ରିକ୍ସାଚାଳକଙ୍କ ନାମରେ ଲେଖିଦେଲେ କୋଟିଏ ଟଙ୍କାର ସମ୍ପତ୍ତି

କଟକ ଅଫିସ,୧୪ା୧୧: ରକ୍ତ ସମ୍ପର୍କ ନ ହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ସବୁ ସମ୍ପତ୍ତିର ଉତ୍ତରାଧିକାରୀ କରିବା ପାଇଁ ମନସ୍ଥ କରି କଟକ ସୂତାହାଟ ଅଞ୍ଚଳର ମିନତି ପଟ୍ଟନାୟକ(୬୩) ମହାନତା ଦେଖାଇଛନ୍ତି। ମିନତିଙ୍କ ଅକୁଣ୍ଠ ସ୍ନେହ, ମମତା, ଭଲ ପାଇବା ଏବେ ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଛି।

ସମ୍ବଲପୁରର ଝିଅ ମିନତି ସୂତାହାଟ ଅଞ୍ଚଳର କୃଷ୍ଣକୁମାର ପଟ୍ଟନାୟକଙ୍କୁ ବିବାହ କରିଥିଲେ। ବେଶ୍‌ ସ୍ବଚ୍ଛଳ ପରିବାର ତାଙ୍କର। ୨୦୨୦ରେ କୃଷ୍ଣକୁମାରଙ୍କର ଦେହାନ୍ତ ହୋଇଯାଇଥିଲା। ଝିଅ ମୁହଁକୁ ଚାହିଁ ବାକି ଜୀବନ ବିତାଇବେ ବୋଲି ଭାବିଥିଲେ ମିନତି। ହେଲେ ବିଧିର ବିଧାନ ଥିଲା ଅଲଗା। ସ୍ବାମୀଙ୍କ ଦେହାନ୍ତର ୬ମାସ ପରେ ଝିଅ କମଲଙ୍କର ହୃଦ୍‌ଘାତରେ ମୃତ୍ୟୁ ଘଟିଥିଲା। ଏହାପରେ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡିଥିଲେ ମିନତି। ସମ୍ପର୍କୀୟଙ୍କ ସେଭଳି ସହଯୋଗ ନ ମିଳିବାରୁ ସେ ନିଜକୁ ଏକୁଟିଆ ବୋଲି ଭାବୁଥିଲେ। ଏହି ଅସମୟରେ ରିକ୍ସାଚାଳକ ବୁଢ଼ା ସାମଲ ତାଙ୍କ ପାଖରେ ଛିଡା ହୋଇଥିଲେ। ମିନତିଙ୍କ ପରିବାର ସହ ବୁଢାଙ୍କ ସମ୍ପର୍କ ଦୀର୍ଘବର୍ଷର। ବୁଢା କମଲଙ୍କୁ ସ୍କୁଲ ନେବାଆଣିବା କରୁଥିଲେ। ସେହିପରି ତାଙ୍କ ଘରର ବୋଲହାକଠାରୁ ଆରମ୍ଭ କରି ସବୁକିଛି କରିଆସୁଛନ୍ତି। ତାଙ୍କର ଏହି ନିଃସ୍ବାର୍ଥପର ସେବା ଦେଖି ମିନତି ତାଙ୍କ ତିନିମହଲା କୋଠା ସହ ଆସବାବପତ୍ର ଓ ସୁନାଅଳଙ୍କାର ଦେବା ପାଇଁ ଚୁକ୍ତି କରିଛନ୍ତି। ଏଥିସହ ମୃତ୍ୟୁ ପର୍ଯ୍ୟନ୍ତ ବୃଢାଙ୍କ ପରିବାର ମେଳରେ ରହି ଦିନ କାଟିବାକୁ ସ୍ଥିର କରିଛନ୍ତି। ସ୍ନେହ, ଶ୍ରଦ୍ଧା, ଭଲପାଇବା ଓ ସେବା ଆଗରେ ସମ୍ପତ୍ତି ତୁଚ୍ଛ ବୋଲି ସେ ପ୍ରମାଣ କରିଦେଇଛନ୍ତି। ବୁଢାଙ୍କ ଗୋଟିଏ ଝିଅ ବାହା ହୋଇଯାଇଥିବାବେଳେ ସ୍ତ୍ରୀ, ୨ ପୁଅ ଓ ବୋହୂ ସ୍ଥାନୀୟ ସିଦ୍ଧେଶ୍ୱର ସାହିରେ ଭଡାଘରେ ରହୁଥିଲେ। ହେଲେ ୩ ମାସ ହେବ ସେମାନେ ମିନତିଙ୍କ ଘରେ ରହିଆସୁଛନ୍ତି। ସେବେଠାରୁ ବୁଢାଙ୍କର ପରିବାର ଲୋକେ ମିନତିଙ୍କ ସେବା କରିଆସୁଛନ୍ତି।

ଏ ସମ୍ପର୍କରେ ମିନତି କହିଛନ୍ତି, ପ୍ରଥମେ ସ୍ବାମୀ ଆରପାରିକୁ ଚାଲିଗଲେ। ପରେ ଝିଅର ମୃତ୍ୟୁ ଘଟିଲା। ମୋ ସଂସାର ଉଜୁଡି ଗଲା, ସବୁ ତୁଚ୍ଛ ଲାଗିଲା। ଜୀବନର ସବୁଠାରୁ କଠିନ ସମୟରେ ବୁଢା ମୋ ପାଖରେ ଠିଆ ହୋଇଥିଲା। ସେଥିଲାଗି ମୁଁ ମୋର ସବୁ ସମ୍ପତ୍ତି ତାଙ୍କୁ ଦେବାକୁ ନିଷ୍ପତ୍ତି ନେଇଥିଲି। ଏଥିପାଇଁ ସମ୍ପର୍କୀୟମାନେ ମୋତେ ବିରୋଧ କରିଥିଲେ। ହେଲେ ମୁଁ କାହାକୁ ଖାତିର ନ କରି ମୋ’ ନିଷ୍ପତ୍ତିରେ ଅଟଳ ରହିଲି। ଅନ୍ୟପକ୍ଷରେ ବୁଢା କହିଛନ୍ତି, ମା’ ଙ୍କ ସହ ସମ୍ପର୍କ ୨୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ। ତାଙ୍କ ଏହି ନିଷ୍ପତ୍ତିରେ ମୁଁ ବହୁତ ଖୁସି। ହେଲେ ଏହି ସମ୍ପତ୍ତିରେ ମୋର ଲୋଭ ନାହିଁ। ମୁଁ ମୋ ପରିବାର ଲୋକେ ମା’ଙ୍କ ଶେଷ ସମୟ ପର୍ଯ୍ୟନ୍ତ ସେବା କରିବୁ। ଏଥିରେ କୌଣସି ହେଳା କରିବୁ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଚାଲି ଚାଲି ଯାଉଥିଲେ, ଧକ୍କା ଦେଇ ଚାଲିଗଲା ଗାଡ଼ି; ମହିଳା…

ଛତ୍ରପୁର,୮।୪(ଦିଲ୍ଲୀପ ସାମଲ):  ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧିନ ଜାତୀୟ ରାଜପଥ ରଘୁନାଥପୁରଠାରେ ଟାଟା ଏସିଇ ଧକ୍କାରେ ଜଣେ ମହିଳା ମୃତ୍ୟୁ ହୋଇଛି । ମୃତକ ଜଣକ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ମାନସିକ ଚାପରୁ ଚରମ ନିଷ୍ପତ୍ତି, ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା…

କୋକସରା,୮ା୪ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ):v କଳାହାଣ୍ଡି ଜିଲା କୋକସରା ଥାନା ବୋବରିଆ ଗ୍ରାମର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ନିଜ ଘର ଭିତରୁ ଜବତ ହୋଇଛି। ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri