Categories: ଖେଳ

ଅଲିମ୍ପିକ୍ସ ଫୁଟ୍‌ବଲ ଡ୍ର: ଗ୍ରୁପ୍‌ ‘ଡି’ରେ ବ୍ରାଜିଲ

ଜୁରିଚ୍‌, ୨୨।୪(ଏ.ପି.)- ଚଳିତ ବର୍ଷ ଜୁଲାଇ ୨୩ରୁ ଅଗଷ୍ଟ ୮ ପର୍ଯ୍ୟନ୍ତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଫୁଟ୍‌ବଲ ଟୁର୍ନାମେଣ୍ଟ ପାଇଁ ଡ୍ର’ ଉଠାଣ କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଡ୍ର’ ଅନୁସାରେ ଗତଥରର ପୁରୁଷ ବିଭାଗ ଚାମ୍ପିୟନ ବ୍ରାଜିଲ ଗ୍ରୁପ୍‌ ‘ଡି’ରେ ସ୍ଥାନ ପାଇଛି। ଏହି ଗ୍ରୁପ୍‌ରେ ସ୍ଥାନ ପାଇଥିବା ଅନ୍ୟ ଦଳଗୁଡ଼ିକ ହେଲେ ଜର୍ମାନୀ, ଆଇଭରି କୋଷ୍ଟ ଓ ସୌଦୀ ଆରବ। ଗ୍ରୁପ୍‌ ‘ଏ’ରେ ଜାପାନ, ଦକ୍ଷିଣ ଆଫ୍ରିକା, ମେକ୍ସିକୋ ଓ ଫ୍ରାନ୍ସ, ଗ୍ରୁପ୍‌ ‘ବି’ରେ ନ୍ୟୁଜିଲାଣ୍ଡ, ଦକ୍ଷିଣ କୋରିଆ, ହଣ୍ଡୁରାସ ଓ ରୋମାନିଆ ଏବଂ ଗ୍ରୁପ୍‌ ‘ସି’ରେ ଇଜିପ୍ଟ, ସ୍ପେନ, ଆର୍ଜେଣ୍ଟିନା ଓ ଅଷ୍ଟ୍ରେଲିଆ ସ୍ଥାନ ପାଇଛି। ମହିଳା ବିଭାଗରେ ଗ୍ରୁପ୍‌ ‘ଇ’ରେ ଜାପାନ, କାନାଡ଼ା, ବ୍ରିଟେନ, ଚିଲି, ଗ୍ରୁପ୍‌ ‘ଏଫ୍‌’ରେ ଚାଇନା, ବ୍ରାଜିଲ, ଜାମ୍ବିଆ, ନେଦରଲାଣ୍ଡ୍ସ ଏବଂ ଗ୍ରୁପ୍‌ ‘ଜି’ରେ ସ୍ବିଡେନ, ଆମେରିକା, ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସ୍ଥାନ ପାଇଛି।

Share