ମାନସିକ ଦୁଶ୍ଚିନ୍ତା

ଦୁଶ୍ଚିନ୍ତା ମନ ଭିତରେ ବହୁ ଦିନ ଧରି ବସା ବାନ୍ଧି ରହିବା ଦ୍ୱାରା ମନ ଭାରାକ୍ରାନ୍ତ ହୋଇ ତାହା ମାନସିକ ତଥା ଶାରୀରିକ ସ୍ତରରେ ପ୍ରଭାବ ପକାଇ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦରୋଗ, ଶ୍ୱାସ, ଅଜୀର୍ଣ୍ଣ, ମୁଣ୍ଡ ବ୍ୟଥା, ଅନିଦ୍ରା ସହ ଶରୀର କ୍ଲାନ୍ତି ଆଦି ବିଭିନ୍ନ ରୋଗ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ …

ପୃଥିବୀ ସୃଷ୍ଟି କାଳରୁ ମନୁଷ୍ୟ ପ୍ରକୃତି କୋଳରେ ବସବାସ କରି ଆସୁଛି। ବର୍ଷର ଋତୁ ଅନୁସାରେ ଜଳବାୟୁ ବଦଳିବା ସହ ମନୁଷ୍ୟର ଖାଦ୍ୟପେୟ ଚାଲିଚଳଣି ବି ବଦଳି ଥାଏ। ସେହିପରି ଶାରୀରିକ ସ୍ତରରେ ମଧ୍ୟ ଭିନ୍ନ ଭିନ୍ନ ରୋଗ ଦେଖାଯାଇଥାଏ। ପୃଥିବୀ ପୃଷ୍ଠରେ ବସବାସ କରୁଥିବା ଜୀବଜନ୍ତୁ, କୀଟପତଙ୍ଗଠାରୁ ବିଶାଳକାୟ ପ୍ରାଣୀ ହସ୍ତୀ ପର୍ଯ୍ୟନ୍ତ ସମସ୍ତଙ୍କଠାରୁ ମନୁଷ୍ୟ ବୁଦ୍ଧିମାନ, କିନ୍ତୁ ମନୁଷ୍ୟ ନିଜର ବାସ୍ତବ ଭାବନାଠାରୁ ନିଜକୁ ଦୂରେଇ ରଖି ନିଜର ମନ ମୁତାବକ ସୁଖ, ସ୍ବାଚ୍ଛନ୍ଦ୍ୟ, ଲୋଭ, ମୋହ ଏବଂ ମନର ଇଚ୍ଛାକୁ ପୂରଣ ନିମନ୍ତେ ସର୍ବଦା ଉଦ୍ୟମ କରି ଚାଲିଥାଏ। ଯେତେବେଳେ ମନୁଷ୍ୟର ମନ ମୁତାବକ ଆଶା, ଆକାଂକ୍ଷା, ସୁଖ, ସ୍ବାଚ୍ଛନ୍ଦ୍ୟ ତଥା ଆବଶ୍ୟକୀୟ ସୁବିଧା ସୁଯୋଗ ପୂରଣ ହୋଇ ନ ପାରି ବ୍ୟତିକ୍ରମ ହୋଇ ଥାଏ, ସେତେବେଳେ ମନୁଷ୍ୟ ମନରେ ଆରମ୍ଭ ହୁଏ କ୍ରୋଧ, ହିଂସା, ଦୁଃଖ, କ୍ଳେଶ, ଯନ୍ତ୍ରଣା, ଈର୍ଷା, ଏଥିସହ ମନୁଷ୍ୟ ମନ ଚିନ୍ତାମଗ୍ନ ହୋଇ କ୍ରମଶଃ ଚିନ୍ତାରୁ ପରବର୍ତ୍ତୀ ଅବସ୍ଥାରେ ଏହା ଦୁଶ୍ଚିନ୍ତାରେ ପରିଣତ ହୋଇଥାଏ l
ମନୁଷ୍ୟ ସାଧାରଣତଃ ଜଟିଳ ସ୍ବାସ୍ଥ୍ୟଜନିତ ରୋଗରେ ଯନ୍ତ୍ରଣା ଭୋଗ କରିବା, ନିକଟ ପ୍ରିୟଜନଙ୍କୁ ହରାଇବା, ପ୍ରେମ ବ୍ୟାପାରରେ ବିଫଳତା, ଦାମ୍ପତ୍ୟ ଜୀବନରେ ବିଫଳତା, ବ୍ୟବସାୟ, ଉଚ୍ଚ ଶିକ୍ଷା ଲାଭ, ଚାକିରି, ପଦପଦବୀ ପାଇବା ଆଶାରେ ବିଫଳ ହେଲେ ଏହା ମନକୁ ଭାରାକ୍ରାନ୍ତ କରି ବିଭିନ୍ନ ବିଷୟକୁ ନେଇ ମନରେ ଚିନ୍ତା ଆସିଥାଏ। ଏହି ଚିନ୍ତା ଦୀର୍ଘ ସମୟ ଧରି ମନରେ ବସା ବାନ୍ଧି ରହିଲେ ତାହା କ୍ରମଶଃ ଦୁଶ୍ଚିନ୍ତାରେ ପରିଣତ ହୋଇ ମାନସିକ ଓ ଶାରୀରିକ ବ୍ୟାଧି ରୂପେ ଦେଖାଯାଇଥାଏ।
ଆୟୁର୍ବେଦ ଶାସ୍ତ୍ର ମତରେ ‘ଧର୍ମାର୍ଥ କାମ ମୋକ୍ଷଣାଂ ମୂଳମୁକ୍ତଂ କଳେବରଂ’ ଅର୍ଥାତ୍‌ ମନୁଷ୍ୟ ଜୀବନର ଲକ୍ଷ୍ୟ ହେଲା ଧର୍ମ, ଅର୍ଥ, କାମ, ମୋକ୍ଷ, ଚତୁର୍ବିଧ ପୁରୁଷାର୍ଥ ପ୍ରାପ୍ତି ସହ ସ୍ବାସ୍ଥ୍ୟ ଆରୋଗ୍ୟ ରହିବା।
କିନ୍ତୁ ଆଜିର ମନୁଷ୍ୟ ଆଧୁନିକତାର ଛାପରେ କବଳିତ ହୋଇ ଆମର ପାରମ୍ପରିକ ଲୋକଶାସ୍ତ୍ର, ଐତିହ୍ୟ, ସଂସ୍କୃତି ଓ ପରମ୍ପରା, ସାମାଜିକ ରୀତିନୀତି ଦୈନନ୍ଦିନ ଖାଦ୍ୟ ପାନୀୟ ଶୈଳୀ, ଆଧ୍ୟାତ୍ମିକ ଚିନ୍ତାଧାରା ସହ ଧର୍ମ, ନ୍ୟାୟ, ସତ୍ୟମାର୍ଗଠାରୁ ବେଳେ ବେଳେ ନିଜକୁ ଦୂରେଇ ରଖିବା ପାଇଁ ପସନ୍ଦ କରି ବିଭିନ୍ନ ଦୁର୍ଗୁଣ ଚିନ୍ତାଧାରା କାର୍ଯ୍ୟ କରୁଛି। ଏହାର ଫଳ ସ୍ବରୂପ ମନୁଷ୍ୟ ମନରେ ଚିନ୍ତା ଜାଗ୍ରତ ହୋଇ ତାହା ଦୁଶ୍ଚିନ୍ତାରେ ରୂପାନ୍ତରିତ ହୋଇ ଶରୀରରେ ବିଭିନ୍ନ ମାନସିକ ରୋଗ ସହ ଶାରୀରିକ ରୋଗ ମଧ୍ୟ ହେବାର ଯଥେଷ୍ଟ ଆଶଙ୍କା ରହୁଛି l
ଦୁଶ୍ଚିନ୍ତା ମନ ଭିତରେ ବହୁଦିନ ଧରି ବସା ବାନ୍ଧିରହିବା ଦ୍ୱାରା ମନ ଭାରାକ୍ରାନ୍ତ ହୋଇ ତାହା ମାନସିକ ତଥା ଶାରୀରିକ ସ୍ତରରେ ପ୍ରଭାବ ପକାଇ ଉଚ୍ଚ ରକ୍ତଚାପ, ମଧୁମେହ, ହୃଦ୍‌ରୋଗ, ଶ୍ୱାସ, ଅଜୀର୍ଣ୍ଣ, ମୁଣ୍ଡ ବ୍ୟଥା, ଅନିଦ୍ରା ସହ ଶରୀର କ୍ଲାନ୍ତି ଆଦି ବିଭିନ୍ନ ରୋଗ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଥାଏ।
ଆମ ମନରେ କୌଣସି ଘଟଣା କିମ୍ବା ଦୁର୍ଘଟଣା ନେଇ ଅତ୍ୟଧିକ ଚିନ୍ତା କରିବା, କୌଣସି ଅତ୍ୟନ୍ତ ଦୁଃଖ କଥାରେ ମ୍ରିୟମାଣ ହୋଇ ଭାଙ୍ଗିପଡିବା ଦ୍ୱାରା ମନର ଦୁଶ୍ଚିନ୍ତା ମାନସିକ ସ୍ତରରେ ତାହାର ପ୍ରଭାବ ସୀମିତ ନ ରଖି ତାହା ଶରୀର ଉପରେ ପ୍ରତିକୂଳ ପ୍ରଭାବ ପକାଇ ଥାଏ।
ଆମେ ଯଦି କୌଣସି ଗଭୀର ଦୁଃଖଦ ଖବର ଶୁଣିବା, ଜୀବନ ପ୍ରତି ବିପଦର ଆଶଙ୍କା, ନିଜର ସମ୍ମାନ ହାନି ହୋଇ ଅପମାନିତ ବୋଧ କରିବା ପରି ଘଟଣା ହେଉ କିମ୍ବା କୌଣସି ଘଟଣାକୁ ନେଇ ମନରେ ଅତ୍ୟନ୍ତ କ୍ରୋଧ (ରାଗ)ସୃଷ୍ଟି ହେବା ଦ୍ୱାରା ଏହା ମନ ଉପରେ ଗଭୀର ଚାପ ସୃଷ୍ଟି ହୋଇ ଶରୀର ପ୍ରକମ୍ପିତ ହେବା, ନିଃଶ୍ୱାସ ପ୍ରଶ୍ୱାସରେ ପ୍ରଖରତା ଆସି ହୃଦ୍‌ସ୍ପନ୍ଦନ ବୃଦ୍ଧି ସହ ନାଡୀର ବେଗ ବୃଦ୍ଧି ପାଇଥାଏ, କଣ୍ଠ ପ୍ରଦେଶ ଶୁଷ୍କ ଅନୁଭବ ହେବା, ଶରୀରରୁ ଝାଳ ନିର୍ଗତ ହେବା ଆଦି ଲକ୍ଷଣ ଦେଖାଯାଏ। ମନୁଷ୍ୟର ମନ ବିଗିଡି ଗଲେ ସ୍ବଭାବରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ। ଅସଂଯମ, ଅସତ୍ୟ, ଅଭିମାନ, ଈର୍ଷା, ଦମ୍ଭ, କ୍ରୋଧ, ହିଂସା, ଛଳନା, କପଟ ଆଦି ଦୁର୍ଗୁଣ ସ୍ବଭାବ ଅଟେ। ଦୈନନ୍ଦିନ ଜୀବନରେ ଏସବୁ ଦୁର୍ଗୁଣକୁ ଆଦରି ନେବା ଦ୍ୱାରା ମନରେ ଏହାର ପ୍ରତିକୂଳ ପ୍ରଭାବ ପଡି ମାନସିକ ଓ ଶାରୀରିକ ସ୍ତରରେ ବିଭିନ୍ନ ରୋଗ ଦେଖାଦେବାର ଆଶଙ୍କା ଥାଏ।
ଦୀର୍ଘ ସମୟ ମନରେ ଦୁଶ୍ଚିନ୍ତା ଲାଗି ରହିଲେ ଶରୀରରେ ଅନ୍ତଃସ୍ରାବୀ ରସ ‘ଆଡ୍ରେନାଲିନ’ ନାମକ ଏକ ରସ ଝରିଥାଏ। ଶରୀରରେ ଏହି ରସ କ୍ଷରିତ ହେତୁ ଉଚ୍ଚ ରକ୍ତଚାପ ସୃଷ୍ଟି ହେବା ସହ ରକ୍ତରେ ଶର୍କରାର ପରିମାଣ ବୃଦ୍ଧି କରାଇଥାଏl
ମନୁଷ୍ୟର ବିଗିଡି ଯାଇଥିବା ମନରେ ନିଜର ଇଚ୍ଛା କରୁଥିବା କାର୍ଯ୍ୟ ମନ ମୁତାବକ ପୂରଣ ନ ହେବା ଦ୍ୱାରା କ୍ରୋଧ ଉତ୍ପନ୍ନ ହୋଇଥାଏ। କ୍ରୋଧ ହେତୁ ମସ୍ତିଷ୍କ ଉପରେ ଏହା ଚାପ ସୃଷ୍ଟି କରାଇଥାଏ । ଆମେ କ୍ରୋଧାନ୍ବିତ ହେବା ହେତୁ ଶରୀରର ବହୁମୂଲ୍ୟ ତଥା ସର୍ବ ଶ୍ରେଷ୍ଠ ଉପାଦାନ, ‘ଓଜ’ ଶକ୍ତି, ବହୁ ମାତ୍ରାରେ ଉପଯୋଗ ହୋଇଥାଏ। ମନୁଷ୍ୟ ଶରୀରରେ ‘ଓଜ’ ସର୍ବଶ୍ରେଷ୍ଠ ଧାତୁ ଅଟେ, ଆୟୁର୍ବେଦ ଶାସ୍ତ୍ର ମତରେ ଏହା ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି (lmmunity power)ଅଟେ, ଆମେ ରାଗିବା ହେତୁ ଏହି ‘ଓଜ’ ନଷ୍ଟ ହୋଇ ଶରୀରରେ ଜୀବନୀୟ ଶକ୍ତି ହ୍ରାସ ହୋଇଥାଏ, ଯାହାଦ୍ୱାରା ମସ୍ତିଷ୍କର ଜ୍ଞାନ ତନ୍ତୁ କ୍ରମଶଃ ଦୁର୍ବଳ ହୋଇଯାଏ। ଏହାଦ୍ୱାରା ମନୁଷ୍ୟ ବୁଦ୍ଧି ବଳ ହରାଇ ଅନ୍ୟର କ୍ଷତି ଘଟାଇବା ସହ ନିଜର ବି କ୍ଷତି ଘଟାଇଥାଏ l
ମନୁଷ୍ୟର କ୍ରୋଧ ଓ ଅଭିମାନରୁ ହିଂସା ପ୍ରକୃତି ଉତ୍ପନ୍ନ ହୋଇଥାଏ। ଆମେ ଅନ୍ୟର ଦୁଃଖ ଦେଖି, ହୃଦୟ ଏକଦମ ନରମ (କୋମଳ) ହୋଇଯିବା କିମ୍ବା ଦୁଃଖକୁ ସାମ୍ନା କରି କଠୋରତା ହେବା ହିଁ ସତ୍ୟ ତଥା ବାସ୍ତବିକ ସ୍ଥିତିର ଏହା ସ୍ବାଭାବିକ ଲକ୍ଷଣ ଅଟେ। ହେଲେ ହିଂସା ଆଚରଣ କରୁଥିବା ମନୁଷ୍ୟର ଏହି ଗୁଣ ନଷ୍ଟ ହୋଇ ଫଳ ସ୍ବରୂପ ଅନ୍ୟକୁ ଦୁଃଖ ଦେଇ ନିଜେ ଦୁଃଖ ଭୋଗ କରିଥାଏ l
ଏ ସମସ୍ତ ବିଷୟକୁ ଅନୁଧ୍ୟାନ କଲେ ଆମେ ଜାଣିପାରିବା ଯେ, ସତ୍ୟ, ଧର୍ମ, ନ୍ୟାୟ ସହ ସକାରାତ୍ମକ ଚିନ୍ତାଧାରାକୁ ପାଥେୟ କରି ଦୈନନ୍ଦିନ ଜୀବନ ଅତିବାହିତ କରିବା ଦ୍ୱାରା ଆମେ ଜୀବନରେ ମାନସିକ ଶାନ୍ତି ପାଇବା ସହ ବିଭିନ୍ନ ମାନସିକ ଓ ଶାରୀରିକ ରୋଗରୁ ଦୂରେଇ ରହି ଶାନ୍ତିରେ ଜୀବନ ଅତିବାହିତ କରିପାରିବା l
-ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର
ଚନ୍ଦହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଖାଦ୍ୟରୁଚିରୁ ଜାଣନ୍ତୁ ଝିଅଙ୍କ ପ୍ରେମ ସମ୍ପର୍କରେ

ଖାଦ୍ୟପେୟରେ ସମସ୍ତଙ୍କ ରୁଚି ଭିନ୍ନ ଭିନ୍ନ ହୋଇଥାଏ। କାହାକୁ ଖଟା ଖାଇବାକୁ ଭଲ ଲାଗୁ ଥିବାବେଳେ କାହାକୁ ମିଠା ଅଧିକ ପସନ୍ଦ ହୋଇଥାଏ। ତେବେ ଆପଣ...

ଓଜନ କମାଉଥିଲେ

ମୋଟା ଫିଗର ଯେମିତି ପର୍ସନାଲିଟିରେ ଆଞ୍ଚ ଆଣିଥାଏ। ଯେଉଁଥିପାଇଁ ଓଜନ କମାଇବା ଲାଗି ଅନେକେ ବିଭିନ୍ନ ଉପାୟ ଆପଣାଉଛନ୍ତି। ହେଲେ କେହିକେହି ସୁଫଳ ପାଇବା ବଦଳରେ...

ସୁସ୍ଥ ରହିବା ପାଇଁ ଚାଣକ୍ୟ କହିଛନ୍ତି ଏପରି କଥା : ଆପଣାଇଲେ ଡାକ୍ତରଙ୍କୁ ଦେବାକୁ ପଡ଼ିବ ନାହିଁ ଟଙ୍କା

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତିଶାସ୍ତ୍ରରେ ବିଭିନ୍ନ ବିଷୟରେ ଉଲ୍ଲେଖ କରିଛନ୍ତି। ସେ ଜୀବନର ମୂଲ୍ୟବୋଧ ବିଷୟରେ ଉଲ୍ଲେଖ କରିଥିବାବେଳେ ସୁସ୍ଥ ରହିବା ପାଇଁ ଅନେକ ପଦକ୍ଷେପ...

ଏହି ୨ ରାଶିର ବ୍ୟକ୍ତି ନିଜ ସାଥୀଙ୍କୁ କେବେ ଦେଇ ନ ଥାନ୍ତି ପ୍ରତାରଣା

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ଉତ୍‌ଥାନ-ପତନ ଲାଗି ରହିଥାଏ। ତେବେ ଗ୍ରହ ମଣିଷ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଗ୍ରହର ସ୍ଥିତି ଯୋଗୁ...

ଅସ୍ଥିକୁ ସୁସ୍ଥ ରଖିବେ କିପରି ଧ୍ୟାନ ଦିଅନ୍ତୁ…

ଆମ ଶରୀରର ପ୍ରମୁଖ ଅଙ୍ଗ ମଧ୍ୟରୁ ଅସ୍ଥି ଅନ୍ୟତମ। ଏହା ଯଦି ଦୁର୍ବଳ ହୋଇଯାଏ ତେବେ ଆମେ କାମ କରିବା ତ ଅଲଗା କଥା, ଚାଲବୁଲ...

ଟ୍ରେଣ୍ଡି ଛତା

ବର୍ଷା ହେଉ କି ଖରା, ଛତାର ଚାହିଦା ସବୁବେଳେ ରହିଛି। ତେଣୁ ଲୋକଙ୍କ ଆବଶ୍ୟକତାକୁ ଅନୁଭବ କରି ଦିନକୁ ଦିନ ମାର୍କେଟ୍‌କୁ ନୂଆ ନୂଆ ଡିଜାଇନ୍‌ର...

ଉପାଦେୟ ଗୁଣରେ ଭରପୂର ମୁଗ: ଡାଇବେଟିସ ରୋଗୀଙ୍କ ପାଇଁ ଲାଭଦାୟକ

ପୋଷକ ତତ୍ତ୍ୱରେ ଭରପୂର ମୁଗ ଡାଲି ଶରୀର ପାଇଁ ବେଶ୍‌ ଲାଭଦାୟକ। ସବୁଜ ରଙ୍ଗର ଏହି ଡାଲି ଶରୀରର ଓଜନ କମ୍‌ କରିବା ଠାରୁ ଆରମ୍ଭକରି...

ଯନ୍ତ୍ରଣାରୁ ଉପଶମ ଦେବ ଡିଭାଇସ୍‌

ଆଜିକାଲିର ଇଲେକଟ୍ରୋନିକ୍‌ ଯୁଗରେ ଡିଭାଇସ୍‌କୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରାଯାଉଛି। ଏହି ତାଲିକାରେ ସ୍ବିଡେନ୍‌ର ବୈଜ୍ଞାନିକ ଆଉ ଏକ କଥା ଯୋଡିଛନ୍ତି। ସେମାନେ ତିନିବର୍ଷ ପରିଶ୍ରମ...

Advertisement
Archives

Model This Week