Posted inଭଦ୍ରକ

ପୁରାତନ ହୋଇ ବି ଅବହେଳିତ

ପଦ୍ମପୁର,୧୪।୧୨(ଡି.ଏନ.ଏ.) – ଭଦ୍ରକ ଜିଲା ବାସୁଦେବପୁର ବ୍ଲକଠାରୁ ୧୪ କି.ମି. ଦୂରରେ ପଢ଼ୁଆଁରେ ଅବସ୍ଥିତ ବାବା କ୍ଷୀରେଶ୍ୱରଙ୍କ ମନ୍ଦିର। କାହିଁ କେଉଁ କାଳରୁ ଏହି ମନ୍ଦିର ବିରାଜମାନ। ଏହି ମନ୍ଦିରର ପୌରାଣିକ ଉପଖ୍ୟାନ ମଧ୍ୟ ରହିଛି। ମନ୍ଦିରର ମାହାତ୍ମ୍ୟ ଥାଇ ମଧ୍ୟ ଏହା ଆଜି ଅବହେଳିତ ଅବସ୍ଥାରେ। ମନ୍ଦିରରେ ମହାଦେବଙ୍କ ସହ ସପ୍ତଠାକୁରାଣୀ ସପ୍ତମାତୃକା, ଦୁର୍ଗା, କାଳୀ, ଦୈଚଣ୍ଡି, ମଙ୍ଗଳା, ବାସୁଳୀ, ପଶ୍ଚିମାଙ୍କର ମୁଗୁନି ପ୍ରସ୍ତର ନିର୍ମିତ ମୂର୍ତ୍ତି ପୂଜା ପାଉଛି। ପ୍ରତ୍ୟେହ ଏଠାରେ ପାରମ୍ପାରିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯାଉଥିବା ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ପୂଜା କରୁଥିବା ପୂଜକ ଶରତ କୁମାର କର କହିଛନ୍ତି। ପ୍ରତିବର୍ଷ ଜାଗରରେ ଏଠାରେ ହଜାର ହଜାର ଭକ୍ତ ଜଗନ୍ନାଥପୁର ପଢ଼ୁଆଁ, ଅଢ଼ୁଆଁ, ଇରମ, କୁମାରପୁର, ନୂଆଗାଁ ଅଞ୍ଚଳରୁ ଆସି ପୂଜାର୍ଚ୍ଚନା କରିଥାନ୍ତି। ମନ୍ଦିର ପରିସରରେ ଯାତ୍ରୀମାନଙ୍କ ପାଇଁ ପାନୀୟଜଳ, ବିଶ୍ରାମାଗାର କିମ୍ବା ଶୌଚାଳୟ ବ୍ୟବସ୍ଥା ନାହିଁ। ଫଳରେ ଏଠାକୁ ଆସୁଥିବା ଶ୍ରଦ୍ଧାଳୁମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସପ୍ତଦେବୀ ମନ୍ଦିର ନ ଥିବାରୁ ଖୋଲାସ୍ଥାନରେ ପୂଜା ପାଉଛନ୍ତି। ରକ୍ଷଣାବେକ୍ଷଣ ଠିକ୍‌ ଭାବେ ହୋଇପାରୁ ନ ଥିବା ଯୋଗୁ ପୁରାତନ ମନ୍ଦିରର ସୌନ୍ଦର୍ଯ୍ୟ ହାନି ହେବା ସହ ନଷ୍ଟ ହୋଇଯିବାର ସମ୍ଭାବନା ସୃଷ୍ଟି ହୋଇଛି।
ଭାରତ ସ୍ବାଧୀନତା ପୂର୍ବରୁ ଜମିଦାରୀ ଶାସନ ଥିବାବେଳେ ଏଠାରେ ପଢ଼ୁଆଁ କଚେରି ବସୁଥିଲା। ଗ୍ରାମବାସୀଙ୍କର କହିବା ଅନୁଯାୟୀ ପଲେଇସାହିରୁ ପ୍ରତିଦିନ ଗୋଟିଏ କାଳୀ ଗାଈ ନିକଟସ୍ଥ କଚେରି ବାଡ଼ିରେ ଥିବା ଜଙ୍ଗଲକୁ ଚରିବାକୁ ଯାଉଥିଲା। ସେଠାରୁ ଆସିଲା ପରେ ସେ ଗାଈ ଆଉ କ୍ଷୀର ଦେଉ ନ ଥିଲା। ଲୋକଙ୍କର ସନ୍ଦେହ ହେବାରୁ କେତେଜଣ ଗାଈ ପଛେ ପଛେ ଯାଇ ଦେଖିଲେ ଏକ ନିର୍ଦ୍ଦିଷ୍ଟ ଜାଗାରେ ଗାଈ ଛିଡ଼ା ହେବା ପରେ ତା ପହ୍ନାରୁ ଆପେ ଆପେ କ୍ଷୀର ଝରି ଯାଉଛି। ଲୋକେ ଗଛ ବୁଦା ସଫା କରି ସେହି ସ୍ଥାନରେ ଖୋଳିବାରୁ ୪ ଫୁଟ ଗଭୀରରେ ଶିବଲିଙ୍ଗ ଥିବାର ଦେଖିଥିଲେ। ଏହାପରେ ସେମାନେ ସେଠାରେ ପୂଜାର୍ଚ୍ଚନା ଆରମ୍ଭ କରିଥିଲେ। ତତ୍କାଳୀନ ଜମିଦାର ନୀଳମାଧବ ପାଢ଼ୀ ଓ ତାଙ୍କର ବଂଶଧରମାନେ ସେଠାରେ ମନ୍ଦିର ତିଆରି କରିଥିଲେ। ପରେ ସ୍ଥାନୀୟ ଲୋକେ କ୍ଷୀରେଶ୍ୱର ମନ୍ଦିର ନାମରେ ନାମିତ କରିଥିଲେ। ତେବେ ସ୍ଥାନୀୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ପଦକ୍ଷେପ ନେବାକୁ ପୂଜା କମିଟିର ସଭାପତି ରମେଶ ଚନ୍ଦ୍ର ମଲ୍ଲିକ ଓ ସମ୍ପାଦକ ରାମଚନ୍ଦ୍ର ନାୟକ ଦାବି କରିଛନ୍ତି। ଏ ସମ୍ପର୍କରେ ପଢ଼ୁଆଁ ସରପଞ୍ଚ ଦୀନବନ୍ଧୁ ଦାସଙ୍କୁ ପଚାରିବାରୁ ଚଳିତବର୍ଷ ମନ୍ଦିରର ସୌନ୍ଦର୍ଯ୍ୟକରଣ, ପାନୀୟଜଳ, ଶୌଚାଳୟ ଓ ଯାତ୍ରୀ ବିଶ୍ରାମାଗାର ପାଇଁ ନୂତନ ପ୍ରକଳ୍ପ ଦିଆଯାଇ ବିଧାୟକଙ୍କ ଅନୁମୋଦନ ଲାଗି ପଞ୍ଚାୟତ ପକ୍ଷରୁ ପ୍ରସ୍ତାବ ଦିଆଯିବ। ଏଥିସହ ଏଠାରେ ପାର୍କିଂ ବ୍ୟବସ୍ଥା ପାଇଁ ସ୍ଥାନ ନିରୂପଣ କରାଯିବ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ନଦୀକୁ ଡେଇଁ କରୁଥିଲେ ରିଲସ, ପାଣିରେ ବୁଡ଼ି ଯୁବକ….

ଭଦ୍ରକ,୨।୪(ସନାତନ ରାଉତ): ରିଲସ କରିବା ହେଲା କାଳ । ଗୁରୁବାର ଭଦ୍ରକ ପୁରୁଣା ବଜାର ଥାନା ସଂଥିଆ ପୋଲ ଉପରୁ ସାଳନ୍ଦୀ ନଦୀକୁ ଡେଇଁ ୨ ଯୁବକ…

ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା, ଅଭିଯୁକ୍ତ ଗିରଫ

ଚାନ୍ଦବାଲି, ୩୦ା୩(କିଷାନ ପାତ୍ର): ଭଦ୍ରକ ଜିଲା ଚାନ୍ଦବାଲି ଥାନା ଅଞ୍ଚଳର ଜଣେ ନାବାଳିକା ୭ ମାସର ଅନ୍ତଃସତ୍ତ୍ୱା ହେବା ଘଟଣାରେ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଅଭିଯୁକ୍ତ…

ଜିଲାସ୍ତରୀୟ ଓଡ଼ିଶା ଦିବସ ପାଳନ: ମୁଖ୍ୟ ଅତିଥି ଭାବେ ଯୋଗ ଦେଲେ ସୂର୍ଯ୍ୟବଂଶୀ ସୁରଜ

ଭଦ୍ରକ, ୧।୪(ସନାତନ ରାଉତ): ଭଦ୍ରକ ନେହେରୁ ଷ୍ଟାଡିଅମରେ ବୁଧବାର ଜିଲାସ୍ତରୀୟ ଉତ୍କଳ ଦିବସ ପାଳିତ ହୋଇଯାଇଛି l ସକାଳ ୮ଟାରେ ବିଭିନ୍ନ ସ୍କୁଲରୁ ଆସିଥିବା ୫ ହଜାରରୁ…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଯାତ୍ରୀବାହୀ ବସରେ ଅଧିକ ଭଡ଼ାକୁ ନେଇ ପ୍ରତିବାଦ, ତିହିଡି଼ ଜନସାଧାରଣ ଅଧିକାର ମଞ୍ଚ ପକ୍ଷରୁ ବସରୋକୋ

ତିହିଡି଼,୩୧।୩(ସଞ୍ଜିତ ବଳ): ଭଦ୍ରକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଚଳାଚଳ କରୁଥିବା ଯାତ୍ରୀବାହୀ ବସରେ ଧାର୍ଯ୍ୟ ଭଡ଼ା ଠାରୁ ୨ଗୁଣ ଅଧିକ ନିଆଯାଉଥିବା ନେଇ ଅଭିଯୋଗ ହୋଇଛି । ଏହାର…

ଧାନ ସଂଗ୍ରହ କଣ୍ଟକୁ ଦିନେ, ଜିଦିରେ ଅଟଳ ଚାଷୀ

ବାହାନଗା/ତିହିଡ଼ି/ ଭଣ୍ଡାରିପୋଖରୀ, ୩୦ା୩ (ଅରୂପ କୁମାର ଦାସ/ସଞ୍ଜିତ ବଳ/ ରାଜେନ୍ଦ୍ର ଶତପଥୀ ): ବାଲେଶ୍ୱର ଜିଲା ବାହାନଗା ବ୍ଲକ୍‌ ଖନ୍ତାପଡ଼ାଠାରେ ଚାଷୀ ଅସନ୍ତୋଷ ଦେଖିବାକୁ ମିଳିଛି। ଟୋକନ…

ମଣ୍ଡିରେ ପଡିରହି ଗଜା ମାରିଲାଣି ଧାନ: ବସ୍ତା ରଖି ଚାଷୀଙ୍କ ରାଜ୍ୟ ରାଜପଥ ଅବରୋଧ

ତିହିଡି଼,୨୯।୩(ସଞ୍ଜିତ ବଳ):ମଣ୍ଡିରେ ପଡ଼ି ବର୍ଷା ଖାଇ ଧାନ ଗଜା ମାରିଲାଣି । ହେଲେ ଯୋଗାଣ ବିଭାଗ ଅଥବା ମିଲରଙ୍କ ଏଥିପ୍ରତି ଭ୍ରୁକ୍ଷେପ ନାହିଁ । ଯାହାଫଳରେ ଚାଷୀମାନେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri