ସାଇବର ମାମଲା:ସଫଳତା ଶୂନ

ଭୁବନେଶ୍ୱର,୪ା୭ (ବ୍ୟୁରୋ)(ତ୍ରିନାଥ ମହାନ୍ତି): କରୋନା କଟକଣା ପାଇଁ ଲୋକେ ଘରେ ରହିଲେ। ଇ-କାରବାର ଉପରେ ଅଧିକ ନିର୍ଭରଶୀଳ ହୋଇପଡିଲେ। ଏହାର ସୁଯୋଗ ନେଇ ସାଇବର ଅପରାଧୀମାନେ ଏବେ ବେଶ୍‌ ସକ୍ରିୟ ହୋଇଉଠିଛନ୍ତି। ନାନା ଉପାୟରେ ନିମିଷକରେ ବ୍ୟାଙ୍କ୍‌ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି। ସାଇବର ଅପରାଧୀମାନେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ବେଙ୍ଗାଲୁରୁ ଆଦି ବଡ଼ ବଡ଼ ସହରରେ ରହି ଓଡ଼ିଶାରେ ରହୁଥିବା ଲୋକଙ୍କୁ ଟାର୍ଗେଟ କରୁଛନ୍ତି। ଅଜଣା ଲିଙ୍କ୍‌ ପଠାଇ ପ୍ରଲୋଭିତ କରି ଠକୁଛନ୍ତି। କେତେବେଳେ ପେଟିଏମ୍‌ କଓ୍ବୋଇସି ଅପ୍‌ଡେଟ୍‌ ଆଳରେ ଟଙ୍କା ଲୁଟୁଛନ୍ତି, ତ ଆଉ କେତେବେଳେ ଅନଲାଇନ୍‌ରେ ଫେକ୍‌ ବିଜ୍ଞାପନ ଦେଇ ଓ ହ୍ୟାକିଂ କରି ଠକେଇ କରୁଛନ୍ତି। ବିଶେଷକରି ଲକ୍‌ଡାଉନ୍‌ ଆରମ୍ଭରୁ ରାଜ୍ୟରେ ସାଇବର ଅପରାଧ ଦୁଇଗୁଣା ବଢ଼ିଥିବାବେଳେ କେବଳ ୩ ମାସରେ ରାଜଧାନୀର ବିଭିନ୍ନ ଥାନାରେ ୩୩ ମାମଲା ରୁଜୁ ହୋଇଛି। କେବଳ ୧୨ଟି ମାମଲାରେ ପେଟିଏମ୍‌ କଓ୍ବୋଇସି ବନ୍ଦ ଭୟ ଦେଖାଇ ଅପରାଧୀମାନେ ଲୁଟିଛନ୍ତି ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା। ଏସବୁ ମାମଲାର ତଦନ୍ତ ନିଜେ ଥାନାଧିକାରୀ ନେଇଥିଲେ ମଧ୍ୟ ଏଯାଏ କୌଣସି ଗୋଟିଏରେ ସଫଳତା ମିଳିପାରିନି। ଅପରାଧୀମାନେ ବାହାର ରାଜ୍ୟରେ ରହି ର଼୍ୟାକେଟ ଚଲାଉଥିବାରୁ ଏବଂ ଓଡ଼ିଶା ପୋଲିସ ସେମାନଙ୍କ ନିକଟରେ ପହଞ୍ଚତ୍ପାରୁ ନ ଥିବାରୁ ମାମଲାର ତଦନ୍ତ ଆଗେଇପାରୁନି।

କମିଶନରେଟ ପୋଲିସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ମାର୍ଚ୍ଚ ମାସରେ ଏୟାରଫିଲ୍ଡ ଥାନାରେ ୩ଟି ସାଇବର ମାମଲା ରୁଜୁ ହୋଇଛି। ସେହିଭଳି କ୍ୟାପିଟାଲ, ଲିଙ୍ଗରାଜ, ଶହୀଦନଗର ଥାନାରେ ଗୋଟିଏ ଲେଖାଏ ମାମଲା ରୁଜୁ ହୋଇଥିବାବେଳେ ଭୁବନେଶ୍ୱର କମିଶନରେଟ ପୋଲିସ ଅନ୍ତର୍ଗତ ଜଟଣୀ ଥାନାରେ ୨ଟି ମାମଲା ହୋଇଛି। ଏପ୍ରିଲରେ କେବଳ ଇନ୍‌ଫୋସିଟି ଥାନାରେ ଗୋଟିଏ ମାମଲା ରୁଜୁ ହୋଇଛି। ହେଲେ ମେ’ ଓ ଜୁନ୍‌ ମାସରେ ସର୍ବାଧିକ ସାଇବର ଅଭିଯୋଗ ଆସିଥିଲା। ମେ’ରେ ଏୟାରଫିଲ୍ଡ, ବାଲିଅନ୍ତା, ଚନ୍ଦକା, ଶହୀଦନଗର, ନୟାପଲ୍ଲୀ ଥାନାରେ ଗୋଟିଏ ଲେଖାଏ ଓ ଚନ୍ଦ୍ରଶେଖରପୁର ଥାନାରେ ୨ଟି ମାମଲା ହୋଇଛି। ଜୁନ୍‌ରେ ଏୟାରପୋର୍ଟ, କ୍ୟାପିଟାଲ ଥାନାରେ ୨ଟି ଲେଖାଏ ସାଇବର ମାମଲା ହୋଇଥିବାବେଳେ ଚନ୍ଦକା, ଇନ୍‌ଫୋସିଟି, ଖାରବେଳନଗର, ଲିଙ୍ଗରାଜ, ମଞ୍ଚେଶ୍ୱର, ତମାଣ୍ଡୋ ଥାନାରେ ଗୋଟିଏ ଲେଖାଏ ମାମଲା ହୋଇଛି। ସେହିପରି ଖଣ୍ଡଗିରି ଥାନାରେ ୩ଟି ଓ ଚନ୍ଦ୍ରଶେଖରପୁର ଥାନାରେ ୪ଟି ସାଇବର ମାମଲା ରୁଜୁ ହୋଇଛି।
ପୋଲିସ ଅଧିକାରୀଙ୍କ ଅଭିଜ୍ଞତା ଅଭାବ ଅପରାଧୀଙ୍କୁ ସୁହାଉଛି
ସାଇବର ଅପରାଧୀମାନେ ହେଉଛନ୍ତି ଉଚ୍ଚ ଶିକ୍ଷିତ। ସେମାନଙ୍କର ସାଇବର ଜ୍ଞାନ ବେଶ୍‌ ଅଧିକ ରହୁଛି। ଏ କ୍ଷେତ୍ରରେ ପୋଲିସ ଅଧିକାରୀଙ୍କ ଦକ୍ଷତାର ଅଭାବ ସେମାନଙ୍କୁ ବେଶ୍‌ ସୁହାଉଛି। ଏପରି କି ଇନ୍ସପେକ୍ଟର ର଼୍ୟାଙ୍କ୍‌ର ଅଧିକାରୀ ଏହି ମାମଲାର ତଦନ୍ତ ଭାର ନେଉଥିଲେ ମଧ୍ୟ ର଼୍ୟାକେଟର ଚେରମୂଳ ଖୋଜି ପାଉନାହାନ୍ତି। ନ୍ୟାଶନାଲ କ୍ରାଇମ୍‌ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି) ୨୦୧୮ ରିପୋର୍ଟ ଅନୁସାରେ ଓଡ଼ିଶା ପୋଲିସର ୨୦୦୬ଟି ସାଇବର ମାମଲା ତଦନ୍ତାଧୀନ ଥିଲା। ଏହାର ୭୬ ପ୍ରତିଶତ କେସ୍‌ ଏପର୍ଯ୍ୟନ୍ତ ପଡିରହିଛି। ଫଳରେ ସାଇବର ଅପରାଧୀମାନେ ଖସିଯାଉଛନ୍ତି। ଏଥିରୁ ସ୍ପଷ୍ଟ ଜଣାପଡୁଛି, ଏହି ଅଧିକାରୀଙ୍କୁ ଆଇଟି ବିଶେଷଜ୍ଞଙ୍କ ଦ୍ୱାରା ଆବଶ୍ୟକ ଟ୍ରେନିଂ ଦିଆଯାଇ ପାରୁନାହିଁ। ଅନ୍ୟପକ୍ଷରେ ଜଣେ ଥାନା ଅଧିକାରୀ କହିଛନ୍ତି ଯେ, ସାଇବର ଅପରାଧ ମାମଲାର ତଦନ୍ତ ପାଇଁ ଆବଶ୍ୟକ ଜ୍ଞାନ ସହ ସମୟ ଦରକାର। ଲ’ ଆଣ୍ଡ ଅର୍ଡର ସହ ଥାନାର ଅନ୍ୟ ମାମଲା ବୁଝିବା ଯୋଗୁ ଏସବୁ ମାମଲା ଉପରେ ସେତେଟା ଗୁରୁତ୍ୱ ଦିଆଯାଇପାରୁନି। ଏଥିପାଇଁ ସ୍ପେଶାଲ ଥାନା ଓ ଅଧିକାରୀ ନିୟୋଜିତ ରହିଲେ ହିଁ ଅପରାଧୀଙ୍କ ନିକଟରେ ପହଞ୍ଚତ୍ହେବ।
କ୍ରାଇମ୍‌ବ୍ରାଞ୍ଚ ମଧ୍ୟ ଅଣଦେଖା କରୁଛି
ପୂର୍ବରୁ ସାଇବର ଅପରାଧଜନିତ ଅଭିଯୋଗ କଟକ କ୍ରାଇମ୍‌ବ୍ରାଞ୍ଚ ଅଫିସ୍‌ରେ ଥିବା ରାଜ୍ୟ ସାଇବର ସେଲ୍‌ରେ ପଞ୍ଜୀକୃତ ହେଉଥିଲା। ଅଭିଯୋଗ ବଢିବାରୁ ରାଜ୍ୟର ସମସ୍ତ ଥାନାରେ ମାମଲା ରୁଜୁ ପାଇଁ ନିର୍ଦ୍ଦେଶ ଦିଆଗଲା। ଏହାପରଠାରୁ କ୍ରାଇମବ୍ରାଞ୍ଚ ସାଇବର ମାମଲାକୁ ଅଣଦେଖା କରୁଥିବା କୁହାଯାଉଛି। ଅନେକ ସମୟରେ ସାଇବର ଅପରାଧୀଙ୍କ ନୂଆ ନୂଆ ତରିକା ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ କ୍ରାଇମ୍‌ବ୍ରାଞ୍ଚ ସର୍କ୍ୟୁଲାର ଜାରି କରୁଛି। ହେଲେ ତାହା ଅଧିକ ପ୍ରଚାର ପ୍ରସାର ହୋଇପାରୁ ନ ଥିବାରୁ ଲୋକେ ଠକେଇର ଶିକାର ହେଉଛନ୍ତି।
ପ୍ରତିବର୍ଷ ସାଇବରଜନିତ ମାମଲା ବଢୁଛି
ରାଜ୍ୟ କ୍ରାଇମ୍‌ ରେକର୍ଡ ବ୍ୟୁରୋ ତଥ୍ୟ ଅନୁଯାୟୀ, ୨୦୧୭ରେ ଓଡ଼ିଶା ପୋଲିସ ୭୧୯ଟି ଓ ୨୦୧୮ରେ ୭୩୮ଟି ମାମଲା ରୁଜୁ କରିଥିଲା। ସେହିପରି ୨୦୧୯ରେ ୮୪୩ଟି ମାମଲା ହୋଇଥିବାବେଳେ ୨୦୨୦ ମେ’ ସୁଦ୍ଧା ରାଜ୍ୟରେ ୭ଶହରୁ ଊର୍ଦ୍ଧ୍ୱ ମାମଲା ହୋଇଛି। ବର୍ଷ ଶେଷବେଳକୁ ମାମଲା ସଂଖ୍ୟା ୨ହଜାର ପାଖାପାଖି ହୋଇଯାଇଥିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରରେ ଭୋଟର ସଚେତନତା ବାର୍ତ୍ତା

କଟକ,୨୬ା୪ (କାର୍ତ୍ତିକ ସାହୁ) ଆଗାମୀ ସାଧାରଣ ନିର୍ବାଚନରେ ଭୋଟଦାନକୁ ଶତ ପ୍ରତିଶତ କରାଇବାର ଲକ୍ଷ୍ୟ ରଖିଛି କଟକ ଜିଲା ପ୍ରଶାସନ। ଭୋଟରମାନଙ୍କୁ ଆକୃଷ୍ଟ କରିବା ପାଇଁ...

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri