ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଲେ ଯୋଗାଣ ସଚିବ: ରାଜ୍ୟରେ ନାହିଁ…

ଭୁବନେଶ୍ୱର, ୧୪।୫: ତେଲ ସଙ୍କଟ ଉପରେ ବଡ଼ ସୂଚନା ଦେଇଛନ୍ତି ଯୋଗାଣ ବିଭାଗ ପ୍ରମୁଖ ସଚିବ। ସେ କହିଛନ୍ତି, ତେଲ ସଙ୍କଟ ଆଦୌ ନାହିଁ । ରାଜ୍ୟରେ ୨୦ରୁ ୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇଛି। ଡ୍ରାଏ ଆଉଟ ସ୍ଥିତି ମ୍ୟାନେଜମେଣ୍ଟର ଅଭାବ ଯୋଗୁ ଦେଖାଦେଇଛି। ତେଲ ଅଭାବ ଯୋଗୁ ଆଦୌ ଡ୍ରାଏ ଆଉଟ ସ୍ଥିତି ଦେଖାଦେଇନି। ସ୍ବାଭାବିକ ସ୍ଥିତିରେ ବି ୨୦/୨୨ଟି ତେଲ ଟାଙ୍କିରେ ଡ୍ରାଏ ଆଉଟ ସ୍ଥିତି ଦେଖାଯାଏ।ଏଭଳି ଡ୍ରାଏ ଆଉଟ ସ୍ଥିତିର ମନିଟରିଂ ଚାଲିଛି, ବ୍ୟବସ୍ଥା କରିବୁ। ଭୟଭୀତ ହୋଇ ଆଦୌ ତେଲ କିଣନ୍ତୁ ନାହିଁ। ଘରୋଇ ବସ ମାଲିକ ସଂଘର ଆଶଙ୍କା ଭିତ୍ତିହୀନ, ବସ ଚାଲିବାରେ ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

ରାଜ୍ୟର ବିଭିନ୍ନ ଜିଲାରେ ପେଟ୍ରୋଲ/ଡିଜେଲରେ ଅଭାବ ଦେଖାଯାଇଛି। ଯେଉଁ ପମ୍ପରେ ତେଲ ମିଳୁଛି ସେଠି ଲମ୍ବା ଲାଇନ ଲାଗିଛି। ଆବଶ୍ୟକୀୟ ପରିମାଣ ତେଲ ମିଳୁ ନଥିବା ଅଭିଯୋଗ ହୋଇଛି।

Odisha’s No.1 Odia Daily