କୋଲକାତା ମ୍ୟୁଜିୟମ ଗୁଳିକାଣ୍ଡ ଘଟଣା: ୧୪ ଦିନ ପାଇଁ ହାଜତକୁ ଗଲେ ଓଡ଼ିଆ ଯବାନ

ଢେଙ୍କାନାଳ ଅଫିସ/ କାମାକ୍ଷାନଗର(ଡି.ଏନ୍‌.ଏ.),୮।୮: କେନ୍ଦ୍ରୀୟ କୋଲକାତାର ବ୍ୟସ୍ତବହୁଳ ପାର୍କଷ୍ଟ୍ରିଟ୍‌ ଅଞ୍ଚଳରେ ଥିବା ଇଣ୍ଡିଆନ ମ୍ୟୁଜିୟମ୍‌କୁ ଲାଗି ରହିଥିବା ବାରାକ୍‌ରେ ଗତ ଶନିବାର ସନ୍ଧ୍ୟାରେ ଘଟିଥିବା ଗୁଳିକାଣ୍ଡ ଘଟଣାର ଅଭିଯୁକ୍ତ ଜଣେ ଓଡ଼ିଆ ଯବାନ ବୋଲି ସ୍ପଷ୍ଟ ହୋଇଛି। ସେଣ୍ଟ୍ରାଲ୍‌ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌)ରେ ହେଡ୍‌ କନଷ୍ଟେବଳ ଭାବେ କାର୍ଯ୍ୟରତ ଅକ୍ଷୟ କୁମାର ମିଶ୍ରଙ୍କୁ ଛୁଟି ନ ମିଳିବାରୁ ମାନସିକ ଚାପର ବଶବର୍ତ୍ତୀ ହୋଇ ସେ ଏଭଳି କାଣ୍ଡ ଘଟାଇଥିବା ଜଣାପଡ଼ିଛି। ଅଭିଯୁକ୍ତଙ୍କୁ ଗିରଫ କରାଯିବା ପରେ କୋଲକାତାର ଏକ ଅଦାଲତରେ ହାଜର କରାଯାଇଥିଲା। ଜାମିନ ନାମଞ୍ଜୁର ହେବା ପରେ ତାଙ୍କୁ ୧୪ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ରାୟନୃସିଂହପୁର ପଞ୍ଚାୟତ ମାଛିଆ ଗ୍ରାମରେ ଅକ୍ଷୟଙ୍କ ପୈତୃକ ଗ୍ରାମ। ସେ କୋଲକାତାର ଭାରତୀୟ ସଂଗ୍ରହାଳୟ ସୁରକ୍ଷାରେ ନିୟୋଜିତ ଥିଲେ। ତେବେ କୌଣସି କାରଣରୁ ସେ ଶନିବାର ସନ୍ଧ୍ୟାରେ ନିଜର ସର୍ଭିସ୍‌ ବନ୍ଧୁକ (ଏକେ-୪୭)ରୁ ଆଖିବୁଜା ଗୁଳିଚାଳନା କରିଥିଲେ। ଏଥିରେ ସିଆଇଏସ୍‌ଏଫ୍‌ର ସହକାରୀ ସବ୍‌ଇନ୍ସପେକ୍ଟର (ଅକ୍ଷୟଙ୍କ ସହକର୍ମୀ ତଥା ଓଡ଼ିଆ ଯବାନ) ରଞ୍ଜିତ ଷଡ଼ଙ୍ଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁବିତ୍‌ ଘୋଷଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ଏସ୍‌ଏସ୍‌କେଏମ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଗୁଳିକାଣ୍ଡ ପରେ ଶନିବାର ବିଳମ୍ବିତ ରାତିରେ ମ୍ୟୁଜିୟମ ପରିସରରୁ ଅଭିଯୁକ୍ତ ଯବାନଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କୁ ନ୍ୟୁ-ମାର୍କେଟ ପୋଲିସ ଷ୍ଟେଶନକୁ ନିଆଯାଇଥିଲା, ଯେଉଁଠାରେ କୋଲକାତା ପୋଲିସର ବରିଷ୍ଠ ଅଧିକାରୀମାନେ ରାତିସାରା ତାଙ୍କୁ ପଚରାଉଚରା କରିଥିଲେ। ଜେରା ବେଳେ ଅକ୍ଷୟ କହିଥିଲେ ଯେ, ତାଙ୍କର ମୁଖ୍ୟ ଟାର୍ଗେଟ୍‌ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ସୁବିତ୍‌ ଘୋଷ ଥିଲେ। ତାଙ୍କୁ ଅଢ଼େଇ ମାସ ଧରି ଉଦ୍ଦେଶ୍ୟମୂଳକ ଭାବେ ବୈଧ ଛୁଟି ଦିଆଯାଉ ନ ଥିଲା। କିଛି ମାସ ହେଲା ସହକର୍ମୀମାନେ ବାରମ୍ବାର ଅପମାନିତ କରୁଥିଲେ। ତେଣୁ ଏଭଳି ପଦକ୍ଷେପ ନେବାକୁ ବାଧ୍ୟ ହେଲେ ବୋଲି ସେ ପୋଲିସକୁ କହିଛନ୍ତି। ଅକ୍ଷୟଙ୍କ ବିରୋଧରେ ଆଇପିସିର ଦଫା ୩୦୭, ୩୦୨, ଆର୍ମସ୍‌ ଆକ୍ଟର ଦଫା ୨୭ରେ ମାମଲା ରୁଜୁ କରାଯାଇଛି।
ଅନ୍ୟପଟେ ଅକ୍ଷୟ ଧରାପଡ଼ିବା ପରେ କୋଲକାତା ପୋଲିସ ଆଶ୍ୱସ୍ତ ହୋଇଥିଲା। କାରଣ ମ୍ୟୁଜିୟମ୍‌ ଖୋଲା ଥିବା ସମୟରେ ଏହି ଘଟଣା ଘଟିଥିଲା। ଗୁଳିକାଣ୍ଡ ପରେ ଅକ୍ଷୟ ଫେରାର ହେବାକୁ ଉଦ୍ୟମ କରିଥିଲେ। ସେ ପୁନର୍ବାର ଅନ୍ୟ ସହକର୍ମୀଙ୍କୁ ଟାର୍ଗେଟ୍‌ କରିବା ଆଶଙ୍କା ଥିଲା। ସେହିପରି ରବିବାର ଛୁଟିଦିନରେ ମ୍ୟୁଜିୟମ ପରିଦର୍ଶନ ସମୟରେ ନିୟମିତ ପରିଦର୍ଶକମାନେ ଗୁଳିକାଣ୍ଡ ଘଟଣାକୁ ନେଇ ସାମାନ୍ୟ ଆତଙ୍କିତ ଥିବା ପରିଲକ୍ଷିତ ହୋଇଥିଲା।

