Posted inଫୁରସତ

ଫେରୁଛି ପୁରୁଣା ଦିନ

ହାତବୁଣା ଲୁଗାର ଚାହିଦାକୁ ଦେଖି ସୁବର୍ଣ୍ଣପୁର ଜିଲାର ବୁଣାକାର ଉନ୍ନତ ଡିଜାଇନର ଲୁଗାବୁଣାରେ ନିପୁଣ। ପୁଣି ଏଠାକାର ବୁଣାକାରଙ୍କ ପ୍ରସ୍ତୁତ ଶାଢିର ଚାହିଦା ଦେଶ ବିଦେଶରେ ରହିଛି। ଏବେ ଜିଲାର ବୁଣାକାର ସ୍ବାସ୍ଥ୍ୟ ଅନୁକୂଳ ପ୍ରାକୃତିକ ରଙ୍ଗରେ ରଙ୍ଗେଇ ହୋଇଥିବା ସୂତାରେ ଶାଢି ବୁଣିବା ଆରମ୍ଭ କରିଛନ୍ତି। ଯାହାକି ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।
ଜିଲାର ପ୍ରାୟ ୨୦ ପ୍ରତିଶତ ଲୋକ ଏବେ ବି ବୁଣାବୁଣି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ଏଠାକାର ହାତତିଆରି ବମକେଇ, ପାଟ ଓ ସୂତାବୁଣା ଶାଢି ବେଶ୍‌ ପ୍ରସିଦ୍ଧ। ଅତି ପୁରାତନ କାଳରେ ବୁଣାକାରମାନେ ପ୍ରକୃତିରୁ ମିଳୁଥିବା ଫଳ, ଫୁଲ, ଗଛର ଛାଲି, ପତ୍ର ଓ ମଞ୍ଜିକୁ ସଂଗ୍ରହ କରି ସେଥିରୁ ସୂତା ରଙ୍ଗ କରୁଥିଲେ। ସେହି ସୂତାରୁ ବସ୍ତ୍ର ପ୍ରସ୍ତୁତ କରୁଥିଲେ। ସମୟକ୍ରମେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ପରେ ଏଗୁଡିକ ଧୀରେ ଧୀରେ ଲୋପ ପାଇ ଯାଇଥିଲା। ତେବେ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗ ହେଉଛି। ଏ ବିଷୟରେ ଲୋକମାନେ ଊଣା ଅଧିକେ ଜାଣିଲେଣି। ତେଣୁ ବାନ୍ଧଶିଳ୍ପୀମାନେ ପୁଣି ପ୍ରକୃତିମୁହାଁ ହେଲେଣି। ବଜାର ଚାହିଦାକୁ ଅନୁଭବ କରି ବୟନ ଶିଳ୍ପ ବିଭାଗ ପକ୍ଷରୁ ବୀରମହାରାଜପୁର ବ୍ଲକ କେନ୍ଦୁପାଲିସ୍ଥିତ ମା’ ପିତାବଳି ପ୍ରାକୃତିକ ବୁଣାକାର ସଂଘ ଆନୁକୂଲ୍ୟରେ ପାଟସୂତା ଉପରେ ପ୍ରାକୃତିକ ରଙ୍ଗ ବ୍ୟବହାରର ତାଲିମ ଦିଆଯାଇଛି। ତାଲିମ ପାଇ ୨୦ରୁ ଊର୍ଦ୍ଧ୍ୱ ବୁଣାକାର ବିଭିନ୍ନ ରଙ୍ଗରେ ରଙ୍ଗେଇ ହୋଇଥିବା ପାଟସୂତା ଦ୍ୱାରା ନିଜ ତନ୍ତଶାଳରେ ଶାଢୀ ବୁଣୁଛନ୍ତି। ବର୍ତ୍ତମାନ କେନ୍ଦୁପାଲି ଓ ଟାଙ୍ଗରସାହିର ୧୦ରୁ ୧୨ ତନ୍ତରେ ପ୍ରାକୃତିକ ରଙ୍ଗ ସୂତାରେ ବୁଣାକାର୍ଯ୍ୟ ହେଉଛି। ଏହାର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଗଲାଣି। ବଜାରର ଚାହିଦା ଦେଖି ଅନ୍ୟ ବୁଣାକାରମାନେ ମଧ୍ୟ ଅନୁକରଣ କରିବେ ବୋଲି ଆଶା ରହିଥିବା କହିଛନ୍ତି ସୋନପୁରର ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଦାସ। ପ୍ରାକୃତିକ ରଙ୍ଗେଇ ପଦ୍ଧତି ରାସାୟନିକ ରଙ୍ଗଠାରୁ ସମୟ ସାପେକ୍ଷ କିନ୍ତୁ ଶରୀର ପାଇଁ ହିତକାରୀ। ପ୍ରକୃତିରୁ ମିଳୁଥିବା ରଙ୍ଗ ଯଥା ଗଙ୍ଗଶିଉଳି, ଗେଣ୍ଡୁ ଫୁଲ, ହରିଡ଼ା, ଅଁଳା ଭଳି ଫୁଲ ଓ ମଞ୍ଜିକୁ ସଂଗ୍ରହ କରି ରଙ୍ଗ ବାହାର କରାଯାଉଛି । ମାଷ୍ଟର ଟ୍ରେନର ତଥା ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ମଙ୍ଗୁଳୁ ମେହେର ପାଟସୂତାକୁ ରଙ୍ଗ କରି ବୁଣାକାରଙ୍କୁ ଏହି ପଦ୍ଧତିରେ ପାଟ ବୁଣିବାର ତାଲିମ ପ୍ରଦାନ କରୁଛନ୍ତି। ରଥପୁରର ମହିଳା ବୁଣାକାର ପଦ୍ମାବତୀ ମେହେର, ଟାଙ୍ଗରସାହିର ନମିତା ମେହେର ଓ ଯଶୋବନ୍ତୀ ମେହେର କୁହନ୍ତି, ଆମେ କିଛି ମାସ ହେବ ପ୍ରାକୃତିକ ରଙ୍ଗ ଦ୍ୱାରା ରଙ୍ଗେଇ ହୋଇଥିବା ସୂତାରେ ଲୁଗା ବୁଣୁଛୁ। ଏହି ଶାଢିର ଚାହିଦା ଅଧିକ ରହୁଛି।
– ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ପ୍ରେମରେ ଜାପାନୀ ସିଇଓ

ବେଙ୍ଗାଲୁରୁ: ଟେକ୍‌ ଜାପାନ କମ୍ପାନୀର ପ୍ରତିଷ୍ଠାତା ତଥା ସିଇଓ ନାଓତାକା ନିଶିୟାମା ଗତ ମାସେ ହେବ ଭାରତ ଗସ୍ତରେ ରହିଛନ୍ତି। ଭାରତରେ ସଂସ୍କୃତି, ମୂଲ୍ୟବୋଧ ଓ ବିବିଧତାକୁ...

୨୦ବର୍ଷ ଧରି ବୋର୍ଡରେ ଖବର ଲେଖୁଛନ୍ତି ସରୋଜ ଚର୍ଚ୍ଚି

ଖବରକାଗଜ ସାଧାରଣତଃ ଛପା ଯାଇଥାଏ। ବିଭିନ୍ନ ଅଞ୍ଚଳରୁ ପ୍ରକାଶନ ହେଉଥିବା ଦୈନିକ, ସାପ୍ତାହିକ, ମାସିକ, ପାକ୍ଷିକ ଆଦି ବିଭିନ୍ନ ଭାଷାର ଏକାଧିକ ସଂସ୍କରଣ ରହିଛି। ଆଞ୍ଚଳିକ,...

ଆଧୁନିକ ନାରୀଙ୍କ ପାଇଁ ଦୃଷ୍ଟାନ୍ତ ‘ନନ୍ଦିନୀ’

ଓଡ଼ିଶା ମାଟିର ସୁଯୋଗ୍ୟା ସନ୍ତାନ ସେ । ଜଣେ ପ୍ରତିଷ୍ଠିତ ଲେଖିକା ହେବା ସହ ରାଜନୀତିରେ ବି ସେ ଥିଲେ ବେଶ୍‌ ପାରଙ୍ଗମ। ଯାହା ତାଙ୍କୁ...

ମା’ ଖୁସି ପାଇଁ..ସବୁ ଖୁସି ପାଦ ତଳେ ଥୋଇ ଦେଇଥିବା ସୁଯୋଗ୍ୟ ସନ୍ତାନ…

ମା’;  ଯାହାର ଜୀବନ ନାଟିକା ତା’ ସନ୍ତାନ ପାଖରେ ଅଟକିଥାଏ। ଯାହାର ସବୁ ସୁଖଦୁଃଖ ତା’ ପିଲା ପାଖରୁ ଆରମ୍ଭ ହୋଇ ତାଙ୍କଠି ହିଁ ସରିଯାଏ।...

ଆଜି ବିଶ୍ୱ ମାତୃ ଦିବସ

ବିଶ୍ୱ ମାତୃ ଦିବସ ହେଉଛି ଏକ ବିଶ୍ୱସ୍ତରୀୟ ଉତ୍ସବ ଯାହାକି ମା’ ଏବଂ ମାତୃଭାଷାଙ୍କୁ ସମ୍ମାନିତ କରିବା ଉଦ୍ଦେଶ୍ୟରେ ପାଳନ କରାଯାଏ। ଏହା ଜଣେ ମା’ର...

ଚଳନ୍ତା ବିମାନରେ ମାରପିଟ

ସାନ୍‌ ଫ୍ରାନ୍ସିସ୍କୋ: ସାମ୍ପ୍ରତିକ ସମୟରେ ବିମାନରେ ଯାତ୍ରା କରିବାବେଳେ ଯାତ୍ରୀଙ୍କ ମଧ୍ୟରେ ଝଗଡ଼ା ଓ ମାରପିଟ ଲାଗିବାର ଅନେକ ଖବର ସାମ୍‌ନାକୁ ଆସିଛି। ସୋସିଆଲ ମିଡିଆର ଯୁଗ...

ହେଲିକପ୍ଟର ଭିତରେ ଅନନ୍ୟ ହୋଟେଲ: ଏଥିରେ ଯାହା ସବୁ ରହିଛି, ଭିଡିଓ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଯେତେବେଳେ ଆପଣ କୌଣସି ସ୍ଥାନକୁ ଯାଆନ୍ତି ସେତେବେଳେ ସ୍ଥାନ କିମ୍ବା ହୋଟେଲରେ ରହିବାକୁ ଚାହାନ୍ତି। ଯାହାର ଆଖପାଖ ପରିବେଶ ଆରାମଦାୟକ ହୋଇଥିବା ଦରକାର। ମାତ୍ର ସବୁବେଳେ...

କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri