Posted inଖେଳ

କ୍ରିଷ୍ଣାଙ୍କ ଡବଲରେ ଓଏଫ୍‌ସି ବିଜୟୀ

ଭୁବନେଶ୍ୱର, ୩୦।୧୨ (ତପନ ସ୍ବାଇଁ): ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସିଜନରେ ଓଡ଼ିଶାର ଏଫ୍‌ସିର ଚମତ୍କାର ପ୍ରଦର୍ଶନ ବଜାୟ ରହିଛି। ରୟ କ୍ରିଷ୍ଣାଙ୍କ ଡବଲ ଗୋଲ ବଳରେ ଏହି ଦଳ କଳିଙ୍ଗ ଷ୍ଟାଡିୟମରେ ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଜାମସେଦପୁର ଏଫ୍‌ସିକୁ ୪-୧ ଗୋଲରେ ପରାସ୍ତ କରିଛି। ଫଳରେ ୧୨ ମ୍ୟାଚରୁ ୭ ବିଜୟ, ୩ ଡ୍ର ଓ ୨ ପରାଜୟ ସହ ଦଳ ୨୪ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ପୂର୍ବ ମ୍ୟାଚରେ ଓଏଫ୍‌ସି ୧-୦ ଗୋଲରେ ପଞ୍ଜାବ ଏଫ୍‌ସିକୁ ପରାସ୍ତ କରିଥିଲା। କେରଳ ବ୍ଲାଷ୍ଟର୍ସ ୧୨ ମ୍ୟାଚରୁ ୨୬ ପଏଣ୍ଟ ସହ ଟେବୁଲର ଶୀର୍ଷରେ ରହିଛି।
କଳିଙ୍ଗ ଷ୍ଟାଡିୟମରେ ଘରୋଇ ଦର୍ଶକଙ୍କ ସମ୍ମୁଖରେ ଓଡ଼ିଶା ଏଫ୍‌ସି ପ୍ରଭାବୀ ପ୍ରଦର୍ଶନ କରିଥିଲା। ଜାମସେଦପୁର ଏଫ୍‌ସିର ତାଚିକାଓ୍ବା ୨୩ତମ ମିନିଟରେ ଗୋଟିଏ ଗୋଲ ଦେଇ ଦଳକୁ ଅଗ୍ରଣୀ କରିଥିଲେ। ମାତ୍ର ଦଳର ଏହି ଖୁସି ଅଧିକ ସମୟ ତିଷ୍ଠିପାରି ନ ଥିଲା। ୨୭ତମ ମିନିଟରେ ଓଡ଼ିଶା ଏଫ୍‌ସି ପକ୍ଷରୁ ଇସାକ୍‌ ଭନଲାଲରୁଆତଫେଲା ଗୋଲ ପରିଶୋଧ କରି ଦେଇଥିଲେ। ଏହାପରେ କମାଲ ଦେଖାଇଥିଲେ ରୟ କ୍ରିଷ୍ଣା ଓ ଡିଏଗୋ ମୌରିସିଓ। ୩୬ତମ ମିନିଟରେ କ୍ରିଷ୍ଣା ଏକ ଗୋଲ ଦେଇ ଓଏଫ୍‌ସିକୁ ଅଗ୍ରଣୀ କରିଥିଲେ। ପ୍ରଥମାର୍ଦ୍ଧର ଇଞ୍ଜୁରି ଟାଇମ୍‌ ଅର୍ଥାତ୍‌ ୪୫+୨ ମିନିଟରେ ଜାମସେଦପୁର ଖେଳାଳିଙ୍କ ବିପଜ୍ଜନକ ପ୍ରଦର୍ଶନ ପାଇଁ ଓଡ଼ିଶା ଏଫ୍‌ସିକୁ ପେନାଲ୍ଟି ମିଳିଥିଲା। ମୌରିସିଓ ଏହାକୁ ଗୋଲରେ ପରିଣତ କରି ବିପକ୍ଷ ଦଳ ଉପରେ ଚାପ ସୃଷ୍ଟି କରିଥିଲେ। ଏହାର ୧ ମିନିଟ ପରେ ଅର୍ଥାତ୍‌ ୪୫+୩ ମିନିଟରେ ବ୍ୟକ୍ତିଗତ ଦ୍ୱିତୀୟ ଓ ଦଳ ପକ୍ଷରୁ ୪ର୍ଥ ଗୋଲଟି ଦେଇ ଜାମସେଦପୁର ଏଫ୍‌ସିକୁ ବ୍ୟାକ୍‌ଫୁଟ୍‌କୁ ଠେଲି ଦେଇଥିଲେ। ଦ୍ୱିତୀୟାର୍ଦ୍ଧରେ ମ୍ୟାଚ ବେଶ୍‌ ରୋମାଞ୍ଚ ହୋଇଥିଲେ ହେଁ ଗୋଲ ହୋଇପାରି ନ ଥିଲା। ଜାମସେଦପୁର ପକ୍ଷରୁ ହୋଇଥିବା ଆକ୍ରମଣକୁ ଓଡ଼ିଶା ଏଫ୍‌ସି ରକ୍ଷଣଭାଗ ଦକ୍ଷତାର ସହ ପ୍ରତିହତ କରିଥିଲେ। ମ୍ୟାଚର ୬୫ ପ୍ରତିଶତ ସମୟରେ ବଲ୍‌ ଓଡ଼ିଶା ଏଫ୍‌ସି ନିୟନ୍ତ୍ରଣରେ ରହିଥିଲା। ଏଠାରେ ବିଜୟ ଫଳରେ ବ୍ରେକ୍‌ରେ ଯିବା ପୂର୍ବରୁ ଓଡ଼ିଶା ଏଫ୍‌ସି ଖେଳାଳିଙ୍କ ଅତ୍ମବିଶ୍ୱାସ ବହୁ ପରିମାଣରେ ବୃଦ୍ଧି ପାଇଛି। ଗୁଆହାଟୀରେ ନର୍ଥଇଷ୍ଟ ୟୁନାଇଟେଡ ଓ ଏଫ୍‌ସି ଗୋଆ ମ୍ୟାଚ ସହିତ ଆଇଏସ୍‌ଏଲ୍‌ର ବ୍ରେକ୍‌ ଅବଧି ଆରମ୍ଭ ହୋଇଛି। କାତାରରେ ଭାରତ ଏଏଫ୍‌ସି ଏସିଆନ କପ୍‌ରେ ଭାଗ ନେବାକୁ ଯାଉଥିବାରୁ ଭାରତୀୟ ଖେଳାଳିମାନେ ଅନ୍ତର୍ଜାତୀୟ ମ୍ୟାଚ ଖେଳିବାରେ ବ୍ୟସ୍ତ ରହିବେ।


Enter your email to get our daily news in your inbox.

All Right Reserved By Dharitri.Com

ND vs PAK U19 Asia Cup Final: ପାକିସ୍ତାନକୁ ହରାଇ ଭାରତ ଏସିଆ କପ୍‌ ଚାମ୍ପିୟନ

ନୂଆଦିଲ୍ଲୀ,୧୪।୧୧: ଅଣ୍ଡର-୧୯ ଏସିଆ କପ ୨୦୨୬ର ଫାଇନାଲ ମହା ମୁକାବିଲାରେ ୧ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ଭାରତ ଚାମ୍ପିୟନ ହୋଇଛି। ଭାରତର ମୋହିତ ଉଲଭା ଏହି…

ନିଜ ପାଇଁ ନିଜେ ଅଣ୍ଟା ଭିଡ଼ିଲେ ସୁନ୍ଦରଦଣ୍ଡ ଗ୍ରାମବାସୀ: ସ୍ୱଚ୍ଛତାକୁ ଗୁରୁତ୍ୱ, ପ୍ଲାଷ୍ଟିକ ବ୍ୟବହାରକୁ ନା…

ଦାରିଙ୍ଗବାଡ଼ି, ୧୪।୧୧ (ଅରୁଣ ସାହୁ): ଗାଁ ଦାଣ୍ଡକୁ ସଫାସୁତୁରା ରଖିବା, ଅନାବନା ଘାସ କାଟିବା ସହ ଏଣେତେଣେ ପଡ଼ିଥିବା ପଲିଥିନ ଓ ପ୍ଲାଷ୍ଟିକ ଆବର୍ଜନା ହଟାଇବା ନେଇ…

ଖଣ୍ଡା ଆକ୍ରମଣ ଘଟଣାରେ ପୋଲିସର ହାତ ଖାଲି: ପୋଲିସ ଉପରେ ରାଜନୈତିକ ଚାପ ନେଇ ଚର୍ଚ୍ଚା

ଛତ୍ରପୁର, ୧୨।୧୧ (ଦିଲୀପ ସାମଲ): ଗଞ୍ଜାମ ଜିଲା ରମ୍ଭା ଥାନା ଅନ୍ତର୍ଗତ କଳାଯମୁନା ଗ୍ରାମରେ ଏକ ସାମାନ୍ୟ ଘଟଣାକୁ କେନ୍ଦ୍ର କରି ଜଣେ ଯୁବକଙ୍କୁ ସଂଘବଦ୍ଧ ଭାବେ…

ଆଇଏଏସ ଅଧିକାରୀଙ୍କ ବଦଳିରେ ଦରମା ବଢେ ନା କମେ? ଜାଣନ୍ତୁ ଟ୍ରାନ୍ସଫର୍‌ ସମୟରେ ମିଳୁଥିବା ସମସ୍ତ ବଡ଼ ସୁବିଧା

ନୂଆଦିଲ୍ଲୀ,୧୪।୧୧: ଉତ୍ତରପ୍ରଦେଶରେ ସମ୍ପ୍ରତି ୩୮ ଜଣ ଆଇଏଏସ (IAS) ଅଧିକାରୀଙ୍କ ବଦଳି ପରେ ପ୍ରଶାସନିକ ଅଦଳବଦଳକୁ ନେଇ ଚର୍ଚ୍ଚା ଜୋରଧରିଛି। କୌଣସି ଅଧିକାରୀଙ୍କୁ ଗୋଟିଏ ଜିଲ୍ଲାରୁ ଅନ୍ୟ…

ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ବଣ୍ଟନ

ଛତ୍ରପୁର,୧୪ା୧୧(ଦିଲ୍ଲୀପ ସାମଲ): ପଞ୍ଚାୟତରେ ସୁଶାସନ ପ୍ରତିଷ୍ଠା ସହ ଗ୍ରାମାଞ୍ଚଳରେ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଗଞ୍ଜାମ ଜିଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ଲକ୍ଷ୍ୟ ବଣ୍ଟନ ଉତ୍ସବ ଅନୁଷ୍ଠିତ…

‘ଭୁଲିଗଲି ସାର୍‌…’, ଟସ୍‌ ବେଳେ ପ୍ଲେଇଂ-୧୧ ଭୁଲିଗଲେ ବୈଭବ ସୂର୍ଯ୍ୟବଂଶୀ! ଭିଡିଓ ଭାଇରାଲ

ପାଟନା,୧୪ା୧୧: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ୍‌ ଜଗତରେ ଆଉ ଏକ ଇତିହାସ ରଚିଛନ୍ତି ଯୁବ କ୍ରିକେଟର୍‌ ବୈଭବ ସୂର୍ଯ୍ୟବଂଶୀ। ସୟଦ ମୁସ୍ତାକ ଅଲୀ ଟ୍ରଫିରେ ବିହାର…

ରାସ୍ତା ଦୁର୍ଘଟଣାରେ ଶହୀଦ ହେଲେ ଅଜୟ, ଜନ୍ମମାଟିରେ ଜଳିଲା ଜୁଇ, ଲୁହରେ ଭିଜିଲା ପୂରା ଗାଁ

ସବଡେଗା,୧୪ା୧୧(ଅନନ୍ତ ପଟେଲ): ସୁନ୍ଦରଗଡ ଜିଲା ସବଡେଗା ବ୍ଲକ କଇଁସରା ଗ୍ରାମର ଅଜୟ ବାଆ ତିନିବର୍ଷ ହେବ ଓଡ଼ିଶା ପୋଲିସରେ ଯୋଗ ଦେଇଥିଲେ। କାର୍ଯ୍ୟରତ ସମୟରେ ଅଜୟ କଲ…

ସାମ୍ଭାବ୍ୟ ବାତ୍ୟା: ୧୭ରୁ ୨୦ ଯାଏ ସମୁଦ୍ରକୁ ଯିବା ମନା, ଓଡ଼ିଶାର ଏହି ଜିଲାକୁ ଆଲର୍ଟ

ଭୁବନେଶ୍ୱର, ୧୪ା୧୧: ଆସନ୍ତା ୧୬ ତାରିଖରେ ସମୁଦ୍ରରେ ବାତ୍ୟା ରୂପ ନେବ ଏବଂ ଏହା ୧୮ରେ ଭୀଷଣ ବାତ୍ୟାରେ ପରିଣତ ହେବା ନେଇ ଆକଳନ କରାଯାଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?