ଜାହାଜ ଅଟକି ସୁଏଜ କେନାଲ ଅବରୋଧ

ପ୍ୟାରିସ,୧।୯ : ଭୂମଧ୍ୟସାଗରକୁ ଲୋହିତ ସାଗର ସହ ସଂଯୋଗ କରୁଥିବା ସୁଏଜ୍‌ କେନାଲରେ ବୁଧବାର ରାତିରେ ଏକ ବଡ଼ ତୈଳବାହୀ ଜାହାଜ ଅଟକିଯିବାରୁ କିଛି ଘଣ୍ଟା ପାଇଁ ଉକ୍ତ କେନାଲ ଅବରୋଧ ହୋଇଯାଇଥିଲା। ୨୫୨ ମିଟର ଲମ୍ବା ଓ ୪୫ ମିଟର ପ୍ରସ୍ଥବିଶିଷ୍ଟ ଆଫିନିଟି-ଭି ନାମକ ଏହି ଜାହାଜ ସିଙ୍ଗଲ୍‌ ଲେନ୍‌ ରୁଟ୍‌ରେ ଅଟକି ଯିବାରୁ ଅନ୍ୟ ଜାହାଜ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ଯୋଗୁ ଜାହାଜର ରୁଡର କାମ କରି ନ ଥିଲା। ଜାହାଜକୁ ହଟାଇବା ପାଇଁ ୫ଟି ଟଗ୍‌ ବୋଟ୍‌କୁ ନିୟୋଜିତ କରାଯାଇଥିଲା। ୫ଘଣ୍ଟା ପରେ ଆଫିନିଟି-ଭି ଗତିଶୀଳ ହେବାରୁ କେନାଲ ଅବରୋଧମୁକ୍ତ ହୋଇଥିଲା ବୋଲି ସୁଏଜ୍‌ କର୍ତ୍ତୃପକ୍ଷ କହିଛନ୍ତି। ପର୍ତ୍ତୁଗାଲରୁ ସାଉଦି ଆରବର ୟାନ୍‌ବୁ ସ୍ଥିତ ରେଡ-ସି ବନ୍ଦରକୁ ଯାଉଥିବା ଉକ୍ତ ଜାହାଜରେ ୧,୧୦,୦୦୦ ଟନ୍‌ରୁ ଅଧିକ ତେଲ ରହିଥିଲା। ସୂଚନାଯୋଗ୍ୟ ଗତବର୍ଷ ମାର୍ଚ୍ଚରେ ଉକ୍ତ ଶିପିଙ୍ଗ୍‌ ଲେନ୍‌ରେ ୪୦୦ ମିଟର ଲମ୍ବ ବିଶିଷ୍ଟ ଏଭର ଗ୍ରୀନ୍‌ ନାମକ ଜାହାଜ ଅଟକିଯିବାରୁ କେନାଲ ୬ ଦିନ ପର୍ଯ୍ୟନ୍ତ ଅବରୋଧ ହୋଇ ରହିଥିଲା। ଟ୍ରାଫିକ ଜାମ୍‌ ଫଳରେ ଦିନକୁ ୯ ବିଲିୟନ ଡଲାର ବାଣିଜି୍ୟକ କ୍ଷତି ହୋଇଥିଲା। ୧୪ ଟଗ୍‌ ବୋଟ୍‌ ଏବଂ ଆର୍ଥମୁଭିଂ ଯନ୍ତ୍ର ସାହାଯ୍ୟରେ ଉକ୍ତ ଜାହାଜକୁ ହଟାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ ଉପରେ ଆଣବିକ ଆକ୍ରମଣ କରୁ ରୁଷିଆ, ପୁଟିନଙ୍କ ବନ୍ଧୁଙ୍କ ଦାବି …

ମସ୍କୋ,୨।୧୦ : ୟୁକ୍ରେନ ଉପରେ ରୁଷିଆର ଦଖଲ ଦୁର୍ବଳ ହେବାରେ ଲାଗିଛି। ଏଭଳି ପରିସ୍ଥିତିରେ ରୁଷୀୟ ସୈନ୍ୟ ୟୁକ୍ରେନ ଉପରେ ଆଣବିକ ଆକ୍ରମଣର ଆଶଙ୍କା ରହିଛି।...

ପୋଲିସ ମୁଖ୍ୟାଳୟରେ ଛୁରାମାଡ଼:୪ ଅଧିକାରୀ ମୃତ, ହତ୍ୟାକାରୀ ନିହତ

ପ୍ୟାରିସ୍‌,୪-୧୦(ଏଏଫ୍‌ପି):ପ୍ୟାରିସ୍‌ର ପୋଲିସ ମୁଖ୍ୟାଳୟରେ ଗୁରୁବାର ଜଣେ ବ୍ୟକ୍ତି ଛୁରାମାଡ଼ କରିଛନ୍ତି। ତାଙ୍କ ଆକ୍ରମଣରେ ୪ ପୋଲିସ ଅଧିକାରୀ ନିହତ ହୋଇଛନ୍ତି। ପୋଲିସର ଗୁଳିମାଡ଼ରେ ଆକ୍ରମଣକାରୀ ଟଳିପଡ଼ିଛନ୍ତି।...

ଆମେରିକା ଉପରେ ବର୍ଷିଲେ ଚାଇନା ରାଷ୍ଟ୍ରପତି

ବେଜିଂ,୭।୩: ଅତୀତରେ ଗୁପ୍ତଚର ବେଲୁନ ପ୍ରସଙ୍ଗରେ ଚାଇନା ଏବଂ ଆମେରିକା ମଧ୍ୟରେ ସମ୍ପର୍କକୁ ନେଇ ଉତ୍ତେଜନା ଦେଖାଦେଇଛି। ଦୁଇ ଦେଶ ମଧ୍ୟରେ ଥିବା ଏହି ତିକ୍ତତା...

ମାସ୍କ ପିନ୍ଧିବାକୁ ଯାତ୍ରୀ ମନା କରିବାରୁ ଅଧ ବାଟରୁ ଫେରିଲା ଫ୍ଲାଇଟ୍‌

ଓ୍ବାଶିଂଟନ,୨୧।୧: ଜଣେ ଯାତ୍ରୀ କୋଭିଡ୍‌ ମାସ୍କ ପିନ୍ଧିବାକୁ ମନା କରି ଦେବାରୁ ମିଆମିରୁ ଲଣ୍ଡନ ଯାଉଥିବା ଆମେରିକାନ ଏୟାରଲାଇନ ଜେଟଲାଇନର ଏକ ବିମାନ ଅଧ ବାଟରୁ...

ଭୂତ ଡଙ୍ଗାରେ ଡ୍ରଗ୍ସ

ଓ୍ବାଶିଂଟନ,୧୯ା୧୨: ସମୁଦ୍ରରେ ବହୁ ସଂଖ୍ୟକ ‘ଭୂତ ଜାହାଜ’ ଅଛି। ଅତଳ ସାଗରରେ ଜାହାଜ ଓ ଡଙ୍ଗାଗୁଡ଼ିକରୁ ନାବିକମାନେ ରହସ୍ୟଜନକ ଭାବେ ଉଭାନ ହୋଇଯିବା ପଛରେ ଅନେକ...

ମୂଳ ଭାରତୀୟ ବାସିନ୍ଦା ପ୍ରିୟା ପିନ୍ଧିଲେ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା’ ମୁକୁଟ

ମେଲବୋର୍ନ,୨୮।୬: ଭାରତୀୟ ମୂଳ ବାସିନ୍ଦା ୨୬ ବର୍ଷୀୟା ପ୍ରିୟା ସେର୍ରଓ୍ବ ‘ମିସ୍‌ ୟୁନିଭର୍ସ ଅଷ୍ଟ୍ରେଲିୟା ୨୦୧୯’ର ବିଜେତା ଘୋଷିତ ହୋଇଛନ୍ତି। ୨୭ ଜଣ ପ୍ରତିଯୋଗୀଙ୍କୁ ପଛରେ...

ପ୍ରଳୟଙ୍କରୀ ବନ୍ୟା, ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଲା ପାକିସ୍ତାନ, ମୃତ୍ୟୁ ସଂଖ୍ୟା ୧,୨୬୫ ଛୁଇଁଲା..

ଇସଲାମାବାଦ, ୩।୯ : ପାକିସ୍ତାନରେ ପ୍ରଳୟଙ୍କରୀ ବନ୍ୟା ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଏପରିସ୍ଥଳେ ପାକିସ୍ତାନ ଶନିବାର ଅନ୍ତର୍ଜାତୀୟସ୍ତରରେ ସହାୟତା ଲୋଡ଼ିଛି। ଏହା ସହିତ ପାକିସ୍ତାନ...

ମସ୍କ, ବେଜୋସଙ୍କ ସମେତ କମିଲା କେତେକ ଅରବପତିଙ୍କ ସମ୍ପତି

ୱାଶିଂଟନ,୩ ।୭: ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ମହାମାରୀର ପ୍ରଭାବ ସବୁ କ୍ଷେତ୍ରରେ ଦେଖିବାକୁ ମିଳିଛି । ବିଶ୍ୱର ସବୁଠାରୁ ଧନି ବ୍ୟକ୍ତି ଏଲନ...

Advertisement
Archives

Model This Week