ସ୍ବଳ୍ପ କର୍ମଚାରୀରେ ଚାଲିଛି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ

ଖଜୁରିପଡ଼ା,୩ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ କନ୍ଧମାଳ ଜିଲାର ପ୍ରବେଶ ଦ୍ୱାରରେ ଅବସ୍ଥିତ। ବନ ପାହାଡ଼ ଘେରରେ ରହିଛି ୧୪ ପଞ୍ଚାୟତ। ରାଜସ୍ବ ସମସ୍ୟା ସୁଧାରିବା ପାଇଁ ଖଜୁରିପଡ଼ାଠାରେ ତହସିଲଦାରଙ୍କ କାର୍ଯ୍ୟାଳୟ ରହିଛି। ଏହି ତହସିଲ ଅଧୀନରେ ୬ଟି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ପ୍ରତ୍ୟେକ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ରହିଛି। ତେଣୁ ସାଧାରଣ ଜନତା କୌଣସି କାର୍ଯ୍ୟରେ ଆସିଲେ ହଇରାଣ ହୁଅନ୍ତି। ଅନ୍ୟପକ୍ଷେ ରାଜସ୍ବ ନୀରିକ୍ଷକ ଅଧିକାରୀଙ୍କ ଉପରେ ରାଜସ୍ବ ବିଭାଗର କାର୍ଯ୍ୟଭାର ରହିବା ସହିତ ଅନ୍ୟାନ୍ୟ କାର୍ଯ୍ୟଭାର ଦିଆଯାଉଛି। ଫଳରେ କର୍ମଚାରୀ ଅଭାବ ଯୋଗୁ ରାଜସ୍ବ ନୀରିକ୍ଷକ ଅଧିକାରୀମାନେ ସବୁ କାମ ସଠିକ ସମୟରେ ତୁଲାଇ ପାରୁ ନାହାନ୍ତି।

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଜଣେ ରାଜସ୍ବ ନୀରିକ୍ଷକ ଅଧିକାରୀ, ଅତିରିକ୍ତ ରାଜସ୍ବ ନୀରିକ୍ଷକ ଅଧିକାରୀ, ଅମିନ ଏବଂ ଜଣେ ପିଅନ ରହିବା କଥା। କିନ୍ତୁ ଜଣେ ପିଅନ ଓ ରାଜସ୍ବ ନୀରିକ୍ଷକ ଅଧିକାରୀ କାର୍ଯ୍ୟାଳୟ ଚଳାଉଛନ୍ତି। ଆର୍‌.ନୂଆଁଗାଁ ଏବଂ ବଲସକୁମ୍ପା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ ଜଣେ ରାଜସ୍ବ ନୀରିକ୍ଷକ ଅଧିକାରୀ ହିଁ କାର୍ଯ୍ୟାଳୟ ଚଳାଉଛନ୍ତି। ରାଜସ୍ବ ନୀରିକ୍ଷକ ଅଧିକାରୀମାନେ ଜାତି ଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଆୟ ପ୍ରଣାମ ପତ୍ର, ଲିଗାଲ ହେୟାର ସାର୍ଟିଫିକେଟ, ଖଜଣା ଆଦାୟ ଭଳି ବିଭିନ୍ନ ରାଜସ୍ବ ବିଭାଗର କାର୍ଯ୍ୟ କରିବା ସହିତ ଅତିରିକ୍ତ କାର୍ଯ୍ୟ, ସୁଭଦ୍ରା ଯୋଜନା ଯାଞ୍ଚ କରିବା, କୃଷକ ରେଜିଷ୍ଟ୍ରେଶନ କରିବା କରିବା ଭଳି କାର୍ଯ୍ୟଭାର ତୁଲାଉଛନ୍ତି। ପ୍ରତିଟି କାର୍ଯ୍ୟ ସଠିକ ସମୟରେ ନ ହେବାରୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ତେଣୁ ସରକାର ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଇ କର୍ମଚାରୀ ପୂରଣ କରିବା ପାଇଁ ବ୍ଲକ୍‌ କଂଗ୍ରେସ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ପ୍ରେମ ବିବାହ କରିଥିବା ଯୁବକଙ୍କୁ ଅପହରଣ, ବାପାଙ୍କ ନାଁରେ ଥାନାରେ ଏତଲା ଦେଲେ ଝିଅ

ତୁମୁଡିବନ୍ଧ,୧୪ା୨(ଦୀପକ କୁମାର ପରାସେଠ)- ଭଲପାଇ ପ୍ରେମ ବିବାହ କରିଥିବା ଜଣେ ଯୁବକଙ୍କୁ ଅପହରଣ କରାଯାଇଛି। କନ୍ଧମାଳ ଜିଲାର ଏହି ଯୁବକ ପୁରୀ ଜିଲାର ଏକ ଗ୍ରାମରେ ଡାକ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ଏପିଓଙ୍କୁ ତାଗିଦ କରିବାରୁ ବିଡିଓଙ୍କ ନାମରେ ଏତଲା, ତଦନ୍ତ ନିର୍ଦ୍ଦେଶ ଦେଲେ ଗଞ୍ଜାମ ଜିଲାପାଳ

ଦିଗପହଣ୍ଡି,୧୪।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କାର୍ଯ୍ୟାଳୟ ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ (ଏପିଓ) ଅରୁଣ କୁମାର ସ୍ବାଇଁ ଦୀର୍ଘଦିନ ହେଲା କାର୍ଯ୍ୟରେ ଅବହେଳା କରିଆସୁଛନ୍ତି।ନିଶାସକ୍ତ…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri