଡ଼ ଧରଣର ଆନ୍ଦୋଳନ କରାଯିବ ବୋଲି ଚେତାବନି ପ୍ରଦାନ କରାଯାଇଛି। ସେହିଭଳି ବ୍ଲକ ଅଧ୍ୟକ୍ଷା ଜଣେ ଅଶିକ୍ଷିତ ଆଦିବାସୀ ମହିଳା ହୋଇଥିବାରୁ ଶିବ ଗୌଡ଼ ତାଙ୍କୁ ବ୍ୟବହାର କରୁଥିବା ଏବଂ ଦୁର୍ନୀତି କରୁଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଦାବିପତ୍ର ପ୍ରଦାନ ବେଳେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶ୍ୱିନି ଗମାଙ୍ଗ, ବାଳି ଗମାଙ୍ଗ, ଟାଉନ ସଭାପତି ରାମଚନ୍ଦ୍ର ପଣ୍ଡା, ବ୍ଲକ ସଭାପତି ଶ୍ରୀନିବାସ ଶତପଥୀ, କାଉନସିଲର ଦେବୀ ପ୍ରସାଦ ଆଚାର୍ଯ୍ୟ, ଭାଗିରଥୀ ବିଶୋୟୀଙ୍କ ସମେତ ଏସ୍‌. ବାବା ପ୍ରସାଦ, ଗୌରିଶଙ୍କର ଦାସ, ମୁନା ପାଣି, ଟୁକୁର ପାଣିଗ୍ରାହୀ, ଯୁବ ବିଜେଡି ନେତା ପିଙ୍କୁ ପଣ୍ଡା, ପୂର୍ଣ୍ଣ ବାଉରୀଙ୍କ ସମେତ କର୍ମୀ, ସମର୍ଥିତ ସରପଞ୍ଚ, ସମିତି ସଭ୍ୟ, କାଉନସିଲରମାନେ ଉପସ୍ଥିତ ଥିଲେ। ଅପରପକ୍ଷେ ବିଜେଡିର ଏହି ଆନ୍ଦୋଳନକୁ ନେଇ ପୌର ପରିଷଦର ଉପାଧ୍ୟକ୍ଷ ଶିବ ପ୍ରସାଦ ଗୌଡ଼ଙ୍କୁ ପଚାରିବାରୁ ସେ କହିଛନ୍ତି, ବିଡିଓଙ୍କୁ ସୁରକ୍ଷା ଦେବା ପାଇଁ ଏହି ଆନ୍ଦୋଳନ କରାଯାଇଛି। ରାଜ୍ୟରେ ତାଙ୍କର ସରକାର ଚାଲିଛି। ତଥାପି ପୌର ପରିଷଦ ଘେରାଉ କରିବା କ’ଣ ସୂଚନା ଦେଉଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ସୂଚନାଯୋଗ୍ୟ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ହାରିଥିବାବେଳେ ଶିବ ପ୍ରସାଦ ଗୌଡ଼ଙ୍କ ସମର୍ଥନରେ ଝିଲି ଶବର ବ୍ଲକ ଅଧ୍ୟକ୍ଷା ହେବାରେ ସଫଳ ହୋଇଥିଲେ। ସେହିଭଳି ପୌର ନିର୍ବାଚନରେ ମଧ୍ୟ ଶିବ ଗୌଡ଼ ସ୍ବାଧୀନ ଭାବେ ଲଢ଼ି ଉପାଧ୍ୟକ୍ଷ ନିର୍ବାଚିତ ହେବା ସହ ତାଙ୍କ ସ୍ତ୍ରୀ ଅଧ୍ୟକ୍ଷା ହୋଇଥିଲେ। ଶିବ ଗୌଡ଼ ସ୍ବାଧୀନ ଭାବେ ପ୍ରତିଦ୍ବନ୍ଦିତା କରିବା ସହ ୧୧ ୱାର୍ଡରେ ତାଙ୍କ ସମର୍ଥିତ କାଉନସିଲର ବିଜୟୀ ହୋଇଥିଲେ। ବିଜେଡିକୁ ୮ ଟି ୱାର୍ଡରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା। ନିର୍ବାଚନ ସମୟରେ ଦଳର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ବହୁ ନେତା ଦଳ ପାଇଁ ପ୍ରଚାର କରିଥିଲେ ମଧ୍ୟ ବିଜେଡିକୁ ବ୍ଲକ ଏବଂ ପୌର ପରିଷଦରରେ ପରାଜୟ ସ୍ବୀକାର କରିବାକୁ ପଡ଼ିଥିଲା। ଏପରି ରାଜନୈତିକ ଘଟଣା କ୍ରମ ମଧ୍ୟରେ କିଛି ମାସ ରାଜନୈତିକ ପାଣିପାଗ ଥଣ୍ଡା ରହିଥିବାବେଳେ ଏବେ ପୁଣି ଉଷ୍ମ ହୋଇଛି। ଏବେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ମତଭେଦ ଅସନ୍ତୋଷର ପରିଣାମ ଗୁଣପୁର ସହର ଏବଂ ବ୍ଲକବାସୀଙ୍କୁ ଭୋଗିବାକୁ ପଡ଼ୁଛି ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟରେ ମତପ୍ରକାଶ ପାଇଛି। ବିକାଶ ବାଧାପ୍ରାପ୍ତ ହେବା ସହ ଉନ୍ନୟନ କାର୍ଯ୍ୟ ଆଗେଇ ପାରୁନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଜିମ୍ବାଓ୍ବେର ଏହି ଫାଷ୍ଟ ବୋଲର ୨ ବର୍ଷ ବାସନ୍ଦ

ନୂଆଦିଲ୍ଲୀ,୧୪ା୪: ଆଇପିଏଲ୍‌ରେ ଖେଳିବା ପାଇଁ ପାକିସ୍ତାନ ସୁପର ଲିଗ୍‌ (ପିଏସ୍‌ଏଲ୍‌) ଛାଡ଼ିଥିବା ଜିମ୍ବାଓ୍ବେ ଫାଷ୍ଟ ବୋଲର ବ୍ଲେସିଂ ମୁଜରାବାନୀଙ୍କୁ ମଙ୍ଗଳବାର ଦୁଇ ବର୍ଷ ଲାଗି ପାକିସ୍ତାନ କ୍ରିକେଟ…

୬୦୦ ବର୍ଷର ଐତିହାସିକ ପରମ୍ପରା: ଗ୍ରାମର ପ୍ରତ୍ୟେକ ଘରକୁ ଯାଇ ପଣା ଗ୍ରହଣ କରନ୍ତି…

ଗଞ୍ଜାମ,୧୪।୪(ବିଦ୍ୟାଧର ସାହୁ): ଓଡ଼ିଆ ନବ ବର୍ଷ ପଣା ସଂକ୍ରାନ୍ତି (ମହା ବିଷୁବ ସଂକ୍ରାନ୍ତି) ମେରୁରେ ଗଞ୍ଜାମ ବ୍ଲକର ଶତ୍ରୁଶୋଲ ଗ୍ରାମ ନିକଟରେ ଥିବା ବାବା ମୁକ୍ତେଶରଙ୍କ ବହୁ…

ବଲାଙ୍ଗୀର ମେନ ମାର୍କେଟ ଚଳଚଞ୍ଚଳ: ହନୁମାନ ଜୟନ୍ତୀରେ…

ବଲାଙ୍ଗୀର,୧୪।୪( ସୁନିଲ କୁମାର ମହାନ୍ତି): ଆଜି ପବିତ୍ର ମହାବିଷୁବ ସଂକ୍ରାନ୍ତି ତଥା ହନୁମାନ ଜୟନ୍ତୀ । ଏହି ଅବସରରେ ବିଭିନ୍ନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳନ କରାଯାଉଅଛି…

ମହାବିଷୁବ ସଂକ୍ରାନ୍ତି: ଚଳଚଞ୍ଚଳ ସୁଆମ ଛକ

ପାଟଣା,୧୪।୪(ବୀର କିଶୋର ଦାଶ): ହନୁମାନ ଜୟନ୍ତୀ, ମହାବିଷୁବ ସଂକ୍ରାନ୍ତିରେ ମଙ୍ଗଳବାର କେନ୍ଦୁଝର ଜିଲା ପାଟଣା ବ୍ଲକ ସୁଆମ ଛକ ହନୁମାନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖାଇବାକୁ ମିଳିଥିଲା।…

ବିଶ୍ୱକପ୍‌ ପୂର୍ବରୁ ଘାନାକୁ ମିଳିଲା ନୂଆ କୋଚ୍‌, ଜାଣନ୍ତୁ…

ଘାନା,୧୪ା୪: ଫିଫା ବିଶ୍ୱକପ୍‌କୁ ମାତ୍ର ଦୁଇ ମାସରୁ କମ୍‌ ସମୟ ଥିବା ବେଳେ ଘାନା କାର୍ଲୋସ କ୍ୟୁରୋଜଙ୍କୁ ଜାତୀୟ ପୁରୁଷ ଫୁଟ୍‌ବଲ ଦଳର ନୂଆ କୋଚ୍‌ ଭାବେ…

ଲୋକ ସଭାରେ ରହିବେ ୮୫୦ ଏମପି; କେନ୍ଦ୍ର ସରକାରଙ୍କ ବଡ଼ ପ୍ଲାନ…

ନୂଆଦିଲ୍ଲୀ,୧୪।୪: ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ (ମହିଳା ସଶକ୍ତିକରଣ ଆଇନ) କାର୍ଯ୍ୟକାରୀ କରିବା ପାଇଁ ସରକାର ଏପ୍ରିଲ ୧୬ ରୁ ଏପ୍ରିଲ ୧୮ ପର୍ଯ୍ୟନ୍ତ ସଂସଦର ଏକ…

Samsungରୁ Xiaomi ଯାଏ ହେଲା ମହଙ୍ଗା! ଆପଣଙ୍କର ପ୍ରିୟ ବ୍ରାଣ୍ଡର ସ୍ମାର୍ଟଫୋନର ଏତେ ବଢିଗଲା ଦାମ୍‌

ଯଦି ଆପଣ ଏହି ମାସରେ ଏକ ନୂତନ ସ୍ମାର୍ଟଫୋନ କିଣିବାକୁ ଯୋଜନା କରୁଛନ୍ତି, ତେବେ ଆପଣଙ୍କ ପକେଟକୁ ଟିକେ ଝଟ୍‌କା ଲାଗିପାରେ। ଏପ୍ରିଲ ମାସରେ, ପ୍ରାୟ ସମସ୍ତ…

ରାତାରାତି ଷ୍ଟାର ପାଲଟିଗଲେ ପ୍ରଫୁଲ୍ଲ: ୨୪ ଘଣ୍ଟାରେ ବଦଳିଗଲା ଭାଗ୍ୟ

ନୂଆଦିଲ୍ଲୀ,୧୪।୪: ପ୍ରଫୁଲ୍ଲ ହିଙ୍ଗେ ଆଇପିଏଲ ଇତିହାସରେ ଏପରି କିଛି ହାସଲ କରିଛନ୍ତି ଯାହା ଜସପ୍ରୀତ ବୁମରା, ମହମ୍ମଦ ଶାମି, ମିଚେଲ ଷ୍ଟାର୍କ ଏବଂ ଡେଲ ଷ୍ଟେନଙ୍କ ପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri