ଦିଲ୍ଲୀ ଘର ଠିକଣା: ନୂଆ ଚର୍ଚ୍ଚା ଆରମ୍ଭ

ଭୁବନେଶ୍ୱର, ୧୬।୩(ସୁନିତ୍‌ ମିଶ୍ର):ରାଜ୍ୟ ସଭା ନିର୍ବାଚନ ଲାଗି ସବୁ ଦଳ ନିଜ ବିଧାୟକମାନଙ୍କୁ ଗୋଠକରି ରଖିବାକୁ ସମସ୍ତ ଉଦ୍ୟମ ଚଳାଇଛନ୍ତି। ମାତ୍ର ବିରୋଧୀ ଦଳ ବିଜେଡି ଏବଂ କଂଗ୍ରେସର କେତେଜଣ ବିଧାୟକ ସେମାନଙ୍କ ଗୋଠରେ ନ ରହି ଗତ ୩ ଦିନ ହେଲା ଦେଖାଦେଉ ନ ଥିବା ଜଣାପଡ଼ିଛି। ଉଭୟ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଏହି ଅଭିଯୋଗ କରାଯାଇଛି। ତେବେ ବିଜେଡି ପ୍ରାର୍ଥୀ ହୋଇଥିବା ସନ୍ତୃପ୍ତ ମିଶ୍ର ଏବଂ ମିଳିତ ବିରୋଧୀ ଦଳ ସମର୍ଥନରେ କମନ୍‌ ପ୍ରାର୍ଥୀ ହୋଇଥିବା ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି। ଦଳର ସବୁ ବିଧାୟକ କିପରି ଭୋଟ ଦେବେ ସେଥିନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ଦଳ ଉପରେ ଅସନ୍ତୁଷ୍ଟ ଥିବା ସମସ୍ତଙ୍କୁ ବୁଝାଇବା ପାଇଁ ବିଜେଡି ପକ୍ଷରୁ ଚେଷ୍ଟା ଚାଲିଛି। ଗତ ୨ ଦିନ ତଳେ ବିଜେଡିର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ବୁଝାଇବା ପାଇଁ ୧୪ ଜଣ ବିଧାୟକ ତାଙ୍କ ଘରକୁ ଯାଇଥିଲେ।

ଉଲ୍ଲେଖଯୋଗ୍ୟ, ପ୍ରଭାତଙ୍କ ପୁତ୍ର ସୌଭିକ ବିଶ୍ୱାଳ ଏବେ କଟକ-ଚୌଦ୍ୱାର ଆସନରୁ ବିଜେଡି ବିଧାୟକ ଅଛନ୍ତି। ଯେଉଁମାନେ ପ୍ରଭାତଙ୍କୁ ବୁଝାଇବା ଲାଗି କଟକ ଯାଇଥିଲେ, ସେହି ବିଧାୟକମାନଙ୍କୁ ଶନିବାର ନବୀନ ନିବାସ ଡକାଇ ନବୀନ ପଟ୍ଟନାୟକ ପଚାରିଥିଲେ, ପ୍ରଭାତଙ୍କୁ ବୁଝାଇବା ପାଇଁ ଯାଇଥିଲ, ସେଠାରେ କ’ଣ ହେଲା। ବିଧାୟକମାନେ ଉତ୍ତରରେ କହିଥିଲେ, ଦିଲ୍ଲୀରେ ଗୋଟିଏ ଟ୍ରଷ୍ଟ ଖୋଲି ଦଳୀୟ ଟଙ୍କା ହଡ଼ପ କରାଯାଇଥିବା କଥା ପ୍ରଭାତ କହୁଛନ୍ତି।

ଏହାପରେ ନବୀନ ପଚାରିଲେ, କେଉଁ ଆକାଉଣ୍ଟ କାହା ନଁାରେ ଖୋଲାଯାଇଛି ବୋଲି ସେ କହୁଛନ୍ତି। ପୁଣିଥରେ ବିଧାୟକମାନେ କହିଥିଲେ, ଆପଣଙ୍କ ନାଁରେ ସେହି ଆକାଉଣ୍ଟ ଖୋଲାଯାଇଛି। ଗୋଟିଏ ଟ୍ରଷ୍ଟ ଜରିଆରେ ଏସବୁ ହେଉଛି, ଯେଉଁଥିରେ ପାଣ୍ଡିଆନ୍‌ ଅଧ୍ୟକ୍ଷ ଏବଂ ସନ୍ତୃପ୍ତ ମିଶ୍ର ସମ୍ପାଦକ ଅଛନ୍ତି। ଏସବୁ ଶୁଣିବା ପରେ ନବୀନ ତାଙ୍କ ବ୍ୟକ୍ତିଗତ ସହାୟକଙ୍କୁ କହିଥିଲେ, ସନ୍ତୃପ୍ତଙ୍କୁ ଏଠାକୁ ଡାକ। ସନ୍ତୃପ୍ତ ସେଠାରେ ପହଞ୍ଚିବା ପରେ ନବୀନ କୁଆଡ଼େ ପଚାରିଥିଲେ, ପ୍ରଭାତ କ’ଣ କହୁଛନ୍ତି, ତାଙ୍କ ସାଙ୍ଗରେ ଟେଲିଫୋନ ଯୋଗେ କାହିଁକି କଥା ହଉନ। ପ୍ରଭାତ ଯେଉଁ ଦିଲ୍ଲୀ ଆକାଉଣ୍ଟ କଥା କହୁଛନ୍ତି, ସେକଥାର ସତ୍ୟତା କ’ଣ ବୋଲି ନବୀନ ପଚାରିବାରକୁ ସନ୍ତୃପ୍ତ ସେହି କଥାକୁ ଖଣ୍ଡନକରି କୁଆଡ଼େ ଉତ୍ତର ଦେଲେ, ଏଭଳି କୌଣସି ଆକାଉଣ୍ଟ ନାହିଁ। ତେବେ ସାଧାରଣରେ ପ୍ରଶ୍ନ କରାଯାଇପାରେ, ଯଦି ନବୀନ ପଟ୍ଟନାୟକ ଏ ସମ୍ପର୍କରେ ଅବଗତ ନ ଥିଲେ ତେବେ ତାଙ୍କର ବିନା ଅନୁମତିରେ ଟ୍ରଷ୍ଟ ରେଜିଷ୍ଟ୍ରେଶନର ଠିକଣା ଭାବେ ନବୀନଙ୍କ ଦିଲ୍ଲୀ ଘର ଉଲ୍ଲେଖ କରାଗଲା କେମିତି। ଏସବୁ ଆଲୋଚନା ପରେ ସନ୍ତୃପ୍ତଙ୍କ ହାବଭାବ ଦେଖି ନବୀନ ନିବାସରୁ ବାହାରି ବିଧାୟକମାନେ ପ୍ରଭାତ ଉଠାଇଥିବା କଥା ସତ ବୋଲି କହିବା ଆରମ୍ଭ କରିଛନ୍ତି। ଏଥିସହ ସେମାନଙ୍କ ମଧ୍ୟରେ ଆଲୋଚନା ହେଉଛି, ଦଳରେ ଶୃଙ୍ଖଳିତ ବିଧାୟକ ଭାବେ ରହି ଦତ୍ତେଶ୍ୱର ହୋତାଙ୍କୁ ପ୍ରଥମ ପସନ୍ଦ ଭୋଟ ଅଧିକ କରିଦେବା।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ଆଇସିସି ମହିଳା ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ, ଜାଣନ୍ତୁ ଭାରତର ଏହି ଖେଳାଳି ଶୀର୍ଷରେ…

ତାଲିକାରେ ଦୁବାଇ, ୧୫ା୯: ଭାରତ ସ୍ପିନର ଶ୍ରୀ ଚରଣୀ କ୍ୟାରିୟର ଶ୍ରେଷ୍ଠ ରେଟିଂ ପଏଣ୍ଟ ସହ ସଦ୍ୟ ପ୍ରକାଶିତ ଆଇସିସି ମହିଳା ଅନ୍ତର୍ଜାତୀୟ ଟି୨୦ ପ୍ଲେୟର ର଼୍ୟାଙ୍କିଙ୍ଗ…

ସେପ୍ଟେମ୍ୱର ୧୬ ସକାଳ ୯ଟାରେ ୫ ରାଶିଙ୍କ ଖୋଲିବ ଭାଗ୍ୟ; ପାଇବେ ପ୍ରଚୁର ଧନ, ଚାକିରିରେ ବଡ଼ ଅଫର୍‌

୧୬ ସେପ୍ଟେମ୍ୱର, ୨୦୨୬ ହେଉଛି ଭାଦ୍ରବ ମାସ ଶୁକ୍ଳ ପକ୍ଷର ପଞ୍ଚମୀ ତିଥି ଏବଂ ବୁଧବାର। ଏହା ସହିତ ଏହା ଦ୍ୱିତୀୟ ଚାତୁର୍ମାସ୍ୟର ୨୪ତମ ଦିନ। ଏହି…

ରାତି ଗୋଟାଏରେ ଭାଙ୍ଗିଥିଲେ ତାଲା, ବାଜିଲା ସାଇରନ୍! ୟୁନିୟନ ବ୍ୟାଙ୍କରୁ ବଡ଼ ଡକାୟତି ପଣ୍ଡ, ୭ ଡକାୟତ…

ବୈଶିଙ୍ଗା,୧୫।୯ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରଠାରେ ଥିବା ୟୁନିୟନ ବ୍ୟାଙ୍କରୁ ଏକ ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଯାଇଛି। ବ୍ୟାଙ୍କରେ ଲାଗିଥିବା…

ଆଉ ମାଗଣା ନୁହେଁ UPI! ₹୨୦୦୦ ରୁ ଅଧିକ ଦେଣନେଣ ଉପରେ ଲାଗିବ ଚାର୍ଜ, ନୂଆ ନିୟମ ଜାରି କଲେ ସରକାର…

ନୂଆଦିଲ୍ଲୀ,୧୫।୯: ୟୁପିଆଇ (UPI) ଦେଣନେଣକୁ ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଉପରେ ସରକାର ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ସରକାରଙ୍କ ଦ୍ୱାରା ଜାରି ନୂଆ ବିଜ୍ଞପ୍ତି ଅନୁଯାୟୀ, ଅକ୍ଟୋବର ୧୫ରୁ…

ବ୍ୟାଙ୍କରେ ପଶି ଡକାୟତି, ଧରାପଡ଼ିଲେ ୭ ଡ଼କାୟତ

ବୈଶିଙ୍ଗା,୧୫।୯(ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମାନଗୋବିନ୍ଦପୁରରେ ଥିବା ୟୂନିୟନ ବ୍ୟାଙ୍କରେ ସୋମବାର ରାତିରେ ଏକ ଡକାୟତି ଯୋଜନାକୁ ପଣ୍ଡ କରିଛି ବ୍ୟାଙ୍କରେ ଲାଗିଥିବା…

ଋଷିକୂଲ୍ୟାରେ ଭାସୁଛି ମୃତଦେହ

ଛତ୍ରପୁର,୧୫।୯(ଅନାଥ ତରାଇ/ଦିଲୀପ ସାମଲ): ଗଞ୍ଜାମ ବ୍ଲକ ଅଧୀନ ଗୋଖୁରୁକୁଦା ଫରେଷ୍ଟ ଅଫିସ ନିକଟସ୍ଥ ଋଷିକୂଲ୍ୟା ନଦୀରେ ମଙ୍ଗଳବାର ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସୁଥିବା ଦେଖିବାକୁ ମିଳିଛି।…

ଛୁରୀ ଭୁଶି ଯୁବକଙ୍କୁ ହତ୍ୟା: ପୂର୍ବ ଶତ୍ରୁତାରୁ ଆକ୍ରମଣ, ଦୁଇ ଯୁବକ ଫେରାର

ଖଲ୍ଲିକୋଟ, ୧୫।୯ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜଣେ ଯୁବକଙ୍କୁ ଛୁରୀ ଭୁଶି ହତ୍ୟା କରାଯାଇଛି। ମୃତକ ହେଲେ ଖୋଜାପଲ୍ଲୀ ଗ୍ରାମର…

ପଞ୍ଚାୟତ ନିର୍ବାଚନ ପାଇଁ ରଣନୀତି : ବୁଥ୍‌ରୁ ଗାଁ ଯାଏ ସଂଗଠନ ମଜବୁତ କରିବ ଭାଜପା

ଭଞ୍ଜନଗର, ୧୫/୯ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଡେକା ସମ୍ମିଳନୀ କକ୍ଷରେ ମଙ୍ଗଳବାର ଭାଜପା ଭଞ୍ଜନଗର ସାଂଗଠନିକ ଜିଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?