Posted inଫୁରସତ

ଫେରୁଛି ପୁରୁଣା ଦିନ

ହାତବୁଣା ଲୁଗାର ଚାହିଦାକୁ ଦେଖି ସୁବର୍ଣ୍ଣପୁର ଜିଲାର ବୁଣାକାର ଉନ୍ନତ ଡିଜାଇନର ଲୁଗାବୁଣାରେ ନିପୁଣ। ପୁଣି ଏଠାକାର ବୁଣାକାରଙ୍କ ପ୍ରସ୍ତୁତ ଶାଢିର ଚାହିଦା ଦେଶ ବିଦେଶରେ ରହିଛି। ଏବେ ଜିଲାର ବୁଣାକାର ସ୍ବାସ୍ଥ୍ୟ ଅନୁକୂଳ ପ୍ରାକୃତିକ ରଙ୍ଗରେ ରଙ୍ଗେଇ ହୋଇଥିବା ସୂତାରେ ଶାଢି ବୁଣିବା ଆରମ୍ଭ କରିଛନ୍ତି। ଯାହାକି ରାଜ୍ୟରେ ପ୍ରଥମ ବୋଲି କୁହାଯାଉଛି।
ଜିଲାର ପ୍ରାୟ ୨୦ ପ୍ରତିଶତ ଲୋକ ଏବେ ବି ବୁଣାବୁଣି ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରନ୍ତି। ଏଠାକାର ହାତତିଆରି ବମକେଇ, ପାଟ ଓ ସୂତାବୁଣା ଶାଢି ବେଶ୍‌ ପ୍ରସିଦ୍ଧ। ଅତି ପୁରାତନ କାଳରେ ବୁଣାକାରମାନେ ପ୍ରକୃତିରୁ ମିଳୁଥିବା ଫଳ, ଫୁଲ, ଗଛର ଛାଲି, ପତ୍ର ଓ ମଞ୍ଜିକୁ ସଂଗ୍ରହ କରି ସେଥିରୁ ସୂତା ରଙ୍ଗ କରୁଥିଲେ। ସେହି ସୂତାରୁ ବସ୍ତ୍ର ପ୍ରସ୍ତୁତ କରୁଥିଲେ। ସମୟକ୍ରମେ ରାସାୟନିକ ରଙ୍ଗର ବହୁଳ ବ୍ୟବହାର ପରେ ଏଗୁଡିକ ଧୀରେ ଧୀରେ ଲୋପ ପାଇ ଯାଇଥିଲା। ତେବେ ରାସାୟନିକ ରଙ୍ଗ ବ୍ୟବହାର ଦ୍ୱାରା ଶରୀରରେ ବିଭିନ୍ନ ପ୍ରକାର ଚର୍ମ ରୋଗ ହେଉଛି। ଏ ବିଷୟରେ ଲୋକମାନେ ଊଣା ଅଧିକେ ଜାଣିଲେଣି। ତେଣୁ ବାନ୍ଧଶିଳ୍ପୀମାନେ ପୁଣି ପ୍ରକୃତିମୁହାଁ ହେଲେଣି। ବଜାର ଚାହିଦାକୁ ଅନୁଭବ କରି ବୟନ ଶିଳ୍ପ ବିଭାଗ ପକ୍ଷରୁ ବୀରମହାରାଜପୁର ବ୍ଲକ କେନ୍ଦୁପାଲିସ୍ଥିତ ମା’ ପିତାବଳି ପ୍ରାକୃତିକ ବୁଣାକାର ସଂଘ ଆନୁକୂଲ୍ୟରେ ପାଟସୂତା ଉପରେ ପ୍ରାକୃତିକ ରଙ୍ଗ ବ୍ୟବହାରର ତାଲିମ ଦିଆଯାଇଛି। ତାଲିମ ପାଇ ୨୦ରୁ ଊର୍ଦ୍ଧ୍ୱ ବୁଣାକାର ବିଭିନ୍ନ ରଙ୍ଗରେ ରଙ୍ଗେଇ ହୋଇଥିବା ପାଟସୂତା ଦ୍ୱାରା ନିଜ ତନ୍ତଶାଳରେ ଶାଢୀ ବୁଣୁଛନ୍ତି। ବର୍ତ୍ତମାନ କେନ୍ଦୁପାଲି ଓ ଟାଙ୍ଗରସାହିର ୧୦ରୁ ୧୨ ତନ୍ତରେ ପ୍ରାକୃତିକ ରଙ୍ଗ ସୂତାରେ ବୁଣାକାର୍ଯ୍ୟ ହେଉଛି। ଏହାର ଉତ୍ପାଦନ ମଧ୍ୟ ଆରମ୍ଭ ହୋଇଗଲାଣି। ବଜାରର ଚାହିଦା ଦେଖି ଅନ୍ୟ ବୁଣାକାରମାନେ ମଧ୍ୟ ଅନୁକରଣ କରିବେ ବୋଲି ଆଶା ରହିଥିବା କହିଛନ୍ତି ସୋନପୁରର ସହକାରୀ ବୟନ ଶିଳ୍ପ ନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଦାସ। ପ୍ରାକୃତିକ ରଙ୍ଗେଇ ପଦ୍ଧତି ରାସାୟନିକ ରଙ୍ଗଠାରୁ ସମୟ ସାପେକ୍ଷ କିନ୍ତୁ ଶରୀର ପାଇଁ ହିତକାରୀ। ପ୍ରକୃତିରୁ ମିଳୁଥିବା ରଙ୍ଗ ଯଥା ଗଙ୍ଗଶିଉଳି, ଗେଣ୍ଡୁ ଫୁଲ, ହରିଡ଼ା, ଅଁଳା ଭଳି ଫୁଲ ଓ ମଞ୍ଜିକୁ ସଂଗ୍ରହ କରି ରଙ୍ଗ ବାହାର କରାଯାଉଛି । ମାଷ୍ଟର ଟ୍ରେନର ତଥା ଜାତୀୟ ପୁରସ୍କାରପ୍ରାପ୍ତ ବୁଣାକାର ମଙ୍ଗୁଳୁ ମେହେର ପାଟସୂତାକୁ ରଙ୍ଗ କରି ବୁଣାକାରଙ୍କୁ ଏହି ପଦ୍ଧତିରେ ପାଟ ବୁଣିବାର ତାଲିମ ପ୍ରଦାନ କରୁଛନ୍ତି। ରଥପୁରର ମହିଳା ବୁଣାକାର ପଦ୍ମାବତୀ ମେହେର, ଟାଙ୍ଗରସାହିର ନମିତା ମେହେର ଓ ଯଶୋବନ୍ତୀ ମେହେର କୁହନ୍ତି, ଆମେ କିଛି ମାସ ହେବ ପ୍ରାକୃତିକ ରଙ୍ଗ ଦ୍ୱାରା ରଙ୍ଗେଇ ହୋଇଥିବା ସୂତାରେ ଲୁଗା ବୁଣୁଛୁ। ଏହି ଶାଢିର ଚାହିଦା ଅଧିକ ରହୁଛି।
– ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

ପ୍ରଶାସନିକ ସ୍ତରରେ ବଡ଼ ଅଦଳବଦଳ: କେନ୍ଦୁଝର ଜିଲାର ୧୧ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଦଳି

ବଞ୍ଚୋ, ୭।୭(ପ୍ରଦୋଷ କୁମାର ବିଶ୍ୱାଳ ): କେନ୍ଦୁଝର ଜିଲାରେ ପ୍ରଶାସନିକ କାର୍ଯ୍ୟକୁ ଅଧିକ ସୁଚାରୁ ଓ ସୁଦୃଢ଼ ଭାବେ ପରିଚାଳନା କରିବା ପାଇଁ ଏକ ବଡ଼ଧରଣର ଅଦଳବଦଳ…

ନାଖରା ସେତୁରେ ଅଘଟଣ: ବୁଢ଼ାବଳଙ୍ଗ ନଦୀରେ ରିଲ୍ସ କରୁଥିବା ବେଳେ ଭାସିଗଲେ ଯୁକ୍ତ ୨ ଛାତ୍ର, ୪ ସାଙ୍ଗ ଉଦ୍ଧାର

ବୈଶିଙ୍ଗା,୭|୭(ରତନ ଦାଶ ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ବୁଢ଼ାବଳଙ୍ଗ ନଦୀର ନାଖରା ସେତୁ ନିକଟରେ ଏକ ଦୁଃଖଦ ଅଘଟଣ ଘଟିଛି। ନଦୀର ବଢ଼ି ପାଣିରେ…

SPF 30 ନା SPF 50? ସନ୍‌ସ୍କ୍ରିନ୍ କିଣିବା ପୂର୍ବରୁ ଜାଣନ୍ତୁ ଆପଣଙ୍କ ତ୍ୱଚା ପାଇଁ କେଉଁଟି ଭଲ

ଆଜିକାଲିର ସମୟରେ ନାରୀମାନେ ନିଜର ତ୍ୱଚାକୁ ନେଇ ବେଶ ଯତ୍ନବାନ। ଖାସ୍‌ ସେଥିଲାଗି ଖରା, ବର୍ଷା କିମ୍ବା ଶୀତ ଆଦି ଋତୁରେ ସନ୍‌ସ୍କ୍ରିନର ବ୍ୟବହାର ଏବେ ଏକ…

ମାନସିକ ଭାରସାମ୍ୟ ହରାଇଲେ ଯୁବକ: ନେଲେ ଚରମ ନିଷ୍ପତ୍ତି…

ଦିଗପହଣ୍ଡି,୭|୭(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି.ତୁରୁବୁଡ଼ି ପଞ୍ଚାୟତ ଝରିପଦର ଗ୍ରାମ ଗୌଡ଼ସାହିର   ଜିତେନ୍ଦ୍ର ସେଠୀ (୪୦) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ…

ଆମେରିକାକୁ ହରାଇ କ୍ୱାର୍ଟର ପହଞ୍ଚିଲା ବେଲଜିୟମ

ସିଆଟେଲ,୭ା୭: ଚାଲର୍‌ସ ଡି କେଟେଲେରେଙ୍କ ଦ୍ୱିତୀୟ ଗୋଲ ବଳରେ ଫିଫା ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ପ୍ରି-କ୍ୱାର୍ଟର ଫାଇନାଲରେ ବେଲଜିୟମ ୪-୧ ଗୋଲରେ ଆମେରିକାକୁ ପରାସ୍ତ କରିଛି। ଡିଫେଣ୍ଡର…

ସମୁଦ୍ର କୂଳରେ ପଥର ବନ୍ଧ ନିର୍ମାଣ ଦାବି: ୭ ଦିନ ମଧ୍ୟରେ ପଦକ୍ଷେପ ନ ନେଲେ…

ଛତ୍ରପୁର, ୭।୭ (ଦିଲ୍ଲୀପ ସାମଲ): ଛତ୍ରପୁର ପୌରପରିଷଦ ଅନ୍ତର୍ଗତ ସାନ ଆର୍ଯ୍ୟପଲ୍ଲୀ ଅଞ୍ଚଳରେ ଦିନକୁ ଦିନ ସମୁଦ୍ର କୂଳ କ୍ଷୟ ବଢ଼ି ଚାଲିଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ…

ସମାଲୋଚକଙ୍କୁ ଗଡ଼କରୀଙ୍କ ଖୋଲା ଚ୍ୟାଲେଞ୍ଜ: E-୨୦ ପେଟ୍ରୋଲ୍‌ରେ ଗୋଟିଏ ହେଲେ ଗାଡ଼ି ଖରାପ ହେବାର ପ୍ରମାଣ ଦିଅ… 

ନୂଆଦିଲ୍ଲୀ,୭।୭: ୨୦ ପ୍ରତିଶତ ଏଥାନଲ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର ଦ୍ୱାରା ଗାଡ଼ିର ମାଇଲେଜ କମିବା ଏବଂ ଇଞ୍ଜିନରେ ସମସ୍ୟା ଦେଖାଦେବା ଭଳି କେତେକ ଅଭିଯୋଗ ଉପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri