ସ୍ବାମୀଙ୍କୁ କୁକୁର ବେଲ୍ଟରେ ବାନ୍ଧି ବୁଲାଇବାକୁ ନେଲେ ସ୍ତ୍ରୀ, କାରଣ ଜାଣିଲେ…

ଜଣେ ମହିଳା କରୋନା କଟକଣାରୁ ରକ୍ଷା ପାଇବା ପାଇଁ ଏକ ନିଆରା ପଦକ୍ଷେପ ନେଇ ଚର୍ଚ୍ଚାରେ। ମହିଳା ଜଣକ ସ୍ବାମୀଙ୍କୁ କୁକୁର ପରି ବାନ୍ଧି ବୁଲିବାକୁ ନେଇଗଲେ। ପରେ ତେବେ ଧରାପଡବାରୁ ଏହି ଦମ୍ପତିଙ୍କୁ ୧ ଲକ୍ଷ ୭୫ ହଜାର ଟଙ୍କା ଜରିମାନା କରାଯାଇଥିଲା। ଏପରି ଏକ ଘଟଣା ଘଟିଛି କାନାଡ଼ାର କ୍ୟୁବେକରେ। ସେଠାରେ କରୋନା ଯୋଗୁ ରାତି ୮ ଟାରୁ ସକାଳ ୫ ଟା ପର୍ଯ୍ୟନ୍ତ କଫ୍ୟୁ ଲାଗୁ କରାଯାଇଛି। ତେବେ କେବଳ କୁକୁରକୁ ଚାଲିବାକୁ ଅନୁମତି ଦିଆଯାଇଛି। ଏ ନେଇ ଜଣେ ୨୪ ବର୍ଷୀୟା ମହିଳା ୪୦ ବର୍ଷୀୟ ସ୍ବମୀଙ୍କୁ ଦଉଡିରେ ବାନ୍ଧି ବୁଲେଇବାକୁ ନେଇଥିଲେ। ଯେତେବେଳେ ମହିଳା ଜଣକ ପୋଲିସ ହାତରେ ଧରା ପଡ଼ିଲେ, ସେ ନିଜକୁ ରକ୍ଷା କରିବାକୁ ଯାଇ କହିଲେ ସେ କୁକୁର ବୁଲାଉଛନ୍ତି । ପରେ ପୋଲିସ ସ୍ବାମୀ ଓ ସ୍ତ୍ରୀଙ୍କ ଉପରେ ପ୍ରାୟ ୮୭ ହଜାର ଟଙ୍କା ଜରିମାନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ରୋଗୀଙ୍କ ପାଇଁ ଶସ୍ତା ଭେଣ୍ଟିଲେଟର ତିଆରି କଲେ ମହିଳା

କରୋନା କବଳରେ ସମଗ୍ର ବିଶ୍ୱ। ପ୍ରତିଦିନ ଲକ୍ଷ ଲକ୍ଷ ସଂଖ୍ୟାରେ ଲୋକ ଏଥିରେ ଆକ୍ରାନ୍ତ ହେଉଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିଚାଲିଛି। ତେବେ ଏହି...

ରାମଚନ୍ଦ୍ରଙ୍କ ସ୍ନେହ ମମତାରେ ବନ୍ଧା କୁମ୍ଭୀର

ମହାରାଷ୍ଟ୍ରର ୩୮ବର୍ଷୀୟ ରାମଚନ୍ଦ୍ର ଚରତ୍‌କାର। ଯିଏ କି ନିଜର ଏକ ଖାସ୍‌ ବ୍ୟକ୍ତିତ୍ୱ ପାଇଁ ସାରା ରାଜ୍ୟରେ ନିଆରା ପରିଚୟ ହାସଲ କରିଛନ୍ତି। ଗାଁରେ ବୋହିଯାଉଥିବା...

ମା’ବାପାଙ୍କୁ ନିର୍ମମ ଭାବେ ହତ୍ୟାର ପ୍ରତିଶୋଧ: ୪୦ ତାଲିବାନ ଆତଙ୍କବାଦୀ ସହ ଏକ ଘଣ୍ଟା ଧରି ଲଢ଼ିଲେ ଏହି ଯୁବତୀ

ଅତୀତରେ ମଲାଲା ୟୁସୁଫଜାଇ ଆତଙ୍କବାଦ ବିରୋଧରେ ନିଜ ଲଢ଼େଇ ପାଇଁ ପ୍ରଶଂସାର ପାତ୍ର ହୋଇଥିଲେ। ଏବେ ସେଭଳି କିଛି କାମ କରି ଆଫଗାନିସ୍ତାନର ଜଣେ ୧୬...

ସୈନ୍ୟ ବାହିନୀ ବିମାନ ନିଖୋଜ: ୩୮ ଜଣଙ୍କ ପତ୍ତା ମିଳୁନି

ସାଣ୍ଟିଆଗୋ,୧୦।୧୨: ଚିଲିର ଏକ ସୈନ୍ୟ ବାହିନୀ ବିମାନ ନିଖୋଜ ହୋଇଛି। ବିମାନଟି ଚିଲିରୁ ଆଣ୍ଟାର୍କଟିକା ଉଡ଼ାଣ କରୁଥିଲା ବୋଲି କୁହାଯାଉଛି। ଏଥିରେ ୩୮ ଜଣ ଲୋକ...

ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’: ଜଣେ ମୃତ, ୭୦ ଆହତ

ଟୋକିଓ,୧୨।୧୦: ଜାପାନରେ ତାଣ୍ଡବ ରଚିଲା ‘ହଗିବିସ୍‌’ ତାଣ୍ଡବ ରଚିଛି। ଏଥିରେ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୭୦ ଆହତ ହୋଇଛନ୍ତି। ଶନିବାର ହେଂସୁ ଦ୍ୱୀପରେ ଭୂ-ଭାଗକୁ ପ୍ରବେଶ...

ଏକ ଛତ୍ରବାଦୀ ଶାସକ କିମ୍‌ କଲେ ଉତ୍ତରକୋରିଆ ସମ୍ବିଧାନ ସଂଶୋଧନ: ହେଲେ ଦେଶର ସର୍ବୋଚ୍ଚ ଅଧିକାରୀ

ପୋୟାଙ୍ଗ୍‌ୟାଙ୍ଗ୍‌,୧୧।୭: ଉତ୍ତରକୋରିଆର ଏକ ଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌-ଉନ୍‌ ଗୁରୁବାର ଦେଶର ସମ୍ବିଧାନ ସଂଶୋଧନ କରିଛନ୍ତି। ଏହାଦ୍ୱାରା କିମ୍‌ ଦେଶର ସର୍ବୋଚ୍ଚ ଅଧିକାରୀ ଭାବେ ଏବେ...

ହାତୀଙ୍କ ଲିପ୍‌ କିସ୍‌: ଯାହା ମଣିଷଙ୍କ କିସ୍‌ ସିନ୍‌କୁ ପଛରେ ପକାଇଦେବ

ସାଧାରଣତଃ ପଶୁ ପକ୍ଷୀଙ୍କୁ ନେଇ ସୋସିଆଲ ମିଡିଆରେ କେତେ ଗୁଡିଏ ଭିଡିଓ ଭାଇରାଲ ହୋଇଥାଏ। ବର୍ତ୍ତମାନ ଦୁଇ ହାତୀଙ୍କ ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ...

କରୋନାକୁ ଜିତିଲେ ୯୪ ବର୍ଷିୀୟ ମହିଳା

ନୂଆଦିଲ୍ଲୀ, ୧୪ା୫: ମହାରାଷ୍ଟ୍ରର ସାଙ୍ଗ୍‌ଲି ଜିଲାରେ ଜଣେ ୯୪ ବର୍ଷୀୟ ବୃଦ୍ଧା କରୋନାକୁ ପରାସ୍ତ କରିଛନ୍ତି। ସାଙ୍ଗ୍‌ଲିର ମିରାଜ୍‌ ସରକାରୀ ହସ୍ପିଟାଲରେ ସେ ଭୂତାଣୁ ଆକ୍ରାନ୍ତ...

Play 250+ Trending Games
Archives

Model This Week

Why Dharitri