ପାଣି ଭିତରେ ଅଲିଭ୍‌ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଅଗରନାଶୀ

କେନ୍ଦ୍ରାପଡ଼ା ଅଫିସ, ୧୪ା୯: ପ୍ରକୃତିର ବିସ୍ମୟ ବିରଳ ଅଲିଭରିଡ୍‌ଲେ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ପରିଚିତ କେନ୍ଦ୍ରାପଡ଼ା ଜିଲା ବିଶ୍ୱପ୍ରସିଦ୍ଧ ଗହୀରମଥା ସାମୁଦ୍ରିକ ସଂରକ୍ଷିତ ଅଞ୍ଚଳ ପ୍ରତି ବିପଦ ବଢ଼ୁଛି। ଗତ ୫ ଦଶନ୍ଧି ପୂର୍ବେ ଅଗରନାଶୀ ଦ୍ୱୀପର ଲମ୍ବ ୭ କିମି ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ତଟକ୍ଷୟ ଯୋଗୁ ଇତିମଧ୍ୟରେ ସମୁଦ୍ରରେ ନିଶ୍ଚିହ୍ନ ହୋଇଯାଇଛି। ଏପରି ତଟକ୍ଷୟକୁ ଦେଖିଲେ ଆଗାମୀ ୫ ବର୍ଷ ମଧ୍ୟରେ ଆଇସିୟୁଏନ୍‌ ରେଡ୍‌ ଡାଟା ଲିଷ୍ଟରେ ଥିବା ଅଲିଭରିଡ୍‌ଲେଙ୍କ ପ୍ରଜନନ ସ୍ଥଳ (ଅନ୍ତୁଡ଼ିଶାଳ), ୧୦ହଜାରରୁ ଊର୍ଦ୍ଧ୍ୱ ରହୁଥିବା ପକ୍ଷୀଙ୍କ ବାସସ୍ଥଳ ଚଟକା ସମେତ ମହାକାଳପଡ଼ା ବ୍ଲକର ସୁନୀତି, ବାବର ଓ ଲାଞ୍ଜୁରା ପଞ୍ଚାୟତରେ ସମୁଦ୍ର ପାଣି ଦେଖିବାକୁ ମିଳିବ ବୋଲି ପରିବେଶବିତ୍‌ମାନେ ଆକଳନ କରିଛନ୍ତି।
ଏ ସମ୍ପର୍କରେ ଗହୀରମଥା ମେରାଇନ ଟର୍ଟଲ ପ୍ରୋଟେକ୍ସନ ଆଣ୍ଡ ମାନଗ୍ରୁଭ କନ୍‌ଜରଭେସନ ସୋସାଇଟି ସଭାପତି ସତ୍ୟପ୍ରକାଶ ମହାନ୍ତି କହିଛନ୍ତି, କନିକା ଉପସାଗର (ବଙ୍ଗୋପସାଗର)ର ଏହି ଅଞ୍ଚଳର ଲମ୍ବ ୭ କିଲୋମିଟର ଥିଲା। ଏଥିରେ ପ୍ରଚୁର ଝାଉଁ ଗଛ ଥିବାବେଳେ ବାଘ, ହେଟା, ବିଲୁଆ, ହରିଣଠାରୁ ଆରମ୍ଭ କରି ବିଭିନ୍ନ ବନ୍ୟଜନ୍ତୁ ବାସ କରୁଥିଲେ। ମତ୍ସଜୀବୀ ଏଠାରେ ରହି ମାଛକୁ ଶୁଖୁଆ କରୁଥିଲେ। ୧୯୨୦ ମସିହାରେ ଏହି ଅଞ୍ଚଳର ମାଲିକାନାକୁ ନେଇ କନିକା ଇଷ୍ଟେଟ ଓ କୁଜଙ୍ଗ ଇଷ୍ଟେଟ ମଧ୍ୟରେ ବିବାଦ ହୋଇଥିଲା। ତେବେ ଅଲିଭରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଭାବେ ଚିହ୍ନଟ ପରେ ୧୯୯୭ରେ ଗହୀରମଥା ଅଭୟାରଣ୍ୟ ଅଞ୍ଚଳ ଭାବେ ରାଜ୍ୟ ସରକାର ମାନ୍ୟତା ଦେଇଛନ୍ତି। ୨୦୨୧ ଜାନୁୟାରୀ ୨୯ରେ ସୋସାଇଟି ପକ୍ଷରୁ ଅଗରନାଶୀ ଅଞ୍ଚଳ ସଫା କରାଯାଇଥିଲା। ଏହି ସମୟରେ ପ୍ରାୟ ୭୦୦ ମିଟର ଲମ୍ବ ଓ ୨୦୦ ମିଟର ପ୍ରସ୍ଥ ଦେଖିବାକୁ ମିଳିଥିଲା। ତଟକ୍ଷୟ ସମ୍ପର୍କରେ ସମ୍ପାଦକ ତଥା ପରିବେଶବିତ୍‌ ହେମନ୍ତ କୁମାର ରାଉତ କହିଛନ୍ତି, ପାରାଦୀପ ବନ୍ଦର ନିର୍ମାଣ ପରେ ସମୁଦ୍ର ଜୁଆର ଏଠି ତୀବ୍ର ହୋଇଛି। ନିକଟସ୍ଥ ପେଣ୍ଠ ଗ୍ରାମକୁ ନିଶ୍ଚିହ୍ନ କରୁଥିବାରୁ ଜିଓ ସିନ୍ଥେଟିକ ଟ୍ୟୁବ ୱାଲ ନିର୍ମାଣ ହୋଇଛି। ତେବେ ଗଭୀର ସମୁଦ୍ର ମଝିରେ ଥିବା ଅଗରନାଶୀର ସଂରକ୍ଷଣ ବ୍ୟବସ୍ଥା ହୋଇପାରିଲା ନାହିଁ। ଫଳରେ ତଟକ୍ଷୟ ଯୋଗୁ ଏହି ଅଞ୍ଚଳ ନିଶ୍ଚିହ୍ନ ହୋଇଥିବା ଏବେ ସୂଚନା ମିଳିଛି। ଅଲିଭରିଡ୍‌ଲେଙ୍କ କଇଁଛଙ୍କ ଅନ୍ତୁଡ଼ିଶାଳ ଭାବେ ଭିତରକନିକାର ଗହୀରମଥା ବିଶ୍ୱ ପ୍ରସିଦ୍ଧ। ଲକ୍ଷାଧିକ କଇଁଛ ଅଗରନାଶୀ ସହ ନାଶୀ-୧ ଓ ୨, ମାଦଳି ଆଦି ସ୍ଥାନରେ ପ୍ରଜନନ ସମୟରେ ଏକାଠି ହୁଅନ୍ତି। ତେବେ ଏହି ଅଞ୍ଚଳରେ ତୀବ୍ର ତଟକ୍ଷୟ ହେଉଛି। ନିକଟରେ ସାତଭାୟାର ପ୍ରସିଦ୍ଧ ଦେବୀ ପଞ୍ଚୁବରାହୀଙ୍କ ମୂଳ ମନ୍ଦିର ସମୁଦ୍ର ଗର୍ଭକୁ ଚାଲିଯାଇଛି। ଅଗରନାଶୀ ଦ୍ୱୀପ ନିଶ୍ଚିହ୍ନ ହୋଇଥିବାରୁ ସମୁଦ୍ର ଜୁଆର ପେଣ୍ଠ ପରି ସିଧାସଳଖ ସୁନୀତି ପଞ୍ଚାୟତର ଶେଷ ମୁଣ୍ଡରେ ଥିବା ତଣ୍ଡାରେ ବାଡେଇ ହେବ। ଫଳରେ ଆସନ୍ତା ୫ ବର୍ଷ ମଧ୍ୟରେ ସୁନୀତି ସମେତ ଲାଞ୍ଜୁରା, ହାବେଳିଖଟି, ବରୁଣେଇ, ଜମ୍ବୁ, ହୁକିଟୋଲା ଓ ବାବର ପ୍ରତି ସାମୁଦ୍ରିକ ବିପଦ ବଢ଼ିଛି। ଅଧ୍ୟାପକ କ୍ଷୀତିଶ କୁମାର ସିଂହ କହିଛନ୍ତି, ଗତ ୧୦ ତାରିଖରେ ଭୁବନେଶ୍ୱରରେ ପ୍ରୟାସ ପକ୍ଷରୁ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ବିଭାଗର କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ରାଷ୍ଟ୍ରମନ୍ତ୍ରୀ ଅବନୀ କୁମାର ଚୌବେ, ରାଜ୍ୟ ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ ଯୋଗ ଦେଇଥିଲେ। ଏଥିରେ ମନ୍ତ୍ରୀମାନେ ଗହୀରମଥାର କଇଁଛ ପ୍ରଜନନ ସମ୍ପର୍କରେ ବନ ବିଭାଗ ଓ ରାଜ୍ୟ ସରକାରଙ୍କୁ ପ୍ରଶଂସା ଅଜାଡି ଦେଇଥିଲେ। ତେବେ ଏହି ସମ୍ମିଳନୀରେ ଗବେଷକଙ୍କ ରିସର୍ଚ୍ଚ ରିପୋର୍ଟ ଗହୀରମଥା ଅଞ୍ଚଳର ତଟକ୍ଷୟ ଆଗାମୀଦିନରେ ଭୟଙ୍କର ହେବ ବୋଲି ଚେତାଇ ଦେଇଛନ୍ତି। ରେଞ୍ଜର ମାନସ ଦାସଙ୍କୁ ପଚାରିବାରେ ଅଗରନାଶୀର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଲଗାତର ପ୍ରୟାସ ହୋଇଆସିଛି। ଏଠାରେ ଝାଉଁବଣ ସୃଷ୍ଟି ପାଇଁ ବିଭିନ୍ନ ସମୟରେ ଚାରା ରୋପଣ ହୋଇଛି। ସେହିପରି ଏଠାରେ ଏକ କ୍ୟାମ୍ପ କରାଯାଇ ବହୁ ସମସ୍ୟାର ସମାଧାନ କରାଯାଇଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri