Posted inଖେଳ

ଅଲିମ୍ପିକ କମ୍ପୋଜର ଓୟାମାଡାଙ୍କ ଇସ୍ତଫା

ଟୋକିଓ,୨୧।୭: ଟୋକିଓ ଅଲିମ୍ପିକ ଉଦ୍‌ଘାଟନୀ ଉତ୍ସବ ପାଇଁ ସଙ୍ଗୀତକାର ଭାବେ କାର୍ଯ୍ୟ କରୁଥିବା କେଇଗୋ ଓୟାମାଡାଙ୍କୁ ଶେଷରେ ଇସ୍ତଫା ଦେବାକୁ ପଡିଛି। ପିଲାଦିନର ଏକ ଅଭାବନୀୟ ଘଟଣା ପାଇଁ ସେ ଗତ କିଛିଦିନ ହେବ ସମାଲୋଚିତ ହୋଇ ଆସୁଥିଲେ ଓ ତାଙ୍କୁ ଦାୟିତ୍ୱ ଛାଡିବାକୁ ପଡିଛି। ସେ ଟୁଇଟର ଓ ଫେସ୍‌ବୁକ ଭଳି ସୋସିଆଲ ମିଡିଆରେ ଏ ନେଇ ସୂଚନା ଦେଇଛନ୍ତି।
ମୋତେ ଏହି ମାମଲାରେ ବହୁ ସଂଖ୍ୟାରେ ପରାମର୍ଶ ଓ ଉପଦେଶ ମିଳିଥିଲା। ଏହାକୁ ସମ୍ମାନ ସହିତ ଗ୍ରହଣ କରୁଛି। ଭବିଷ୍ୟତରେ କାର୍ଯ୍ୟକରିବା ଅବସରରେ ଓ ନିଜର ଚିନ୍ତାଧାରାରେ ଏଭଳି ତ୍ରୁଟିକୁ ନ ଦୋହରାଇବାକୁ ଚେଷ୍ଟା କରି ବି ବୋଲି ସେ ଉଲ୍ଲେଖ କରିଛନ୍ତି। ପିଲାଦିନେ କରିଥିବା ଭୁଲ ଓ ଏଭଳି ଆଚରଣ ପାଇଁ କ୍ଷମା ମାଗୁଛି ବୋଲି ସେ କହିଛନ୍ତି। ଉଲ୍ଲେଖଥାଉ କି ପିଲାଦିନେ ସେ ନିଜର ଜଣେ ଦିବ୍ୟାଙ୍ଗ ସହପାଠୀଙ୍କୁ ଦୁର୍ବ୍ୟବହାର ଓ ପରିହାସ କରିଥିଲେ। କିଛିଦିନ ତଳେ ଓୟାମାଡା ଏ ସଂକ୍ରାନ୍ତରେ ଏକ ସାକ୍ଷାତକାର ଦେବା ଅବସରରେ ପିଲାଦିନର ଏହି ଘଟଣାକୁ ସ୍ବୀକାର କରିଥିଲେ। ୧୯୯୦ରେ ସେ ଜାପାନର ଏକ ମାଗାଜିନ୍‌କୁ ସାକ୍ଷାତକାର ଦେବା ବେଳେ ପିଲାବେଳର ଏହି ତ୍ରୁଟି ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ଏହାପରେ ତାଙ୍କୁ ବିଭିନ୍ନ ସୋସିଆଲ ମିଡିଆ ଓ ଅନ୍ୟାନ୍ୟ ଗଣମାଧ୍ୟରେ ବେଶ୍‌ ସମାଲୋଚନା କରାଯାଇଥିଲା ଓ ତାଙ୍କର ଇସ୍ତଫା ନେଇ ଦାବି ଜୋର ଧରିଥିଲା। ଶେଷରେ ଓୟାମାଡାଙ୍କୁ ମୁଣ୍ଡ ନୁଆଁଇବାକୁ ପଡିଛି।
ତେବେ ଏ ଘଟଣା ନେଇ ପଶ୍ଚାତ୍ତାପ କରିଥିବାରୁ ଓୟାମାଡା ଦାୟିତ୍ୱ ସମ୍ଭାଳିବା ଜାରି ରଖିବା ଉଚିତ ବୋଲି ଆୟୋଜକମାନେ କହିଥିଲେ। କିନ୍ତୁ ସେ ଇସ୍ତଫା ଦେବା ପରେ ଆୟୋଜକମାନେ ସହଜରେ ଏହାକୁ ଗ୍ରହଣ କରିପାରି ନାହାନ୍ତି। କ୍ଷମା ମାଗି ସାରିଥିବାରୁ ତାଙ୍କୁ ଦାୟିତ୍ୱରେ ରହିବାକୁ କୁହାଯାଇଥିଲା। ତେବେ ଉଦ୍‌ଘାଟନୀ ଉତ୍ସବ ଆରମ୍ଭ ହେବାର ୩ ଦିନ ପୂର୍ବରୁ ସେ ଇସ୍ତଫା ଦେବା ଠିକ୍‌ ନୁହେଁ ବୋଲି ଆୟୋଜକଙ୍କ ତରଫରୁ କୁହାଯାଇଛି। ଏଘଟଣାକୁ ଠିକ୍‌ ରୂପେ ପରିଚାଳନା କରାଯାଇପାରି ନାହିଁ ବୋଲି ଆୟୋଜକ କମିଟି ମୁଖ୍ୟ ସେଇକୋ ହାଶିମୋଟୋ କହିଛନ୍ତି।
ଅନ୍ୟପଟେ ଏହି ଅଲିମ୍ପିକ୍‌ ବିବିଧତା ଓ ସଦ୍‌ଭାବନା ଉପରେ ଆଧାରିତ ହୋଇଥିବାରୁ ଏଭଳି ଆଚରଣ ଗ୍ରହଣୀୟ ବୋଲି ଟୋକିଓ ଗଭର୍ନର ୟୁରିକୋ କୋଇକେ କହିଛନ୍ତି। ୫୨ ବର୍ଷୀୟ ଓୟାମାଡା ଗତ ସପ୍ତାହରେ ଏ ନେଇ ଅନ୍‌ଲାଇନରେ କ୍ଷମା ମାଗିଥିଲେ। ବର୍ତ୍ତମାନ ଓୟାମାଡାଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ଚାଲିଛି। ଜାପାନରେ ତାଙ୍କୁ ଜଣେ ଉଚ୍ଚକୋଟୀର ସଙ୍ଗୀତକାର ଭାବେ ଲୋକପ୍ରିୟତା ମିଳିଛି। ତାଙ୍କୁ ଆମେରିକୀୟ ରକ୍‌ ମ୍ୟୁଜିସିଆନ ବେକଙ୍କ ସହ ତୁଳନା କରାଯାଉଛି।
ଆସନ୍ତା ୨୩ରେ ଆୟୋଜନ ହେବାକୁ ଥିବା ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ଓୟାମାଡା କମ୍ପୋଜ କରିଥିତ୍ବା ସଙ୍ଗୀତକୁ ପରିବେଷଣ କରାଯିବ ନାହିଁ। ଏଥିସହିତ ପାରା ଅଲିମ୍ପିକ୍‌ ଗେମ୍ସ ଉଦ୍‌ଘାଟନୀ ଉତ୍ସବରେ ମଧ୍ୟ ତାଙ୍କୁ ବାଦ୍‌ ଦିଆଯାଇଛି ବୋଲି ଆୟୋଜକ କମିଟି ମୁଖ୍ୟ କାର୍ଯନିର୍ବାହୀ ତୋଶିରୋ ମୁଟୋ କହିଛନ୍ତି। ଶୁକ୍ରବାର ବିନା ଦର୍ଶକରେ ଉଦ୍‌ଘାଟନୀ ଉତ୍ସବ ଆୟୋଜନ କରାଯିବ। ପୂର୍ବରୁ ଲିଙ୍ଗଗତ ବୈଷମ୍ୟ ନେଇ ମନ୍ତବ୍ୟ ଦେଇଥିବାରୁ ଆୟୋଜକ କମିଟି ଅଧ୍ୟକ୍ଷ ପଦରୁ ୟୋଶିରୋ ମୋରି ଇସ୍ତଫା ଦେଇଥିଲେ। ସେହିପରି ଉଦ୍‌ଘାଟନୀ ଓ ଉଦ୍‌ଯାପନୀ ଉତ୍ସବରେ ଜାପାନର ଜଣେ ଅଭିନେତ୍ରୀଙ୍କୁ ଘୁଷୁରି ଭଳି ପୋଷାକ ପିନ୍ଧିବାକୁ ପରାମର୍ଶ ଦେଇଥିବାରୁ କ୍ରିଏଟିଭ ଡାଇରେକ୍ଟର ପଦରୁ ହିରୋଶି ସାସାକିଙ୍କୁ ଇସ୍ତଫା ଦେବାକୁ ପଡିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ

ଆଡିଲେଡ୍‌,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...

ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ

ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...

କାହିଁକି ବାଦ୍‌ ପଡ଼ିଲେ ଗିଲ୍‌: ମୁହଁ ଖୋଲିଲେ ଅଗରକର

ମୁମ୍ବାଇ, ୨୦ା୧୨: ୨୦୨୬ ଫେବୃଆରୀ-ମାର୍ଚ୍ଚରେ ହେବାକୁ ଥିବା ଟି୨୦ କ୍ରିକେଟ୍‌ ବିଶ୍ୱକପ୍‌ ଲାଗି ଶନିବାର ଭାରତୀୟ ଦଳ ଘୋଷିତ ହୋଇଛି। ଦିନିକିଆ ଓ ଟେଷ୍ଟ ଦଳର...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଷ୍ଟାଣ୍ଡବାଏ କିମ୍ବା ରିଜର୍ଭ ଖେଳାଳିଙ୍କୁ କାହିଁକି ଚୟନ କରାଯାଇ ନ ଥିଲା? କାରଣ କହିଲେ ବିସିସିଆଇ ସଚିବ

ନୂଆଦିଲ୍ଲୀ,୨୦।୧୨: BCCI 2026 ଟି-20 ବିଶ୍ୱକପ ପାଇଁ ୧୫ ଜଣିଆ ଭାରତୀୟ ଦଳ ଘୋଷଣା କରିଛି। ଶୁବମନ ଗିଲ ଏବଂ ରିଷଭ ପନ୍ତଙ୍କ ସମେତ ଅନେକ...

୭୫୩ ଦିନ ପରେ ସରିଲା ବନବାସ, ଟିମ୍‌ ଇଣ୍ଡିଆ ପାଇଁ କେମିତି ଚୟନ ହେଲେ ଇଶାନ କିଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୦।୧୨: ୨୦୨୬ ଆଇସିସି ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ୱିକେଟକିପର-ବ୍ୟାଟ୍ସମ୍ୟାନ ଇଶାନ କିଶାନ ଦୁଇ ବର୍ଷ ପରେ ଦଳକୁ ଫେରିଛନ୍ତି। ଇଶାନ...

ଶୁବମନ ଗିଲ ଆଉଟ ହେବା ପରେ ବଡ଼ ସମସ୍ୟାର ହେଲା ସମାଧାନ!

ନୂଆଦିଲ୍ଲୀ,୨୦।୧୨: ଶନିବାର ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ଜାନୁଆରୀରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳି...

ଘୋଷଣା ହେଲା ଟି-୨୦ ବିଶ୍ୱକପ୍ ଦଳ: ଗୌତମ ଗମ୍ଭୀରଙ୍କୁ ଚେତାବନୀ ଦେଲେ ପୁର୍ବତନ କ୍ରିକେଟର

ମୁମ୍ବାଇ,୨୦।୧୨: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ ପାଇଁ ଭାରତୀୟ ଦଳ ଘୋଷଣା ହେବା ପୂର୍ବରୁ ପୂର୍ବତନ ଅଲରାଉଣ୍ଡର ଇରଫାନ୍ ପଠାନ୍ ଏକ ଗୁରୁତ୍ୱପୂର୍ଣ୍ଣ ଚେତାବନୀ...

ଟି-୨୦ ବିଶ୍ୱକପ୍‌ ଟିମ୍‌ରୁ ଗିଲ୍‌ ଆଉଟ୍‌: କାରଣ କହିଦେଲେ ଚୟନକର୍ତ୍ତା

ନୂଆଦିଲ୍ଲୀ,୨୦।୧୨: ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ଶୁବମନ ଗିଲ କିଛି ଦିନ ହେବ ଖରାପ ଫର୍ମରେ ଅଛନ୍ତି। ଆଘାତ ଯୋଗୁ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri