ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି :ପ୍ରଚଣ୍ଡ କହିଲେ ଗାଦି ଛାଡ଼

କାଠମାଣ୍ଡୁ,୪ା୭(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି। ଶାସକ ଦଳରେ ତାଙ୍କ ଇସ୍ତଫା ଦାବି ଜୋର୍‌ ଧରିଥିବାବେଳେ ଶନିବାର ଦଳ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ ଓଲିଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ଦେଖାଦେଇଥିବା ମତଭେଦର ଅନୁଧ୍ୟାନ କରିବେ ବୋଲି ରାଷ୍ଟ୍ରପତି ତଥା ଦଳର ପୂର୍ବତନ ନେତା ବିଦ୍ୟାଦେବୀ ଭଣ୍ଡାରୀ କହିଛନ୍ତି।
ଏନ୍‌ସିପିର ୪୫ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟି ହେଉଛି ଦଳର ସବୁଠୁ କ୍ଷମତାଶାଳୀ ସଂଗଠନ। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବାରେ ବିଫଳ ହେବା ପରେ ଉକ୍ତ କମିଟିର ବୈଠକ ଡକାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ ଓଲି ଦେଇଥିବା ଭାରତ ବିରୋଧୀ ମନ୍ତବ୍ୟ ନା ରାଜନୈତିକ ଦୃଷ୍ଟିରୁ ଠିକ୍‌ ନା କୂଟନୈତିକ ଦୃଷ୍ଟିରୁ ଉପଯୁକ୍ତ ବୋଲି ଏନ୍‌ସିପିର ବରିଷ୍ଠ ନେତାମାନେ କହିଥିଲେ। ଏଭଳି ମନ୍ତବ୍ୟ ଦେଇଥିବା ପ୍ରଧାନମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ମଙ୍ଗଳବାର ଦାବି କରିଥିଲେ। ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ଲାଗି ଭାରତ ଷଡ଼ଯନ୍ତ୍ର କରୁଛି ବୋଲି ଓଲି ଅଭିଯୋଗ କରିଥିଲେ। ଏଥିପାଇଁ ଦୂତାବାସ ଓ ହୋଟେଲରେ ବିଭିନ୍ନ ମନ୍ତ୍ରଣା ଚାଲିଛି। ଏଥିରେ କେତେଜଣ ନେପାଳୀ ନେତା ସମ୍ପୃକ୍ତ ଥିବା ସେ ରବିବାର କହିଥିଲେ। ଏଭଳି ଅଭିଯୋଗ ଠିକ୍‌ ନୁହେଁ ବୋଲି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ କହିଛନ୍ତି।
ସୂଚନାଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମାନଚିତ୍ରରେ ସଂଶୋଧନ ଆଣି ସେଥିରେ ଭାରତର ୩ଟି ଅଞ୍ଚଳ ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ସାମିଲ କରିଥିଲେ। ଭାରତ ପ୍ରତିବାଦ ସତ୍ତ୍ୱେ ଓଲି ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇ ମାନଚିତ୍ରରେ ସଂଶୋଧନ ଆଣିଥିଲେ। ଏହା ପରେ କେତେଜଣ ନେପାଳୀ ନେତା ଓଲିଙ୍କୁ କ୍ଷମତାରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଥିବା ସେ ଅଭିଯୋଗ କରିଛନ୍ତି। ତେବେ ସରକାର ଓ ଦଳ ଭିତରେ ସମନ୍ବୟ ନ ଥିବା ପ୍ରଚଣ୍ଡ ଅଭିଯୋଗ କରିଛନ୍ତି। ଏନ୍‌ସିପିରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ପ୍ରଚଳନ ଉପରେ ସେ ଜୋର୍‌ ଦେଇଛନ୍ତି। ଏନ୍‌ସିପି ଏବେ ଦୁଇଟି ଗୋଷ୍ଠୀରେ ପରିଣତ ହୋଇଛି। ଗୋଟିଏ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ଓଲିଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ଗୋଷ୍ଠୀ ପ୍ରଚଣ୍ଡଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ଏକତରଫା ଭାବେ ପାର୍ଲାମେଣ୍ଟର ବଜେଟ ଅଧିବେଶନକୁ ବନ୍ଦ କରିଦେବା ପରେ ମତଭେଦ ବୃଦ୍ଧି ପାଇଛି। ଓଲିଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ପ୍ରଚଣ୍ଡ ଷ୍ଟାଣ୍ଡିଂ କମିଟି ବୈଠକ ଡାକିଛନ୍ତି। ମତଭେଦ ଦୂର ଲାଗି ଦଳ ଓ ସରକାରରେ କେତେକ ନୂଆ ନିୟମ କାର୍ଯ୍ୟକାରୀ ହୋଇପାରେ ବୋଲି ଷ୍ଟାଣ୍ଡିଂ କମିଟି ସଦସ୍ୟ ଗଣେଶ ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଣିଷ ମସ୍ତିଷ୍କ କୋଷରେ ଚାଲିବ ସୁପର କମ୍ପ୍ୟୁଟର: ତିଆରିହେଲା ବିଶ୍ୱର ପ୍ରଥମ ‘ଜୀବନ୍ତ ସୁପର କମ୍ପ୍ୟୁଟର’

ସିଙ୍ଗାପୁର,୨୫ା୮:କମ୍ପ୍ୟୁଟର ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) କ୍ଷେତ୍ରରେ ବିଜ୍ଞାନ ପ୍ରକୃତରେ ଏକ ଚମତ୍କାର କରି ଦେଖାଇଛି। ଏଣିକି କେବଳ ସିଲିକନ୍‌ ଚିପ୍‌ ନୁହେଁ, ବରଂ ମଣିଷ ମସ୍ତିଷ୍କର…

ଗୋରଙ୍କ ବୟାନକୁ ନେଇ ହଇଚଇ, ମୋଦି-ଟ୍ରମ୍ପ୍‌ ପ୍ରେସ୍‌ମିଟ୍‌ରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ନ ରଖିବାକୁ ଭାରତ…

ନୂଆଦିଲ୍ଲୀ,୨୫ା୮: ଫ୍ରାନ୍ସରେ ଜି୭ ସମିଟ୍‌ ଅବସରରେ ଗତ ଜୁନ୍‌ ୧୭ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୈଠକ ହୋଇଥିଲା। ଏହା ପରେ…

ସରକାରଙ୍କ ବଡ଼ ଘୋଷଣା: ଏହି ୫ ସହରରେ ମିଳିବ ୩୫ ଟଙ୍କା କିଲୋରେ ପିଆଜ

ନୂଆଦିଲ୍ଲୀ,୨୫।୮: ପର୍ବପର୍ବାଣୀ ଋତୁ ଆସୁଥିବା ବେଳେ ଦେଶରେ ବଢ଼ୁଥିବା ପିଆଜ ଦରକୁ ନିୟନ୍ତ୍ରଣ କରିବାକୁ କେନ୍ଦ୍ର ସରକାର ନିଜର ବଫର ଷ୍ଟକ୍‌କୁ ପିଆଜ ବଜାରକୁ ଛାଡ଼ିବା ଆରମ୍ଭ…

ଚିନି ଦର ବଢ଼ିବା ଭିତରେ ସରକାର ନେଲେ ବଡ଼ ନିଷ୍ପତ୍ତି, ୨ ମାସ ଭିତରେ…

ନୂଆଦିଲ୍ଲୀ,୨୫ା୮: ଦେଶରେ ଚିନିର ବଢ଼ୁଥିବା ଦର ଉପରେ ଲଗାମ ଲଗାଇବାକୁ କେନ୍ଦ୍ର ସରକାର ଆମଦାନୀ ସମ୍ପର୍କିତ ନିୟମକୁ ଆହୁରି କଡ଼ା କରିଛନ୍ତି । ଏବେ ଟାରିଫ୍ ରେଟ୍…

ମୌଳିକ ସୁବିଧା ଅପହଞ୍ଚ ଗାଁ କମାରଖୋଲ: କୂଅ-ଝରଣା ପାଣି ଉପରେ ନିର୍ଭର

ନୂଆପଡ଼ା,୨୫ା୮ (ମକାରୁ ବେମାଲ):ସ୍ବାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ନୂଆପଡ଼ା ଜିଲା ବୋଡେନ ବ୍ଲକ ଖଇରା ପଞ୍ଚାୟତ କମାରଖୋଲ ଗାଁରେ ମୌଳିକ ସୁବିଧା ଅପହଞ୍ଚ ହୋଇରହିଛି। ଗାଁରେ ୨୦…

ପଶ୍ଚିମବଙ୍ଗ ରାଜନୀତିରେ ହଇଚଇ: ମମତାଙ୍କୁ ଧମକ ଦେଲେ ମୁଖ୍ୟମନ୍ତ୍ରୀ! ଘରୁ ବାହାରିବାକୁ….

କୋଲକାତା,୨୫ା୮: ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ କରିଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ଭିଡିଓ ସେୟାର କରି ଶୁଭେନ୍ଦୁ…

ଗରିମା କନକ୍ଲେଭ୍‌, ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ

ଛତ୍ରପୁର,୨୫।୮( ଦିଲ୍ଲୀପ ସାମଲ): ଓଡ଼ିଶା ସରକାରଙ୍କ ‘ଗରିମା ଯୋଜନା’ର ସଫଳ ରୂପାୟନ ପାଇଁ ଛତ୍ରପୁର ପୌରପରିଷଦକୁ ରାଜ୍ୟସ୍ତରୀୟ ସମ୍ମାନ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ଲୋକସେବା ଭବନଠାରେ…

ଧାନ ବିକ୍ରି ପଞ୍ଜୀକରଣବେଳେ ଚାଷୀଙ୍କୁ ବିଭ୍ରାନ୍ତ କରିଥିବା ଅଭିଯୋଗ: ଜିଲାପାଳଙ୍କୁ ଫେରାଦ ହେଲେ ଚାଷୀ

ଲୋଇସିଂହା,୨୫।୮(ସୁଶାନ୍ତ ବାରିକ): ଖରିଫ ୨୦୨୬-୨୭ ଧାନ ବିକ୍ରି ପାଇଁ ପାକ୍ସଗୁଡ଼ିକରେ ଚାଷୀ ପଞ୍ଜୀକରଣ ପ୍ରକ୍ରିୟା ଚାଲିଥିବାବେଳେ ଆଗଲପୁର ବ୍ଲକ ମୁରୁଶୁଣ୍ଡି ପାକ୍ସରେ ଧାନ କିଣାବିକାକୁ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri