ତେଲ ଦର ଆକାଶଛୁଆଁ

ଭୁବନେଶ୍ୱର,୧୦।୨: ଚଳିତ ବର୍ଷ ଆରମ୍ଭରୁ ତେଲ ଦର ଦ୍ରୁତ ହାରରେ ବଢ଼ିଚାଲିଛି। କରୋନା ମହାମାରୀ ଯୋଗୁ ଖାଉଟି ବିଭିନ୍ନ ସମସ୍ୟା ଦେଇ ଗତି କରୁଛନ୍ତି। ଏଭଳି ସମୟରେ ଲଗାତର ତୈଳ ଦର ବୃଦ୍ଧି ସବୁ ବର୍ଗର ଖାଉଟିଙ୍କ ଆର୍ଥିକ ଅବସ୍ଥା ଉପରେ ବେଶ୍‌ ପ୍ରଭାବ ପକାଇଛି। ୨୦୨୦ ନଭେମ୍ବର ୧୮ ପରଠାରୁ ଅଦ୍ୟାବଧି ମୋଟ ୨୭ ଥର ତେଲ ଦର ବଢ଼ିଲାଣି। ସେହିଭଳି ଚଳିତ ବର୍ଷ ଜାନୁୟାରୀ ପରଠାରୁ ବର୍ତ୍ତମାନ ସୁଦ୍ଧା ୧୩ ଥର ଇନ୍ଧନ ଦର ବଢ଼ିଛି। ଏହି ଅବଧିରେ ପେଟ୍ରୋଲ ୯.୯୭ ଟଙ୍କା ଏବଂ ଡିଜେଲ ୯.୦୩ ଟଙ୍କା ବୃଦ୍ଧି ପାଇଥିବା ସୂଚନା ମିଳିଛି।
୨୦୨୧-୨୨ ସାଧାରଣ ବଜେଟ ପରଠାରୁ ତେଲ ଦର ପ୍ରତିଥର ୩୦ ପଇସାରୁ ଊର୍ଦ୍ଧ୍ୱ ବୃଦ୍ଧି ପାଉଥିବା ଦେଶର ପ୍ରମୁଖ ତୈଳ ବିପଣନ କମ୍ପାନୀଗୁଡିକ ପକ୍ଷରୁ ସୂଚନା ମିଳିଛି। ମଙ୍ଗଳବାର ଭୁବନେଶ୍ୱରରେ ପେଟ୍ରୋଲ ଲିଟର
ପିଛା ୩୫ ପଇସା ଏବଂ ଡିଜେଲ ୩୯ ପଇସା ବଢ଼ିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ଦର ୮୭.୯୮
ଟଙ୍କା ଏବଂ ଡିଜେଲ ଦର ୮୪.୪୨ ଟଙ୍କାରେ ପହଞ୍ଚତ୍ଛି। ଅନ୍ୟପକ୍ଷରେ ନୂଆଦିଲ୍ଲୀରେ ମଧ୍ୟ ଉଭୟ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୩୫ ପଇସା ବଢ଼ିଥିବା ସୂଚନା ମିଳିଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ପେଟ୍ରୋଲ ୮୭.୩୦ ଟଙ୍କା ଓ ଡିଜେଲ ୭୭.୪୮ ଟଙ୍କାକୁ ଛୁଇଁଛି। ମଙ୍ଗଳବାର ଦର ବୃଦ୍ଧି ଯୋଗୁ ଉଭୟ ପେଟ୍ରୋଲ ଏବଂ ଡିଜେଲ ଦର ସର୍ବୋଚ୍ଚ ସ୍ତରରେ ରହିଥିବା ଜଣାପଡିଛି। ସେହିଭଳି ମୁମ୍ବାଇରେ ପେଟ୍ରୋଲ ୯୩.୮୩ ଟଙ୍କା ଏବଂ ଡିଜେଲ ୮୪.୩୬ ଟଙ୍କା ଥିବା ବେଳେ କୋଲକାତାରେ ଯଥାକ୍ରମେ ୮୮.୬୩ ଟଙ୍କା ଏବଂ ୮୧.୦୬ ଟଙ୍କା, ଚେନ୍ନାଇରେ ୮୯.୭୦ ଟଙ୍କା ଏବଂ ୮୨.୬୬ ଟଙ୍କାକୁ ବୃଦ୍ଧି ଘଟିଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ଗତ କିଛିଦିନ ହେବ ବଢ଼ିଚାଲିଛି। ଫଳରେ ଦେଶରେ ଖୁଚୁରା ତେଲ ଦର ଉପରେ ଏହାର ପ୍ରଭାବ ପଡୁଥିବା ତୈଳ ବିପଣନ କମ୍ପାନୀଗୁଡ଼ିକ ପକ୍ଷରୁ ସୂଚନା ଦିଆଯାଇଛି। ଗତ ବର୍ଷ ଯେତେବେଳେ ଅଶୋଧିତ ତେଲ ଦର ହ୍ରାସ ପାଇଥିଲା ସେହି ସମୟରେ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉତ୍ପାଦ ଶୁଳ୍କ ସହ କୋଭିଡ୍‌ ସେସ୍‌ ଆଦି ଗ୍ରାହକଙ୍କଠାରୁ ଆଦାୟ କରୁଥିଲେ। ବର୍ତ୍ତମାନ ସମୟରେ ଯେତେବେଳେ ଅନ୍ତର୍ଜାତୀୟ ବଜାରରେ ତେଲ ଦର ବୃଦ୍ଧି ପାଉଛି ସରକାର ଶୁଳ୍କ ହ୍ରାସ କରନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି।

