‘ଖଣି-ନିର୍ମାଣ ଶିଳ୍ପରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୂବନେଶ୍ୱର ,୧୧।୧୨: ସାରା ଭାରତରେ ପ୍ରାକୃତିକ ସମ୍ପଦ ଭରପୁର ରହିଛି, ବିଶେଷ କରି ଖଣି ଓ ଖଣିଜ ଜାତ ସମ୍ପଦ ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ମଧ୍ୟ ବହୁଳ ପରିମାଣରେ ମହଜୁଦ ରହିଛି। ଏପରି କି ଉଭୟ ଇସ୍ପାତ ଉପତ୍ାଦନ ଏବଂ ଆଲୁମିନା ରୂପାନ୍ତରର ମୂଲ୍ୟ ଦୃଷ୍ଟିରୁ ଭାରତ ଏକ ଅନନ୍ୟ ସୁବିଧାଜନକ ସ୍ଥିତିରେ ରହିଛି। ଏହାର ସୁବିଧାଜନକ ଅବସ୍ଥିତି କାରଣରୁ ଏଠାରୁ ଦ୍ରୁତ ସମ୍ପ୍ରସାରଣଶୀଳ ଏସୀୟ ବଜାରଗୁଡ଼ିକୁ ଏବଂ ଅନ୍ୟତ୍ର ରପ୍ତାନି ଅଭିବୃଦ୍ଧି ନିମନ୍ତେ ବିପୁଳ ସମ୍ଭାବନା ରହିଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମୋଟ ୧୪୨୫ଟି ଖଣି କାର୍ଯ୍ୟରତ ଥିବା ଆକଳନ କରାଯାଇଥିଲା। ସେଥି ମଧ୍ୟରୁ ୫୨୫ଟି ଧାତବ ଏବଂ ୭୨୦ ଅଣ ଧାତବ ଖଣିଜ ଥିବା ଖଣି ଅନ୍ତର୍ଭୁକ୍ତ ରହିଛି। ଅପରପକ୍ଷରେ ଚଳିତ ବର୍ଷ ଡିସେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ଏକ ବିଶ୍ୱସ୍ତରୀୟ ମାଇନିଂ ଓ ଆନୁଷଙ୍ଗିକ ଶିଳ୍ପ ପ୍ରଦର୍ଶନୀ ସାଙ୍ଗକୁ ଏକ ସ୍ବତନ୍ତ୍ର ଆନ୍ତର୍ଜାତିକ ବି୨ବି ଟ୍ରେଡ୍‌ ଶୋ’ ଓଡ଼ିଶା ମାଇନିଂ ଆୟୋଜିତ ହେବାକୁ ଯାଉଛି। ସେହିପରି ଓଡ଼ିଶା ମାଇନିଂରେ ଖଣି ସମ୍ପର୍କିତ ଉପତ୍ାଦ, ସେବା ଏବଂ ସମଗ୍ର ବିଶ୍ୱସ୍ତରରେ ହେଉଥିବା ଯୋଗାଣର ସର୍ବାଧୁନିକ ଏବଂ ପୂର୍ଣ୍ଣାଙ୍ଗ ସମ୍ଭାର ସ୍ଥାନ ପାଇବ। ଓଡ଼ିଶାରେ ପ୍ରାୟ ୨୫୦ ବିଭିନ୍ନ ପ୍ରକାର ଖଣି ରହିଛି। ଦେଶରେ ଏକ ଖଣିଜ ସମୃଦ୍ଧ ରାଜ୍ୟ ଭାବରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରୁଛି ଏବଂ ସେଥିପାଇଁ ଏହାର ପ୍ରଚୁର ପ୍ରାକୃତିକ ସମ୍ପଦର ମୁଖ୍ୟ ଭୂମିକା ରହିଛି। ରାଜ୍ୟରେ ଉଚ୍ଚମାନର ଲୁହାପଥର, ବକ୍ସାଇଟ, କ୍ରୋମାଇଟ ଏବଂ ମାଙ୍ଗାନିଜ ପଥର ସହ କୋଇଲା, ଚୂନପଥର, ଡୋଲୋମାଇଟ, ଟିଣ, ନିକେଲ, ଭାନାଡିୟମ, ସୀମା, ଗ୍ରାଫାଇଟ, ସୁନା, ଜେମ୍‌ଷ୍ଟୋନ, ହୀରା, ଡାଇମେନସନ ଓ ଡେକୋରେଟିଭ ପଥର ବିପୁଳ ପରିମାଣରେ ଗଚ୍ଛିତ ରହିଛି। ଫଳସ୍ବରୂପ ଇସ୍ପାତ, ଫେରୋ ଆଲୟେଜ, ସିମେଣ୍ଟ, ଆଲୁମିନା-ଆଲୁମିନିୟମ, ରିଫ୍ରାକ୍ଟୋରିଜ, ତାପଜ ଶକ୍ତି ଆଦି ଉପତ୍ାଦନ ନିମନ୍ତେ ଖଣିଜଭିତ୍ତିକ ବ୍ୟବସାୟର ଅବସ୍ଥିତି ଏବଂ ତାହା ସହ ଅଧିକ ଅକ୍‌ଜିଲାରି ଏବଂ ଆନୁଷଙ୍ଗିକ ଡାଉନଷ୍ଟ୍ରିମ୍‌ କ୍ଷେତ୍ର ସ୍ଥାପନ ଉଲ୍ଲେଖନୀୟ ଭାବରେ ଅଧିକ ସମ୍ଭବ ହୋଇପାରିଛି। ଏ ସମ୍ପର୍କରେ ଫ୍ୟୁଚରେକ୍ସ ଗ୍ରୁପ୍‌ର ଡାଇରେକ୍ଟର ନମିତ ଗୁପ୍ତା କହିଛନ୍ତି, ଦେଶର ଜିଡିପି ଅଭିବୃଦ୍ଧି, ବିଦେଶୀ ମୁଦ୍ରା ଉପାର୍ଜନ କ୍ଷେତ୍ରରେ ପ୍ରମୁଖ ପ୍ରଭାବ ପକାଇବା ସାମର୍ଥ୍ୟ ଏହି କ୍ଷେତ୍ରର ରହିଛି ଏବଂ ନିର୍ମାଣ, ଭିିତ୍ତିଭୂମି, ଯାନବାହନ ଓ ବିଦ୍ୟୁତ୍‌ ଆଦି ବାସ୍ତବ ବ୍ୟବହାର୍ଯ୍ୟ କ୍ଷେତ୍ରକୁ ଆବଶ୍ୟକ କଞ୍ଚାମାଲ ସୁଲଭ ମୂଲ୍ୟରେ ଯୋଗାଇଦେଇ ସେଗୁଡିକୁ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ଏହା ସମର୍ଥ। ବର୍ଦ୍ଧିତ ସଂଖ୍ୟାରେ ଯାନବାହନ ତିଆରି ଏବଂ ନୂତନ ଭିିତ୍ତିଭୂମି ନିର୍ମାଣ ଦ୍ୱାରା ଏହି କ୍ଷେତ୍ରର ସମ୍ପ୍ରସାରଣକୁ ଇନ୍ଧନ ମିଳୁଛି। ଶକ୍ତି ଓ ସିମେଣ୍ଟ ଶିଳ୍ପ ସହ ସଂଯୁକ୍ତ ଶିଳ୍ପଗୁଡିକର ସମ୍ପ୍ରସାରଣ ମଧ୍ୟ ଏହି କ୍ଷେତ୍ରର ସଫଳତା କ୍ଷେତ୍ରରେ ଅବଦାନ ରଖୁଛି। ମୋଟ ଉପରେ ଉଭୟ ଆବାସିକ ଏବଂ ବ୍ୟବସାୟିକ ସାୈଧ ସମେତ ନିର୍ମାଣ ଶିଳ୍ପରେ ଆଶା ଉଚ୍ଚସ୍ତରରେ ରହିଛି ଏବଂ ଏହା ଲାୈହ ଓ ଇସ୍ପାତର ପ୍ରଚଳିତ ଚାହିଦା ସ୍ତର ବଜାୟ ରଖିବା ଆଶା କରାଯାଉଛି। ଓଡ଼ିଶାରେ ଉଲ୍ଲେଖନୀୟ ପରିମାଣରେ ଭିିତ୍ତିଭୂମି ନିର୍ମାଣ ନିମନ୍ତେ ରାଷ୍ଟ୍ରର ଅନ୍ୟତମ ଆଦ୍ୟ ରାଷ୍ଟ୍ରୀୟ ନିର୍ମାଣ କମ୍ପାନୀ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ (ଓସିସି ଲିମିଟେଡ୍‌) ୧୯୬୨ରେ ସ୍ଥାପିତ ହୋଇଥିଲା। ଏହା ପ୍ରାରମ୍ଭରୁ ଯାନ୍ତ୍ରିକ ଏବଂ ନିର୍ମାଣ ବିଲ୍‌ଡିଂ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଦୃଷ୍ଟିନିବଦ୍ଧ କରିଥିଲା। ଓଡ଼ିଶା ବିଲ୍‌ଡକନ-୨୦୨୨ରେ ନିର୍ମାଣ ଏବଂ କୋଠାବାଡ଼ି ନିର୍ମାଣ ଶିଳ୍ପକୁ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ସର୍ବବୃହତ୍‌ କାଷ୍ଠ ଓ କାଷ୍ଠନିର୍ମିତ ସାମଗ୍ରୀର ପ୍ରଦର୍ଶନୀ ପ୍ରଦର୍ଶନକାରୀ ଏବଂ ଯୋଗଦେଉଥିବା ବ୍ୟକ୍ତିଙ୍କୁ ସେମାନଙ୍କ ନିଜ ମଧ୍ୟରେ ନେଟ୍‌ୱର୍କ ସ୍ଥାପନ, ସେମାନଙ୍କ ଉପତ୍ାଦ ପ୍ରଦର୍ଶନ, ନୂଆ ଗ୍ରାହକ ଆକୃଷ୍ଟ କରିବା, ପୁଞ୍ଜିନିବେଶ କରିବା ଏବଂ ପୂର୍ବାପେକ୍ଷା ଅଧିକ ବେଗରେ ବଜାରରେ ଅଗ୍ରଗତି ନିମନ୍ତେ ସୁଯୋଗ ଦେବ। ଭାରତରେ ଖଣିଜ ଓ ଧାତୁ ଶିଳ୍ପ ପାଇଁ ବିଶ୍ୱ ଦୃଶ୍ୟପଟ, ନୂତନ ଯୁଗର ଖଣିଜ ପଦାର୍ଥ, ଚାହିଦା-ଯୋଗାଣ-ବାଣିଜ୍ୟ ଦୃଶ୍ୟପଟ ଏବଂ ଖଣିଜ ଓ ଧାତୁ- ପ୍ରଯୁକ୍ତିଗତ ନବସୃଜନ ଏବଂ ଭାରତୀୟ ଖଣିଜ ଓ ଧାତୁ କ୍ଷେତ୍ରରେ ଅଭିବୃଦ୍ଧିକୁ ସୁଗମ କରିବା ପାଇଁ ସମର୍ଥକାରୀ ଦିଗ ଭଳି ବିଷୟ ଉପରେ ଏହି ଦୁଇଦିନିଆ ସମ୍ମିଳନୀରେ ଆଲୋଚନା କରାଯିବ।ସମସ୍ତ ପ୍ରକାର ନିର୍ମାଣ ଉପକରଣ, ଖଣିଜ ପ୍ରଯୁକ୍ତି, ସ୍ଥାପତ୍ୟ ଓ ନିର୍ମାଣ ସର୍ତ୍ତାବଳୀ, କାଷ୍ଠ ଓ କାଷ୍ଠନିର୍ମିତ ଉପତ୍ାଦଗୁଡ଼ିକ ଅଂଶଗ୍ରହଣକାରୀ କମ୍ପାନୀଗୁଡିକ ପକ୍ଷରୁ ଏଥିରେ ପ୍ରତିନିଧିତ୍ୱ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

ସଂସ୍ଥା ପ୍ରତି ନିଷ୍ଠା,ଏକାଗ୍ରତା ଜରୁରୀ: କରିମ୍‌ କବିରୁଦ୍ଦିନ

କଟକଠାରେ ପ୍ରତିଷ୍ଠିତ ହେଲ୍‌ଥ ଫୁଡ୍‌ ପ୍ରଡକ୍ଟ ପ୍ରା. ଲିଃ.ର ଏକ୍‌ଜିକ୍ୟୁଟିଭ ଡାଇରେକ୍ଟର କରିମ୍‌ କବିରୁଦ୍ଦିନ ଓଡ଼ିଶାର ଅନେକ ପରିବାରକୁ ରୋଜଗାରକ୍ଷମ କରି ବେକାର ସମସ୍ୟାର ସମାଧାନ କରିବାର…

ଯୁଦ୍ଧ ଭିତରେ ଭାରତ ଠାରୁ ମିସାଇଲ କିଣିଲା ଆମେରିକା, ବିଶ୍ୱରେ ଚହଳ…

ନୂଆଦିଲ୍ଲୀ,୫।୪: ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତର ପ୍ରତିରକ୍ଷା ରପ୍ତାନି ସର୍ୱକାଳୀନ ସର୍ୱାଧିକ ସ୍ତରରେ ପହଞ୍ଚିଛି। ଏହା ବିଶ୍ୱ ଅସ୍ତ୍ରଶସ୍ତ୍ର ବଜାରରେ ଭାରତର ବର୍ଦ୍ଧିତ ଉପସ୍ଥିତିକୁ ସ୍ପଷ୍ଟ କରେ।…

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ଧନୀ ହେବାକୁ ଛାହୁଁଥିଲେ, ଛାଡ଼ନ୍ତୁ ଏହି ୫ ଅଭ୍ୟାସ: ନଚେତ୍‌ ପଡ଼ିବ ଅଭାବ

ମଧ୍ୟବିତ୍ତ ବର୍ଗର ଲୋକମାନେ ପ୍ରାୟତଃ ଭାବନ୍ତି, ବେଳେବେଳେ ହଠାତ୍‌ ସେମାନଙ୍କର ଆର୍ଥିକ ସଙ୍କଟ ଆସିଯାଉଛି; କିନ୍ତୁ ଏହା ବାସ୍ତବରେ ନୁହେଁ। ଏହା ଏକ ପରିସ୍ଥିତି ଯାହା ଧୀରେ…

ଏକାଗ୍ରତା ଆଣେ ସଫଳତା: ସୁରେଶଙ୍କ ସହ ସ୍ବତନ୍ତ୍ର ସାକ୍ଷାତ୍‌କାର

ହାଇଟେକ୍‌ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଶନର ମ୍ୟାନେଜିଂ ଟ୍ରଷ୍ଟି ତଥା ସିଇଓ ସୁରେଶ କୁମାର ପାଣିଗ୍ରାହୀ ଜଣେ ଉଦ୍ୟୋଗୀ ଏବଂ ଶିକ୍ଷାବିତ୍‌ ଭାବରେ ଅନୁଷ୍ଠାନ ଆରମ୍ଭରୁ ଏହାର ଭିତ୍ତିଭୂମିକୁ…

ସରକାରଙ୍କ ବଡ଼ ଘୋଷଣା! ବଦଳିବ ସୁନା କିଣିବା ନିୟମ, ଜାଣନ୍ତୁ ଗ୍ରାହକଙ୍କ ଉପରେ କ’ଣ ପ୍ରଭାବ ପଡ଼ିବ…

ନୂଆଦିଲ୍ଲୀ,୪।୪: ସରକାର ସୁନା କ୍ରୟ ସମ୍ବନ୍ଧୀୟ ନିୟମଗୁଡ଼ିକୁ ଆହୁରି କଠୋର କରିବାକୁ ଯାଉଛନ୍ତି। ଏହି ପଦକ୍ଷେପର ଅଂଶ ସ୍ବରୂପ, ହଲମାର୍କିଂର ଅପବ୍ୟବହାର ବିଷୟରେ ବଢ଼ୁଥିବା ଚିନ୍ତାକୁ ଦୂର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri