Categories: ଖେଳ

ଅଲିମ୍ପିକ ଟେନିସ୍‌: କେବଳ ମହିଳା ଡବଲ୍ସ ଯୋଡ଼ି ଖେଳିବେ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକ୍ସରେ ଏଥର କେବଳ ଭାରତୀୟ ମହିଳା ଡବଲ୍ସ ଯୋଡି ଅଂଶଗ୍ରହଣ କରିବା ସ୍ପଷ୍ଟ ହୋଇଛି। ୧୯୮୮ରେ ଟେନିସ ଅଲିମ୍ପିକ୍ସରେ ସାମିଲ ହେବା ପରଠାରୁ ପ୍ରଥମଥର ପାଇଁ କୌଣସି ଭାରତୀୟ ପୁରୁଷ ଡବଲ୍ସ ଯୋଡି ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବେ ନାହିଁ। ମହିଳା ଡବଲ୍ସରେ ଅଭିଜ୍ଞ ସାନିଆ ମିର୍ଜା ଓ ନବାଗତ ଅଙ୍କିତା ରାଇନା ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରତିନିଧିତ୍ୱ କରିବେ। ସାନିଆ ଚତୁର୍ଥଥର ପାଇଁ ଅଲିମ୍ପିକ୍ସରେ ଭାଗ ନେବେ। ସର୍ବାଧିକ ଅଲିମ୍ପିକ୍ସ ଖେଳିଥିବା ଭାରତୀୟ ମହିଳା ଭାବେ ସେ ରେକର୍ଡ କରିବେ। ଅନ୍ୟପଟେ ଅଙ୍କିତା ପ୍ରଥମଥର ପାଇଁ ଏହି ମେଗା ଇଭେଣ୍ଟରେ ଅଂଶଗ୍ରହଣ କରିବେ। ଭାରତର ଦୁଇ ପୁରୁଷ ଡବଲ୍ସ ସ୍ପେଶାଲିଷ୍ଟ ରୋହନ ବୋପାନ୍ନା ଓ ଦିଭିଜ ଶରଣ ମିଳିତ ଭାବେ ୧୧୩ତମ ର଼୍ୟାଙ୍କରେ ରହୁଥିବାରୁ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରି ନାହାନ୍ତି। ସେହିପରି ମିକ୍ସଡ ଡବଲ୍ସ ଇଭେଣ୍ଟରେ ମଧ୍ୟ ଭାରତୀୟ ଖେଳାଳିମାନେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ ନାହିଁ।

Share