କୃଷି ଅନୁକୂଳ ପର୍ବ: ଅକ୍ଷୟତୃତୀୟା

ଆମ ରାଜ୍ୟରେ ଜଗନ୍ନାଥ ସଂସ୍କୃତିକୁ ଆଧାରକରି ବାର ମାସରେ ତେର ପର୍ବ ପାଳନ କରାଯାଇଥାଏ। ତନ୍ମଧ୍ୟରେ ମହାନ୍‌ ପବିତ୍ର କୃଷିଭିତ୍ତିକ ପର୍ବ ଅକ୍ଷୟତୃତୀୟା ଅନ୍ୟତମ। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା ପାଳିତ ହୋଇଆସୁଅଛି ଏହି ମହାନ୍‌ କୃଷିଭିତ୍ତିକ ପର୍ବ। ଏହି ଦିବସର ଗୁରୁତ୍ୱକୁ ଉପଲବ୍ଧିକରି ସରକାର ଏହି ଦିନକୁ ‘କୃଷକ ଦିବସ’ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ପରି ଚଳିତବର୍ଷ ମେ ୧୦ ତାରିଖ ଶୁକ୍ରବାର ଆମ ରାଜ୍ୟ ତଥା ଦେଶରେ ଏହି ମହାନ୍‌ କୃଷିଭିତ୍ତିକ ପର୍ବ ‘ଅକ୍ଷୟତୃତୀୟା’ ଉତ୍ସବ ପାରମ୍ପରିକ ରୀତିରେ ପାଳନ କରାଯାଉଛି। ଏହି ଉପଲକ୍ଷେ ସକାଳେ ଭୂମିପୂଜା, ଅଖିମୁଠି ଅନୁକୂଳ, ଭଜନ କୀର୍ତ୍ତନ ସଭା ଓ କୃଷକମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ ଆଦି କାର୍ଯ୍ୟକ୍ରମ ଗ୍ରହଣ କରାଯାଉଅଛି।
ଏହି ପବିତ୍ର ଅକ୍ଷୟତୃତୀୟା ଦିନ କୃଷକମାନଙ୍କର ଧାନକ୍ଷେତରେ ଅଖିମୁଠି ଅନୁକୂଳ ହୁଏ। କୃଷକ ଗୃହିଣୀ ଏକ ବେତ ଟୋକେଇ ଓ ଗଉଣୀକୁ ଗୋବରରେ ଲେପନ କରି ଶୁଦ୍ଧ କରିଥାଏ। ତା’ପରେ ଏହାର ବାହାର ପଟକୁ ଚାଉଳ ବଟା ଆଣ ଓ ଢାଉରେ ଚିତ୍ର ଆଙ୍କେ। ସକାଳୁ କୃଷକ ସ୍ନାନ କରି ନୂଆ ହଳଦିଆ ବସ୍ତ୍ର ପରିଧାନ କରେ। ଏହି ଦିନ କୃଷକ ବିଷ୍ଣୁଙ୍କ ସହସ୍ର ନାମ ସହିତ ବିଷ୍ଣୁ ଚାଳିଶା ଉଚ୍ଚାରଣ କରି ପ୍ରଭୁ ଭଗବାନ୍‌ଙ୍କୁ ସ୍ମରଣ କରେ। ତା’ପରେ ଘରେ ରହିଥିବା ଏକ ଓଳିଆରୁ ଶୁକ୍ଳଧାନ ବାହାର କରି ଟୋକେଇ ଓ ଗଉଣୀରେ ଭର୍ତ୍ତି କରେ। ଟୋକେଇ ଧାନ ଉପରେ ଗଉଣୀକୁ ରଖେ। ନୂଆ ବା ସଫା କପଡ଼ା ଆଣି ଏହି ଟୋକେଇ-ଗଉଣୀ ଉପରେ ଘୋଡ଼େଇ ଦିଏ। ଏଥି ସହିତ ଗୋଟିଏ ଫାଳ (ଲଙ୍ଗଳ ଲୁହା) ଓ ଏକ ସ୍ବର୍ଣ୍ଣ ଅଳଙ୍କାର ଏହି ଟୋକେଇ ମଧ୍ୟରେ ରଖେ। ଧାନ କ୍ଷେତରେ ପୂଜା ପାଇଁ ପାଣି ଢାଳ, ଫୁଲ, ଚନ୍ଦନ, ଗୋଟା ଗୁଆ, ନଡ଼ିଆ, ଭୋଗ, ଦୀପ, କ୍ଷୀର ଇତ୍ୟାଦି ଏକାଠି କରେ। ତା’ପରେ କୃଷକ ଟୋକେଇ ଓ ଗଉଣୀକୁ ମୁଣ୍ଡାଇ କାନ୍ଧରେ କୋଡ଼ି ରଖି କ୍ଷେତକୁ ଶୁଭଯାତ୍ରା କରେ। କୃଷକ ଗୃହିଣୀ ଓ ତା’ର ପିଲାମାନେ ଭୋଗ ଓ ପୂଜା ସାମଗ୍ରୀ ଧରି ପଛରେ ଚାଲନ୍ତି। ଘରୁ ବାହାରିବା ବେଳେ ଶଙ୍ଖ ବାଜେ ଓ ହୁଳହୁଳି ପଡ଼େ। ଗୋଟିଏ କିଆରିରେ ପୁରୁଷାନୁକ୍ରମିକ ଭାବେ ସବୁ ବର୍ଷ ଅଖିମୁଠି ପଡ଼େ। ଏହାକୁ ଅଖିମୁଠି କିଆରି କୁହାଯାଏ। କୃଷକ କିଆରିରେ ପହଞ୍ଚତ୍ ପୂର୍ବକୋଣରେ ବିହନ, ଟୋକେଇ, ଗୌଣୀ, ପୂଜା ଓ ଭୋଗ ସାମଗ୍ରୀ ରଖି ପାଣି ଛିଞ୍ଚେ। ମନରେ ମା’ ଧରିତ୍ରୀଙ୍କୁ ସୁମରଣା କରେ। ପୂର୍ବକୁ ମୁହଁ କରି କୋଡ଼ିରେ ମାଟିହାଣି ଗୁଣ୍ଡ କରେ। ବଳଦେବଙ୍କ ଆୟୁଧ ଲଙ୍ଗଳ ଲୁହା, ସ୍ବର୍ଣ୍ଣ ଅଳଙ୍କାର ଓ ଗୁଆକୁ ମାଟି ଉପରେ ରଖି ଚନ୍ଦନ ସିନ୍ଦୂର ଓ ଫୁଲ ଦିଏ। ନଡ଼ିଆ ଭାଙ୍ଗି ତା’ ପାଣି ଓ କ୍ଷୀର ଢାଳି ମା’ ଧରିତ୍ରୀଙ୍କୁ ଶାନ୍ତ କରାଏ। ତା’ପରେ ବସୁମାତାଙ୍କ ଉଦ୍ଦେଶ୍ୟରେ ଭୋଗ ଦିଏ ଓ ଦୀପ ଜାଳେ। ପରିବାରର ଉପସ୍ଥିତ ଥିବା ସମସ୍ତେ ବସୁମାତାଙ୍କୁ ମୁଣ୍ଡିଆ ମାରନ୍ତି। ଏହାପରେ କୃଷକ ଟୋକେଇରୁ ତିନିମୁଠା ବିହନ ଥର ଥର କରି ଆଣି ସେହି ପୂର୍ବ କୋଣରେ ମାଟି ଗୁଣ୍ଡ ହୋଇଥିବା ସ୍ଥାନରେ ବୁଣେ। ତା’ପରେ ହାତମାରି ଉପର ମାଟିରେ ବିହନକୁ ଘୋଡାଇ ଦିଏ। ସେଠାରେ ପାଣି ଢାଳି ପୁଣି ବସୁମାତାଙ୍କ ଉଦ୍ଦେଶ୍ୟରେ ମୁଣ୍ଡିଆ ମାରି ଘରକୁ ଫେରେ। ସେଦିନ କୃଷକ ପରିବାରରେ ଖିରି, ଖେଚୁଡି ରନ୍ଧାଯାଇ ସମସ୍ତେ ଆନନ୍ଦରେ ଖାଆନ୍ତି। ଏହିଦିନ କୃଷକ ଗୃହିଣୀ ବାଡ଼ି, ବଗିଚା ଓ ଅଗଣାରେ ନାନାପ୍ରକାରର ଫଳଗଛ ସହିତ ପନିପରିବା ମଞ୍ଜି ଲଗାଇ ସେଗୁଡିକରୁ ଫଳ ପାଇବା ଆଶାରେ ବସୁମାତାଙ୍କୁ ପ୍ରଣାମ କରେ।
ଏହି ଅକ୍ଷୟତୃତୀୟା ପାଳନର ତାତ୍ପର୍ଯ୍ୟ ସମ୍ବନ୍ଧରେ କମ୍ବଦନ୍ତୀ ତଥ୍ୟ ସହିତ ବୈଜ୍ଞାନିକ କାରଣ ମଧ୍ୟ ରହିଛି। ଏହିଦିନ ସ୍ତ୍ରୀଲୋକମାନେ ନିଜ ନିଜର ସନ୍ତାନମାନଙ୍କର ମଙ୍ଗଳ ଓ ପରମାୟୁ ବୃଦ୍ଧି ପାଇଁ ଷଷ୍ଠୀ ଦେବୀଙ୍କୁ ଆବାହନ କରିଥାଆନ୍ତି। ଏହି ପବିତ୍ର ଅକ୍ଷୟତୃତୀୟା ଶୁଭଦିନ ହୋଇଥିବାରୁ ବିବାହ, ବ୍ରତୋତ୍ସବ, ଗୃହପ୍ରତିଷ୍ଠା, ବୃକ୍ଷରୋପଣ ଆଦି କାର୍ଯ୍ୟକ୍ରମ ଆମ ଲୋକମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥାଏ। ଏହି ଦିନ ଯାହା କରାଯାଏ, ତାହା କ୍ଷୟ ନ ହୋଇ ଅକ୍ଷୟପ୍ରାପ୍ତ ହୋଇଥାଏ ବୋଲି ଆମର ବିଶ୍ୱାସ ଅଦ୍ୟାବଧି ରହିଆସିଅଛି। ତେଣୁ ଏହି ପବିତ୍ର ଅକ୍ଷୟତୃତୀୟା ଦିବସ ପାଳନ ଅବସରରେ ମୁଁ ମୋର ଅଗଣିତ କୃଷକ ତଥା ଚାଷୀ ଭାଇ ଓ ଭଉଣୀ, ପ୍ରାଣୀପାଳକ ଏବଂ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସହିତ ଉତ୍ତରୋତ୍ତର ଉନ୍ନତି କାମନା କରୁଅଛି।
-ଡା. ବୀରକିଶୋର ପରିଡ଼ା, ପ୍ରାକ୍ତନ ଅତିରିକ୍ତ ନିର୍ଦ୍ଦେଶକ (ପ୍ରାଣୀ ସମ୍ପଦ ବିଭାଗ) କଟକ
ମୋ: ୯୪୩୭୬୦୭୩୧୨


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?