 

୧୫ରେ କଂଗ୍ରେସର ଓଡ଼ିଶା ବନ୍ଦ

ପେଟ୍ରୋଲ, ଡିଜେଲ ଓ ଗ୍ୟାସର ଅହେତୁକ ମୂଲ୍ୟବୃଦ୍ଧି ସହ ବିଭିନ୍ନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଅପାରଗତାକୁ ନେଇ କଂଗ୍ରେସ ପକ୍ଷରୁ ଆସନ୍ତା ୧୫ ତାରିଖ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଉକ୍ତଦିନ ସକାଳ ୭ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ ବୋଲି ପ୍ରଦେଶ କଂଗ୍ରେସ କମିଟି (ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି। ଏହି ୬ ଘଣ୍ଟିଆ ବନ୍ଦ ଡାକରାକୁ ରାଜ୍ୟର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ ସମସ୍ତ ସଚେତନ ନାଗରିକ ସହଯୋଗ, ସମର୍ଥନ ଓ ଆନ୍ଦୋଳନରେ ସକ୍ରିୟ ସାମିଲ ହେବା ପାଇଁ ନିରଞ୍ଜନ ନିବେଦନ କରିଛନ୍ତି। ଭୁବନେଶ୍ୱରସ୍ଥିତ କଂଗ୍ରେସ ଭବନଠାରେ ମଙ୍ଗଳବାର ନିରଞ୍ଜନ କହିଛନ୍ତି, ଏହି ବନ୍ଦ ସମୟରେ ଅତ୍ୟାବଶ୍ୟକ ଜରୁରୀ ସେବା ଯଥା ଆମ୍ବୁଲାନ୍ସ, କ୍ଷୀର ଗାଡି, ପରୀକ୍ଷାର୍ଥୀ, ଗଣମାଧ୍ୟମ ଇତ୍ୟାଦିକୁ ବାଦ୍‌ ଦିଆଯିବ। ଉପା ସରକାର ସମୟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୧୦ ଡଲାରରୁ ୧୩୦ ଡଲାର ଥିବାବେଳେ ଜନସାଧାରଣ ୮୦ ଟଙ୍କାରୁ କମ୍‌ ମୂଲ୍ୟରେ ତେଲ କିଣୁଥିଲେ। ବର୍ତ୍ତମାନ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବ୍ୟାରେଲ୍‌ ପିଛା ୬୦ ଡଲାରରୁ କମ୍‌ ଥିବାବେଳେ ଓଡ଼ିଶାରେ ପେଟ୍ରୋଲ ଦର ୯୦ ଟଙ୍କା ପହଞ୍ଚିଛି। ଫଳରେ ଜନସାଧାରଣ ଅତିଷ୍ଠ ହୋଇପଡିଛନ୍ତି। ଖାଦ୍ୟ ସାମଗ୍ରୀର ଦର ଆକାଶଛୁଅଁା ହେବା ଫଳରେ ଗରିବ, ମଧ୍ୟବିତ୍ତ, ଶ୍ରମିକ ଶ୍ରେଣୀ, ଚାଷୀ ବହୁମାତ୍ରାରେ ପ୍ରଭାବିତ ହେଉଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଲିଟର ପ୍ରତି ୧୦ ଟଙ୍କା ଦର ହ୍ରାସ କରିବାକୁ ପ୍ରସ୍ତାବ ଦେଇଥିଲେ। ଅଚ୍ଛେଦିନ୍‌ର ସ୍ଲୋଗାନ ଦେଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପ୍ରତାରିତ କରିଛନ୍ତି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା: ଥୁଆମୂଳ ରାମପୁର CHCରେ ଅବ୍ୟବସ୍ଥାର ଚିତ୍ର

ଥୁଆମୂଳ ରାମପୁର, ୧୪।୩:(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାର ଅତ୍ୟନ୍ତ ଦୁର୍ଗମ ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (CHC) ଏବେ ଅବ୍ୟବସ୍ଥାର ବଳୟରେ। ମେଡିକାଲ ସମ୍ମୁଖର ସୂଚନା…

ଚଳିତ ସିଜନରେ CSK ପାଇଁ ଡେବ୍ୟୁ କରିବେ ସାମସନ-ସରଫରାଜଙ୍କ ପରି ଦମଦାର ଖେଳାଳି, ବଢିଲାଣି ବିପକ୍ଷର ଟେନସନ

ନୂଆଦିଲ୍ଲୀ,୧୬।୩: ୨୦୨୬ ଆଇପିଏଲ ସିଜିନ ପୂର୍ବରୁ, ଚେନ୍ନାଇ ସୁପର କିଙ୍ଗସ ସେମାନଙ୍କର ଦଳକୁ ଆହୁରି ମଜବୁତ କରିବା ପାଇଁ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ କରିଛି। ଏଥର, ଦଳ…

ଅଲିଭ ରିଡଲେଙ୍କ ଅଣ୍ଡାଦାନ ପର୍ବ ଆରମ୍ଭ: ୧୦ ହଜାର କଇଁଛଙ୍କ ଗଣ ଅଣ୍ଡାଦାନ

ଗଞ୍ଜାମ,୧୬।୩(ବିଦ୍ୟାଧର ସାହୁ): ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସାମୁଦ୍ରିକ କଇଁଚଙ୍କ ଏନ୍ତୁଡ଼ିଶାଳ ଭାବେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗଞ୍ଜାମ ଜିଲାର ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ଅଲିଭ…

ଝଡ଼ବର୍ଷା ନେଇ ସତର୍କ କଲା ପାଣିପାଗ କେନ୍ଦ୍ର: ଏହି ଜିଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୧୬ା୩ (ବନ୍ଦନା ସେଠୀ):ରାଜ୍ୟରେ କିଛିଦିନ ହେବ ଜାରି ରହିଥିବା ଖରା ଓ ଗରମରେ ବ୍ରେକ୍‌ ଲାଗିଛି। ଝଡ଼ବର୍ଷା ଯୋଗୁ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ…

ଦିଲ୍ଲୀ ଘର ଠିକଣା: ନୂଆ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ଲାଗି ସବୁ ଦଳ ନିଜ ବିଧାୟକମାନଙ୍କୁ ଗୋଠକରି ରଖିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି। ମାତ୍ର ବିରୋଧୀ ଦଳ ବିଜେଡି ଏବଂ…

ହର୍ଷିତ ରାଣା ଆଇପିଏଲରୁ ବାଦ ପଡ଼ିଲେ, ତାଙ୍କ ସ୍ଥାନ ନେଇ ପାରନ୍ତି ଏହି ୩ ଖେଳାଳି

ନୂଆଦିଲ୍ଲୀ,୧୬।୩: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗ (IPL) ପାଇଁ ବିଗୁଲ ୨୮ ମାର୍ଚ୍ଚରେ ବାଜିବାକୁ ଯାଉଛି; କିନ୍ତୁ, ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବା ପୂର୍ବରୁ, କୋଲକାତା ନାଇଟ ରାଇଡର୍ସ…

ନେତାନ୍ୟାହୁଙ୍କୁ ହତ୍ୟା ଆଇଆର୍‌ଜିସିର ଲକ୍ଷ୍ୟ

ତେହରାନ୍‌,୧୬ା୩: ଇରାନ୍‌-ଆମେରିକା ଯୁଦ୍ଧ ରବିବାର ୧୬ ଦିନ ଅତିକ୍ରମ କରିଥିଲାବେଳେ ଆମେରିକାର ବିଭିନ୍ନ ଠିକଣା ସମେତ ଇସ୍ରାଏଲ ଉପରେ ଇରାନ୍‌ର ଆକ୍ରମଣ ଜାରି ରହିଛି। ଏହାମଧ୍ୟରେ ଇରାନ୍‌ର ଇସ୍‌ଲାମିକ୍‌…

SCB ମେଡିକାଲ ଅଗ୍ନିକାଣ୍ଡ ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

କଟକ,୧୬।୩: SCB ମେଡିକାଲରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ୧୦ ରୋଗୀଙ୍କ ମୃତ୍ୟୁ ହୋଇଥିବାବେଳେ ୫ ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଟ୍ରମା କେୟାର ICUରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri