Posted inଖେଳ

ଚେନ୍ନାଇ ବିପକ୍ଷରେ ଓଡ଼ିଶାର ଦ୍ୱିତୀୟ ଟାଇ

ଭୁବନେଶ୍ୱର, ୩।୧ (ତପନ ସ୍ବାଇଁ): କଟକର ଜବାହରଲାଲ ନେହେରୁ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଅଲ୍‌ଟିମେଟ ଖୋ ଖୋରେ ମଙ୍ଗଳବାର ଅନୁଷ୍ଠିତ ଓଡ଼ିଶା ଜଗରନଟ୍ସ-ଚେନ୍ନାଇ କୁଇକ୍‌ ଗନ୍ସ ମ୍ୟାଚ ୩୦-୩୦ ପଏଣ୍ଟରେ ଟାଇ ରହିଛି। ଏହା ପୂର୍ବରୁ ଦୁଇ ଦଳ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ମଧ୍ୟ ଟାଇ ରହିଥିଲା। ଶେଷ ପର୍ଯ୍ୟାୟରେ ଓଡ଼ିଶା ଖେଳାଳିମାନେ ଚମତ୍କାର ଡିଫେଣ୍ଡ କରି ଚେନ୍ନାଇକୁ ପଏଣ୍ଟ ଭାଗ କରିବାକୁ ବାଧ୍ୟ କରି ଦେଇଥିଲେ। ଜଗରନଟ୍ସ ପକ୍ଷରୁ ମହେଶ ପି. ୬ ପଏଣ୍ଟ ହାସଲ କରିଥିବାବେଳେ ଚେନ୍ନାଇ କୁଇକ୍‌ ଗନ୍ସର ରାମଜି କାଶ୍ୟପ ସର୍ବାଧିକ ୩.୪୮ ସେକେଣ୍ଡ ଡିଫେଣ୍ଡ କରିଥିଲେ। ଓଡ଼ିଶା ଜଗରନଟ୍ସ ଦଳ ଏପର୍ଯ୍ୟନ୍ତ ୬ଟି ମ୍ୟାଚ ଖେଳିଥିବାବେଳେ ୨ଟି ଲେଖାଏ ବିଜୟ, ପରାଜୟ ଓ ମ୍ୟାଚ ଟାଇ ରଖିଛି। ପୂର୍ବ ୨ ମ୍ୟାଚରେ ଦଳ ଡିସେମ୍ବର ୩୦ରେ ଦଳ ଗୁଜରାଟ ଜାଏଣ୍ଟ୍ସଠାରୁ ୨୯-୩୪ ଓ ୩୧ରେ ତେଲୁଗୁ ଯୋଦ୍ଧାସଠାରୁ ୨୮-୨୯ ପଏଣ୍ଟରେ ହାରିଥିଲା। ରାଜସ୍ଥାନ ଓ୍ବାରିୟର୍ସ ବିପକ୍ଷରେ ୩୫-୨୭ରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଜଗରନଟ୍ସ ପରବର୍ତ୍ତୀ ମ୍ୟାଚକୁ ଚେନ୍ନାଇ କୁଇକ୍‌ ଗନ୍ସ ସହ ୩୪-୩୪ରେ ଟାଇ ରଖିଥିଲା। ନିଜର ତୃତୀୟ ମ୍ୟାଚରେ ଏହି ଦଳ ମୁମ୍ବାଇ ଖିଲାଡିଜ୍‌କୁ ୩୧-୨୮ରେ ପରାସ୍ତ କରିଥିଲା। ଓଡ଼ିଶା-ଚେନ୍ନାଇ ପୂର୍ବ ମ୍ୟାଚ ବେଶ୍‌ ରୋମାଞ୍ଚକ ରହିଥିଲା। ଚେନ୍ନାଇ କୁଇକ୍‌ ଗନ୍ସ ୬ ମ୍ୟାଚରୁ ୪ ବିଜୟ ଓ ୨ ଟାଇ ସହ ୧୬ ପଏଣ୍ଟ ପାଇ ଶୀର୍ଷରେ ନିଜ ସ୍ଥାନ ଦୃଢ଼ କରିଛି। ବୁଧବାର ମୁମ୍ବାଇ ଖିଲାଡିଜ୍‌ ପ୍ରଥମ ମ୍ୟାଚରେ ତେଲୁଗୁ ଯୋଦ୍ଧାସକୁ ଭେଟିବ।
ମୁମ୍ବାଇ ୨୬-ଗୁଜରାଟ ୨୬
ଦିବସର ଦ୍ୱିତୀୟ ମ୍ୟାଚ ମଧ୍ୟ ଟାଇ ରହିଛି। ମୁମ୍ବାଇ ଖିଲାଡିଜ୍‌ ଓ ଗୁଜରାଟ ଜାଏଣ୍ଟ୍ସ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨୬-୨୬ରେ ଶେଷ ହୋଇଛି। ୬ ମ୍ୟାଚରୁ ଗୁଜରାଟ ୧୪ ଓ ମୁମ୍ବାଇ ୭ ପଏଣ୍ଟ ପାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସଲମାନଙ୍କ ଜନ୍ମଦିନରେ ଏମିତି କହି ଶୁଭେଚ୍ଛା ଜଣାଇଲେ କ୍ୟାଟ୍ରିନା

ବଲିଉଡ ସୁପରଷ୍ଟାର ସଲମାନ ଖାନ ୬୦ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ଅନେକ ବଲିଉଡ ସେଲିବ୍ରିଟି ମଧ୍ୟ...

କେମିତି, କାହିଁକି ହୋଇଥିଲା ମାତା ଗାନ୍ଧାରୀଙ୍କର ଶହେ ପୁତ୍ର, ଜାଣନ୍ତୁ କୌରବଙ୍କ ରହସ୍ୟମୟ କାହାଣୀ…

ଦ୍ୱାପର ଯୁଗରେ, ପାଣ୍ଡବ ଏବଂ କୌରବମାନଙ୍କ ମଧ୍ୟରେ ଏକ ଯୁଦ୍ଧ ହୋଇଥିଲା। ଏହି ଧର୍ମୀୟ ଯୁଦ୍ଧରେ ପାଣ୍ଡବମାନେ ବିଜୟୀ ହୋଇଥିଲେ। ମହାଭାରତରେ ମଧ୍ୟ ଅନେକ କାହାଣୀ...

ଅଜବ ସହର,ଯେଉଁଠି ଚପଲ ପିନ୍ଧି ଗାଡ଼ି ଚଲାଇବା ମନା

ନୂଆଦିଲ୍ଲୀ,୨୭।୧୨: ବିଦେଶ ଭ୍ରମଣର ସ୍ବପ୍ନ ଦେଖିବା ସମୟରେ ଲୋକମାନେ ପ୍ରାୟତଃ ସୁନ୍ଦର ବେଳାଭୂମି, ଐତିହାସିକ ରାସ୍ତା ଏବଂ ଖୋଲା ସ୍ବାଧୀନତା କଥା ଭାବନ୍ତି। କିନ୍ତୁ ଯଦି...

ମହିଳାଙ୍କୁ ICMRର ଚେତାବନୀ, ସ୍ତନ କର୍କଟ ପାଇଁ କେବଳ…

ନୂଆଦିଲ୍ଲୀ,୨୭।୧୨: ଭାରତରେ ସ୍ତନ କର୍କଟ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ICMR ର ଏକ ଅଧ୍ୟୟନ ଅନୁଯାୟୀ, ନିରାମିଷ ଖାଦ୍ୟ, ଖରାପ ନିଦ୍ରା...

ମୟୂରଭଞ୍ଜ ଜିଲାରେ ଖୋଲିଲା ଧାନମଣ୍ଡି

ମୋରଡ଼ା,୨୭ା୧୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଅଧୀନ ଚିତ୍ରଡ଼ା ବୃହଦାକାର ଆଦିବାସୀ ବହୁମୁଖୀ ସମବାୟ ସମିତି ପରିସରରେ ଶୁକ୍ରବାର ପୂର୍ବାହ୍ନ ୧୦ଟାରେ ଜିଲାସ୍ତରୀୟ ଖରିଫ...

ବାଇକ୍‌ରେ ଦାରିଙ୍ଗବାଡ଼ି ଫେରିବାବେଳେ ଦୁର୍ଘଟଣା: ୨ ଯୁବକ ଗୁରୁତର

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଡବେରୀ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ବାଇକ୍‌ ଦୁର୍ଘଟଣା ଘଟି ୨ ଯୁବକ ଗୁରୁତର ହୋଇଥିବାବେଳେ ଜଣେ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

Ashes 2025-26: ୧୪ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟାଇଲା ଇଂଲଣ୍ଡ, ଅଷ୍ଟ୍ରେଲିଆକୁ କଲା ପରାସ୍ତ

ନୂଆଦିଲ୍ଲୀ,୨୭।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ୨୦୨୫-୨୬ ଆଶେସ୍ ସିରିଜର ଚତୁର୍ଥ ମ୍ୟାଚ୍ ମେଲବୋର୍ଣ୍ଣ କ୍ରିକେଟ୍ ଗ୍ରାଉଣ୍ଡରେ ଖେଳାଯାଇଥିଲା। ଏହି ମ୍ୟାଚ୍ ବୋଲରଙ୍କ ପ୍ରିୟ ଥିଲା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri