ଶ୍ରୀହୀନ ଗଡ଼ଖାଇ, ରାଜବାଟୀ

କେନ୍ଦୁଝର, ୮।୯(ସ୍ବ.ପ୍ର.)-ଚୂଳିଆ ପାହାଡ଼ରୁ ଜୁଡିଆ ଘାଟି ପର୍ଯ୍ୟନ୍ତ ବିସ୍ତୃତ ପର୍ବତ ପାଦ ଦେଶରେ ବିଦ୍ୟମାନ କେନ୍ଦୁଝର ପୁରାତନ ରାଜବାଟୀ। ଏହାର ସୁରକ୍ଷା ପାଇଁ ପଶ୍ଚିମ ଓ ପୂର୍ବରେ ରହିଛି ୨ଟି ଗଡ଼ଖାଇ। ଅନ୍ୟ ଦୁଇ ପାର୍ଶ୍ୱରେ ସୁଉଚ୍ଚ ପର୍ବତମାଳା। ବାହ୍ୟଶତ୍ରୁ ଆକ୍ରମଣରୁ ରାଜବାଟୀର ସୁରକ୍ଷା ପାଇଁ ନିର୍ମାଣ ହୋଇଥିଲା ଏହି ଗଡ଼ଖାଇ। ରକ୍ଷଣାବେକ୍ଷଣ, ଜବରଦଖଲ ଆଦି କାରଣରୁ ଏହା ଏବେ ନଷ୍ଟ ହେବାକୁ ବସିଛି । ଜିଲାର ସ୍ବାଭିମାନ ଓ ଐତିହ୍ୟର ପ୍ରତୀକ ଭାବେ ବିଦିତ ଏହି ଗଡ଼ଖାଇ ଶ୍ରୀହୀନ ହୋଇପଡୁଥିବା ଏବଂ ଅବହେଳିତ ରାଜବାଟୀ ଜିଲାବାସୀଙ୍କୁ ଏବେ ବ୍ୟଥିତ କରୁଛି।
କଥିତ ଅଛି, ତତ୍କାଳୀନ କେନ୍ଦୁଝର ରାଜା ଧନୁର୍ଜୟ ନାରାୟଣ ଭଞ୍ଜଦେଓଙ୍କ ରାଜୁତି କାଳ (୧୮୬୧ରୁ ୧୯୦୫)ରେ ଏହି ରାଜବାଟୀ ଓ ଗଡ଼ଖାଇ ନିର୍ମାଣ ହୋଇଥିଲା। ଦକ୍ଷିଣରେ ଜୁଡ଼ିଆଠାରୁ ନଳାପାଟ ସାହି ପର୍ଯ୍ୟନ୍ତ ଏକ ଉଚ୍ଚ ପର୍ବତମାଳା ରହିଛି; ଯାହାକୁ ଇନ୍ଦ୍ରଛତ୍ର ହୁଡ଼ି କୁହାଯାଏ। ଉତ୍ତରରେ ଗୋପାଳବନ୍ଧ, ମଇଁଷିକଟା ନାମକ ଦୁଇଟି ପୋଖରୀ ଥିଲା। ଦକ୍ଷିଣ ପାର୍ଶ୍ୱରେ ଆଉ ଏକ ପୋଖରୀ ମଧ୍ୟ ଥିଲା ବୋଲି କୁହାଯାଏ । ଏହିପରି ଚାରିପାର୍ଶ୍ୱରେ ଜଳାଶୟ ଦ୍ୱାରା ଗଡ଼ର ସୁରକ୍ଷା କରାଯାଇଥିଲା। ସୁରକ୍ଷା ପାଇଁ ରାଜବାଟୀର ବହିଃ ପ୍ରାଚୀରରେ ୮ଟି ଗମ୍ବୁଜ ଥିଲା। ଯେଉଁଠି ସୈନ୍ୟମାନେ ପହରା ଦେଉଥିଲେ। ଏବେ ମଧ୍ୟ ବହୁ ପର୍ଯ୍ୟଟକ ଏଠାକୁ ବୁଲିବାକୁ ଆସି ପୁରାତନ ଗାଥାକୁ ମନେପକାଇଥାନ୍ତି ା ତେବେ ରକ୍ଷଣାବେକ୍ଷଣ ଓ ସୁରକ୍ଷା ଅଭାବରୁ ଏହି ରାଜବାଟୀ ନଷ୍ଟ ହେବାକୁ ବସିଛି। ବହିର୍ପାର୍ଶ୍ୱରେ ଥିବା ଜଳାଶୟ ବା ଗଡ଼ଖାଇ ସବୁ ପୋତି ହୋଇପଡ଼ିଛି। ଏହା ଭିତରେ ଥିବା କେନ୍ଦୁଝରର ପୂର୍ବ ଇତିହାସ ଲୋପପାଇବାକୁ ବସିଥିବାରୁ ଗବେଷକ, ଲେଖକ, ସଂଗ୍ରାହକ ଓ ଐତିହାସିକମାନେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ରାଜବାଟୀରେ ସେ ସମୟରେ ମହାରାଜାଙ୍କ କଚେରି, ସଭାସମିତି ପାଇଁ ଦରବାର ହଲ, ଅସ୍ତ୍ରାଗାର, ଦଣ୍ଡାଦେବୀ-ଗଡ଼ଚଣ୍ଡୀ, ରାଣୀ ହଂସପୁର, ବ୍ରତଘର, ବିବାହ ମଣ୍ଡପ, ସ୍ନାନାଗାର, ଗୁପ୍ତଦ୍ୱାର ଆଦି ଥିଲା ବୋଲି କୁହାଯାଏ। ଏହାର ମୁଖ୍ୟ ଦୁଇଟି ଦ୍ୱାରରେ ରାଜାମହାରାଜାମାନେ ଯାତାୟାତ କରୁଥିଲେ। ଉତ୍ତର ଦ୍ୱାରରେ ଛତିଶା ନିଯୋଗ ରହିଥିବାବେଳେ ଦକ୍ଷିଣ ଦ୍ୱାର ମାଟିଆ ବନ୍ଧ ପୋଖରୀ (ଯାହାକୁ ଚନ୍ଦନ ପୋଖରୀ କୁହାଯାଉଛି) ଖୋଲିଛି। ପଶ୍ଚିମ ଦିଗରେ ଥିବା ଦ୍ୱାର ଆବଶ୍ୟକ ପଡ଼ିଲେ ଖୋଲାଯାଇ ବ୍ୟବହାର କରାଯାଇଥାଏ। ପୂର୍ବ ଦିଗରେ ଥିବା ହାଡ଼ିବନ୍ଧ ପୋଖରୀ ନିକଟରେ ପୂଜାସ୍ଥଳୀ ରହିଛି ା
ସେହିପରି ବାସୁଳିଶାଳରେ ଅଶ୍ୱପଞ୍ଚମୀ ଦିନ ଘୋଡ଼ା ଓ ହାତୀଙ୍କୁ ପୂଜା କରାଯାଉଥିଲା ବୋଲି କୁହାଯାଏ। ମାଟିଆ ବନ୍ଧ ବା ଚନ୍ଦନ ପୋଖରୀ ମଧ୍ୟଭାଗ ଜଳାଶୟ ମଧ୍ୟରେ ରହିଛି ଏକ ମନ୍ଦିର। ଏଠାରେ ରଥଯାତ୍ରା ସମୟରେ ଶ୍ରୀ ଜୀଉଙ୍କ ଜଳ କ୍ରୀଡ଼ା ବା ଚନ୍ଦନ ଯାତ୍ରା ଅନୁଷ୍ଠିତ ହୋଇଥାଏ। ରାଜବାଟୀ ମଧ୍ୟରେ ରହିଛି ଶିବ ମନ୍ଦିର ଓ ସର୍ବ ପୁରାତନ କୁହାଯାଉଥିବା ମା’ ତାରିଣୀଙ୍କ ମନ୍ଦିର। ଯେଉଁଠି ବିଭିନ୍ନ ପର୍ବପର୍ବାଣି ସମୟରେ ଭିଡ଼ ଜମେ। ରାଜବାଟୀ ଓ ଗଡ଼ଖାଇର ମନୋରମ ଦୃଶ୍ୟ ଜାତୀୟ ରାଜପଥ ୪୯ (ପୂର୍ବରୁ ୬ ନମ୍ବର)ର ଜୁଡ଼ିଆ ଘାଟି ଉପରୁ ପର୍ଯ୍ୟଟକ ତଥା ଯାତାୟାତ କରୁଥିବା ଲୋକଙ୍କୁ ବିମୋହିତ କରିଥାଏ। ଏହା ନିକଟରେ ପ୍ରତିଷ୍ଠିତ ଜିଲାର ଆରାଧ୍ୟ ଶ୍ରୀ ବଳଦେବଜୀଉ ପ୍ରସିଦ୍ଧି ଲାଭ କରିଛନ୍ତି। ରଥଯାତ୍ରା ସମୟରେ ଏଠାକୁ ଲକ୍ଷାଧିକ ଲୋକଙ୍କ ଆଗମନ ହୋଇଥାଏ ବୋଲି ଗବେଷକ ଡ. ବିମ୍ବାଧର ବେହେରା କୁହନ୍ତି। ଏଣୁ ପର୍ଯ୍ୟଟନ ଦୃଷ୍ଟିକୋଣରୁ ଏହି ସ୍ଥାନଟି ଅତ୍ୟନ୍ତ ଗୁରୁତ୍ୱ ବହନ କରୁଛି। ତେବେ ପ୍ରଚାର ପ୍ରସାର ହେଲେ ବହୁ ପର୍ଯ୍ୟଟକ ଏଠାକୁ ଆସିପାରିବେ। କିନ୍ତୁ ସମୟର ସୁଅରେ ଆଜି ଏହି ସବୁ ଧୀରେ ଧୀରେ ଶ୍ରୀହୀନ ହୋଇପଡୁଥିବାରୁ ଅନେକେ ଉଦ୍‌ବେଗ ପ୍ରକାଶ କରୁଛନ୍ତି। ପରବର୍ତ୍ତୀ ପିଢ଼ି ପାଇଁ ଏସବୁର ସୁରକ୍ଷା ସହ ଏବିଷୟରେ ଅଧିକ ଗବେଷଣା ଆବଶ୍ୟକ ବୋଲି ସଂଗ୍ରାହକ ସୁଜିତ ପଟ୍ଟନାୟକ କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ ମାଲିକଙ୍କୁ ହତ୍ୟା: ଦୋକାନ ଆଗରେ…

ସିମୁଳିଆ, ୧୬।୨(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନା ଠାରୁ ୩କି.ମି. ଦୂର ୧୬ନଂ ଜାତୀୟ ରାଜପଥ ପାଶର୍‌ବରେ ଥିବା ଜୟ ମା ’ଦୁର୍ଗା ନାମକ ହୋଟେଲର…

ବ୍ରିଜ୍‌ ଭାଙ୍ଗି ନଦୀକୁ ଖସିଲା ଅଦା ବୋଝେଇ ଟ୍ରକ୍‌, ଭିତରେ ଥିଲେ ଡ୍ରାଇଭର-ହେଲ୍‌ପର

ବସ୍ତା,୧୬ା୨(ହରିଶଙ୍କର ପାଢ଼ୀ): ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ମଥାନୀ ବାଇପାସ ପେଗରପଡ଼ା ଜଳକା ନଦୀର ବ୍ରିଜରୁ ଘନ କୁହୁଡି ଯୋଗୁ ସୋମବାର ଭୋର୍‌ ସମୟରେ ଏକ…

ଚାଷ ଜମିରୁ ମିଳିଲା ଯୁବକଙ୍କ ମୃତଦେହ: ହତ୍ୟା ସନ୍ଦେହ

ରାୟଗଡ଼ା,୧୬/୨(ଆଶିଷ ରଞ୍ଜନ ପଣ୍ଡା)-ରାୟଗଡା ଜିଲା ଶେଷଖାଲ ଥାନା ଅନ୍ତର୍ଗତ ବାଇସିଂ ଗ୍ରାମ ନିକଟରେ ଜଣେ ଯୁବକର ମୃତଦେହ ଠାବ କରାଯାଇଛି। ମୃତ ଯୁବକ ଜଣକ ହେଲେ ବାଇସିଂ…

ଆଗକୁ ବାର୍ଷିକ ପରୀକ୍ଷା: ଭଞ୍ଜନଗରରେ ବଢୁଛି ଶବ୍ଦ ପ୍ରଦୂଷଣ, ରୋକିବା ପାଇଁ…

ଭଞ୍ଜନଗର,୧୬ା୨(ବାବୁଲା ପ୍ରଧାନ): ଆସନ୍ତା ୧୮ରୁ ରାଜ୍ୟରେ ଯୁକ୍ତ ୨ ବାର୍ଷିକ ପରୀକ୍ଷା ହେବ। ତାହା ମାର୍ଚ୍ଚ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚାଲିବ। ଏଥିସହ ମାଟ୍ରିକ୍‌ ପରୀକ୍ଷା…

ଶଙ୍ଖେଶ୍ୱରଙ୍କ ପୀଠରେ ଅଲୌକିକ ଘଟଣା: ଦର୍ଶନ ଦେଲେ ନାଗରାଜ, ପିଇଲେ କ୍ଷୀର, ଦେଖନ୍ତୁ ଭିଡିଓ…

ନୀଳଗିରି,୧୬ା୨(ପ୍ରଶାନ୍ତ କୁମାର ବିଶ୍ୱାଳ): ଭଗବାନ ଶିବ ଶମ୍ଭୁଙ୍କର ରହିଛି ଅନେକ ରହସ୍ୟ, ଯେପରି ବ୍ରହ୍ମାଣ୍ଡର ନା ଆଦି ଅଛି ନା ଅନ୍ତ ଅଛି। ଠିକ ସେହିଭଳି ଶିବ…

ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ: ହୁତୁହୁତୁ ହୋଇ ବ୍ୟାପୁଛି ନିଆଁ

ଜୟପୁର,୧୬ା୨(ପବନ ପାଣିଗ୍ରାହୀ): ଜୟପୁର ସହରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଚାରିଆଡ଼େ ନିଆଁ ବ୍ୟାପିଚାଲିଛି। ଏପରି ଅଭାବନୀୟ ଘଟଣା ଘଟିଛି ଜୟପୁର ସହରର ବିକ୍ରମଦେବ ବିଶବିଦ୍ୟାଳୟ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri