ଓଲିଙ୍କ ଭାଗ୍ୟ ନିର୍ଦ୍ଧାରଣ ଆଜି :ପ୍ରଚଣ୍ଡ କହିଲେ ଗାଦି ଛାଡ଼

କାଠମାଣ୍ଡୁ,୪ା୭(ପି.ଟି.): ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କ ଭାରତ ବିରୋଧୀ ଆଭିମୁଖ୍ୟ ତାଙ୍କୁ ଅଡ଼ୁଆରେ ପକାଇଛି। ଶାସକ ଦଳରେ ତାଙ୍କ ଇସ୍ତଫା ଦାବି ଜୋର୍‌ ଧରିଥିବାବେଳେ ଶନିବାର ଦଳ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ ବସୁଛି। ଏହି ବୈଠକରେ ଓଲିଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ଜଣାପଡିଛି। ଶାସକ ଦଳ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍‌ସିପି)ରେ ଦେଖାଦେଇଥିବା ମତଭେଦର ଅନୁଧ୍ୟାନ କରିବେ ବୋଲି ରାଷ୍ଟ୍ରପତି ତଥା ଦଳର ପୂର୍ବତନ ନେତା ବିଦ୍ୟାଦେବୀ ଭଣ୍ଡାରୀ କହିଛନ୍ତି।
ଏନ୍‌ସିପିର ୪୫ ସଦସ୍ୟ ବିଶିଷ୍ଟ ଷ୍ଟାଣ୍ଡିଂ କମିଟି ହେଉଛି ଦଳର ସବୁଠୁ କ୍ଷମତାଶାଳୀ ସଂଗଠନ। ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି ଉପରେ ଦଳର ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେବାରେ ବିଫଳ ହେବା ପରେ ଉକ୍ତ କମିଟିର ବୈଠକ ଡକାଯାଇଛି। ନିକଟରେ ପ୍ରଧାନମନ୍ତ୍ରୀ ଓଲି ଦେଇଥିବା ଭାରତ ବିରୋଧୀ ମନ୍ତବ୍ୟ ନା ରାଜନୈତିକ ଦୃଷ୍ଟିରୁ ଠିକ୍‌ ନା କୂଟନୈତିକ ଦୃଷ୍ଟିରୁ ଉପଯୁକ୍ତ ବୋଲି ଏନ୍‌ସିପିର ବରିଷ୍ଠ ନେତାମାନେ କହିଥିଲେ। ଏଭଳି ମନ୍ତବ୍ୟ ଦେଇଥିବା ପ୍ରଧାନମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେମାନେ ମଙ୍ଗଳବାର ଦାବି କରିଥିଲେ। ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ଲାଗି ଭାରତ ଷଡ଼ଯନ୍ତ୍ର କରୁଛି ବୋଲି ଓଲି ଅଭିଯୋଗ କରିଥିଲେ। ଏଥିପାଇଁ ଦୂତାବାସ ଓ ହୋଟେଲରେ ବିଭିନ୍ନ ମନ୍ତ୍ରଣା ଚାଲିଛି। ଏଥିରେ କେତେଜଣ ନେପାଳୀ ନେତା ସମ୍ପୃକ୍ତ ଥିବା ସେ ରବିବାର କହିଥିଲେ। ଏଭଳି ଅଭିଯୋଗ ଠିକ୍‌ ନୁହେଁ ବୋଲି ଦଳର କାର୍ଯ୍ୟକାରୀ ଅଧ୍ୟକ୍ଷ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ କହିଛନ୍ତି।
ସୂଚନାଯୋଗ୍ୟ, ନେପାଳ ପ୍ରଧାନମନ୍ତ୍ରୀ ଦେଶର ରାଜନୈତିକ ମାନଚିତ୍ରରେ ସଂଶୋଧନ ଆଣି ସେଥିରେ ଭାରତର ୩ଟି ଅଞ୍ଚଳ ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ସାମିଲ କରିଥିଲେ। ଭାରତ ପ୍ରତିବାଦ ସତ୍ତ୍ୱେ ଓଲି ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ବିଲ୍‌ ଗୃହୀତ କରାଇ ମାନଚିତ୍ରରେ ସଂଶୋଧନ ଆଣିଥିଲେ। ଏହା ପରେ କେତେଜଣ ନେପାଳୀ ନେତା ଓଲିଙ୍କୁ କ୍ଷମତାରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଥିବା ସେ ଅଭିଯୋଗ କରିଛନ୍ତି। ତେବେ ସରକାର ଓ ଦଳ ଭିତରେ ସମନ୍ବୟ ନ ଥିବା ପ୍ରଚଣ୍ଡ ଅଭିଯୋଗ କରିଛନ୍ତି। ଏନ୍‌ସିପିରେ ଜଣେ ବ୍ୟକ୍ତି ଗୋଟିଏ ପଦବୀ ନୀତି ପ୍ରଚଳନ ଉପରେ ସେ ଜୋର୍‌ ଦେଇଛନ୍ତି। ଏନ୍‌ସିପି ଏବେ ଦୁଇଟି ଗୋଷ୍ଠୀରେ ପରିଣତ ହୋଇଛି। ଗୋଟିଏ ଗୋଷ୍ଠୀ ପ୍ରଧାନମନ୍ତ୍ରୀ ଓଲିଙ୍କ ନେତୃତ୍ୱରେ କାର୍ଯ୍ୟ କରୁଥିବାବେଳେ ଅନ୍ୟ ଗୋଷ୍ଠୀ ପ୍ରଚଣ୍ଡଙ୍କ ନେତୃତ୍ୱରେ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ଗୁରୁବାର ପ୍ରଧାନମନ୍ତ୍ରୀ ଏକତରଫା ଭାବେ ପାର୍ଲାମେଣ୍ଟର ବଜେଟ ଅଧିବେଶନକୁ ବନ୍ଦ କରିଦେବା ପରେ ମତଭେଦ ବୃଦ୍ଧି ପାଇଛି। ଓଲିଙ୍କ ଭବିଷ୍ୟତ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ପ୍ରଚଣ୍ଡ ଷ୍ଟାଣ୍ଡିଂ କମିଟି ବୈଠକ ଡାକିଛନ୍ତି। ମତଭେଦ ଦୂର ଲାଗି ଦଳ ଓ ସରକାରରେ କେତେକ ନୂଆ ନିୟମ କାର୍ଯ୍ୟକାରୀ ହୋଇପାରେ ବୋଲି ଷ୍ଟାଣ୍ଡିଂ କମିଟି ସଦସ୍ୟ ଗଣେଶ ଶାହା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri