ଓଡ଼ିଶାର ରୋମିଓ ଜୁଲିଏଟ୍: ପ୍ରେମିକାଙ୍କ ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁ ଜୀବନ ହାରିଲେ ଯୁବକ

କୋରାପୁଟ,୯ା୧୦: କୋରାପୁଟ ଜିଲାର ସୁନାବେଡ଼ା ଥାନା ଅଧୀନ ଡିପି କ୍ୟାମ୍ପ ଅଞ୍ଚଳରେ ଏକ ହୃଦୟବିଦାରକ ଘଟଣା ଘଟିଛି। ବୁଧବାର ଜଣେ ୧୯ ବର୍ଷୀୟା ଯୁବତୀ ପ୍ରେମରେ ବିଚ୍ଛେଦ ପରେ ନିଜ ଘରେ ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିଲେ। ଏହି ଖବର ତାଙ୍କ ୨୨ ବର୍ଷୀୟ ପ୍ରେମିକ ବିଶାଲ ପ୍ରଧାନଙ୍କୁ ମର୍ମାହତ କରିଥିଲା, ଯିଏ ବେଙ୍ଗାଲୁରୁରେ ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ଏହାପରେ ସେ ସେହି ଦିନ ସନ୍ଧ୍ୟାରେ ମାଲିଗୁଡ଼ା ଗାଁ ନିକଟରେ ଏକ ନଦୀରେ ଡେଇଁ ଜୀବନ ହାରିଛନ୍ତି।

ସୁନାବେଡ଼ା ପୋଲିସ ଅନୁସାରେ, ଯୁବତୀଙ୍କ ମୃତ୍ୟୁ ଖବର ପାଇବା ପରେ ବିଶାଲ ଅତ୍ୟନ୍ତ ଦୁଃଖୀ ହୋଇ ନଦୀରେ ଡେଇଁ ପଡ଼ିଥିଲେ। ସନ୍ଧ୍ୟା ୭:୩୦ରେ ତାଙ୍କ ନିଖୋଜ ଖବର ପରେ ପୋଲିସ, ଅଗ୍ନିଶମ ବାହିନୀ ଓ ଆଠ ଜଣିଆ ଉଦ୍ଧାର ଦଳ ଖୋଜାଖୋଜି ଆରମ୍ଭ କରିଥିଲେ। ଓଡ଼ିଆରଏଏଫ ଦଳ ରାତିର କଲା ଅନ୍ଧାରରେ ମଧ୍ୟ ଗଭୀର ନଦୀରେ ଖୋଜା ଖୋଜି କରିଥିଲେ। ପ୍ରାୟ ୧୯ ଘଣ୍ଟାର ଅକ୍ଳାନ୍ତ ଖୋଜାଖୋଜି ପରେ ବିଶାଲଙ୍କ ମୃତଦେହ ନଦୀରୁ ଉଦ୍ଧାର ହୋଇଥିଲା।

ଏହି ଦୁର୍ଘଟଣା ସୁନାବେଡ଼ା ଅଞ୍ଚଳରେ ଶୋକର ଛାୟା ଖେଳାଇଛି। ପୋଲିସ ଏକ ମାମଲା (୧୧/୨୦୨୫) ରୁଜୁ କରି ଦୁଇ ମୃତଦେହକୁ ଶହୀଦ ଲକ୍ଷ୍ମଣ ନାୟକ ମେଡ଼ିକାଲ କଲେଜ ଓ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ତଦନ୍ତକାରୀ ଅଧିକାରୀ ସୁଶୁମା କୁଆଁର ଓ ଏସଆଇ ନିର୍ମଳା ଲିମା ଘଟଣାର କାରଣ ଅନୁସନ୍ଧାନ ଜାରି ରଖିଛନ୍ତି। ଏହି ଦୁଇଟି ମୃତ୍ୟୁ ସ୍ଥାନୀୟ ସମୁଦାୟରେ ଗଭୀର ଆଲୋଡ଼ନ ସୃଷ୍ଟି କରିଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଟାଙ୍କିରେ ମିଳୁନି ପେଟ୍ରୋଲ-ଡିଜେଲ, ଚଢ଼ା ଦରରେ ଉପଭୋକ୍ତା କିଣି …

ଦାରିଙ୍ଗବାଡ଼ି,୬ା୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିରେ ଏବେ ପେଟ୍ରୋଲ ଓ ଡିଜେଲର ଘୋର ସଙ୍କଟ ଦେଖାଯାଇଛି। ଉକ୍ତ ବ୍ଲକର ୨୫ଟି ପଞ୍ଚାୟତ ପାଇଁ ମାତ୍ର ୨ଟି ଟାଙ୍କି…

ସ୍ବାସ୍ଥ୍ୟ ପାଇଁ ବିପଦ ସାଜିଛି ସାର-ଔଷଧ, ଜୈବିକ ସାର ପ୍ରୟୋଗ କରି…

ଭଞ୍ଜନଗର,୬ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ କଲ୍ୟାଣ ମଣ୍ଡପରେ ବୁଧବାର ଅନନ୍ୟା ଜୈବିକ ପନିପରିବା ଓ ବିହନ ମେଳା ଅନୁଷ୍ଠିତ ହୋଇଯାଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

ମହୁ ସଂଗ୍ରହ କରିବାକୁ ଯାଇ ପଥରଖୋଲରେ ଫସିଗଲେ ନାବାଳକ, ପଥରସନ୍ଧିରେ ମୁଣ୍ଡ ପଶି…

ନୟାଗଡ଼,୬ା୫(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଓଡ଼ଗାଁ ଆଦର୍ଶ ଥାନା କାଣିପଦା ଜଙ୍ଗଲ ପଥରଖୋଲରେ ଫସିଯାଇଛନ୍ତି ଜଣେ ନାବାଳକ। ବାଉଁଶଗାଡ଼ିଆ ସ୍ଥିତ ଜଙ୍ଗଲରେ ମହୁ ସଂଗ୍ରହବେଳେ ଫସିଯାଇଛନ୍ତି। ପଥରସନ୍ଧିରେ…

ପେଟ୍ରୋଲ, ଡିଜେଲ ଅଭାବ: ଲୋକଙ୍କ ଲମ୍ବା ଧାଡ଼ି

ନବରଙ୍ଗପୁର,୬।୫(ସଦାଶିବ ପ୍ରହରାଜ): ପେଟ୍ରୋଲ ଓ ଡିଜେଲ ଆଧୁନିକ ଜୀବନର ମୂଳ ଶକ୍ତିସ୍ରୋତ। ଏହାର ଅଭାବ କେବଳ ଯାତାୟାତକୁ ନୁହେଁ, ଚାଷୀ, ବ୍ୟବସାୟୀ ଓ ସାଧାରଣ ଲୋକଙ୍କ ଦୈନିକ…

ଭାରତକୁ ନାଲିଆଖି ଦେଖାଇଲେ ନେପାଳ ସରକାର, ଧମକ ଦେଇ କହିଲେ କାଠମାଣ୍ଡୁର ସମ୍ମତି ବିନା…

କାଠମାଣ୍ଡୁ,୬ା୫: ନେପାଳର ବାଲେନ ସରକାର ଭାରତକୁ ନାଲିଆଖି ଦେଖାଇଛନ୍ତି। ନେପାଳ ସରକାର ମାନସରୋବର ଯାତ୍ରାର ପଥକୁ କଡ଼ା ବିରୋଧ କରିଛନ୍ତି। ଏହା ଭାରତ ଏବଂ ନେପାଳ ମଧ୍ୟରେ…

ତାମିଲନାଡୁରେ ଲାଗିବ ରାଷ୍ଟ୍ରପତି ଶାସନ? ବିଜୟଙ୍କ ବଢିଲା ଟେନଶନ

ଚେନ୍ନାଇ,୬।୫: ତାମିଲନାଡୁର ସମଗ୍ର ରାଜନୈତିକ ଦୃଶ୍ୟପଟ ପରିବର୍ତ୍ତନ ହୋଇଛି। ଥାଲାପଥି ବିଜୟଙ୍କ ଦଳ, ଟିଭିକେର ବିଜୟ ପ୍ରାୟ ଛଅ ଦଶନ୍ଧି ଧରି ରାଜ୍ୟରେ ରହିଥିବା ରାଜନୈତିକ ସମୀକରଣକୁ…

ଇସ୍ତଫା ନ ଦେବା ଉପରେ ଗିରଫ ହେବେ ମମତା ବାନାର୍ଜୀ, କ’ଣ କହୁଛି ଭାରତର ନିୟମ…

କୋଲକାତା,୬।୫: ପଶ୍ଚିମବଙ୍ଗ ରାଜନୀତି ଏପରି ଏକ ମୋଡ଼ ନେଇଛି ଯାହା ବହୁତ କମ ଲୋକ କଳ୍ପନା କରିପାରନ୍ତି। ୨୦୨୬ ନିର୍ବାଚନ ଫଳାଫଳ ରାଜ୍ୟର କ୍ଷମତା ଦୃଶ୍ୟପଟକୁ ସ୍ପଷ୍ଟ…

ଜନଆକ୍ରୋଶ ସମାବେଶରେ ହଜାର ହଜାର ମହିଳା ହେଲେ ଏକଜୁଟ୍‌

ହାଟଡିହୀ,୬ା୫(ଶୁଭକାନ୍ତ ନାୟକ): ଭାଜପା ତରଫରୁ କେନ୍ଦୁଝର ଜିଲା ଆନନ୍ଦପୁର ବିଧାନସଭା କ୍ଷେତ୍ରର ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ରେ ଜନଆକ୍ରୋଶ ମହିଳା ସମାବେଶ ବୁଧବାର ଅନୁଷ୍ଠିତ ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri