ତଦାରଖ କରିବାକୁ ଆସୁନାହାନ୍ତି ଅଧିକାରୀ

ବାହାନଗା,୬।୧(ଡି.ଏନ.ଏ.)  ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ଉପଡାକଘର ନୂତନ ଗୃହ ନିର୍ମାଣ ଦୀର୍ଘଦିନ ପରେ ନିଜସ୍ବ ଜମିରେ ଆରମ୍ଭ ହୋଇଛି। ନୂତନ ପକ୍କାଘର ତଦାରଖ କରିବା ପାଇଁ ବିଭାଗୀୟ ନିର୍ବାହୀଯନ୍ତ୍ରୀ କିମ୍ବା କନିଷ୍ଠଯନ୍ତ୍ରୀ କେହି ଆସୁ ନ ଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଘର ନିର୍ମାଣ ଲାଗି କେତେ ଟଙ୍କା ବ୍ୟୟବରାଦ ହୋଇଛି ତାହାକୁ ନେଇ ଲୋକଙ୍କୁ ଅନ୍ଧାରରେ ରଖାଯାଇ କାମ ଆଗେଇ ଚାଲିଛି।
ଉପଡାକଘର ନିର୍ମାଣ ଓ ବିଭାଗ ନାମରେ ଥିବା ବଜାର ଉପରେ ମୂଲ୍ୟବାନ ଜମିକୁ ଦୋକାନୀମାନେ ଜବରଦଖଲ କରି ରଖିଥିବା ନେଇ ଧରିତ୍ରୀରେ ୨୦୧୨ ଜୁଲାଇ ୧୦ତାରିଖରେ ‘ଉପଡାକଘର ଜମି ଉପରେ ଦୋକାନ ଘର’ ଶୀର୍ଷକ ଖବର ପ୍ରକାଶ ପାଇଥିଲା ା ପରେ ୨୦୧୫ ଅକ୍ଟୋବର ୩୧ତାରିଖରେ ଉପଡାକ ଘର ଜମି ଜବରଦଖଲ ନାମକ ଆଉ ଏକ ଖବର ପ୍ରକାଶ ପାଇଥିଲା। ପୁନର୍ବାର ୨୦୧୭ ସେପ୍ଟେମ୍ବର ୩ତାରିଖରେ ଜବରଦଖଲରେ ଉପଡାକଘର ନାମକ ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଲଗାତର ଭାବେ ଧରିତ୍ରୀ ଏହି ଖବରକୁ ପ୍ରକାଶ କରିବା ପରେ ଡାକ ବିଭାଗୀୟ ମୁଖ୍ୟ ଗୋପାଳପୁରକୁ ପରିଦର୍ଶନରେ ଆସି ଜମି ଜବରଦଖଲ ହୋଇଥିବା ତଦାରଖ କରିଥିଲେ। କିଛିବର୍ଷ ପରେ ବିଭାଗୀୟ ଅଧିକାରୀମାନଙ୍କ ଦ୍ୱାରା ଜବରଦଖଲ ଉଚ୍ଛେଦ କରାଯାଇଥିଲା। ଏବେ ସେ ମୂଲ୍ୟବାନ ୫ ଡିସିମିଲି ଜମି ଉପରେ ଡାକ ବିଭାଗ ପକ୍ଷରୁ ଘର ନିର୍ମାଣ ପାଇଁ ବୋରିଂ କରାଯିବା ସହ ପିଲାର ଉଠାଯିବା କାମ ଆଗେଇ ଚାଲିଛି। ଘର କାମ ପାଇଁ କେତେ ଟଙ୍କା ଡାକ ବିଭାଗ ତରଫରୁ ବ୍ୟୟବରାଦ ହୋଇଛି ତାହା ଅଞ୍ଚଳବାସୀ ଓ ଗୋପାଳପୁର ଉପଡାକ ବିଭାଗ ଅଧିକାରୀଙ୍କୁ ଜଣାନାହିଁ। ଯେଉଁ କାମ ଆରମ୍ଭ ହୋଇଛି ପିଲାର ପାଇଁ କେତେ ଫୁଟ ବୋରିଂ ହୋଇଛି ଠିକ୍‌ ସେ କାମ ହେଉଛି କି ନାହିଁ ତାହା ତଦାରଖ କରିବା ପାଇଁ ବିଭାଗୀୟ ଯନ୍ତ୍ରୀମାନେ ଆସୁ ନ ଥିବା ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ପୋଷ୍ଟାଲ ସୁପରିଣ୍ଟେଣ୍ଡେଣ୍ଟ ବିଜୟ ଦାସ କହନ୍ତି ଆମ ପାଖରେ କିଛି ନାହିଁ ା କେତେ ଟଙ୍କା କ’ଣ ଆମେ କହିପାରିବୁ ନାହିଁ, ଭୁବନେଶ୍ୱରରେ ଟେଣ୍ଡର ହୁଏ ସେଠାରୁ ଠିକାଦାର ଆସନ୍ତି ଏଠାରେ ଆମେ କେବଳ ଘର ନିର୍ମାଣ ପାଇଁ ଜମି ଚିହ୍ନଟ କରାଇଥାଉ। ଭୁବନେଶ୍ୱର ଡାକ ବିଭାଗର ଅତିରିକ୍ତ ନିର୍ବାହୀଯନ୍ତ୍ରୀ ଓ କନିଷ୍ଠଯନ୍ତ୍ରୀ ଆସି କାମ ତଦାରଖ କରନ୍ତି। ସାମାଜିକ କର୍ମୀ ତଥା ସ୍ବଚ୍ଛ ଭାରତ ଅଭିଯାନର ଆବାହକ ସୁଦର୍ଶନ ମହାପାତ୍ର କୁହନ୍ତି, ଉପଡାକଘର ନିଜସ୍ବ ଗୃହ ନିର୍ମାଣ ଲାଗି ସୁପରିଣ୍ଟେଣ୍ଡେଣ୍ଟ ଓ ଭଦ୍ରକ ଏମ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରିଥିଲୁ। ଦୀର୍ଘଦିନ ପରେ ପୋଷ୍ଟାଲ ଘର ନିଜସ୍ବ ଜମିରେ ହେଉଥିଲେ ମଧ୍ୟ କେତେ ଟଙ୍କାର ଘର ନିର୍ମାଣ ଓ କେତୋଟି ଘର ହେଉଛି ଆମେ ଜାଣିପାରୁନାହୁଁ ତାହା ବିଡମ୍ବନାର ବିଷୟ। ଏଠାରେ ନାମଫଳକ ମରାଯାଉ ନ ଥିବାରୁ ନିମ୍ନମାନର କାମ ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri