ମାନସିକ ଦୁଶ୍ଚିନ୍ତା

ଦୁଶ୍ଚିନ୍ତା ମନ ଭିତରେ ବହୁ ଦିନ ଧରି ବସା ବାନ୍ଧି ରହିବା ଦ୍ୱାରା ମନ ଭାରାକ୍ରାନ୍ତ ହୋଇ ତାହା ମାନସିକ ତଥା ଶାରୀରିକ ସ୍ତରରେ ପ୍ରଭାବ ପକାଇ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ଶ୍ୱାସ, ଅଜୀର୍ଣ୍ଣ, ମୁଣ୍ଡ ବ୍ୟଥା, ଅନିଦ୍ରା ସହ ଶରୀର କ୍ଲାନ୍ତି ଆଦି ବିଭିନ୍ନ ରୋଗ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ …

ପୃଥିବୀ ସୃଷ୍ଟି କାଳରୁ ମନୁଷ୍ୟ ପ୍ରକୃତି କୋଳରେ ବସବାସ କରି ଆସୁଛି। ବର୍ଷର ଋତୁ ଅନୁସାରେ ଜଳବାୟୁ ବଦଳିବା ସହ ମନୁଷ୍ୟର ଖାଦ୍ୟପେୟ ଚାଲିଚଳଣି ବି ବଦଳି ଥାଏ। ସେହିପରି ଶାରୀରିକ ସ୍ତରରେ ମଧ୍ୟ ଭିନ୍ନ ଭିନ୍ନ ରୋଗ ଦେଖାଯାଇଥାଏ। ପୃଥିବୀ ପୃଷ୍ଠରେ ବସବାସ କରୁଥିବା ଜୀବଜନ୍ତୁ, କୀଟପତଙ୍ଗଠାରୁ ବିଶାଳକାୟ ପ୍ରାଣୀ ହସ୍ତୀ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ମନୁଷ୍ୟ ବୁଦ୍ଧିମାନ, କିନ୍ତୁ ମନୁଷ୍ୟ ନିଜର ବାସ୍ତବ ଭାବନାଠାରୁ ନିଜକୁ ଦୂରେଇ ରଖି ନିଜର ମନ ମୁତାବକ ସୁଖ, ସ୍ବାଚ୍ଛନ୍ଦ୍ୟ, ଲୋଭ, ମୋହ ଏବଂ ମନର ଇଚ୍ଛାକୁ ପୂରଣ ନିମନ୍ତେ ସର୍ବଦା ଉଦ୍ୟମ କରି ଚାଲିଥାଏ। ଯେତେବେଳେ ମନୁଷ୍ୟର ମନ ମୁତାବକ ଆଶା, ଆକାଂକ୍ଷା, ସୁଖ, ସ୍ବାଚ୍ଛନ୍ଦ୍ୟ ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ପୂରଣ ହୋଇ ନ ପାରି ବ୍ୟତିକ୍ରମ ହୋଇ ଥାଏ, ସେତେବେଳେ ମନୁଷ୍ୟ ମନରେ ଆରମ୍ଭ ହୁଏ କ୍ରୋଧ, ହିଂସା, ଦୁଃଖ, କ୍ଳେଶ, ଯନ୍ତ୍ରଣା, ଈର୍ଷା, ଏଥିସହ ମନୁଷ୍ୟ ମନ ଚିନ୍ତାମଗ୍ନ ହୋଇ କ୍ରମଶଃ ଚିନ୍ତାରୁ ପରବର୍ତ୍ତୀ ଅବସ୍ଥାରେ ଏହା ଦୁଶ୍ଚିନ୍ତାରେ ପରିଣତ ହୋଇଥାଏ l
ମନୁଷ୍ୟ ସାଧାରଣତଃ ଜଟିଳ ସ୍ବାସ୍ଥ୍ୟଜନିତ ରୋଗରେ ଯନ୍ତ୍ରଣା ଭୋଗ କରିବା, ନିକଟ ପ୍ରିୟଜନଙ୍କୁ ହରାଇବା, ପ୍ରେମ ବ୍ୟାପାରରେ ବିଫଳତା, ଦାମ୍ପତ୍ୟ ଜୀବନରେ ବିଫଳତା, ବ୍ୟବସାୟ, ଉଚ୍ଚ ଶିକ୍ଷା ଲାଭ, ଚାକିରି, ପଦପଦବୀ ପାଇବା ଆଶାରେ ବିଫଳ ହେଲେ ଏହା ମନକୁ ଭାରାକ୍ରାନ୍ତ କରି ବିଭିନ୍ନ ବିଷୟକୁ ନେଇ ମନରେ ଚିନ୍ତା ଆସିଥାଏ। ଏହି ଚିନ୍ତା ଦୀର୍ଘ ସମୟ ଧରି ମନରେ ବସା ବାନ୍ଧି ରହିଲେ ତାହା କ୍ରମଶଃ ଦୁଶ୍ଚିନ୍ତାରେ ପରିଣତ ହୋଇ ମାନସିକ ଓ ଶାରୀରିକ ବ୍ୟାଧି ରୂପେ ଦେଖାଯାଇଥାଏ।
ଆୟୁର୍ବେଦ ଶାସ୍ତ୍ର ମତରେ ‘ଧର୍ମାର୍ଥ କାମ ମୋକ୍ଷଣାଂ ମୂଳମୁକ୍ତଂ କଳେବରଂ’ ଅର୍ଥାତ୍‌ ମନୁଷ୍ୟ ଜୀବନର ଲକ୍ଷ୍ୟ ହେଲା ଧର୍ମ, ଅର୍ଥ, କାମ, ମୋକ୍ଷ, ଚତୁର୍ବିଧ ପୁରୁଷାର୍ଥ ପ୍ରାପ୍ତି ସହ ସ୍ବାସ୍ଥ୍ୟ ଆରୋଗ୍ୟ ରହିବା।
କିନ୍ତୁ ଆଜିର ମନୁଷ୍ୟ ଆଧୁନିକତାର ଛାପରେ କବଳିତ ହୋଇ ଆମର ପାରମ୍ପରିକ ଲୋକଶାସ୍ତ୍ର, ଐତିହ୍ୟ, ସଂସ୍କୃତି ଓ ପରମ୍ପରା, ସାମାଜିକ ରୀତିନୀତି ଦୈନନ୍ଦିନ ଖାଦ୍ୟ ପାନୀୟ ଶୈଳୀ, ଆଧ୍ୟାତ୍ମିକ ଚିନ୍ତାଧାରା ସହ ଧର୍ମ, ନ୍ୟାୟ, ସତ୍ୟମାର୍ଗଠାରୁ ବେଳେ ବେଳେ ନିଜକୁ ଦୂରେଇ ରଖିବା ପାଇଁ ପସନ୍ଦ କରି ବିଭିନ୍ନ ଦୁର୍ଗୁଣ ଚିନ୍ତାଧାରା କାର୍ଯ୍ୟ କରୁଛି। ଏହାର ଫଳ ସ୍ବରୂପ ମନୁଷ୍ୟ ମନରେ ଚିନ୍ତା ଜାଗ୍ରତ ହୋଇ ତାହା ଦୁଶ୍ଚିନ୍ତାରେ ରୂପାନ୍ତରିତ ହୋଇ ଶରୀରରେ ବିଭିନ୍ନ ମାନସିକ ରୋଗ ସହ ଶାରୀରିକ ରୋଗ ମଧ୍ୟ ହେବାର ଯଥେଷ୍ଟ ଆଶଙ୍କା ରହୁଛି l
ଦୁଶ୍ଚିନ୍ତା ମନ ଭିତରେ ବହୁଦିନ ଧରି ବସା ବାନ୍ଧିରହିବା ଦ୍ୱାରା ମନ ଭାରାକ୍ରାନ୍ତ ହୋଇ ତାହା ମାନସିକ ତଥା ଶାରୀରିକ ସ୍ତରରେ ପ୍ରଭାବ ପକାଇ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍‌ରୋଗ, ଶ୍ୱାସ, ଅଜୀର୍ଣ୍ଣ, ମୁଣ୍ଡ ବ୍ୟଥା, ଅନିଦ୍ରା ସହ ଶରୀର କ୍ଲାନ୍ତି ଆଦି ବିଭିନ୍ନ ରୋଗ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ।
ଆମ ମନରେ କୌଣସି ଘଟଣା କିମ୍ବା ଦୁର୍ଘଟଣା ନେଇ ଅତ୍ୟଧିକ ଚିନ୍ତା କରିବା, କୌଣସି ଅତ୍ୟନ୍ତ ଦୁଃଖ କଥାରେ ମ୍ରିୟମାଣ ହୋଇ ଭାଙ୍ଗିପଡିବା ଦ୍ୱାରା ମନର ଦୁଶ୍ଚିନ୍ତା ମାନସିକ ସ୍ତରରେ ତାହାର ପ୍ରଭାବ ସୀମିତ ନ ରଖି ତାହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇ ଥାଏ।
ଆମେ ଯଦି କୌଣସି ଗଭୀର ଦୁଃଖଦ ଖବର ଶୁଣିବା, ଜୀବନ ପ୍ରତି ବିପଦର ଆଶଙ୍କା, ନିଜର ସମ୍ମାନ ହାନି ହୋଇ ଅପମାନିତ ବୋଧ କରିବା ପରି ଘଟଣା ହେଉ କିମ୍ବା କୌଣସି ଘଟଣାକୁ ନେଇ ମନରେ ଅତ୍ୟନ୍ତ କ୍ରୋଧ (ରାଗ)ସୃଷ୍ଟି ହେବା ଦ୍ୱାରା ଏହା ମନ ଉପରେ ଗଭୀର ଚାପ ସୃଷ୍ଟି ହୋଇ ଶରୀର ପ୍ରକମ୍ପିତ ହେବା, ନିଃଶ୍ୱାସ ପ୍ରଶ୍ୱାସରେ ପ୍ରଖରତା ଆସି ହୃଦ୍‌ସ୍ପନ୍ଦନ ବୃଦ୍ଧି ସହ ନାଡୀର ବେଗ ବୃଦ୍ଧି ପାଇଥାଏ, କଣ୍ଠ ପ୍ରଦେଶ ଶୁଷ୍କ ଅନୁଭବ ହେବା, ଶରୀରରୁ ଝାଳ ନିର୍ଗତ ହେବା ଆଦି ଲକ୍ଷଣ ଦେଖାଯାଏ। ମନୁଷ୍ୟର ମନ ବିଗିଡି ଗଲେ ସ୍ବଭାବରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ। ଅସଂଯମ, ଅସତ୍ୟ, ଅଭିମାନ, ଈର୍ଷା, ଦମ୍ଭ, କ୍ରୋଧ, ହିଂସା, ଛଳନା, କପଟ ଆଦି ଦୁର୍ଗୁଣ ସ୍ବଭାବ ଅଟେ। ଦୈନନ୍ଦିନ ଜୀବନରେ ଏସବୁ ଦୁର୍ଗୁଣକୁ ଆଦରି ନେବା ଦ୍ୱାରା ମନରେ ଏହାର ପ୍ରତିକୂଳ ପ୍ରଭାବ ପଡି ମାନସିକ ଓ ଶାରୀରିକ ସ୍ତରରେ ବିଭିନ୍ନ ରୋଗ ଦେଖାଦେବାର ଆଶଙ୍କା ଥାଏ।
ଦୀର୍ଘ ସମୟ ମନରେ ଦୁଶ୍ଚିନ୍ତା ଲାଗି ରହିଲେ ଶରୀରରେ ଅନ୍ତଃସ୍ରାବୀ ରସ ‘ଆଡ୍ରେନାଲିନ’ ନାମକ ଏକ ରସ ଝରିଥାଏ। ଶରୀରରେ ଏହି ରସ କ୍ଷରିତ ହେତୁ ଉଚ୍ଚ ରକ୍ତଚାପ ସୃଷ୍ଟି ହେବା ସହ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି କରାଇଥାଏl
ମନୁଷ୍ୟର ବିଗିଡି ଯାଇଥିବା ମନରେ ନିଜର ଇଚ୍ଛା କରୁଥିବା କାର୍ଯ୍ୟ ମନ ମୁତାବକ ପୂରଣ ନ ହେବା ଦ୍ୱାରା କ୍ରୋଧ ଉତ୍ପନ୍ନ ହୋଇଥାଏ। କ୍ରୋଧ ହେତୁ ମସ୍ତିଷ୍କ ଉପରେ ଏହା ଚାପ ସୃଷ୍ଟି କରାଇଥାଏ । ଆମେ କ୍ରୋଧାନ୍ବିତ ହେବା ହେତୁ ଶରୀରର ବହୁମୂଲ୍ୟ ତଥା ସର୍ବ ଶ୍ରେଷ୍ଠ ଉପାଦାନ, ‘ଓଜ’ ଶକ୍ତି, ବହୁ ମାତ୍ରାରେ ଉପଯୋଗ ହୋଇଥାଏ। ମନୁଷ୍ୟ ଶରୀରରେ ‘ଓଜ’ ସର୍ବଶ୍ରେଷ୍ଠ ଧାତୁ ଅଟେ, ଆୟୁର୍ବେଦ ଶାସ୍ତ୍ର ମତରେ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି (lmmunity power)ଅଟେ, ଆମେ ରାଗିବା ହେତୁ ଏହି ‘ଓଜ’ ନଷ୍ଟ ହୋଇ ଶରୀରରେ ଜୀବନୀୟ ଶକ୍ତି ହ୍ରାସ ହୋଇଥାଏ, ଯାହାଦ୍ୱାରା ମସ୍ତିଷ୍କର ଜ୍ଞାନ ତନ୍ତୁ କ୍ରମଶଃ ଦୁର୍ବଳ ହୋଇଯାଏ। ଏହାଦ୍ୱାରା ମନୁଷ୍ୟ ବୁଦ୍ଧି ବଳ ହରାଇ ଅନ୍ୟର କ୍ଷତି ଘଟାଇବା ସହ ନିଜର ବି କ୍ଷତି ଘଟାଇଥାଏ l
ମନୁଷ୍ୟର କ୍ରୋଧ ଓ ଅଭିମାନରୁ ହିଂସା ପ୍ରକୃତି ଉତ୍ପନ୍ନ ହୋଇଥାଏ। ଆମେ ଅନ୍ୟର ଦୁଃଖ ଦେଖି, ହୃଦୟ ଏକଦମ ନରମ (କୋମଳ) ହୋଇଯିବା କିମ୍ବା ଦୁଃଖକୁ ସାମ୍ନା କରି କଠୋରତା ହେବା ହିଁ ସତ୍ୟ ତଥା ବାସ୍ତବିକ ସ୍ଥିତିର ଏହା ସ୍ବାଭାବିକ ଲକ୍ଷଣ ଅଟେ। ହେଲେ ହିଂସା ଆଚରଣ କରୁଥିବା ମନୁଷ୍ୟର ଏହି ଗୁଣ ନଷ୍ଟ ହୋଇ ଫଳ ସ୍ବରୂପ ଅନ୍ୟକୁ ଦୁଃଖ ଦେଇ ନିଜେ ଦୁଃଖ ଭୋଗ କରିଥାଏ l
ଏ ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ଆମେ ଜାଣିପାରିବା ଯେ, ସତ୍ୟ, ଧର୍ମ, ନ୍ୟାୟ ସହ ସକାରାତ୍ମକ ଚିନ୍ତାଧାରାକୁ ପାଥେୟ କରି ଦୈନନ୍ଦିନ ଜୀବନ ଅତିବାହିତ କରିବା ଦ୍ୱାରା ଆମେ ଜୀବନରେ ମାନସିକ ଶାନ୍ତି ପାଇବା ସହ ବିଭିନ୍ନ ମାନସିକ ଓ ଶାରୀରିକ ରୋଗରୁ ଦୂରେଇ ରହି ଶାନ୍ତିରେ ଜୀବନ ଅତିବାହିତ କରିପାରିବା l
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ସେଣ୍ଟ୍ରାଲ ମୁମ୍ବାଇର ବସ୍‌ ଡିପୋରେ ଭୟଙ୍କର ଅଗ୍ନିକାଣ୍ଡ

ମୁମ୍ବାଇ,୧୦।୫: ସେଣ୍ଟ୍ରାଲ ମୁମ୍ବାଇର ଏକ ବସ୍‌ ଡିପୋରେ ସୋମବାର ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡlରେ ଗୋଟିଏ କି ଦୁଇଟି ନୁହେଁ, ୧୦ଟି ବସ୍‌ ପୋଡ଼ି ପାଉଁଶ…

ହୋଟେଲରୁ ଫିଲ୍ମ ନିର୍ଦ୍ଦେଶକଙ୍କ ମୃତଦେହ ଜବତ, ପୋଲିସର ତଦନ୍ତ ଜାରି

ଭୁବନେଶ୍ୱର,୫।୧୦(ତ୍ରିନାଥ ମହାନ୍ତି): ଭରତପୁର ଥାନା ଅଧୀନ କଳିଙ୍ଗ ବିହାର ଅଞ୍ଚଳରେ ଥିବା ଏକ ହୋଟେଲ୍‌ରୁ ଫିଲ୍ମ ନିର୍ଦ୍ଦେଶକ ଏସ୍‌.କେ. ମୂରଲୀଧରନଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଛି। ଖବର…

ଥାଇଲାଣ୍ଡରେ ବନ୍ୟା, ୩୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା

ବ୍ୟାଙ୍କକ୍‌, ୫।୧୦: ଥାଇଲାଣ୍ଡରେ ପ୍ରବଳ ବର୍ଷା ଏବଂ ଆକସ୍ମିକ ବନ୍ୟା ଆସିବା ନେଇ ଚେତାବନୀ ଜାରି କରାଯାଇଛି। ସେପ୍ଟେମ୍ବର ୧୬ରୁ ଦେଶବ୍ୟାପୀ ବନ୍ୟା ଯୋଗୁ ମୃତ୍ୟୁସଂଖ୍ୟା ୩୧କୁ…

ବଡ଼ ସଫଳତା:୫ ଶାବକ ଜନ୍ମଦେଲା ଭାରତରେ ଜନ୍ମିତ ଚିତା

ନୂଆଦିଲ୍ଲୀ,୫ା୧୦:ଭାରତରେ ଜନ୍ମିତ ଚିତା ସୋମବାର ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନରେ ୫ଟି ଶାବକ ଜନ୍ମ ଦେଇଛି, ଯାହାକି ପ୍ରୋଜେକ୍ଟ ଚିତା ପାଇଁ ଏକ ବଡ଼ ସଫଳତା। ଶାବକମାନଙ୍କ…

ଛାତ୍ର ସଂସଦ ନିର୍ବାଚନ ଘୋଷଣା: ମା’ ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଉତ୍ସବର ମାହୋଲ

ଭବାନୀପାଟଣା, ୫।୧୦ (ଉତ୍ତମ କୁମାର ଦାଶ): ଦୀର୍ଘ ୮ ବର୍ଷର ଅପେକ୍ଷାର ଅନ୍ତ ଘଟାଇ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଆନୁଷ୍ଠାନିକ ଘୋଷଣା ହେବା ପରେ…

ଟିମ ଇଣ୍ଡିଆରୁ ବାଦ ପଡ଼ିବା ପରେ ବଡ଼ ନିଷ୍ପତ୍ତି ନେଲେ ସୂର୍ଯ୍ୟକୁମାର: ଏବେ କରିବେ ଏହି କାମ

ମୁମ୍ବାଇ,୫।୧୦: ଭାରତୀୟ ଟି-୨୦ ଦଳର ଅଧିନାୟକ ପଦ ହରାଇବା ସହ ଜାତୀୟ ଦଳରୁ ବାଦ ପଡ଼ିବା ପରେ ନିଜ ଫର୍ମ ଫେରାଇବା ପାଇଁ ଘରୋଇ କ୍ରିକେଟକୁ ଫେରୁଛନ୍ତି…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ଅକ୍ଟୋବର ୮ରୁ ଗୁରୁଙ୍କ ଚାଲିବ ନୂଆ ଚାଲ! ଏହି ୩ ରାଶି ହୋଇଯାନ୍ତୁ ସାବଧାନ

ବୈଦିକ ଜ୍ୟୋତିଷ ଅନୁସାରେ ଗୁରୁ ବୃହସ୍ପତିଙ୍କୁ ଜ୍ଞାନ, ଧର୍ମ, ଶିକ୍ଷା, ସନ୍ତାନ, ଭାଗ୍ୟ ଓ ବିସ୍ତାରର କାରକ ଗ୍ରହ ଭାବେ ଗଣନା କରାଯାଏ। ତେଣୁ ଗୁରୁଙ୍କ ରାଶି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?