Posted inଖେଳ

ଅଲିମ୍ପିକ୍ସ ପଦକ ଶ୍ୱେତାରାଣୀଙ୍କ ସ୍ବପ୍ନ

୨୦୨୩ ମେ ୭ରେ ରୁଷିଆର ମସ୍କୋରେ ଅନୁଷ୍ଠିତ ମସ୍କୋ ଉଷୁ ଷ୍ଟାର୍ସ ଚାମ୍ପିୟନଶିପ୍‌ର ସବ୍‌ଜୁନିୟର ବାଳିକା ୪୮ କେଜି ସାଣ୍ଡା (ଫାଇଟ୍‌) ବର୍ଗରେ ସ୍ବର୍ଣ୍ଣ ପଦକ ଜିତି ରାଜ୍ୟ ଏବଂ ଦେଶକୁ ଗର୍ବିତ କରିଛନ୍ତି ଓଡ଼ିଶାର ଶ୍ୱେତାରାଣୀ ମହନ୍ତ। ମିନାଲ ନାମରେ ପରିଚିତ ଶ୍ୱେତାରାଣୀଙ୍କର ଅନ୍ତର୍ଜାତୀୟ ସ୍ତରରେ ଏହାଥିଲା ପ୍ରଥମ ପଦକ। ପୂର୍ବରୁ ରାଜ୍ୟ ଓ ଜାତୀୟ ସ୍ତରରେ ଅନେକ ପଦକ ଜିତି ସାରିଥିବା ଶ୍ୱେତାରାଣୀ ଅନ୍ତର୍ଜାତୀୟ ପଦକର ସ୍ବାଦ ପାଇଥିବାରୁ ସ୍ବାଭାବିକଭାବେ ଖୁସିରେ ବିଭୋର। ତେବେ କଠିନ ପରିଶ୍ରମ କରି ବହୁ ଆଗକୁ ଯିବାକୁ ଅଛି ଏବଂ ଭବିଷ୍ୟତରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରି ପଦକ ଜିତିବା ତାଙ୍କର ଇଚ୍ଛା ବୋଲି ସ୍ବତନ୍ତ୍ର ସାକ୍ଷାତକାର ଅବସରରେ ପ୍ରକାଶ କରିଛନ୍ତି।

ପ୍ର: ଉଷୁ ପ୍ରତି କିପରି ଆଗ୍ରହୀ ହେଲ, କିଏ ଉତ୍ସାହିତ କରିଥିଲେ ?
ଉ: ମୋ ବାପା ପଙ୍କଜ କୁମାର ମହନ୍ତ ଜଣେ ଇନ୍‌ଡୋର ଏସିଆନ ଗେମ୍ସ ମେଡାଲିଷ୍ଟ। ସେ ଜଣେ ପ୍ରତିଷ୍ଠିତ କୋଚ୍‌ ମଧ୍ୟ। ତାଙ୍କ ପ୍ରେରଣାରେ ମୁଁ ଉଷୁପ୍ରତି ଆଗ୍ରହୀ ହୋଇଥିଲି।
ପ୍ରଶ୍ନ: କେବେଠାରୁ ଉଷୁ ଖେଳିବା ଆରମ୍ଭ କଲ ?
ଉତ୍ତର: ମୁଁ ୭ ବର୍ଷରୁ ଉଷୁ ଆରମ୍ଭ କରିଥିଲି। ସେତେବେଳେ ଷ୍ଟାଣ୍ଡାର୍ଡ ୩ରେ ପଢ଼ୁଥିଲି।
ପ୍ର: କେଉଁଠାରେ ଅଭ୍ୟାସ କରୁଛ ?
ଉ: ବଡ଼ବିଲରେ ଥିବା ଉଷୁ ଷ୍ଟାଡିୟମରେ ବାପା ଟ୍ରେନିଂ ଦିଅନ୍ତି। ସେଠାରେ ମୁଁ କୋଚିଂ ନେଉଛି। ବାପା ହିଁ ମୋର ପ୍ରଥମ କୋଚ୍‌ ଏବଂ ଏବେ ମଧ୍ୟ ମୁଁ ତାଙ୍କଠାରୁ କୋଚିଂ ନେଉଛି।
ପ୍ର: ପରିବାରରୁ କିପରି ସମର୍ଥନ ମିଳୁଛି ?
ଉ: ବାପା ଜଣେ ଉଷୁ ଏକ୍ସପର୍ଟ ହୋଇଥିବାରୁ ପରିବାରରୁ ମୋତେ ଏହି କ୍ରୀଡ଼ା ପାଇଁ ଭରପୂର ସମର୍ଥନ ମିଳୁଛି। ପରିବାର ଏବଂ ବନ୍ଧୁବର୍ଗ ଆଦି ସମସ୍ତେ ମୋତେ ଉତ୍ସାହିତ କରିଥାନ୍ତି।
ପ୍ର: ଉଷୁର କେତୋଟି ବିଭାଗ ଅଛି। ତୁମକୁ କେଉଁଟି ଭଲଲାଗେ?
ଉ: ଉଷୁର ୨ଟି ବିଭାଗ ରହିଛି। ଗୋଟିଏ ହେଲା ସାଣ୍ଡା ଅର୍ଥ୍‌ ଫାଇଟ୍‌। ଆଉଗୋଟେ ହେଲା ଟାଉଲୁ, ଯେଉଁଥିରେ ଶୋ’ କରାଯାଇଥାଏ। ମୋତେ ସାଣ୍ଡା ଭଲଲାଗେ। ମୁଁ ଫାଇଟ୍‌ କରିବାକୁ ଭଲପାଏ।
ପ୍ର: ଟାଉଲୁରେ କେବେ ଭାଗ ନେଇଛ ? ୨ଟା ବିଭାଗରୁ କେଉଁଟା କଷ୍ଟସାଧ୍ୟ?
ଉ: ମୁଁ କେବେ ଟାଉଲୁରେ ଭାଗ ନେଇନାହିଁ। ୨ ବିଭାଗରୁ ସାଣ୍ଡା ହିଁ କଷ୍ଟକର। ଯେଉଁମାନେ ପାଇଟ୍‌ କରିପାରନ୍ତି ନାହିଁ ସେମାନେ ଟାଉଲୁରେ ଅଂଶଗ୍ରହଣ କରିଥାନ୍ତି।
ପ୍ର: ରୁଷିଆ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ତୁମେ କିପରି ଯୋଗ୍ୟତା ପାଇଥିଲ ?
ଉ: ଖେଲୋ ଇଣ୍ଡିଆ ଓମେନ୍ସ ଲିଗ୍‌ରେ ଦେଶର ସବୁ ରାଜ୍ୟରୁ ପ୍ରତିଯୋଗୀ ଭାଗ ନେଇଥାନ୍ତି। ସେଠାରେ ସ୍ବର୍ଣ୍ଣ ପଦକ ଜିତିଥିବା ପ୍ରତିଯୋଗୀମାନେ ମସ୍କୋ ପ୍ରତିଯୋଗିତା ପାଇଁ ଚୟନ ହୋଇଥିଲେ। ଖେଲୋ ଇଣ୍ଡିଆ ସବ୍‌ଜୁନିୟର ଓମେନ୍ସ ଲିଗ୍‌ ମାର୍ଚ୍ଚ ୨୭ରୁ ୩୧ ପର୍ଯ୍ୟନ୍ତ ଜମ୍ମୁ-କଶ୍ମୀରରେ ଥିଲା। ମୁଁ ସେଠାରୁ ମନୋନୀତ ହୋଇଥିଲି।
ପ୍ର: ରାଜ୍ୟ ହେଉ କିମ୍ବା ଜାତୀୟ ପ୍ରତିଯୋଗିତା। ଏହା ପୂର୍ବରୁ ତୁମର ପ୍ରଦର୍ଶନ କିପରି ରହିଛି ?
ଉ: ମୁଁ ଅନେକଥର ରାଜ୍ୟ ସ୍ତରରେ ସ୍ବର୍ଣ୍ଣ ପଦକ ହାସଲ କରି ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛି ଏବଂ ସେଠାରେ ମଧ୍ୟ ପ୍ରଭାବୀ ପ୍ରଦର୍ଶନ କରିଛି।
ପ୍ର: ମସ୍କୋରେ ଅନୁଷ୍ଠିତ ଅନ୍ତର୍ଜାତୀୟ ପ୍ରତିଯୋଗିତା କେତେ ଟପ୍‌ ଥିଲା ?
ଉ: ସେଠାରେ ବହୁତ ଦେଶରୁ ଭଲ ପିଲାମାନେ ଭାଗ ନେଇଥିଲେ। ତେଣୁ ପ୍ରତିଯୋଗିତା ବହୁତ ଟପ୍‌ ଥିଲା।
ପ୍ର: ଟୁର୍ନାମେଣ୍ଟରେ ତୁମେ କେଉଁ ଦେଶର ପ୍ରତିଯୋଗୀଙ୍କୁ ଭେଟିଥିଲ ?
ଉ: ମୋର କ୍ୱାର୍ଟର ଫାଇନାଲ ଆଜରବୈଜାନ, ସେମିଫାଇନାଲ ଇଣ୍ଡୋନେସିଆ ଓ ଫାଇନାଲ ରୁଷିଆ ପ୍ରତିଯୋଗୀଙ୍କ ବିପକ୍ଷରେ ଥିଲା। ଏଥିରୁ ଫାଇନାଲର ପ୍ରତିଦ୍ୱନ୍ଦ୍ୱୀ କଡ଼ା ଟକ୍କର ଦେଇଥିଲେ। ମାତ୍ର ମୁଁ ନିଜ କୌଶଳ ବଳରେ ଚାମ୍ପିୟନ ହୋଇଥିଲି।
ପ୍ର: ଆଗକୁ କ’ଣ କରିବା ଲକ୍ଷ୍ୟ ରହିଛି ?
ଉ: ମୁଁ ଅଧିକ ପରିଶ୍ରମ କରି ଅଲିମ୍ପିକ୍ସରେ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଇଚ୍ଛା ରଖିଛି। ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ ମୋର ଲକ୍ଷ୍ୟ।
ପ୍ର: ଆଗକୁ ବଢ଼ିବାପାଇଁ ଆଉ କ’ଣ ଆବଶ୍ୟକ ଅଛି ବୋଲି ଅନୁଭବ କରୁଛ ?
ଉ: ମୁଁ ଭାବୁଛି ବାପାଙ୍କ ପାଖରୁ କୋଚିଂ ନେଇ ହିଁ ଆଗକୁ ବଢ଼ି ପାରିବି। କେବଳ ମୋତେ କଠିନ ପରିଶ୍ରମ କରିବାର ଅଛି।
ପ୍ର: ଆଦର୍ଶ ଖେଳାଳି କିଏ ?
ଉ: ମୋ ବାପା ହିଁ ମୋର ଆଦର୍ଶ। ମୋ ପାଇଁ ସେ ହିଁ ସବୁଠାରୁ ଶ୍ରେଷ୍ଠ ଉଷୁ ଖେଳାଳି।
ପ୍ର: ଓଡ଼ିଶାରେ ଉଷୁର ଉନ୍ନତି ପାଇଁ ଆଉ କ’ଣ ଆବଶ୍ୟକ ଅଛି ?
ଉ: ଓଡ଼ିଶାରେ ଉଷୁ ଏତେ ଲୋକପ୍ରିୟ ହୋଇ ପାରିନାହିଁ। ଅନ୍ୟ ରାଜ୍ୟରେ ଜାତୀୟ ସବ୍‌ଜୁନିୟରରେ ବିଜୟୀ ହେଲେ ମଧ୍ୟ ସରକାରଙ୍କ ପକ୍ଷରୁ ମୋଟା ଅଙ୍କର ଆର୍ଥିକ ପ୍ରୋତ୍ସାହନ ମିଳିଥାଏ। ମାତ୍ର ଏଠାରେ ଯାହାବି ମିଳୁଛି ତାହା ବହୁତ କମ୍‌।
ପ୍ର: ରାଜ୍ୟରେ ଟ୍ରେନିଂପାଇଁ କିପରି ସୁବିଧା ରହିଛି ?
ଉ: ଓଡ଼ିଶାରେ ଆମ ଜିଲାର ପିଲାମାନେ ହିଁ ସବୁଠାରୁ ଭଲ ପ୍ରଦର୍ଶନ ଦେଇଥାନ୍ତି। କାରଣ ଏଠାରେ ଉତ୍ତମ ଟ୍ରେନିଂ ଦିଆ ଯାଇଥାଏ। ତେଣୁ ଅନ୍ୟ ଜିଲାରେ ମଧ୍ୟ ଭଲ ଏକାଡେମୀ ହେବା ସହ କୋଚ୍‌ଙ୍କୁ ନିଯୁକ୍ତ କରାଯିବା କଥା।

-ପ୍ରସ୍ତୁତି ତପନ କୁମାର ସ୍ବାଇଁ


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri