ଲଗାତାର ୨୦ ଦିନ ପାଇଁ ବଢ଼ିଲା ତେଲଦର

ନୂଆଦିଲ୍ଲୀ,୨୬।୬: କରୋନା ସଂକ୍ରମଣ ଜନିତ ସମସ୍ୟା ମଧ୍ୟରେ ଦେଶରେ କ୍ରମାଗତ ଭାବେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ଲଗାତାର ୨୦ ଦିନ ପାଇଁ ତେଲ ଦର ବଢ଼ିଛି। ପେଟ୍ରୋଲ ଲିଟର ପିଛା ୨୧ ପଇସା ବୃଦ୍ଧି ପାଇଛି। ସେହିଭଳି ଡିଜେଲ ଲିଟର ପିଛା ୧୭ ପଇସା ବଢ଼ିଛି। ୨୦ ଦିନରେ ପେଟ୍ରୋଲ ମୋଟ ୮ ଟଙ୍କା ୮୭ ପଇସା ମହଙ୍ଗା ହୋଇଥିବା ବେଳେ ଡିଜେଲ ୧୦ ଟଙ୍କା ୮୦ ପଇସା ବୃଦ୍ଧି ପାଇଛି।

ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୭୯.୯୨ ଟଙ୍କାରୁ ବଢ଼ି ୮୦.୧୩ ଟଙ୍କା ହୋଇଛି। ସେହିଭଳି ଡିଜେଲ ଲିଟର ପିଛା ୮୦.୧୯ ଟଙ୍କା ହୋଇଛି। ସେହିଭଳି ବମ୍ବେରେ ପେଟ୍ରୋଲ ୮୬.୯୧ଟଙ୍କା, ଡିଜେଲ ୭୮.୫୧ ଟଙ୍କା ପ୍ରତି ଲିଟର ରହିଛି। ଚେନ୍ନାଇରେ ପେଟ୍ରୋଲ ୮୦.୩୭ ଟଙ୍କା ଏବଂ ଡିଜେଲ ୭୭.୪୪ ଟଙ୍କା ରହିଛି। ସେହିଭଳି କୋଲକାତାରେ ପେଟ୍ରୋଲ ୮୧.୮୨ ଟଙ୍କା, ଡିଜେଲ ୭୫.୩୪ ଟଙ୍କା ଏବଂ ନୋଏଡାରେ ପେଟ୍ରୋଲ ୮୦.୮୫ ଟଙ୍କା ଏବଂ ଡିଜେଲ ୭୨.୨୯ ଟଙ୍କା ହୋଇଛି।

ତେବେ ଅନ୍ତର୍ଜାତୀୟ ତୈଳ ବଜାରର ଦର ହ୍ରାସ ନ ହେବା ପର୍ଯ୍ୟନ୍ତ ତେଲ ଦର ବୃଦ୍ଧିରେ ରୋକ ଲଗାଯାଇପାରିବ ନାହିଁ ବୋଲି ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀଗୁଡ଼ିକ ମତ ରଖୁଛନ୍ତି। ଏପରିସ୍ଥିତିରେ ଚଳିତ ମାସ ଜୁନ୍‌ ୭ ତାରିଖରୁ ଆଜି ପର୍ଯ୍ୟନ୍ତ ଦେଶର ତେଲ ଦର କ୍ରମାଗତ ଭାବରେ ବୃଦ୍ଧି ପାଇ ଚାଲିଛି। ଏହି ଦରବୃଦ୍ଧିକୁ ନେଇ ବିଭିନ୍ନ ଅନୁଷ୍ଠାନ, ସଂଗଠନ ଏବଂ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯିବା ସହ ସାଧାରଣ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri