Posted inଖେଳ

ମୁଣ୍ଡରେ କ୍ଷୀର ଗ୍ଲାସ ରଖି ପହଁରିଲେ ଅଲିମ୍ପିକ ଚାମ୍ପିୟନ କେଟୀ; ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ, ୪।୮: କେଟି ଲେଡେସ୍କି। ଆମେରିକାର ଏହି ପ୍ରତିଭାବାନ ସନ୍ତରଣକାରୀ ବିଶ୍ୱ ସନ୍ତରଣରେ ଜଣେ ଜଣାଶୁଣା ଚେହେରା। ମାତ୍ର ୨୩ ବର୍ଷ ବୟସରେ କେଟୀ ୫ଟି ଅଲିମ୍ପିକ ସ୍ବର୍ଣ୍ଣ ପଦକ ଜିତିବାର କୀର୍ତ୍ତିମାନ ଲାଭ କରିସାରିଛନ୍ତି। ସେହିଭଳି ବିଶ୍ୱ ଚାମ୍ପିୟନଶିପ୍‌ରେ ୧୫ଥର ଚାମ୍ପିୟନ ହୋଇଛନ୍ତି। ତେବେ ନିକଟରେ କେଟୀ ଗୋଟିଏ କ୍ଷୀର ଗ୍ଲାସକୁ ମୁଣ୍ଡରେ ରଖି ଅବିଶ୍ୱସନୀୟ ଭାବେ ରଖି ସୁଇମିଂ ପୁଲ୍‌ର ଗୋଟିଏ ପାର୍ଶ୍ୱରୁ ପହଁରି ଅନ୍ୟ ପାର୍ଶ୍ୱରେ ପହଞ୍ଚତ୍ଥିଲେ। କେଟୀଙ୍କ ଏପରି ଚମତ୍କାର ଭାବେ ପହଁରିଥିଲେ ଯେ ଗୋଟିଏ ବୁନ୍ଦା କ୍ଷୀର ମଧ୍ୟ ତଳେ ପଡ଼ି ନ ଥିଲା। କେଟୀଙ୍କ ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।

ଭାଇରାଲ୍‌ ହେବାରେ ଲାଗିଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କେଟୀ ଚକୋଲେଟ୍‌ ମିଶ୍ରିତ ଗୋଟିଏ କ୍ଷୀର ଗ୍ଲାସକୁ ମୁଣ୍ଡର ପଛ ପାର୍ଶ୍ୱରେ ରଖିଛନ୍ତି। ଏହାପରେ ସେ ସୁଇମିଂ ପୁଲ୍‌ର ଗୋଟିଏ ପାର୍ଶ୍ୱରୁ ଅପରପାର୍ଶ୍ୱକୁ ଅନାସୟରେ ପହଁରି ପଳାଇଥିଲେ। ଏହି ସମୟରେ ସେ ନିଜ ମୁଣ୍ଡକୁ ଏତେ ସନ୍ତୁଳିତ କରି ରଖିଥିଲେ ଯେ କ୍ଷୀର ଗ୍ଲାସଟି ସ୍ଥିର ଭାବେ ସେହିଭଳି ରହିଥିଲା। ଅପରପାର୍ଶ୍ୱରେ ପହଞ୍ଚତ୍ବା ପରେ କେଟୀ କ୍ଷୀର ଗ୍ଲାସକୁ ମୁଣ୍ଡରୁ ବାହାର କରି ଦୀର୍ଘ ନିଶ୍ୱାସ ଛାଡ଼ି ପିଇଥିଲେ। ଏହି ଭିଡିଓକୁ କେଟୀ ତାଙ୍କ ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ଶେୟାର କରିଛନ୍ତି। ‘ସମ୍ଭବତଃ ମୋ କ୍ୟାରିୟରର ଏହା ଶ୍ରେଷ୍ଠ ସନ୍ତରଣ’ ବୋଲି ସେ କ୍ୟାପସନରେ ଉଲ୍ଲେଖ କରିଛନ୍ତି। ଏହି ଭିଡିଓକୁ ୨.୭ ମିଲିୟନ ଲୋକ ଦେଖିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିବାହ ପୂର୍ବରୁ ଏହି ଅଭିନେତ୍ରୀଙ୍କୁ ଡେଟ୍‌ କରୁଥିଲେ ଧୋନୀ, ଜାଣିଲେ…

ନୂଆଦିଲ୍ଲୀ,୨୦।୪: ମହେନ୍ଦ୍ର ସିଂ ଧୋନି ଆଜିକାଲି ଆଇପିଏଲ୨୦୨୪ରେ ଖେଳୁଥିବା ନଜର ଆସିଛନ୍ତି । ଧୋନୀ ଚଳିତ ସିଜନରେ ଚେନ୍ନାଇ ପାଇଁ ଅଧିନାୟକ ଭାବରେ ନୁହେଁ ବରଂ...

ଋତୁରାଜ-ରାହୁଲଙ୍କ ଉପରେ ବିସିସିଆଇର କାର୍ଯ୍ୟାନୁଷ୍ଠାନ, ଗୋଟିଏ ଭୁଲ ଯୋଗୁ ଦେବାକୁ ପଡ଼ିଲା ଜରିମାନା

ନୂଆଦିଲ୍ଲୀ,୨୦।୪: ଆଇପିଏଲ ୨୦୨୪ ଦିନକୁ ଦିନ ଅଧିକ ରୋମାଞ୍ଚକର ହୋଇଯାଉଛି। ଟୁର୍ନାମେଣ୍ଟର ୩୪ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ ମଧ୍ୟରେ...

ଚେନ୍ନାଇର ସମ୍ମାନଜନକ ସ୍କୋର

ଲକ୍ଷ୍ନୌ, ୨୦।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଶୁକ୍ରବାର ଅନୁଷ୍ଠିତ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ ବିପକ୍ଷ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ସମ୍ମାନଜନକ ସ୍କୋର କରିଛି। ରବୀନ୍ଦ୍ର...

ସେମିଫାଇନାଲରେ ଓଡ଼ିଶା ଏଫ୍‌ସି

ଭୁବନେଶ୍ୱର, ୨୦।୪(ତପନ ସ୍ବାଇଁ): ଇତିହାସ ରଚିଲା ଓଡ଼ିଶା ଏଫ୍‌ସି। ଅତିରିକ୍ତ ସମୟରେ ଇସାକ ଭନଲାଲରୁଆତଫେଲାଙ୍କ ଗୋଲ ବଳରେ ଓଡ଼ିଶା ଏଫ୍‌ସି ପ୍ରଥମଥର ପାଇଁ ଇଣ୍ଡିଆନ ସୁପର...

ଶେଷ ଓଭରରେ ରୋହିତ ଶର୍ମାଙ୍କ ଏହି ଗୋଟିଏ ନିଷ୍ପତ୍ତି, ପଲଟାଇଦେଲା ବାଜି

ନୂଆଦିଲ୍ଲୀ,୧୯।୪: ଇଣ୍ଡିଆନ ପ୍ରିମିୟର ଲିଗ ଟି-୨୦ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗ୍ସକୁ ନଅ ରନ୍‌ରେ ପରାସ୍ତ କରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଟସ ଜିତିବା...

ଆଇପିଏଲ୍‌ରେ ଧମାଲ୍‌ କରୁଛନ୍ତି ଏହି ୫ ଅନ୍‌କ୍ୟାପ୍‌ଡ୍‌ ଖେଳାଳି: ଟି-୨୦ ବିଶ୍ୱକପ୍‌ରେ ମିଳିପାରେ ସ୍ଥାନ

ନୂଆଦିଲ୍ଲୀ,୧୯।୪:ସନରାଇଜର୍ସ ହାଇଦ୍ରାବାଦ ଓପନର୍‌ ଅଭିଷେକ ଶର୍ମାଙ୍କ ଆଇପିଏଲ୍‌ରେ ଚମତ୍କାର ପ୍ରଦର୍ଶନ କରୁଛନ୍ତି। ଚଳିତ ସିଜନରେ ଏପର୍ଯ୍ୟନ୍ତ ଅଭିଷେକ ୬ଟି ମ୍ୟାଚରେ ୨୧୧ ରନ ସଂଗ୍ରହ କରିଛନ୍ତି।...

ରୋଚକ ହେଉଛି ପର୍ପଲ-ଅରେଞ୍ଜ କ୍ୟାପ୍‌ ରେସ୍‌: ଜାଣନ୍ତୁ ଏବେ କିଏ ଅଛନ୍ତି…

ମୁମ୍ବାଇ,୧୯।୪: ପଞ୍ଜାବ କିଙ୍ଗସ ବିପକ୍ଷରେ ଜସପ୍ରୀତ ବୁମ୍‌ରା ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଥିଲେ। ଜସପ୍ରୀତ ବୁମ୍‌ରା ୩ ବ୍ୟାଟ୍ସମ୍ୟାନ ୪ ଓଭରରେ ୨୧ ରନ...

ମୁମ୍ବାଇ ଜିତିବା ସତ୍ତ୍ୱେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଲାଗିଲା ବଡ଼ ଝଟ୍‌କା

ମୁମ୍ବାଇ,୧୯।୪: ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସ ବିପକ୍ଷରେ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଜାବ କିଙ୍ଗସକୁ ୯...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri