Posted inଖେଳ

ଅଲିମ୍ପିକ୍ସର ଅତୁଟ ରେକର୍ଡ

ବିଶ୍ୱର ସର୍ବୋଚ୍ଚ କ୍ରୀଡ଼ା ପ୍ରତିଯୋଗିତା ଅଲିମ୍ପିକ୍ସର ୩୩ତମ ସଂସ୍କରଣ ଆୟୋଜନ ପାଇଁ ପ୍ୟାରିସ ପ୍ରସ୍ତୁତ। ‘ସିଟି ଅଫ୍‌ ଲାଇଟ୍ସ’ ଉପରେ ଏବେ ସମଗ୍ର ବିଶ୍ୱର ନଜର। ଜୁଲାଇ ୨୬ରେ ସିନ୍‌ ନଦୀରେ ଉଦ୍‌ଘାଟନୀ ସମାରୋହ ସହ ଆରମ୍ଭ ହେବ ଏହି କ୍ରୀଡ଼ା ମହାକୁମ୍ଭ। ଅଗଷ୍ଟ ୧୧ ପର୍ଯ୍ୟନ୍ତ ଆକ୍ସନରେ ଭରପୂର ରହିବ ଆଥଲେଟ୍‌ଙ୍କ କଳାକୌଶଳ। ପ୍ରତିଯୋଗିତାର ସଫଳ ଆୟୋଜନ ପାଇଁ ପ୍ୟାରିସକୁ ସୁରକ୍ଷା କବଚ ମଧ୍ୟରେ ରଖାଯାଇଛି। ୨୦୬ ଦେଶର ୧୦,୭୧୪ ଆଥଲେଟ୍‌ ୩୨ କ୍ରୀଡ଼ାର ୩୨୯ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ପୋଡିୟମ ମଣ୍ଡନ ପାଇଁ ହେବ କଡ଼ା ଟକ୍କର। ଭାରତର ୧୧୭ ପ୍ରତିଯୋଗୀ ୧୬ କ୍ରୀଡ଼ାରେ ଭାଗନେବେ…

ରେକର୍ଡ ସୃଷ୍ଟି ହୋଇଥାଏ ଭାଙ୍ଗିବା ପାଇଁ। ତେବେ ଏମିତି କିଛି ରେକର୍ଡ ରହିଛି ଯାହା ଭାଙ୍ଗିବା ଅସମ୍ଭବ। କ୍ରୀଡା ମହାକୁମ୍ଭ ଅଲିମ୍ପିକ୍ସ ୨୦୨୪ ଅନୁଷ୍ଠିତ ହେବାକୁ ଯାଉଛି। ଏମିତି କିଛି ରେକର୍ଡ ଯାହା ଭାଙ୍ଗିବା ଅସମ୍ଭବ ବା ଅତ୍ୟନ୍ତ କଷ୍ଟକର। ତା ଉପରେ ଏକ ନଜର…

ଉସେନ୍‌ ବୋଲ୍ଟଙ୍କ ଟାଇମିଂ: ଅଲିମ୍ପିକ୍ସ ୧୦୦ ମିଟର ସ୍ପ୍ରିଣ୍ଟରେ ଉସେନ୍‌ ବୋଲ୍ଟଙ୍କ ନାମରେ ୯.୬୩ ସେକେଣ୍ଡର ରେକର୍ଡ ରହିଛି। କ୍ରୀଡାରେ ସବୁ ସମ୍ଭବ ତେଣୁ ହୁଏତ ବୋଲ୍ଟଙ୍କ ରେକର୍ଡ ଭାଙ୍ଗି ପାରେ। ମାତ୍ର ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ବୋଲ୍ଟଙ୍କ ପ୍ରତିଷ୍ଠିତ ରେକର୍ଡର କେହି ପାଖ ବି ମାଡି ପାରି ନାହାନ୍ତି। ଅଲିମ୍ପିକ୍ସର ଦ୍ୱିତୀୟ ସର୍ବଶ୍ରେଷ୍ଠ ୯.୬୯ ସେକେଣ୍ଡର ଟାଇମିଂ ମଧ୍ୟ ବୋଲ୍ଟଙ୍କ ନାମରେ ରହିଛି। ଏପରିକି ୨୦୦୯ରେ ବିଶ୍ୱ ଚାମ୍ପିୟନଶିପରେ ବୋଲ୍ଟ ୯.୫୮ ସେକେଣ୍ଡର ଟାଇମିଂ ହାସଲ କରିଥିଲେ। ବର୍ତ୍ତମାନର କୌଣସି ଆଥଲେଟ ବୋଲ୍ଟଙ୍କ ଟାଇମିଂର ନିକଟତର ନ ଥିବା କାରଣରୁ ଏହି ରେକର୍ଡ ଭାଙ୍ଗିବା ଅସମ୍ଭବ।
ନାଦିଆଙ୍କ ପର୍ଫେକ୍ଟ ରୁଟିନ୍‌: ରୋମାନିଆର ୫ଥର ଅଲିମ୍ପିକ୍ସ ସ୍ବର୍ଣ୍ଣ ବିଜେତା ଜିମ୍ନାଷ୍ଟ ନାଦିଆ କୋମାନେସିଙ୍କ ପର୍ଫେକ୍ଟ ୧୦ ସ୍କୋର ରେକର୍ଡ ଭାଙ୍ଗିବା ମଧ୍ୟ ଅସମ୍ଭବ। ୧୯୭୬ ମଣ୍ଟ୍ରିଲ ଅଲିମ୍ପିକ୍ସରେ ନାଦିଆ ପର୍ଫେକ୍ଟ ୧୦ ସ୍କୋର କରିଥିଲେ। ୨୦୦୬ରେ ଅଲିମ୍ପିକ୍ସ ନିୟମରେ ପରିବର୍ତ୍ତନ ସହିତ କୌଣସି ଖେଳାଳି ଆଉ ପର୍ଫେକ୍ଟ ୧୦ ସ୍କୋର କରିବା ଅସମ୍ଭବ।
ସର୍ବାଧିକ ଅଂଶଗ୍ରହଣ: ଅଲିମ୍ପିକ୍ସରେ ସର୍ବାଧିକ ଥର ଅଂଶଗ୍ରହଣ କରିବାର ରେକର୍ଡ କାନାଡାର ଇଆନ୍‌ ମିଲରଙ୍କ ନାମରେ ରହିଛି। ଇକ୍ୱଷ୍ଟ୍ରିଆନ୍‌ ଇଭେଣ୍ଟରେ ଅଂଶଗ୍ରହଣ କରୁଥିବା ମିଲର ୧୯୭୨ରୁ ୨୦୧୨ ମଧ୍ୟରେ ୧୦ ଥର ଅଲିମ୍ପିକ୍ସରେ ଅଂଶଗ୍ରହଣ କରିଥିଲେ। ଅଷ୍ଟ୍ରେଲୀୟ ସେଲର ହ୍ୟୁବର୍ଟ ରାଡୁସ୍କଲ, ଲାଟଭିଆ ଶୁଟର ଆଫାନସିଜସ କୁଜମିନ୍ସ ଓ ସୋଭିଏଟ ଶୁଟର ନାନୋ ଶାଲକୁଭେଜ୍‌ ୮ ଥର ଲେଖାଏ ଭାଗ ନେଇଛନ୍ତି।
କ୍ରମାଗତ ସ୍ବର୍ଣ୍ଣ ପଦକ: କ୍ରମାଗତ ୬ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ସହ ଏହି ରେକର୍ଡ ନିଜ ନାମରେ ରଖିଛନ୍ତି ହଙ୍ଗେରୀଆନ ଫେନ୍ସର ଆଲାଡାର ଜେରେଭିଚ୍‌। ୧୯୩୨ରୁ ୧୯୬୦ ମଧ୍ୟରେ ସେ ଏହି ସଫଳତା ହାସଲ କରିଥିଲେ। ଏପରିକି ଏହା ମଧ୍ୟରେ ୨ ଥର ଅଲିମ୍ପିକ୍ସ ଗେମ୍‌ ଦ୍ୱିତୀୟ ବିଶ୍ୱଯୁଦ୍ଧ କାରଣରୁ ବାତିଲ ହୋଇଥିଲା। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି ବ୍ରିଟିଶ ରୋୟର ସାର ଷ୍ଟିଭ୍‌ ରେଡଗ୍ରେଭ୍‌। ଷ୍ଟିଭ୍‌ ୧୯୮୪ ରୁ ୨୦୦ ମସିହା ମଧ୍ୟରେ କ୍ରମାଗତ ୫ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।
ଫେଲପ୍ସଙ୍କ ପଦକ: ଆମେରିକୀୟ ସନ୍ତରଣକାରୀ ମାଇକେଲ ଫେଲପ୍ସଙ୍କ ପଦକ ସଂଖ୍ୟାର ରେକର୍ଡ ଭାଙ୍ଗିବା ଅସମ୍ଭବ। ଫେଲପ୍ସ ୨୩ ସ୍ବର୍ଣ୍ଣ ପଦକ ସହ ମୋଟ ୨୮ ପଦକ ହାସଲ କରିଛନ୍ତି। ଉଭୟ ସ୍ବର୍ଣ୍ଣ ପଦକ ତଥା ଓଭରଅଲ ପଦକ ତାଲିକାରେ କୌଣସି ବି ଆଥଲେଟ ତାଙ୍କର ନିକଟତର ହେବା ଅସମ୍ଭବ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?