Posted inଖେଳ

ଚେନ୍ନାଇ ବିପକ୍ଷରେ ଓଡ଼ିଶାର ଦ୍ୱିତୀୟ ଟାଇ

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋରେ ମଙ୍ଗଳବାର ଅନୁଷ୍ଠିତ ଓଡ଼ିଶା ଜଗରନଟ୍ସ-ଚେନ୍ନାଇ କୁଇକ୍‌ ଗନ୍ସ ମ୍ୟାଚ ୩୦-୩୦ ପଏଣ୍ଟରେ ଟାଇ ରହିଛି। ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ମଧ୍ୟ ଟାଇ ରହିଥିଲା। ଶେଷ ପର୍ଯ୍ୟାୟରେ ଓଡ଼ିଶା ଖେଳାଳିମାନେ ଚମତ୍କାର ଡିଫେଣ୍ଡ କରି ଚେନ୍ନାଇକୁ ପଏଣ୍ଟ ଭାଗ କରିବାକୁ ବାଧ୍ୟ କରି ଦେଇଥିଲେ। ଜଗରନଟ୍ସ ପକ୍ଷରୁ ମହେଶ ପି. ୬ ପଏଣ୍ଟ ହାସଲ କରିଥିବାବେଳେ ଚେନ୍ନାଇ କୁଇକ୍‌ ଗନ୍ସର ରାମଜି କାଶ୍ୟପ ସର୍ବାଧିକ ୩.୪୮ ସେକେଣ୍ଡ ଡିଫେଣ୍ଡ କରିଥିଲେ। ଓଡ଼ିଶା ଜଗରନଟ୍ସ ଦଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳିଥିବାବେଳେ ୨ଟି ଲେଖାଏ ବିଜୟ, ପରାଜୟ ଓ ମ୍ୟାଚ ଟାଇ ରଖିଛି। ପୂର୍ବ ୨ ମ୍ୟାଚରେ ଦଳ ଡିସେମ୍ବର ୩୦ରେ ଦଳ ଗୁଜରାଟ ଜାଏଣ୍ଟ୍ସଠାରୁ ୨୯-୩୪ ଓ ୩୧ରେ ତେଲୁଗୁ ଯୋଦ୍ଧାସଠାରୁ ୨୮-୨୯ ପଏଣ୍ଟରେ ହାରିଥିଲା। ରାଜସ୍ଥାନ ଓ୍ବାରିୟର୍ସ ବିପକ୍ଷରେ ୩୫-୨୭ରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଜଗରନଟ୍ସ ପରବର୍ତ୍ତୀ ମ୍ୟାଚକୁ ଚେନ୍ନାଇ କୁଇକ୍‌ ଗନ୍ସ ସହ ୩୪-୩୪ରେ ଟାଇ ରଖିଥିଲା। ନିଜର ତୃତୀୟ ମ୍ୟାଚରେ ଏହି ଦଳ ମୁମ୍ବାଇ ଖିଲାଡିଜ୍‌କୁ ୩୧-୨୮ରେ ପରାସ୍ତ କରିଥିଲା। ଓଡ଼ିଶା-ଚେନ୍ନାଇ ପୂର୍ବ ମ୍ୟାଚ ବେଶ୍‌ ରୋମାଞ୍ଚକ ରହିଥିଲା। ଚେନ୍ନାଇ କୁଇକ୍‌ ଗନ୍ସ ୬ ମ୍ୟାଚରୁ ୪ ବିଜୟ ଓ ୨ ଟାଇ ସହ ୧୬ ପଏଣ୍ଟ ପାଇ ଶୀର୍ଷରେ ନିଜ ସ୍ଥାନ ଦୃଢ଼ କରିଛି। ବୁଧବାର ମୁମ୍ବାଇ ଖିଲାଡିଜ୍‌ ପ୍ରଥମ ମ୍ୟାଚରେ ତେଲୁଗୁ ଯୋଦ୍ଧାସକୁ ଭେଟିବ।
ମୁମ୍ବାଇ ୨୬-ଗୁଜରାଟ ୨୬
ଦିବସର ଦ୍ୱିତୀୟ ମ୍ୟାଚ ମଧ୍ୟ ଟାଇ ରହିଛି। ମୁମ୍ବାଇ ଖିଲାଡିଜ୍‌ ଓ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨୬-୨୬ରେ ଶେଷ ହୋଇଛି। ୬ ମ୍ୟାଚରୁ ଗୁଜରାଟ ୧୪ ଓ ମୁମ୍ବାଇ ୭ ପଏଣ୍ଟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri