ସୁରଟରେ ଓଡ଼ିଆ ଶ୍ରମିକଙ୍କୁ ମାଡ଼

କାକଟପୁର,୩।୯(ଡି.ଏନ୍‌.ଏ.): ଗୁଜରାଟର ସୁରଟରେ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କୁ କେତେଜଣ ଯୁବକ ଏକ ଘରେ ରଖି ନୃଶଂସ ଭାବେ ମାଡ଼ ମାରୁଥିବାର ଅଭିଯୋଗ ହେଉଛି। ଆକ୍ରମଣ ସମୟର ଏକ ଭିଡିଓ କିଛିଦିନ ହେବ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆକ୍ରମଣର ଶିକାର ହୋଇଥିବା ଯୁବକ ଜଣକ ପୁରୀ ଜିଲା କାକଟପୁର ବ୍ଲକ ଅଧୀନ ଶ୍ରୀରାମପୁର ଗ୍ରାମର ମୁନ୍ନା ଦାସ। ଆକ୍ରମଣ ସମୟର ଭିଡିଓ ମୁନ୍ନାଙ୍କ ପରିବାର ଲୋକ ଦେଖିବା ପରେ ପୁଅଙ୍କୁ ସୁରଟରୁ ଉଦ୍ଧାର କରିବା ପାଇଁ ପ୍ରଶାସନ ନିକଟରେ ଅନୁରୋଧ କରିଛନ୍ତି। ଏଥିସହ ଯେଉଁ ଠିକାଦାର ତାଙ୍କ ପୁଅଙ୍କୁ କାମ ଦେବା ନଁାରେ ସୁରଟ ନେଇଥିଲେ ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଭିଡିଓଟିରେ ଦେଖିବାକୁ ମିଳିଛି ଯେ, ଜଣେ ଯୁବକ ମୋବାଇଲ ଚୋରି କରିଥିବା ନେଇ ୫/୬ଜଣ ଯୁବକ ସଂଘବଦ୍ଧ ହୋଇ ମାଡ଼ ମାରୁଛନ୍ତି। କିନ୍ତୁ ଯୁବକ ମୋବାଇଲ ଚୋରି କରି ନ ଥିବା ନେଇ ବାରମ୍ବାର କହିବା ସତ୍ତ୍ୱେ ମାଡ଼ ମରାଯାଉଛି।
ସୂଚନା ମୁତାବକ, କାକଟପୁର ବାଜପୁର ଗ୍ରାମର ଉକ୍ତ ଠିକାଦାର ୩ବର୍ଷ ପୂର୍ବେ ମୁନ୍ନାଙ୍କ ଘରକୁ ଆସି ସୁରଟରେ ଏକ କମ୍ପାନୀରେ ତାଙ୍କୁ ରଖେଇଦେବେ ବୋଲି କହିଥିଲେ। ମୁନାଙ୍କ ପରିବାର ଲୋକଙ୍କ ଅନିଚ୍ଛା ସତ୍ତ୍ୱେ, ଠିକାଦାର ମୁନ୍ନାଙ୍କୁ ଭଲ କାମରେ ରଖିବେ ଓ ସେଠାରେ ଭଲରେ ସେ ରହିବ ବୋଲି କହି ନେଇଥିଲେ। କିନ୍ତୁ ମୁନ୍ନା ଯିବାର ୩ବର୍ଷ ହେବା ସତ୍ତ୍ୱେ ଆଉ ଘରକୁ ଫେରି ନାହାନ୍ତି। କରୋନାର ଦୁଇ ବର୍ଷ ମଧ୍ୟରେ ବି ଛାଡ଼ି ନ ଥିଲେ ଠିକାଦାର। ସେଠାରେ ତାଙ୍କୁ ରଖି ଜୋର ଜବରଦସ୍ତି ଅତ୍ୟାଚାର ସହ କାମ କରାଉଥିଲେ। ଦରମା ମଧ୍ୟ ଠିକ ଭାବେ ଦିଅନ୍ତି ନାହିଁ ବୋଲ ପରିବାର ଲୋକ କହୁଛନ୍ତି। ଏପରିକି ମୁନା ଯେବେ ତାଙ୍କ ପାରିଶ୍ରମିକ ମାଗନ୍ତି, ଠିକାଦାର ମିଛ ଘଟଣାରେ ତାଙ୍କୁ ଅନ୍ୟ ଯୁବକଙ୍କ ଦ୍ୱାରା ବିଭିନ୍ନ ମିଛ ଆରୋପ ଲଗାଇ ମାରପିଟ କରନ୍ତି। ତେଣୁ ପରିବାର ଲୋକ ପୁଅକୁ ଉଦ୍ଧାର କରିବା ପାଇଁ କାକଟପୁର ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଏହି ଘଟଣାର ତଦନ୍ତ କରାଯାଇ ପୁଅଙ୍କୁ ସେଠାରୁ ଉଦ୍ଧାର କରି ଓଡ଼ିଶା ଫେରାଇ ଆଣିବାକୁ ତାଙ୍କ ପରିବାର ଓ ଗ୍ରାମବାସୀ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri