ବିନା ଛୁଟିରେ ମୁଖ୍ୟାଳୟ ଛାଡ଼ି ପାରିବେନି ଅଧିକାରୀ

ଜଗତ୍‌ସିଂହପୁର ଅଫିସ,୨୫।୪: ଜଗତ୍‌ସିଂହପୁର ଜିଲାରେ କାର୍ଯ୍ୟରତ ସରକାରୀ ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରୁ ଅନେକ ଜିଲା ତଥା ବ୍ଲକ ମୁଖ୍ୟାଳୟରେ ରହୁନାହାନ୍ତି। କେବଳ ଏତିକି ନୁହେଁ, କେତେଜଣ ସରକାରୀ ଗାଡ଼ିର ଦୁରୁପଯୋଗ ସାଙ୍ଗକୁ ହାତପୂରା ଛୁଟି ନେବା ଅଭିଯୋଗ ହୋଇଛି। ଏହାସତ୍ତ୍ବେ ସେମାନଙ୍କ ଉପରେ କୌଣସି ଅଙ୍କୁଶ ରହୁନି। ଗତ ୬ ତାରିଖରେ ଧରିତ୍ରୀରେ ଏ ସମ୍ପର୍କିତ ଖବର ପ୍ରକାଶ ପାଇଲା ପରେ ଜିଲା ପ୍ରଶାସନ ଚେଇଁ ଉଠିଛି। ଜିଲାପାଳ ପାରୁଲ ପଟୱାରୀ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଜିଲାର ସମସ୍ତ ବ୍ଲକ ଉନ୍ନୟନ ଅଧିକାରୀ (ବିଡିଓ), ତହସିଲଦାର, ଜିଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ଓ ଜିଲାସ୍ତରୀୟ ଅଧିକାରୀଙ୍କୁ ଚିଠି ନଂ. ୨୨୦ରେ ମୁଖ୍ୟାଳୟରେ ରହିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଯେଉଁମାନେ ଛୁଟିରେ ରହିବେ, ସେମାନେ ମଧ୍ୟ ମୋବାଇଲ ବନ୍ଦ କରିପାରିବେ ନାହିଁ। ଏହି ନିର୍ଦ୍ଦେଶନାମା ଉଲ୍ଲଂଘନ କଲେ ଗୁରୁତର ସହ ନିଆଯିବ ବୋଲି ଜିଲାପାଳ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି।
ଜିଲାପାଳ ଚିଠିରେ ଦର୍ଶାଇଛନ୍ତି ଯେ, କେତେଜଣ ଅଧିକାରୀ ସେମାନଙ୍କ ମୁଖ୍ୟାଳୟରେ ରହୁନାହାନ୍ତି। ବିନାନୁମତିରେ ସେମାନଙ୍କ ଇଚ୍ଛାରେ ମୁଖ୍ୟାଳୟ ଛାଡୁଛନ୍ତି। ଯେତେବେଳେ କୌଣସି ଗୁରୁତ୍ୱପୂର୍ଣ୍ଣ ତଥା ଜରୁରୀ ଆଲୋଚନା କିମ୍ବା ପରାମର୍ଶ ପାଇଁ ଡକାଯାଉଛି, ସେତେବେଳେ କେତେକ ଅଧିକାରୀ ମୁଖ୍ୟାଳୟରେ ମିଳୁନାହାନ୍ତି। ସରକାରୀ କାମରେ ବାଧା ସୃଷ୍ଟି ହେଉଥିବାରୁ ଜିଲା ପ୍ରଶାସନ ଅଡ଼ୁଆରେ ପଡୁଛି। ତେଣୁ ସମସ୍ତ ବରିଷ୍ଠ ଅଧିକାରୀ, ଜିଲାସ୍ତରୀୟ ଅଧିକାରୀ, ଲାଇନ ଡିପାର୍ଟମେଣ୍ଟ ଅଧିକାରୀ, ଡେପୁଟି କଲେକ୍ଟର ଏବଂ ସହକାରୀ କଲେକ୍ଟରମାନେ ମୁଖ୍ୟାଳୟ ଛାଡିବା ପୂର୍ବରୁ ଜିଲାପାଳଙ୍କ ଅନୁମତି ନେବା ବାଧ୍ୟତାମୂଳକ। କେବଳ ସାଧାରଣ ଭାବେ ଇ-ମେଲ/ଏଚ୍‌ଆର୍‌ଏମ୍‌ଏସ୍‌/ପୋଷ୍ଟ କିମ୍ବା ହାତରେ ଛୁଟି ଦରଖାସ୍ତ କରିଦେଲେ ହେବ ନାହିଁ । ଜିଲାପାଳଙ୍କ ଏହି ଚିଠି ପରେ ମୁଖ୍ୟାଳୟ ବାହାରେ ରହୁଥିବା ଅଧିକାରୀ ଓ କର୍ମଚାରୀମାନଙ୍କ ମହଲରେ ଛାନିଆ ପଶିଛି। କାଳେ କିଏ ସେମାନଙ୍କ ବିଷୟରେ ଜିଲାପାଳଙ୍କୁ ଅବଗତ କରିଦେବ, ସେନେଇ କ’ଣ କରିବେ ଜାଣିପାରୁନାହାନ୍ତି।
ସୂଚନାଯୋଗ୍ୟ, ସରକାରୀ ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ରହୁ ନ ଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଦୀର୍ଘ ବର୍ଷ ଧରି ଅଭିଯୋଗ ପରେ ୨୦୧୯ ଜୁଲାଇରେ ତତ୍କାଳୀନ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇଥିଲେ। ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଅଧିକାରୀ ଓ କର୍ମଚାରୀମାନେ ଯେପରି ସେମାନଙ୍କ ମୁଖ୍ୟାଳୟରେ ରହିବେ ସେନେଇ ନିର୍ଦ୍ଦେଶନାମା ଜାରି କରିଥିଲେ। ସେତେବେଳେ ସେ କହିଥିଲେ, କର୍ମଚାରୀମାନେ ମୁଖ୍ୟାଳୟରେ ରହିଲେ ଲୋକଙ୍କ ପ୍ରତି ସେମାନଙ୍କ ଆତ୍ମୀୟତା ଓ ଅଙ୍ଗିକାରବଦ୍ଧତା ବଢ଼ିବ । କିନ୍ତୁ ପରବର୍ତ୍ତୀ ସମୟରେ ଯଥା ପୂର୍ବଂ ତଥା ପରଂ ଅନୁଭବ ହୋଇଥିଲା । ଜିଲାପାଳଙ୍କ ଏହି ନିର୍ଦ୍ଦେଶ ପାଣିର ଗାର ହୋଇଥିଲା । ତାଙ୍କ ପରେ ପାରୁଲ ପଟୱାରୀ ଜିଲାପାଳ ଭାବେ ଯୋଗ ଦେଇଥିଲେ ସୁଦ୍ଧା ପୂର୍ବପରି ସରକାରୀ ଅଧିକାରୀ ଓ କର୍ମଚାରୀମାନେ କଟକ, ଭୁବନେଶ୍ୱର ଆଦିକୁ ଯାତାୟାତ କରୁଛନ୍ତି। ନାନା ବାହାନ ନେଇ ଏହି ଅଧିକାରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ରହୁନାହାନ୍ତି। ଅନେକ ସମୟରେ ଶୁକ୍ରବାର ଅପରାହ୍ନରୁ ସୋମବାର ଅପରାହ୍ନ ପର୍ଯ୍ୟନ୍ତ ଏବଂ ଛୁଟିଦିନ ଥିଲେ ତା’ପୂର୍ବ ଦିନରୁ ମଧ୍ୟ ଆଗୁଆ କଟକ, ଭୁବନେଶ୍ୱର ଆଦି ଘରକୁ ଚାଲି ଯାଉଛନ୍ତି । କେବଳ ଏତିକି ନୁହେଁ ଏହି ଅଧିକାରୀ, କର୍ମଚାରୀ ଓ ଯନ୍ତ୍ରୀମାନେ ସରକାରୀ କାରର ଦୁରୁପଯୋଗ କରିବାକୁ ପଛାଉ ନାହାନ୍ତି। ସରକାରୀ କର୍ମଚାରୀଙ୍କ ଏଭଳି ମାନସିକତା ସରକାରଙ୍କ ବାସ୍ତବ ଲକ୍ଷ୍ୟ ପୂରଣରେ ଅନ୍ତରାୟ ସୃଷ୍ଟି କରୁଥିବା ନେଇ ଧରିତ୍ରୀରେ ପ୍ରକାଶ ପାଇବା ପରେ ଏହି ନିର୍ଦ୍ଦେଶନାମା ଜାରି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri