ସୂଚନା ଦେଉନାହାନ୍ତି ଅଧିକାରୀ

କାମାକ୍ଷାନଗର,୨୮।୧୦(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲାର ଆଦିବାସୀ ଅଧ୍ୟୁଷିତ କଙ୍କଡ଼ାହାଡ଼ ବ୍ଲକରେ ସରକାରୀ ଯୋଜନାର ଅର୍ଥ ହରିଲୁଟ୍‌ ହେଉଥିବା ଅଭିଯୋଗ ହେଉଛି। ଜନଜାତି ସମ୍ପ୍ରଦାୟର ଲୋକଙ୍କ ଲାଗି ଆସୁଥିବା ଜନହିତକର ପ୍ରକଳ୍ପ ସମ୍ପର୍କିତ ଅନୁଦାନ ଟଙ୍କା ହଡ଼ପ କରାଯାଉଥିବା ସୂଚନା ଅଧିକାର କର୍ମୀ ଅରବିନ୍ଦ ପାଳ କହିଛନ୍ତି। ଏପରି କି ସୂଚନା ଅଧିକାର ଆଇନ ବଳରେ ଏ ସମ୍ପର୍କିତ ତଥ୍ୟ ମାଗିଲେ ଦାୟିତ୍ୱରେ ଥିବା ଅଧିକାରୀ ଦେଉନାହାନ୍ତି, ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଅନ୍ୟପଟେ ଜନସ୍ବାର୍ଥ ସମ୍ପର୍କିତ ପ୍ରସଙ୍ଗରେ ଏଭଳି ଅବହେଳା ପାଇଁ ସମ୍ପୃକ୍ତ ଅଧିକାରୀଙ୍କୁ ପଦସ୍ଥ ଅଧିକାରୀଙ୍କ ପକ୍ଷରୁ ତାଗିଦ୍‌ କରାଯାଇଛି।
ରାଇବୋଲ ପଞ୍ଚାୟତରେ ୨୦୧୯-୨୦ରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ହୋଇଥିବା କାର୍ଯ୍ୟ, ଭତ୍ତା, ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ ହିତାଧିକାରୀଙ୍କ ସମ୍ପର୍କରେ କଙ୍କଡ଼ାହାଡ଼ ଗ୍ରାମର ସୂଚନା ଅଧିକାର କର୍ମୀ ଅରବିନ୍ଦ ତଥ୍ୟ ମାଗିଥିଲେ। ତେବେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ସୂଚନା ଅଧିକାରୀ (ପିଆଇଓ) ଝୁନାରାଣୀ ସିଂ ଏହାକୁ ଗ୍ରହଣ କରି ନ ଥିଲେ। ଫଳରେ ଗତ ୧୪ ତାରିଖରେ ଉକ୍ତ ଆବେଦନ ଫର୍ମ ଫେରି ଆସିଥିଲା। ତେବେ ଚିଠି ଉପରେ ୭ଦିନ ଧରି ପଞ୍ଚାୟତ କାର୍ଯ୍ୟାଳୟ ଖୋଲାଯାଇ ନ ଥିବା ଉଲ୍ଲେଖ ରହିଛି, ଯାହା ଅନ୍ୟ ଏକ ବିବାଦ ସୃଷ୍ଟି କରିଛି। ଏତେଦିନ ଯାଏ କାହିଁକି ପଞ୍ଚାୟତ କାର୍ଯ୍ୟାଳୟ ଖୋଲାଯାଇ ନ ଥିବା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଘଟଣାର ସତ୍ୟାସତ୍ୟ ଜାଣିବା ଲାଗି ପିଆଇଓ ସିଂଙ୍କୁ ତାଙ୍କ ମୋବାଇଲ (ନଂ. ୮୬୫୮୪୩୨୫୩୯)ଯୋଗାଯୋଗ କରାଯାଇଥିଲେ ହେଁ ସେ ଫୋନ୍‌ ଉଠାଇ ନ ଥିଲେ। ତେଣୁ ତାଙ୍କର ପ୍ରତିକ୍ରିୟା ମିଳିପାରିନାହିଁ।
ଏ ନେଇ ଗ୍ରାମ ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ (ଜିପିଇଓ) ଦାୟିତ୍ୱରେ ଥିବା ସୁରେଶ ଚନ୍ଦ୍ର ପଣ୍ଡାଙ୍କ ପ୍ରତିକ୍ରିୟା ଲୋଡ଼ାଯିବାରୁ ସେ ପିଆଇଓଙ୍କୁ ତାଗିଦ୍‌ କରିଥିବା କହିଛନ୍ତି। ଏଥିସହ କାହିଁକି ୭ଦିନ ହେଲା ପଞ୍ଚାୟତ ଅଫିସ୍‌ ବନ୍ଦ ଥିଲା ତାହାର ସ୍ପଷ୍ଟୀକରଣ ମାଗିଛନ୍ତି। ଅନ୍ୟପଟେ ଏହାର ସତ୍ୟାସତ୍ୟ ଅନୁଧ୍ୟାନ କରିବା ଲାଗି ସୂଚନାଧିକାର କର୍ମୀ ଅରବିନ୍ଦ ଜିଲା ପ୍ରଶାସନ ନିକଟରେ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓରାକଲ୍‌ରୁ ଆମାଜନ୍‌ ଯାଏ ଛଟେଇ: ନିଯୁକ୍ତି ହରାଇଲେଣି ୧୨୦୦୦ ଭାରତୀୟ

ନୂଆଦିଲ୍ଲୀ , ୨ା୪:ଆଇଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମଚାରୀ ଏବଂ ପେସାଦାରଙ୍କ ପାଇଁ ଏବେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସବୁଠୁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ବର୍ତ୍ତମାନ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ଇରାନ ଉପରେ ବଡ଼ ଆକ୍ରମଣ କରିବ ଆମେରିକା: ସମୟ କହିଦେଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଜାତି ଉଦ୍ଦେଶ୍ୟରେ ଏକ ଭାଷଣ ଦେଇଛନ୍ତି। ଟ୍ରମ୍ପ ସ୍ପଷ୍ଟ ଭାବରେ କହିଛନ୍ତି,ଯୁଦ୍ଧ ଏପର୍ଯ୍ୟନ୍ତ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ: କାଶୀ ବିଶ୍ୱବିଦ୍ୟାଳୟରେ ଶୁଭିଲା ଓଡ଼ିଆଙ୍କ ସ୍ବର

ଭୁବନେଶ୍ୱର,୨।୪(ସୌମ୍ୟରଞ୍ଜନ ରାଉତ):ଓଡ଼ିଶା ଦିବସ ପାଳନ ଅବସରରେ ‘ଓଡ଼ିଆକୁ ଜାଣ, ଓଡ଼ିଶାକୁ ଜାଣ’ ଶୀର୍ଷକ ୨ଦିନିଆ ଜାତୀୟ ସମ୍ମିଳନୀର ୨ୟ ସଂସ୍କରଣ କାଶୀ ହିନ୍ଦୁ ବିଶ୍ବବିଦ୍ୟାଳୟ ବାରାଣସୀରେ ଉଦ୍‌ଘାଟିତ…

ଓଜନ ହ୍ରାସ ଔଷଧ ବେଆଇନ ବିକ୍ରିକଲେ ଲାଇସେନ୍ସ ରଦ୍ଦ: କେନ୍ଦ୍ରର ଚେତାବନୀ

ନୂଆଦିଲ୍ଲୀ,୨ା୪:ଓଜନ ହ୍ରାସ ପାଇଁ ଉଦ୍ଦିଷ୍ଟ ଔଷଧଗୁଡ଼ିକ ଭାରତୀୟ ବଜାରରେ ସହଜରେ ଉପଲବ୍ଧ ହେଉଥିବାରୁ ଏହାର ଅପବ୍ୟବହାର ବଢ଼ିବାରେ ଲାଗିଛି। ଏଭଳି ଡ୍ରଗ୍ସ ବିକ୍ରେତାଙ୍କ ଲାଇସେନ୍ସ ରଦ୍ଦ କରାଯିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri