Posted inଖେଳ

ବ୍ରାଜିଲିଆନ ଡିଏଗୋଙ୍କ ସହ ଓଏଫ୍‌ସିର ଚୁକ୍ତି

ଭୁବନେଶ୍ୱର, ୧ା୯(କ୍ରୀଡ଼ା ପ୍ରତିନିଧି)-
ଇଣ୍ଡିଆନ ସୁପରଲିଗ୍‌ର ୭ମ ସଂସ୍କରଣ ପାଇଁ ବ୍ରାଜିଲିଆନ ଷ୍ଟ୍ରାଇକର ଡିଏଗୋ ମୌରିସିଓଙ୍କ ସହ ଚୁକ୍ତି କରିଛି ଓଡ଼ିଶା ଏଫସି (ଓଏଫସି)। ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ସହିତ ଡିଏଗୋ ଏକ ବର୍ଷିଆ ଚୁକ୍ତି କରିଛନ୍ତି ବୋଲି ସୋମବାର ପ୍ରକାଶ କରାଯାଇଛି। ୨୯ ବର୍ଷୀୟ ଡିଏଗୋଙ୍କର ବିଶ୍ୱର ବିଭିନ୍ନ ଶୀର୍ଷସ୍ଥାନୀୟ ଫୁଟବଲ ଲିଗ୍‌ରେ ଖେଳିବାର ଅଭିଜ୍ଞତା ରହିଛି। ୨୦୧୦ରେ ସେ ସିନିୟର କ୍ଲବ କ୍ୟାରିୟର ଆରମ୍ଭ କରିଥିଲେ। ବ୍ରାଜିଲର ଫ୍ଲାମେଙ୍ଗୋ ପକ୍ଷରୁ କ୍ୟାରିୟର ଆରମ୍ଭ ସମୟରେ ସେ କିମ୍ବଦନ୍ତୀ ଖେଳାଳି ରୋନାଲ୍ଡିନୋଙ୍କ ସଂସ୍ପର୍ଶରେ ଆସିଥିଲେ। ପରେ ଅନ୍ୟତମ ବ୍ରାଜିଲିଆନ ଟିମ୍‌ ସ୍ପୋଟର୍‌ସ କ୍ଲବ ଡୋ ରାସିଫେ, ବ୍ରାଗାଣ୍ଟିନୋ ଓ ସେଣ୍ଟ୍ରୋ ସ୍ପୋର୍ଟିଭୋ ଆଲାଗୋଆନୋ ପକ୍ଷରୁ ପ୍ରତିନିଧିତ୍ୱ କରିଥିଲେ। ରିଓଡି ଜେନିରୋରେ ଜନ୍ମିତ ଏହି ଫରଓ୍ବାର୍ଡ ୨୦ ବର୍ଷରୁ କମ୍‌ ବ୍ରାଜିଲ ଦଳର ସଦସ୍ୟ ଭାବରେ ଫିଲିପେ କୌଟିନୋ, କାସେମିରୋ, ଓସ୍କାର, ଫେଲିପେ ଆଣ୍ଡରସନ, ଫିର୍ମିନୋ ଓ ତାରକା ଖେଳାଳି ନେମାରଙ୍କ ସହିତ ଖେଳିବାର ସୁଯୋଗ ପାଇଥିଲେ। ଏହା ବ୍ୟତୀତ ସେ ବିଶ୍ୱର ବିଭିନ୍ନ ସ୍ଥାନକୁ ଯାଇ ଦକ୍ଷିଣ କୋରିଆର ବୁସାନ ଆଇପର୍କ ଓ ଗାଙ୍ଗଓନ ଏଫସି, ସୌଦି ଆରବର ଅଲ୍‌ କ୍ୱାଦିସିଆ, ପର୍ତ୍ତୁଗାଲର ଭିଟୋରିଆ ଏଫସି, ରୁଷିଆର ଏଫସି ସ୍ପାଟାର୍କ ଭ୍ଲାଡିକାଭକାଜ ଏବଂ ଚାଇନାର ଶିଜିଆଝୁଆଙ୍ଗ ଏଭର ବ୍ରାଇଟ୍‌ ଏଫସି ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି।
ଡିଏଗୋଙ୍କୁ ସ୍ବାଗତ କରିବା ସହ ତାଙ୍କ ପରି ଏକ ଖେଳାଳି ପାଇଥିବାରୁ ସେ ଅତ୍ୟନ୍ତ ଖୁସି ବୋଲି ଓଏଫସି ମୁଖ୍ୟ କୋଚ୍‌ ଷ୍ଟୁଆର୍ଟ ବକ୍ସଟର ପ୍ରକାଶ କରିଛନ୍ତି। ଆଗାମୀ ସିଜନରେ ଡିଏଗୋ ଓଏଫସିର ବଡ଼ ସମ୍ପତ୍ତିଭାବେ ଉଭାହେବେ ବୋଲି ସେ କହିଛନ୍ତି। ଡିଏଗୋ ମଧ୍ୟ ଏହି ଚୁକ୍ତିରେ ଖୁସି ଜାହିର କରିବା ସହ ବକ୍ସଟରଙ୍କ ସହ କାମ କରିବାକୁ ଆଗ୍ରହୀ ବୋଲି ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସିରେ ଯୁବ ଭାରତୀୟ ଖେଳାଳିଙ୍କୁ ପ୍ରାଧାନ୍ୟ ଦିଆଯାଉଛି ବୋଲି ମୁଁ ଜାଣିବାକୁ ପାଇଛି। ଏହା ମୋତେ ଖୁବ୍‌ ଉତ୍ସାହିତ କରିଛି ଏବଂ ଲିଗ୍‌ ଜିତିବା ମୋର ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ

ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...

ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ

ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri