ଓମିକ୍ରନ୍‌ର ଷ୍ଟିଲ୍‌ଥ ଭାରିଆଣ୍ଟ୍‌, ଭାରତ ଉପରେ କେତେ ବିପଦ ?…

ନୂଆଦିଲ୍ଲୀ, ୧୬।୩ : ତିନିବର୍ଷ ପରେ ମଧ୍ୟ କରୋନାର ଭୟ ମନରୁ ଯାଇନି। ଏବେ ପୁଣିଥରେ କରୋନା ଆତଙ୍କ ବଢ଼ିବାରେ ଆରମ୍ଭ ହୋଇଛି। ଓମିକ୍ରନ୍‌ର ନୂଆ ଭାରିଆଣ୍ଟ୍‌ ଷ୍ଟିଲ୍‌ଥ ଓମିକ୍ରନ୍‌ର ଯୋଗୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ବିଏ.୨ ଭାରିଆଣ୍ଟ ମଧ୍ୟ କୁହାଯାଉଛି।ସମଗ୍ର ବିଶ୍ୱରେ ଦ୍ରୁତ ବେଗରେ ଏହା ବ୍ୟାପିବାରେ ଲାଗିଛି। ବିଏ.୨ ଭାରିଆଣ୍ଟ ଯୋଗୁ ଚାଇନାରେ ସଙ୍କଟ ସୃଷ୍ଟି ହୋଇଛି।

ଏଭଳି ପରିସ୍ଥିତିରେ ପ୍ରଶ୍ନ ଉଠିଛି ଯେ ଏହି ବିଏ.୨ ଭାରିଆଣ୍ଟ ଭାରତକୁ ଅସୁବିଧାରେ ପକାଇବ କି? ବିଶେଷଜ୍ଞ କହିଛନ୍ତି ଯେ, ବର୍ତ୍ତମାନ ଭାରତରେ କରୋନାର ତୃତୀୟ ଲହର କମି ଚାଲିଛି। କୌଣସି ନୂଆ ଭାରିଆଣ୍ଟ୍‌ ମଧ୍ୟ ଚିହ୍ନଟ ହୋଇ ନାହିଁ। ତେବେ କେତେକ ଏହାକୁ ଝଡ଼ ପୂର୍ବର ନୀରବତା ବୋଲି କହିଛନ୍ତି।

ବିଏ.୨ ହେଉଛି ଓମିକ୍ରନର ପଞ୍ଚମ ସ୍ବରୂପ।, ଯାହା ଗତ ବର୍ଷ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରେ ପ୍ରଥମେ ଚିହ୍ନଟ ହୋଇଥିଲା। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ କହିଛି ଯେ ବିଏ.୨ ଭାରିଆଣ୍ଟ କେବଳ ଚାଇନାରେ ରହିବ ନାହିଁ। ଏହା ଅନ୍ୟ ଦେଶକୁ ମଧ୍ୟ ବ୍ୟାପିଯିବ। ଯଦିଓ ଭାରତୀୟ ବୈଜ୍ଞାନିକମାନେ ଦାବି କରିଛନ୍ତି ଯେ ବିଏ.୨ ଭାରିଆଣ୍ଟ ଭାରତରେ ଅସୁବିଧା ସୃଷ୍ଟି କରିବ ନାହିଁ।

କୋଭିଡ-୧୯ ଟାସ୍କ ଗ୍ରୁପ୍‌ର ମୁଖ୍ୟ ଡାକ୍ତର ନରେନ୍ଦ୍ର କୁମାର ଆରୋରା ଇଣ୍ଡିଆ ଟୁଡେକୁ କହିଛନ୍ତି ଯେ ଭାରତରେ ବିଏ.୨ ଭାରିଆଣ୍ଟ୍‌ର ସଂକ୍ରମଣ ସଙ୍କଟ ସୃଷ୍ଟି କରିବା ସମ୍ଭାବନା ବହୁତ କମ । ସେ କହିଛନ୍ତି ଯେ ଭାରତରେ ତୃତୀୟ ଲହର ସମୟରେ କରୋନା କାରଣର ବିଏ.୨ ରେ ସଂକ୍ରମିତ ଆକ୍ରାନ୍ତଙ୍କ ସଂଖ୍ୟା ୭୫ ପ୍ରତିଶତରୁ ଅଧିକ ଥିଲା।

ଆଇଆଇଟି କାନପୁର ପକ୍ଷରୁ ହୋଇଥିବା ଅଧ୍ୟୟନରେ ଜୁନ ୨୨ ସୁଦ୍ଧା ଚତୁର୍ଥ ଲହରର ଆଶଙ୍କା ଠିକ ନୁହେଁ।
କୋଚିର ଆଇଏମଏ ରିସର୍ଚ୍ଚ ସେଲର ମୁଖ୍ୟ ଡାକ୍ତର ରାଜୀବ ଜୟଦେବନ କହିଛନ୍ତି ଯେ ଭାରିଆଣ୍ଟ ଗୁଡ଼ିକ ଗଛର ଡାଳ ସହିତ ସମାନ।

ଯେପରି ଗଛର ନୂତନ ଶାଖାଗୁଡ଼ିକ ଡାଳରୁ ବାହାରୁଛି, ସେହିଭଳି କରୋନାର ନୂତନ ଭାରିଆଣ୍ଟ ମଧ୍ୟ ଆସିବ। ସେ କହିଛନ୍ତି ଯେ ବୟସ୍କମାନଙ୍କ ମଧ୍ୟରେ ଟିକାକରଣ କମ ଥିବାରୁ ଚାଇନାରେ ଏହି ଭାରିଆଣ୍ଟ୍‌ ଅଧିକ ବ୍ୟାପୁଛି।

ଭୁଲ ତଥ୍ୟ ଏବଂ ସଚେତନତା ଅଭାବରୁ ଚାଇନାର ବରିଷ୍ଠନାମଗରିକ ଓ ବୟସ୍କମାନେ ଟିକା ନେଇ ନାହାନ୍ତି। ତେବେ ଭାରତରେ ଟିକାକରଣ କରାଯାଉଛି। ତେଣୁ ବିଏ.୨ ଭାରିଆଣ୍ଟର ପ୍ରଭାବ ଭାରତ ଉପରେ ପଡ଼ିବାର ଆଶଙ୍କା କମ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ଭୟଙ୍କର! ଏଭରେଷ୍ଟକୁ ତରଳାଉଛି ମଣିଷ ପରିସ୍ରା? ୩୨ ବର୍ଷର ଭାଙ୍ଗିଲା ରେକର୍ଡ, ଦୁଇ ଗୁଣା ସ୍ପିଡ୍‌ରେ ତରଳୁଛି ବରଫ

ନୂଆଦିଲ୍ଲୀ,୫।୯: ମାଉଣ୍ଟ ଏଭରେଷ୍ଟକୁ ନଷ୍ଟ କରୁଛି ମଣିଷର ପରିସ୍ରା! ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ହିଁ ସବୁଠାରୁ ବଡ଼ ସତ… ଯେଉଁ ଏଭରେଷ୍ଟକୁ ଜିତିବା ପାଇଁ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

୩୦ବର୍ଷ ପରେ ବି ମିଳିବ ସରକାରୀ ଚାକିରି! ଜାଣନ୍ତୁ ବ୍ୟାଙ୍କ୍‌-ରେଲେଓ଼୍ବ ଆଉ କେଉଁଠି ମିଳିବ ସୁଯୋଗ

ନୂଆଦିଲ୍ଲୀ,୫।୯:ଅନେକ ସମୟରେ ଲୋକଙ୍କ ମନରେ ଏହି ଭୁଲ ଧାରଣା ଥାଏ ଯେ ସରକାରୀ ଚାକିରି (Government Job) ପାଇଁ ପ୍ରସ୍ତୁତି କେବଳ ୨୧ ରୁ ୨୫ ବର୍ଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri