ସ୍ବଳ୍ପ କର୍ମଚାରୀରେ ଚାଲିଛି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ

ଖଜୁରିପଡ଼ା,୩ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ କନ୍ଧମାଳ ଜିଲାର ପ୍ରବେଶ ଦ୍ୱାରରେ ଅବସ୍ଥିତ। ବନ ପାହାଡ଼ ଘେରରେ ରହିଛି ୧୪ ପଞ୍ଚାୟତ। ରାଜସ୍ବ ସମସ୍ୟା ସୁଧାରିବା ପାଇଁ ଖଜୁରିପଡ଼ାଠାରେ ତହସିଲଦାରଙ୍କ କାର୍ଯ୍ୟାଳୟ ରହିଛି। ଏହି ତହସିଲ ଅଧୀନରେ ୬ଟି ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟ ରହିଛି। ପ୍ରତ୍ୟେକ ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ରହିଛି। ତେଣୁ ସାଧାରଣ ଜନତା କୌଣସି କାର୍ଯ୍ୟରେ ଆସିଲେ ହଇରାଣ ହୁଅନ୍ତି। ଅନ୍ୟପକ୍ଷେ ରାଜସ୍ବ ନୀରିକ୍ଷକ ଅଧିକାରୀଙ୍କ ଉପରେ ରାଜସ୍ବ ବିଭାଗର କାର୍ଯ୍ୟଭାର ରହିବା ସହିତ ଅନ୍ୟାନ୍ୟ କାର୍ଯ୍ୟଭାର ଦିଆଯାଉଛି। ଫଳରେ କର୍ମଚାରୀ ଅଭାବ ଯୋଗୁ ରାଜସ୍ବ ନୀରିକ୍ଷକ ଅଧିକାରୀମାନେ ସବୁ କାମ ସଠିକ ସମୟରେ ତୁଲାଇ ପାରୁ ନାହାନ୍ତି।

ରାଜସ୍ବ ନୀରିକ୍ଷକଙ୍କ କାର୍ଯ୍ୟାଳୟରେ ଜଣେ ରାଜସ୍ବ ନୀରିକ୍ଷକ ଅଧିକାରୀ, ଅତିରିକ୍ତ ରାଜସ୍ବ ନୀରିକ୍ଷକ ଅଧିକାରୀ, ଅମିନ ଏବଂ ଜଣେ ପିଅନ ରହିବା କଥା। କିନ୍ତୁ ଜଣେ ପିଅନ ଓ ରାଜସ୍ବ ନୀରିକ୍ଷକ ଅଧିକାରୀ କାର୍ଯ୍ୟାଳୟ ଚଳାଉଛନ୍ତି। ଆର୍‌.ନୂଆଁଗାଁ ଏବଂ ବଲସକୁମ୍ପା ରାଜସ୍ବ ନୀରିକ୍ଷକ କାର୍ଯ୍ୟାଳୟରେ ଜଣେ ରାଜସ୍ବ ନୀରିକ୍ଷକ ଅଧିକାରୀ ହିଁ କାର୍ଯ୍ୟାଳୟ ଚଳାଉଛନ୍ତି। ରାଜସ୍ବ ନୀରିକ୍ଷକ ଅଧିକାରୀମାନେ ଜାତି ଗତ ପ୍ରମାଣ ପତ୍ର, ବାସିନ୍ଦା ପ୍ରମାଣ ପତ୍ର, ଆୟ ପ୍ରଣାମ ପତ୍ର, ଲିଗାଲ ହେୟାର ସାର୍ଟିଫିକେଟ, ଖଜଣା ଆଦାୟ ଭଳି ବିଭିନ୍ନ ରାଜସ୍ବ ବିଭାଗର କାର୍ଯ୍ୟ କରିବା ସହିତ ଅତିରିକ୍ତ କାର୍ଯ୍ୟ, ସୁଭଦ୍ରା ଯୋଜନା ଯାଞ୍ଚ କରିବା, କୃଷକ ରେଜିଷ୍ଟ୍ରେଶନ କରିବା କରିବା ଭଳି କାର୍ଯ୍ୟଭାର ତୁଲାଉଛନ୍ତି। ପ୍ରତିଟି କାର୍ଯ୍ୟ ସଠିକ ସମୟରେ ନ ହେବାରୁ ସାଧାରଣ ଜନତା ହନ୍ତସନ୍ତ ହେଉଛନ୍ତି। ତେଣୁ ସରକାର ଏହି ସମସ୍ୟା ଉପରେ ଗୁରୁତ୍ୱ ଦେଇ କର୍ମଚାରୀ ପୂରଣ କରିବା ପାଇଁ ବ୍ଲକ୍‌ କଂଗ୍ରେସ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri