ଚା’ ଦୋକାନରେ କପ୍‌ ଧୋଉଥିଲେ ଏହି ପ୍ରସିଦ୍ଧ ଅଭିନେତା

ଅଭିନୟ ଦୁନିଆରେ ପାଦ ଦେବା ପୂର୍ବରୁ ମନରେ ପ୍ରଥମ ଚିନ୍ତାଧାରା ଆସେ ଯେ ଅଭିନୟ ବ୍ୟତୀତ ସ୍ମାର୍ଟ ଏବଂ ରୂପରେ ସୁନ୍ଦର ହେବା ନିହାତି ଆବଶ୍ୟକ। କିନ୍ତୁ ପ୍ରସିଦ୍ଧ ଅଭିନେତା ଓମ ପୁରୀ ଏହାର ବିପରୀତ ଥିଲେ। ସେ ସ୍ମାର୍ଟ ନ ଥିଲେ କି ଅଭିନେତା ପରି ଦେଖାଯାଉ ନ ଥିଲେ, କିନ୍ତୁ ସେ ଅଭିନୟ ଜଗତରେ ନିଜର ନାମ ଅର୍ଜନ କରିଥିଲେ। କେବଳ ବଲିଉଡରେ ନୁହେଁ, ସମଗ୍ର ବିଶ୍ୱ ତାଙ୍କୁ ଜଣେ ଭେଟେରାନ ଅଭିନେତା ଭାବରେ ମନେ ରଖିଛି। ଯଦିଓ ସେ ଆଜି ଆମ ଗହଣରେ ନାହାଁନ୍ତି, କିନ୍ତୁ ତାଙ୍କ ସ୍ମୃତି ଆଜି ବି ଆମ ହୃଦୟରେ ରହିଯାଇଛି।
ଓମ ପୁରୀ ଅକ୍ଟୋବର ୧୮, ୧୯୫୦ରେ ହରିୟାଣାର ଅମ୍ବାଲାରେ ଜନ୍ମଗ୍ରହଣ କରିଥିଲେ। ଅନେକ ସାକ୍ଷାତକାରରେ ସେ ନିଜ ପିଲାଦିନର କାହାଣୀ ବିଷୟରେ କହିଥିଲେ। ପିଲାଦିନେ ସେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ତାଙ୍କୁ ୬ ବର୍ଷ ହୋଇଥିଲା, ସେତେବେଳେ ସେ ଏକ ଚା’ ଦୋକାନରେ କପ୍‌ ଧୋଇବା କାମ କରୁଥିଲେ। କେବଳ ଏତିକି ନୁହେଁ, ସେ ଢାବାରେ ବାସନ ମଧ୍ୟ ମାଜୁଥିଲେ। ଓମ ପୁରୀ ଦିନସାରା କାମ କରି ଥକି ଯାଉଥିଲେ ଏବଂ ସେ ରାତି ୧୦ଟାରେ ଶୋଇ ପଡୁଥିଲେ। ଏଭଳି ପରିସ୍ଥିତିରେ ଓମ ପୁରୀ ବାସନକୁସନକୁ ଲୁଚାଇ ସକାଳେ ମାଜିଥାନ୍ତି। ଥରେ ଏପରି କରିବା ସମୟରେ ଢାବା ମାଲିକ ତାଙ୍କୁ ଦେଖିଦେବାରୁ ଢାବାରୁ ବାହାର କରି ଦେଇଥିଲେ। ଓମ ପୁରୀ ପିଲାଦିନେ ଫିଲ୍ମ ଦେଖିବାକୁ ପସନ୍ଦ କରୁଥିଲେ। ବଡ ହେବା ପରେ ନ୍ୟାସନାଲ ସ୍କୁଲ ଡ୍ରାମାରେ ନାମ ଲେଖାଇଲେ ଏବଂ ତାଙ୍କର ଉତ୍କୃଷ୍ଟ ଅଭିନୟ ହେତୁ ସାରା ବିଶ୍ୱରେ ପ୍ରସିଦ୍ଧ ହେଲେ। ସେ ସ୍ପର୍ଶ, ଆକ୍ରୋଶ, କଲୟୁଗ୍‌, ଗାନ୍ଧୀ, ଜାନେ ଭୀ ଦୋ ୟାରୋ, ଆରୋହନ, ଅର୍ଦ୍ଧସତ୍ୟ, ମଣ୍ଡି, ପାର୍‌, ମିର୍ଚ୍ଚ ମସାଲା ଏବଂ ସିଟି ଅଫ ଜୟ ଭଳି ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୨୦୧୭, ଜାନୁଆରୀ ୬ରେ ଓମ ପୁରୀଙ୍କ ପରଲୋକ ଘଟିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ସଲମାନ୍‌ ଖାନ୍‌ଙ୍କୁ ଏହି କାରଣରୁ ନିଜ ବିବାହକୁ ନିମନ୍ତ୍ରଣ କରି ନ ଥିଲେ ଅନୁଷ୍କା

ବଲିଉଡ୍‌ ଜଗତରେ ଯେତେବେବେ କୌଣସି ବିବାହ ହୁଏ ତାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଥାଏ। ସେହିପରି ଏକ ଚର୍ଚ୍ଚିତ ବିବାହ ହେଉଛି ଅଭିନେତ୍ରୀ ଅନୁଷ୍କା...

ମନର ଯନ୍ତ୍ରଣା ବଖାଣିଲେ ଶିଳ୍ପା

ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ଏବଂ ତାଙ୍କ ବ୍ୟବସାୟୀ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଦୂର ହେବାର ନାଁ ନେଉନାହିଁ। ଏବେ ଉଭୟଙ୍କ ନାଁରେ ଠକେଇ...

ମଜାଳିଆ ଢ଼ଙ୍ଗରେ ଫିଲ୍ମର ରିଲିଜ୍‌ ତାରିଖ ଘୋଷଣା କଲେ ଡାର୍ଟି ଗର୍ଲ

ମୁମ୍ବାଇ: ବଲିଉଡ୍‌ ଡାର୍ଟି ଗର୍ଲ ବିଦ୍ୟା ବାଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମର ଅପକ୍ଷୋରେ ରହିଥିବା ଦର୍ଶକଙ୍କ ପାଇଁ ଏକ ଖୁସିଖବର। ବିଦ୍ୟା ନିଜ ଅଭିନୀତ ଫିଲ୍ମର...

ମୁଖ୍ୟ ଅଭିନେତା ପାଇଁ ୪୦ ଅଡିଶନ ଦେଇ ବି ଫେଲ ମାରିଥିଲେ ସରମନ

ମୁମ୍ବାଇ: ସରମନ ଯୋଶୀ । ଆଗଧାଡିର ନ ହେଲେ ବି ବଲିଉଡର ଜଣେ ଜଣାଶୁଣା କଳାକାର । କିଛି ଫିଲ୍ମରେ ସେ ଏମିତି ଅଭିନୟ କରିଛନ୍ତି...

ମିନି ଡ୍ରେସ୍‌ରେ ହିନାଙ୍କ ସୁପର ଲୁକ୍‌

ମୁମ୍ବାଇ: ଟେଲିଭିଜନ ଷ୍ଟାରଲେଟ୍‌ ହିନା ଖାନ୍‌ ଫ୍ୟାଶନକୁ ନେଇ ବେଶ୍‌ ଚର୍ଚ୍ଚାରେ। ଚଳିତ ବର୍ଷ କାନ୍ସରେ ତାଙ୍କର ସୁପର ତଥା ଚମତ୍କାର ଲୁକ୍‌ ଠାରୁ ଆରମ୍ଭ...

ଅଭିନେତ୍ରୀଙ୍କୁ ୩ ବର୍ଷ ଜେଲ୍‌: ମହିଳାଙ୍କୁ ଏହି କାମ ପାଇଁ ପକାଉଥିଲେ ଚାପ

ଆମେରିକାର ପ୍ରସିଦ୍ଧ ଅଭିନେତ୍ରୀ ଆଲିସନ ମ୍ୟାକଙ୍କୁ ତିନି ବର୍ଷ ଜେଲ୍‌ ହୋଇଛି। ଝିଅମାନଙ୍କୁ ଜବରଦସ୍ତ ଯୌନ ସମ୍ପର୍କ ରଖିବାକୁ ଚାପ ପକାଉଥିବା ଆଲିସାନଙ୍କ ନାଁରେ ଅଭିଯୋଗ...

ରଣବୀରଙ୍କ ପରେ ଏବେ କୁନାଲ ହେଲେ ‘ନ୍ୟୁଡ୍‌’

ବମ୍ବେ: କିଛି ଦିନ ପୂର୍ବେ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ ଅଭିନେତା ରଣବୀର ସିଂ। କିଛି ଲୋକ ତାଙ୍କୁ ବିରୋଧ କରିଥିବା ବେଳେ କିଛି...

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ...

Advertisement
Archives

Model This Week