ହୁ ହୁ ବଢ଼ି ଚାଲିଛି ତୈଳ ଦର, ନ କମିଲେ ୧୫ରେ ଓଡ଼ିଶା ବନ୍ଦ

ବ୍ରହ୍ମପୁର ଅଫିସ,୩୧।୧: ଗଞ୍ଜାମ ଜିଲା କଂଗ୍ରେସ ପକ୍ଷରୁ ଶନିବାର ବ୍ରହ୍ମପୁରରେ ବିଶାଳ ସମାବେଶ ହୋଇଥିଲା। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଗସ୍ତର ୧୦୦ ବର୍ଷ ପୂର୍ତ୍ତି ଏବଂ ତାଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା। ଖଲ୍ଲିିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ୍‌ରେ ଆୟୋଜିତ ଏହି ସମାବେଶରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ। ଭାଷଣ ପ୍ରସଙ୍ଗରେ କେନ୍ଦ୍ରର ମୋଦି ଓ ନବୀନ ସରକାର ବିରୋଧରେ ଗର୍ଜନ କରିଥିଲେ। ବିଦେଶରୁ କଳାଧନ ଆଣିବାରେ ଏନ୍‌ଡିଏ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଥିବା ବେଳେ ଗଞ୍ଜାମରୁ ପ୍ରତିନିଧିତ୍ୱ କରି ଲଗାତର ୫ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ନବୀନ ପଟ୍ଟନାୟକ ଜିଲାର ବିକାଶ ଘଟାଇବାରେ ଫେଲ୍‌ ମାରିଥିବା ସେ ଅଭିଯୋଗ କରିଥିଲେ। ଉଭୟ ମୋଦି ଓ ନବୀନ ଜନସାଧାରଣଙ୍କୁ ଭୁଅଁା ବୁଲାଇ କେବଳ କ୍ଷମତା ଉପଭୋଗ କରୁଥିବା ଚେଲ୍ଲାକୁମାର କଟାକ୍ଷ କରିଥିଲେ।

ଏହି ଅବସରରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ରାଜ୍ୟରେ ତୈଳ ଦର ୧୦ଟଙ୍କା ନ କମିଲେ ଆସନ୍ତା ୧୫ ତାରିଖରେ ଓଡ଼ିଶା ବନ୍ଦ ସହ କଂଗ୍ରେସ ରାଜ୍ୟବାପୀ ଆନ୍ଦୋଳନ କରିବ। ଜିଲାର ବିଭିନ୍ନ ସ୍ଥାନରୁ ଆସିଥିବା ବହୁସଂଖ୍ୟକ ଦଳର କର୍ମୀ ଓ ଅନ୍ୟମାନଙ୍କୁ ସମ୍ବୋଧିତ କରି ପ୍ରଭାରୀ ଆହୁରି କହିଥିଲେ, କୃଷିପ୍ରଧାନ ଗଞ୍ଜାମ ଜିଲାରେ ଜଳସେଚନ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। ପୂର୍ବ କଂଗ୍ରେସ ଶାସନରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବାଘଲଟି, ବାଘୁଆ ଓ ଅନ୍ୟ ପ୍ରକଳ୍ପଗୁଡ଼ିକ ଏବେ ବି ଅସମ୍ପୂର୍ଣ୍ଣ ରହିଛି। ବିଜେଡିର ୨୧ ବର୍ଷ ଶାସନରେ ଏଥିପ୍ରତି ଆଖିବୁଜି ଦିଆଯାଇଛି। ରାଜ୍ୟରେ ଚାଲିଥିବା ମୋ ସରକାର ୫-ଟି ଶାସନ ସରକାରଙ୍କ ପୋର୍ଟାଲରେ କାହିଁକି ସ୍ଥାନିତ ହୋଇନାହିଁ ବୋଲି ସେ ପ୍ରଶ୍ନ କରିଥିଲେ। ମୁଖ୍ୟମନ୍ତ୍ରୀ ଚୁପ୍‌ ରହିଛନ୍ତି ଏବଂ ବାବୁଙ୍କ ହାତରେ ଶାସନ ଡୋରି ରହିଥିବା ସେ କଡ଼ା ଭାଷାରେ ସମାଲୋଚନା କରିଥିଲେ। ଗୋପାଳପୁର-ରାୟଗଡ଼ା ନୂଆ ରେଳପଥ, ଶୀତଳାପଲ୍ଲୀ ରେଳ ୱାଗନ କାରଖାନା, ବ୍ରହ୍ମପୁରରୁ ସମ୍ବଲପୁର ରେଳପଥ ନିର୍ମାଣ ମୋଦି ସରକାର କରୁ ନ ଥିବା ଚେଲ୍ଲାକୁମାର ସୂଚାଇଥିଲେ। ସାନଖେମୁଣ୍ଡି ବିଧାୟକ ତଥା ଜିଲା କଂଗ୍ରେସ ସଭାପତି ରମେଶ ଜେନା ଅଧ୍ୟକ୍ଷତା କରି ପ୍ରାରମ୍ଭିକ ସୂଚନା ଦେଇଥିଲେ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ଦଳ ନେତା ନରସିଂହ ମିଶ୍ର, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା ଓ ଶରତ ପଟ୍ଟନାୟକ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁରେଶ କୁମାର ରାଉତରାୟ, ଦାଶରଥି ଗମାଙ୍ଗ, ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଯୋଗ ଦେଇଥିଲେ। ଏଆଇସିସି ସମ୍ପାଦକ ରୁଦ୍ରରାଜଙ୍କ ସମେତ ଅଧିରାଜ ପାଣିଗ୍ରାହୀ, ଅକ୍ଷୟ ଆଚାର୍ଯ୍ୟ, ସଂଗ୍ରାମ ଜେନା, ବ୍ରହ୍ମପୁର ଲୋକ ସଭା ଆସନର କଂଗ୍ରେସ ପ୍ରାର୍ଥୀ ଭି. ଚନ୍ଦ୍ରଶେଖର ନାଇଡ଼ୁ, ନଗର କଂଗ୍ରେସ ସଭାପତି ପ୍ରମୋଦ କୁମାର ଜେନା ପ୍ରମୁଖ ମଞ୍ଚାସୀନ ଥିଲେ। ରାଜ୍ୟ ଓ ଜିଲାର ଯୁବ, ଛାତ୍ର କଂଗ୍ରେସ ନେତୃବୃନ୍ଦ ଉପସ୍ଥିତ ଥିଲେ। ରମେଶଙ୍କ ପିତା ଅରକ୍ଷିତ ଜେନାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

ହୁ ହୁ ବଢ଼ି ଚାଲିଥିବା ପେଟ୍ରୋଲ ଓ ଡିଜେଲ ଦର ନିୟନ୍ତ୍ରଣ କରିବାରେ ମୋଦି ସରକାର ବିଫଳ ହୋଇଥିବାରୁ ସମାଲୋଚନା କରାଯାଇଥିଲା। ବର୍ଦ୍ଧିତ ତୈଳ ଦର ନ କମାଇଲେ ଏହାର ପ୍ରତିବାଦରେ ଆଗାମୀ ଦିନରେ କଂଗ୍ରେସ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ନିରଞ୍ଜନ ଓ ଅନ୍ୟମାନେ ଚେତାବନୀ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

କେସିଙ୍ଗା ପଞ୍ଚାୟତ ସମିତି ବୈଠକରେ ଉଠିଲା ଝାଡ଼ାବାନ୍ତି ପ୍ରସଙ୍ଗ, ସରପଞ୍ଚଙ୍କ ଅଭିଯୋଗ ପରେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୦ମ ବୈଠକ ବ୍ଲକ ଅଧ୍ୟକ୍ଷ ଚନ୍ଦନ ସେନାପତିଙ୍କ ସଭାପତିତ୍ୱରେ ବୁଧବାର ସମିତି ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି।...

ବିକାଶ ଅପେକ୍ଷାରେ ‘ହେଲୋ ପଏଣ୍ଟ’: ଉଦ୍‌ଯାପିତ ହେଲା ‘ରାଜାରାଣୀ ଝାମୁ ଯାତ୍ରା’; ହଜାର ହଜାର ଭକ୍ତଙ୍କ ସମାଗମ; କାଳିସିଙ୍କ…

ଥୁଆମୂଳ ରାମପୁର, ୩୧।୧୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ କୋଷାବରା ସ୍ଥିତ ‘ହେଲୋ ପଏଣ୍ଟ’ଠାରେ ରାଜାରାଣୀ (ମାଳିଚଗା)...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବାହୁନି ବାହୁନି କାନ୍ଦୁଛନ୍ତି ପତ୍ନୀ, ଅନ୍ଧକାରରେ ୩ ପିଲାଙ୍କ ଭବିଷ୍ୟତ; ଗୋଆରେ ଚାଲିଗଲା ଓଡ଼ିଆ ଶ୍ରମିକଙ୍କ ଜୀବନ, ଏବେ… 

ଦିଗପହଣ୍ଡି,୩୧।୧୨(ଅଶେଷ ନାଥ ମିଶ୍ର): ପେଟ ପାଟଣା ପାଇଁ ରାଜ୍ୟ ବାହାରକୁ ଯାଇଥିଲେ। ହେଲେ କାରଖାନାରେ ଅଘଟଣ ଘଟିବା ଯୋଗୁ ଚାଲିଗଲା ଜୀବନ। ଏବେ ରୋଜଗାରିଆ ପୁଅଙ୍କୁ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri