Categories: ଖେଳ

ଅଲିମ୍ପିକ୍ସ ଯୋଗ୍ୟତା:ଭବାନୀ ଦେବୀ ପ୍ରଥମ ଭାରତୀୟ ଫେନ୍‌ସର

ଚେନ୍ନାଇ, ୧୫ା୩ (ପି.ଟି.)- ତାମିଲନାଡୁର ସି.ଏ. ଭବାନୀ ଦେବୀ ପ୍ରଥମ ଭାରତୀୟ ଫେନ୍‌ସର ଭାବେ ଟୋକିଓ ଅଲିମ୍ପିକ ଗେମ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ଟିମ୍‌ ଇଭେଣ୍ଟ କ୍ୱାର୍ଟରଫାଇନାଲରେ ଆୟୋଜକ ଦଳର ପରାଜୟ ଦ୍ୱାରା ଦକ୍ଷିଣ କୋରିଆର ସେମିଫାଇନାଲ ପ୍ରବେଶ ଯୋଗୁ ଏହି ସାବ୍ରେ ଫେନ୍‌ସର ହଙ୍ଗେରୀ ବିଶ୍ୱକପ୍‌ରେ ସ୍ଥାନ ପକ୍କା କରିଥିଲେ। ଭବାନୀ ଦେବୀ ଆଡଜଷ୍ଟେଡ୍‌ ଅଫିସିଆଲ ର଼୍ୟାଙ୍କିଙ୍ଗ (ଏଓଆର) ପଦ୍ଧତିରେ ଯୋଗ୍ୟତା ଅର୍ଜନ କରିଛନ୍ତି। ୨୦୨୧ ଏପ୍ରିଲ ୫ ବିଶ୍ୱ ର଼୍ୟାଙ୍କିଙ୍ଗ ଭିତ୍ତିରେ ଏସିଆ ଓ ଓସିନିଆରୁ ବ୍ୟକ୍ତିଗତ ଇଭେଣ୍ଟ ପାଇଁ ଗୋଟିଏ ଗୋଟିଏ କୋଟା ରହିଛି। ର଼୍ୟାଙ୍କିଙ୍ଗର ୪୫ତମ ସ୍ଥାନରେ ରହିଥିବା ଭବାନୀ ଦେବୀ ର଼୍ୟାଙ୍କିଙ୍ଗ ଭିତ୍ତିରେ ଥିବା ଦୁଇଟି ସ୍ଥାନରୁ ଗୋଟିଏ ସ୍ଥାନ ହାସଲ କରିଛନ୍ତି। ଏପ୍ରିଲ ୫ରେ ର଼୍ୟାଙ୍କିଙ୍ଗ ତାଲିକା ପ୍ରକାଶ ପାଇବା ମାତ୍ରେ ଏହି ୨୭ ବର୍ଷୀୟା ଫେନସରଙ୍କ ନାମ ସ୍ପଷ୍ଟ ହେବ। ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ କେନ୍ଦ୍ର କ୍ରୀଡ଼ା ମନ୍ତ୍ରୀ କିରନ ରିଜିଜୁ ଭବାନୀ ଦେବୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Share