‘ଛୁଟି ମିଳୁ ନ ଥିଲା, ଅପମାନ ଅସହ୍ୟ ହେଲା’

ସିଆଇଏସ୍‌ଏଫ୍‌ରେ ହେଡ୍‌ କନଷ୍ଟେବଳ ଅକ୍ଷୟ କୁମାର ମିଶ୍ରଙ୍କ ପୈତୃକ ଘର ରାୟନୃସିଂହପୁର ପଞ୍ଚାୟତର ମାଛିଆରେ। ସ୍ତ୍ରୀ ଏବଂ ସନ୍ତାନ ଢେଙ୍କାନାଳ ବନମାଳୀପ୍ରସାଦରେ ଭଡ଼ାଘରେ ରହୁଥିବାବେଳେ ସେ ଦୁଇବର୍ଷ ହେଲା କୋଲକାତାରେ କାର୍ଯ୍ୟରତ ଥିଲେ। ଗତ ଏପ୍ରିଲ ୨୬ରେ ତାଙ୍କ ବାପା ଉମେଶ ଚନ୍ଦ୍ର ମିଶ୍ରଙ୍କ ଦେହାନ୍ତ ହେବା ପରେ ସେ ଛୁଟିରେ ଆସିଥିଲେ। ବାପାଙ୍କ ଦଶାହ ଦିନ ତାଙ୍କ ବଡ଼ବାପାଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ଛୁଟି ବଢ଼ାଇଥିଲେ। ତେବେ ଜରୁରୀ କାର୍ଯ୍ୟରେ ଘରକୁ ଆସିବା ଲାଗି ପୁଣି ଛୁଟି ମାଗିଥିଲେ। ହେଲେ ଉଚ୍ଚପଦସ୍ଥ ଅଧିକାରୀ ଏହାକୁ ମଞ୍ଜୁର କରି ନ ଥିଲେ। ସେହିପରି ସହକର୍ମୀଙ୍କ ଦ୍ୱାରା ବାରମ୍ବାର ଅପମାନିତ ହେବା ପରେ ମାନସିକସ୍ତରରେ ଭାଙ୍ଗି ପଡ଼ିଥିଲେ ଅକ୍ଷୟ। ଏହା ପରେ ସେ ହିତାହିତ ଜ୍ଞାନ ହରାଇ ଏଭଳି କାଣ୍ଡ ଘଟାଇଥିବା ପୋଲିସ ଆଗରେ କହିଛନ୍ତି।
ଅନ୍ୟପଟେ ସ୍ବଭାବରେ ଶାନ୍ତଶିଷ୍ଟ ଏବଂ ମେଳାପୀ ଅକ୍ଷୟ ଜଣେ ମେଧାବୀ ଛାତ୍ର ଥିବା ଜଣାପଡ଼ିଛି। ମାଟ୍ରିକ୍‌ ଏବଂ ବିଏସ୍‌ସିରେ ସେ ପ୍ରଥମ ଶ୍ରେଣୀରେ ଉତ୍ତୀନ୍ନ ହୋଇଥିଲେ। ଗ୍ରାମକୁ ଆସିଲେ ଭଲମନ୍ଦ ବୁଝୁଥିଲେ। ସମସ୍ତଙ୍କ ସହ ଭଲରେ ମିଶୁଥିଲେ। ତେବେ ସେ କାହିଁକି ଏଭଳି ପଦକ୍ଷେପ ନେଲେ ତାହା ଆଶ୍ଚର୍ଯ୍ୟ କରିଛି ବୋଲି ତାଙ୍କ ସମ୍ପର୍କୀୟ ଭାଇ ବିପିନ ବିହାରୀ ମିଶ୍ର, ବବିତା ମିଶ୍ର ଏବଂ ଗ୍ରାମବାସୀ ନବଘନ ସାହୁ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ରାୟନୃସିଂହପୁର ସରପଞ୍ଚ ଶିଶିରକାନ୍ତ ବେହେରା କୁହନ୍ତି, ବଡ଼ବାପା ଏବଂ ବାପାଙ୍କ ଦେହାନ୍ତ ପରେ ଅକ୍ଷୟ ପ୍ରାୟ ମାସେ ଛୁଟିରେ ଗ୍ରାମକୁ ଆସି ଶୁଦ୍ଧିକ୍ରିୟା ସାରି ଫେରିଥିଲେ। ଏହି ଗୁଳିକାଣ୍ଡ ପଛରେ ଅନ୍ୟ କିଛି କାରଣ ଥାଇପାରେ ବୋଲି ସରପଞ୍ଚ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମଝିରେ ଛିଡ଼ିଲା ବିଦ୍ୟୁତ ତାର: ଅଳ୍ପକେ ବର୍ତ୍ତିଲେ ଜେଜେ ମା’-ନାତି

ଗଞ୍ଜାମ,୧୭।୧୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ଲକ୍ଷ୍ମୀପୁର ଗାଁରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗାଁ ମଝିରେ ରାସ୍ତା...

ମୁକେଶଙ୍କୁ ପୁଣି ଗୁରୁଦାୟିତ୍ୱ ଦେଲୋ ଭାଜପା: ଜିଲା ଉପସଭାପତି ପଦବୀ ପାଇ କହିଲେ…

ଭବାନୀପାଟଣା,୧୭।୧୨(ଉତ୍ତମ କୁମାର ଦାଶ): ରାଜ୍ୟ ଭାଜପା ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ମଙ୍ଗଳବାର କଳାହାଣ୍ଡି ଜିଲା ଭାଜପା ସଭାପତି ଯୁଗଳ କିଶୋର ପୋଢ଼ ଜିଲାର...

ଓଡ଼ିଶାରେ ୨ ଦିନ ପାଇଁ ୟେଲୋ ଓ୍ବାର୍ନିଂ: ହୋଇଯାନ୍ତୁ ସତର୍କ

ଭୁବନେଶ୍ୱର,୧୭।୧୨(ଅନୁରାଧା ମହାରଣା):ରାଜ୍ୟରେ ଗତ କିଛିଦିନ ଧରି ଶୀତ ଲହରୀ ଜାରି ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ସୁନ୍ଦରଗଡ଼, କୋରାପୁଟ ଏବଂ କନ୍ଧମାଳର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ...

ଆଜି ଦେଶବ୍ୟାପୀ ବିକ୍ଷୋଭ: ମହାତ୍ମା ଗାନ୍ଧୀଙ୍କ ଫଟୋ ଧରି…

ନୂଆଦିଲ୍ଲୀ,୧୭ା୧୨(ପି.ଟି.):ଏମ୍‌ଜିଏନ୍‌ଆର୍‌ଇଜିଏ ନାଁ ବଦଳାଇବା ପାଇଁ କେନ୍ଦ୍ର ସରକାର ଆଣିଥିବା ଭିବି-ଜି ରାମ ଜି ବିଲ୍‌ ବିରୋଧରେ କଂଗ୍ରେସ ବୁଧବାର ଦେଶବ୍ୟାପୀ ବିକ୍ଷୋଭ କରିବାକୁ ଘୋଷଣା କରିଛି।...

ସ୍ବିଫ୍ଟ କାର୍‌ରେ ପାର୍ଟନର୍‌ଙ୍କୁ ବସାଇ ଜଙ୍ଗଲକୁ ନେଲେ ବୟଫ୍ରେଣ୍ଡ: ଆଉ ତା’ପରେ କଲେ ଏମିତି କାଣ୍ଡ

ଲକ୍ଷ୍ନୌ,୧୭ା୧୨:ଉତ୍ତରପ୍ରଦେଶରେ ଏକ ବୀଭତ୍ସ ହତ୍ୟା ଘଟଣା ଘଟିଛି। ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସ୍ତ୍ରୀ ଉମା(୩୦)ଙ୍କୁ ହତ୍ୟା କରିବା ପରେ ମୃତଦେହକୁ ଜଙ୍ଗଲ ମଧ୍ୟରେ ଫିଙ୍ଗିଦେଇଥିଲେ।...

କମ୍ୟୁନିଟି ସେଣ୍ଟର ସ୍ଥାନାନ୍ତର ଉଦ୍ୟମକୁ ବିରୋଧ: ବିରୋଧ କଲା ଜିଲା ଆଦିବାସୀ କଲ୍ୟାଣ ସଂଘ

ଅମରପାଲି,୧୭/୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଲପଦର ପଞ୍ଚାୟତର ହୋତାପାଲି ( ସୁରଧାପାଲି) ଠାରେ ନିର୍ମାଣ ହେବାକୁ ଥିବା ଏକ କମ୍ୟୁନିଟି ସେଣ୍ଟର...

୧୨ ଘଣ୍ଟିଆ ଦେବଗଡ଼ ବନ୍ଦ: ଆନ୍ଦୋଳନକାରୀଙ୍କୁ ଉଠାଇନେଲା ପୋଲିସ…

ଦେବଗଡ,୧୭।୧୨(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୁରୁଣା ଡାକ୍ତରଖାନାରେ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ଦାବିରେ ବନ୍ଦ ଡାକରା ଦେଇଛି ଜିଲା ମହିଳା ଏକତା ମଞ୍ଚ। ସକାଳ ୬ରୁ...

୮ ଦିନ ମଧ୍ୟରେ କିଡନୀ ରୋଗରେ ୩ ଜଣଙ୍କ ମୃତ୍ୟୁ ଘଟଣା: ରକ୍ତ, ପାନୀୟ ଜଳ ନମୁନା ସଂଗ୍ରହ

ଅମରପାଲି,୧୭ା୧୨(ପୀତାମ୍ବର ସାହୁ):ସୁବର୍ଣ୍ଣପୁର ଜିଲଶ ବୀରମହାରାଜପୁର ବ୍ଲକର ଉପାନ୍ତ ଅଞ୍ଚଳରେ କିଡ଼ନୀ ରୋଗରେ ୮ ଦିନ ମଧ୍ୟରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଏନେଇ ଧରିତ୍ରୀରେ ଖବର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri