ରଙ୍ଗଲଗା ବୋର୍ଡରେ ପୁରୁଣା ସୂଚନା

ସମ୍ବଲପୁର,୧୦ା୧୨(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ମିନି ଷ୍ଟାଡିୟମ ନିର୍ମାଣ କାମରେ ଅନିୟମିତତା ନେଇ ଅଭିଯୋଗ ହୋଇଥିଲା। ଗୁରୁବାର ପୁରୁଣା ସୂଚନା ଫଳକରେ ରଙ୍ଗଲଗାଇ ନୂଆ ସୂଚନା ଲେଖି ଅନିୟମିତତା ଚପାଇଦେବାକୁ ଉଦ୍ୟମ କରାଯାଉଥିବା ନେଇ ଧରିତ୍ରୀରେ ଖବର ପ୍ରକାଶ ପାଇଥିଲା। ହେଲେ ଶୁକ୍ରବାର ପୁଣି ଉକ୍ତ ସୂଚନା ଫଳକରେ ପୁରୁଣା ପ୍ରକଳ୍ପର ସୂଚନା ଲେଖି ବ୍ଲକ ପ୍ରଶାସନ ହରଡ ଘଣାରେ ପଡିଛି। କେବଳ ଯୁଯୁମୁରା ପଞ୍ଚାୟତ ନୁହେଁ, ପ୍ରସ୍ତାବିତ କବରାପାଲି, କୁକୁଡାପାଲି, ଜୟନ୍ତପୁର ପଞ୍ଚାୟତରେ କାମ ହୋଇଛି କି ନାହିଁ ତଦନ୍ତ କରାଯାଉ ବୋଲି ଦାବି ହେଉଛି। ଉକ୍ତ ପଞ୍ଚାୟତରେ ଆସିଥିବା ପ୍ରାୟ ୨୬ ଲକ୍ଷ ଟଙ୍କାର ମଧ୍ୟ ଏଭଳି ଅନିୟମିତତା ହୋଇଥିବା ସନ୍ଦେହ କରାଯାଉଛି। ଏହି ଯୋଜନାରେ ଆସୁଥିବା ଅନୁଦାନକୁ ସରକାରୀ ଜମି ଜବରଦଖଲ ଆଶଙ୍କା କିମ୍ବା ଜବରଦଖଲ ହୋଇଥିବା ଜମିକୁ ଉଚ୍ଛେଦ କରି ପାଚେରି ନିର୍ମାଣ କରିବା ଭଳି ନିୟମ ରହିଛି। ହେଲେ ଏଥିରେ ବ୍ୟତିକ୍ରମ ଦେଖାଦେଇଛି। ଏ ସମ୍ପର୍କରେ ବିଡିଓ ନୀଳାମ୍ବର ମହାନନ୍ଦ କହିଛନ୍ତି, ତହସିଲ ପକ୍ଷରୁ ଦିଆଯାଇଥିବା ସ୍ଥାନର ପ୍ରସ୍ତାବ ଉପରେ ବ୍ଳକ ପ୍ରଶାସନ ପକ୍ଷରୁ କାମ ହୋଇଥାଏ। ଆଗକୁ ହକି ବିଶ୍ୱକପ ରହିଛି। ତେଣୁ ମିନି ଷ୍ଟାଡିୟମ କାମକୁ ଗୁରୁତ୍ୱ ଦିଆଯାଇଛି। କାମର ମାନକୁ ଯାଞ୍ଚ କରିବା ପାଇଁ ଜେଇଙ୍କୁ କଡା ନିର୍ଦ୍ଦେଶ ଦିଆଯାଇଛି। ପ୍ରକଳ୍ପରେ ସମସ୍ତ ସରକାରୀ ନିୟମ ମଧ୍ୟ ପାଳନ କରାଯାଇଛି। ଅଯଥାରେ ବ୍ଲକ ପ୍ରଶାସନକୁ ବଦନାମ କରିବାକୁ ଚକ୍ରାନ୍ତ କରାଯାଉଛି। ସମସ୍ତ ପଞ୍ଚାୟତରେ ବିକାଶ କାମ କରାଯିବ। ତହସିଲ ଦେଇଥିବା ଅନୁଦାନ ବାକି ରହିଛି। ଯୁଯୁମୁରାରେ ପଞ୍ଚାୟତରେ ୧୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଫାଇଲ ଖୋଲା ଯାଇ କାମ କରାଯାଉଛି ବୋଲି କହିଥିଲେ। ସୂଚନାଯୋଗ୍ୟ, ଯୁଯୁମୁରା ପଞ୍ଚାୟତ ସମିତି ପକ୍ଷରୁ ତହସିଲ ଅଫିସ ପଛପଟେ ମିନିଷ୍ଟାଡିୟମ ନିର୍ମାଣ କାମରେ ଅନମିୟତା ନେଇ ଅଭିଯୋଗ ହୋଇଥିଲା। ଯୁଯୁମୁରା ସରପଞ୍ଚ ବାସନ୍ତି ପ୍ରଧାନ ଓ ସମିତି ସଭ୍ୟ ଜୟନ୍ତ ପ୍ରଧାନ ବିଡିଓଙ୍କୁ ଏ ନେଇ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୋଖରୀରୁ କୁମ୍ଭୀର ଉଦ୍ଧାର

ଦିଗପହଣ୍ଡି,୨୬ା୧୧(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ଖମାରୀଗାଁ ପଞ୍ଚାୟତ ଗଡ ସାମନ୍ତରାପୁର ଗ୍ରାମର ବାଲିବନ୍ଧ ପୋଖରୀରୁ ମଙ୍ଗଳବାର ଅପରାହ୍ନରେ ଏକ ଗୋ ମୁହାଁ କୁମ୍ଭୀର ଉଦ୍ଧାର କରାଯାଇଛି। ପୋଖରୀରୁ...

ମାନୁନାହାନ୍ତି ସାମାଜିକ ଦୂରତା

ଆଠମଲ୍ଲିକ ୬।୪(ଡି.ଏନ.ଏ.)- ଆଠମଲ୍ଲିକ ସହରର ବିଭିନ୍ନ କଣ୍ଟ୍ରୋଲ ଦୋକାନରେ ଚାଉଳ, ଗହମ ଓ ସରକାରଙ୍କ ଆର୍ଥିକ ସହାୟତା ନେବାକୁ ସୋମବାର ଭିଡ ଲାଗିଥିବା ଦେଖାଯାଇଥିଲା। ଏପରି...

ଠିକାଦାର ଦିଲୀପ, ଇସ୍କନ ବିରୋଧରେ ପୃଥକ୍‌ ମାମଲା

ପୁରୀ ଅଫିସ,୭।୨: ଭୁବନେଶ୍ୱର ବିମାନବନ୍ଦରରେ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ିବା ଘଟଣାରେ ଗିରଫ ହୋଇ ଝାରପଡ଼ା ଜେଲରେ ଥିବା ଠିକାଦାର ଦିଲୀପ ଖଟେଇଙ୍କ ବିରୋଧରେ ଆଇନଜୀବୀ...

ପଥର, ବାଲି ଚାଲାଣବେଳେ ୬ ଗାଡ଼ି ଜବତ

ଭଞ୍ଜନଗର,୨୪।୭(ଡି.ଏନଏ): ପଥର, ବାଲି, ଗୋଡ଼ି ବେନିୟମ ଚାଲାଣ ଯୋଗୁ ସରକାର ବିପୁଳ ରାଜସ୍ବ ହରାଉଛନ୍ତି। ବୁଧବାର ଭଞ୍ଜନଗର ତହସିଲ ଓ ଗାଲେରୀ, ଭଞ୍ଜନଗର ପୋଲିସ ପକ୍ଷରୁ...

୨୧ରେ ପାଲଲହଡ଼ା ବ୍ଲକ ଅଧ୍ୟକ୍ଷ ନିର୍ବାଚନ

ପାଲଲହଡା,୬।୮(ଡି.ଏନ.ଏ.) ଆସନ୍ତା ୨୧ରେ ଅନୁଷ୍ଠିତ ହେବ ପାଲଲହଡା ବ୍ଲକ ଅଧ୍ୟକ୍ଷ ନିର୍ବାଚନ। ଏଥିପାଇଁ ଅଗଷ୍ଟ ୧୩ରେ ବିଜ୍ଞପ୍ତି ପ୍ରକାଶ ପାଇବ। ଏ ନେଇ ନିର୍ବାଚନ କମିଶନ...

ଆନନ୍ଦ ଦେବ ଇକୋ କଟେଜ୍‌

ବନ୍ତଳା,୨୧ା୧୦ (ଦିନେଶ ଦେହୁରୀ) – ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟରେ ହେଉଛି ନୂଆ ବ୍ୟବସ୍ଥା। ପର୍ଯ୍ୟଟକଙ୍କ ପାଇଁ ପ୍ରସ୍ତୁତ କରାଯାଉଛି...

ଦୁର୍ବଳ ନଦୀବନ୍ଧ, ବିପଦରେ ୫ହଜାର ଲୋକ

ବାଲେଶ୍ୱର ଅଫିସ, ୧୪।୬-ବାଲେଶ୍ୱର ଜିଲା ଦେଇ ବହିଯାଇଥିବା ବୁଢ଼ାବଳଙ୍ଗ ନଦୀକୂଳରେ ଅବସ୍ଥିତ ପୁରୁଣା ବାଲେଶ୍ୱର ଅଞ୍ଚଳ। ଅଳ୍ପ ଦୂରରେ ଏହି ନଦୀ ବଙ୍ଗୋପସାଗରରେ ମିଶିଛି। କେବଳ...

ବରଗଡ଼ରୁ ୩୨ ନୂଆ କରୋନା ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୮୪୫୮ରେ ପହଞ୍ଚିଲା

ବରଗଡ଼ ଅଫିସ,୨୭।୧୦: ବରଗଡ଼ ଜିଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। ମଙ୍ଗଳବାର ଜିଲାରେ ପୁଣି ୩୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ...

Advertisement
Archives

Model This Week