‘ଖଣି-ନିର୍ମାଣ ଶିଳ୍ପରେ ଓଡ଼ିଶାର ଭୂମିକା ଗୁରୁତ୍ୱପୂର୍ଣ୍ଣ’

ଭୂବନେଶ୍ୱର ,୧୧।୧୨: ସାରା ଭାରତରେ ପ୍ରାକୃତିକ ସମ୍ପଦ ଭରପୁର ରହିଛି, ବିଶେଷ କରି ଖଣି ଓ ଖଣିଜ ଜାତ ସମ୍ପଦ ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ମଧ୍ୟ ବହୁଳ ପରିମାଣରେ ମହଜୁଦ ରହିଛି। ଏପରି କି ଉଭୟ ଇସ୍ପାତ ଉପତ୍ାଦନ ଏବଂ ଆଲୁମିନା ରୂପାନ୍ତରର ମୂଲ୍ୟ ଦୃଷ୍ଟିରୁ ଭାରତ ଏକ ଅନନ୍ୟ ସୁବିଧାଜନକ ସ୍ଥିତିରେ ରହିଛି। ଏହାର ସୁବିଧାଜନକ ଅବସ୍ଥିତି କାରଣରୁ ଏଠାରୁ ଦ୍ରୁତ ସମ୍ପ୍ରସାରଣଶୀଳ ଏସୀୟ ବଜାରଗୁଡ଼ିକୁ ଏବଂ ଅନ୍ୟତ୍ର ରପ୍ତାନି ଅଭିବୃଦ୍ଧି ନିମନ୍ତେ ବିପୁଳ ସମ୍ଭାବନା ରହିଛି। ସେହିଭଳି ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ମୋଟ ୧୪୨୫ଟି ଖଣି କାର୍ଯ୍ୟରତ ଥିବା ଆକଳନ କରାଯାଇଥିଲା। ସେଥି ମଧ୍ୟରୁ ୫୨୫ଟି ଧାତବ ଏବଂ ୭୨୦ ଅଣ ଧାତବ ଖଣିଜ ଥିବା ଖଣି ଅନ୍ତର୍ଭୁକ୍ତ ରହିଛି। ଅପରପକ୍ଷରେ ଚଳିତ ବର୍ଷ ଡିସେମ୍ବର ୨୨ରୁ ୨୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ପଡ଼ିଆରେ ଏକ ବିଶ୍ୱସ୍ତରୀୟ ମାଇନିଂ ଓ ଆନୁଷଙ୍ଗିକ ଶିଳ୍ପ ପ୍ରଦର୍ଶନୀ ସାଙ୍ଗକୁ ଏକ ସ୍ବତନ୍ତ୍ର ଆନ୍ତର୍ଜାତିକ ବି୨ବି ଟ୍ରେଡ୍‌ ଶୋ’ ଓଡ଼ିଶା ମାଇନିଂ ଆୟୋଜିତ ହେବାକୁ ଯାଉଛି। ସେହିପରି ଓଡ଼ିଶା ମାଇନିଂରେ ଖଣି ସମ୍ପର୍କିତ ଉପତ୍ାଦ, ସେବା ଏବଂ ସମଗ୍ର ବିଶ୍ୱସ୍ତରରେ ହେଉଥିବା ଯୋଗାଣର ସର୍ବାଧୁନିକ ଏବଂ ପୂର୍ଣ୍ଣାଙ୍ଗ ସମ୍ଭାର ସ୍ଥାନ ପାଇବ। ଓଡ଼ିଶାରେ ପ୍ରାୟ ୨୫୦ ବିଭିନ୍ନ ପ୍ରକାର ଖଣି ରହିଛି। ଦେଶରେ ଏକ ଖଣିଜ ସମୃଦ୍ଧ ରାଜ୍ୟ ଭାବରେ ଓଡ଼ିଶା ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରୁଛି ଏବଂ ସେଥିପାଇଁ ଏହାର ପ୍ରଚୁର ପ୍ରାକୃତିକ ସମ୍ପଦର ମୁଖ୍ୟ ଭୂମିକା ରହିଛି। ରାଜ୍ୟରେ ଉଚ୍ଚମାନର ଲୁହାପଥର, ବକ୍ସାଇଟ, କ୍ରୋମାଇଟ ଏବଂ ମାଙ୍ଗାନିଜ ପଥର ସହ କୋଇଲା, ଚୂନପଥର, ଡୋଲୋମାଇଟ, ଟିଣ, ନିକେଲ, ଭାନାଡିୟମ, ସୀମା, ଗ୍ରାଫାଇଟ, ସୁନା, ଜେମ୍‌ଷ୍ଟୋନ, ହୀରା, ଡାଇମେନସନ ଓ ଡେକୋରେଟିଭ ପଥର ବିପୁଳ ପରିମାଣରେ ଗଚ୍ଛିତ ରହିଛି। ଫଳସ୍ବରୂପ ଇସ୍ପାତ, ଫେରୋ ଆଲୟେଜ, ସିମେଣ୍ଟ, ଆଲୁମିନା-ଆଲୁମିନିୟମ, ରିଫ୍ରାକ୍ଟୋରିଜ, ତାପଜ ଶକ୍ତି ଆଦି ଉପତ୍ାଦନ ନିମନ୍ତେ ଖଣିଜଭିତ୍ତିକ ବ୍ୟବସାୟର ଅବସ୍ଥିତି ଏବଂ ତାହା ସହ ଅଧିକ ଅକ୍‌ଜିଲାରି ଏବଂ ଆନୁଷଙ୍ଗିକ ଡାଉନଷ୍ଟ୍ରିମ୍‌ କ୍ଷେତ୍ର ସ୍ଥାପନ ଉଲ୍ଲେଖନୀୟ ଭାବରେ ଅଧିକ ସମ୍ଭବ ହୋଇପାରିଛି। ଏ ସମ୍ପର୍କରେ ଫ୍ୟୁଚରେକ୍ସ ଗ୍ରୁପ୍‌ର ଡାଇରେକ୍ଟର ନମିତ ଗୁପ୍ତା କହିଛନ୍ତି, ଦେଶର ଜିଡିପି ଅଭିବୃଦ୍ଧି, ବିଦେଶୀ ମୁଦ୍ରା ଉପାର୍ଜନ କ୍ଷେତ୍ରରେ ପ୍ରମୁଖ ପ୍ରଭାବ ପକାଇବା ସାମର୍ଥ୍ୟ ଏହି କ୍ଷେତ୍ରର ରହିଛି ଏବଂ ନିର୍ମାଣ, ଭିିତ୍ତିଭୂମି, ଯାନବାହନ ଓ ବିଦ୍ୟୁତ୍‌ ଆଦି ବାସ୍ତବ ବ୍ୟବହାର୍ଯ୍ୟ କ୍ଷେତ୍ରକୁ ଆବଶ୍ୟକ କଞ୍ଚାମାଲ ସୁଲଭ ମୂଲ୍ୟରେ ଯୋଗାଇଦେଇ ସେଗୁଡିକୁ ପ୍ରତିଦ୍ୱନ୍ଦ୍ୱିତା କରିବା ନିମନ୍ତେ ଏହା ସମର୍ଥ। ବର୍ଦ୍ଧିତ ସଂଖ୍ୟାରେ ଯାନବାହନ ତିଆରି ଏବଂ ନୂତନ ଭିିତ୍ତିଭୂମି ନିର୍ମାଣ ଦ୍ୱାରା ଏହି କ୍ଷେତ୍ରର ସମ୍ପ୍ରସାରଣକୁ ଇନ୍ଧନ ମିଳୁଛି। ଶକ୍ତି ଓ ସିମେଣ୍ଟ ଶିଳ୍ପ ସହ ସଂଯୁକ୍ତ ଶିଳ୍ପଗୁଡିକର ସମ୍ପ୍ରସାରଣ ମଧ୍ୟ ଏହି କ୍ଷେତ୍ରର ସଫଳତା କ୍ଷେତ୍ରରେ ଅବଦାନ ରଖୁଛି। ମୋଟ ଉପରେ ଉଭୟ ଆବାସିକ ଏବଂ ବ୍ୟବସାୟିକ ସାୈଧ ସମେତ ନିର୍ମାଣ ଶିଳ୍ପରେ ଆଶା ଉଚ୍ଚସ୍ତରରେ ରହିଛି ଏବଂ ଏହା ଲାୈହ ଓ ଇସ୍ପାତର ପ୍ରଚଳିତ ଚାହିଦା ସ୍ତର ବଜାୟ ରଖିବା ଆଶା କରାଯାଉଛି। ଓଡ଼ିଶାରେ ଉଲ୍ଲେଖନୀୟ ପରିମାଣରେ ଭିିତ୍ତିଭୂମି ନିର୍ମାଣ ନିମନ୍ତେ ରାଷ୍ଟ୍ରର ଅନ୍ୟତମ ଆଦ୍ୟ ରାଷ୍ଟ୍ରୀୟ ନିର୍ମାଣ କମ୍ପାନୀ ଓଡ଼ିଶା ନିର୍ମାଣ ନିଗମ ଲିମିଟେଡ୍‌ (ଓସିସି ଲିମିଟେଡ୍‌) ୧୯୬୨ରେ ସ୍ଥାପିତ ହୋଇଥିଲା। ଏହା ପ୍ରାରମ୍ଭରୁ ଯାନ୍ତ୍ରିକ ଏବଂ ନିର୍ମାଣ ବିଲ୍‌ଡିଂ ପ୍ରକଳ୍ପଗୁଡିକୁ ସମ୍ପୂର୍ଣ୍ଣ କରିବା ଉପରେ ବିଶେଷ ଦୃଷ୍ଟିନିବଦ୍ଧ କରିଥିଲା। ଓଡ଼ିଶା ବିଲ୍‌ଡକନ-୨୦୨୨ରେ ନିର୍ମାଣ ଏବଂ କୋଠାବାଡ଼ି ନିର୍ମାଣ ଶିଳ୍ପକୁ ଗୁରୁତ୍ୱ ଦିଆଯିବ। ଓଡ଼ିଶାର ସର୍ବବୃହତ୍‌ କାଷ୍ଠ ଓ କାଷ୍ଠନିର୍ମିତ ସାମଗ୍ରୀର ପ୍ରଦର୍ଶନୀ ପ୍ରଦର୍ଶନକାରୀ ଏବଂ ଯୋଗଦେଉଥିବା ବ୍ୟକ୍ତିଙ୍କୁ ସେମାନଙ୍କ ନିଜ ମଧ୍ୟରେ ନେଟ୍‌ୱର୍କ ସ୍ଥାପନ, ସେମାନଙ୍କ ଉପତ୍ାଦ ପ୍ରଦର୍ଶନ, ନୂଆ ଗ୍ରାହକ ଆକୃଷ୍ଟ କରିବା, ପୁଞ୍ଜିନିବେଶ କରିବା ଏବଂ ପୂର୍ବାପେକ୍ଷା ଅଧିକ ବେଗରେ ବଜାରରେ ଅଗ୍ରଗତି ନିମନ୍ତେ ସୁଯୋଗ ଦେବ। ଭାରତରେ ଖଣିଜ ଓ ଧାତୁ ଶିଳ୍ପ ପାଇଁ ବିଶ୍ୱ ଦୃଶ୍ୟପଟ, ନୂତନ ଯୁଗର ଖଣିଜ ପଦାର୍ଥ, ଚାହିଦା-ଯୋଗାଣ-ବାଣିଜ୍ୟ ଦୃଶ୍ୟପଟ ଏବଂ ଖଣିଜ ଓ ଧାତୁ- ପ୍ରଯୁକ୍ତିଗତ ନବସୃଜନ ଏବଂ ଭାରତୀୟ ଖଣିଜ ଓ ଧାତୁ କ୍ଷେତ୍ରରେ ଅଭିବୃଦ୍ଧିକୁ ସୁଗମ କରିବା ପାଇଁ ସମର୍ଥକାରୀ ଦିଗ ଭଳି ବିଷୟ ଉପରେ ଏହି ଦୁଇଦିନିଆ ସମ୍ମିଳନୀରେ ଆଲୋଚନା କରାଯିବ।ସମସ୍ତ ପ୍ରକାର ନିର୍ମାଣ ଉପକରଣ, ଖଣିଜ ପ୍ରଯୁକ୍ତି, ସ୍ଥାପତ୍ୟ ଓ ନିର୍ମାଣ ସର୍ତ୍ତାବଳୀ, କାଷ୍ଠ ଓ କାଷ୍ଠନିର୍ମିତ ଉପତ୍ାଦଗୁଡ଼ିକ ଅଂଶଗ୍ରହଣକାରୀ କମ୍ପାନୀଗୁଡିକ ପକ୍ଷରୁ ଏଥିରେ ପ୍ରତିନିଧିତ୍ୱ ରହିବ।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୫ରେ ବଦଳିଲା ଚାକିରିର ରୂପରେଖ: ଜାଣନ୍ତୁ କେଉଁ କ୍ୟାରିୟରକୁ ଅଧିକ ବାଛିଲେ ଜେନ ଜି?

ନୂଆଦିଲ୍ଲୀ,୨୮ା୧୨: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ପ୍ରଭାବ ଏବଂ ଅର୍ଥନୈତିକ ଅସ୍ଥିରତା ଯୋଗୁଁ ୨୦୨୫ ମସିହାରେ ନୂତନ ଗ୍ରାଜୁଏଟମାନେ ନିଜର କର୍ମକ୍ଷେତ୍ର ବାଛିବା ଶୈଳୀରେ ବ୍ୟାପକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ନୂଆବର୍ଷରୁ ବଢିଯିବ ଏସବୁ ଗାଡିର ଦାମ୍‌, କମ୍ପାନୀଗୁଡିକର ବଡ଼ ଘୋଷଣା, ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୨୭।୧୨: ନୂତନ ବର୍ଷ 2026 ଆରମ୍ଭ ହେବା ସହିତ, ଭାରତରେ କାର୍‌ କିଣିବାକୁ ଯୋଜନା କରୁଥିବା ଲୋକଙ୍କୁ ଟିକେ ଅଧିକ ଖର୍ଚ୍ଚ କରିବାକୁ ପଡ଼ିପାରେ। ପ୍ରକୃତରେ,...

୨୦୨୬ରେ ଧନୀ ହେବେ କେମିତି? ଆପଣାନ୍ତୁ ଏହି ୫ଟି ଟ୍ରିକ୍‌, ହେବେ କୋଟିପତି!

ଆଜିକାଲି ସମସ୍ତେ ଧନୀ ହେବାର ସ୍ୱପ୍ନ ଦେଖନ୍ତି। ସମସ୍ତେ ବଡ଼ ବଡ଼ ଗାଡ଼ିରେ ଗାଡ଼ି ଚଲାଇ ଏକ ବିଳାସପୂର୍ଣ୍ଣ ଘରେ ରହିବାକୁ ଚାହାଁନ୍ତି। କିନ୍ତୁ ଏସବୁ...

ଡିସେମ୍ବର ୩୧ ପୂର୍ବରୁ ଯଦି ନ କରନ୍ତି ଏହି କାମ, ତେବେ ବନ୍ଦ ହୋଇଯିବ ଆପଣଙ୍କର…

ନୂଆଦିଲ୍ଲୀ,୨୭।୧୨: ଯଦି ଆପଣ ଜଣେ କରଦାତା, ତେବେ ଏହି ଖବର ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। PAN ଏବଂ ଆଧାରକୁ ଲିଙ୍କ କରିବା ଆଉ କେବଳ...

ଫେସବୁକରେ ଭିଡିଓ କରି କମାଇ ପାରିବେ ମୋଟା ଅଙ୍କର ଟଙ୍କା! ଜାଣନ୍ତୁ ପୂରା ପ୍ରକ୍ରିୟା

ନୂଆଦିଲ୍ଲୀ,୨୬।୧୨: ଯଦି ଆପଣ ସୋସିଆଲ ମିଡିଆରେ କଣ୍ଟେଣ୍ଟ ତିଆରି କରୁଛନ୍ତି ତେବେ ଆପଣଙ୍କ ପାଇଁ ଭଲ ଖବର। ଇ-କମର୍ସ କମ୍ପାନୀ ମିଶୋ କଣ୍ଟେଣ୍ଟ କ୍ରିଏଟରଙ୍କ ପାଇଁ...

ନୂଆବର୍ଷରୁ ବଦଳିଯିବ ଏହି ୧୦ନିୟମ, ଜାନୁଆରୀରୁ ବଢିଯିବ ପେଟ୍ରୋଲ-ଗ୍ୟାସ ଦର!

ନୂଆଦିଲ୍ଲୀ,୨୬।୧୨: ନୂଆବଷର୍ର୍ ୨୦୨୬ କେବଳ କ୍ୟାଲେଣ୍ଡରରେ ପରିବର୍ତ୍ତନ ପର୍ଯ୍ୟନ୍ତ ସୀମିତ ରହିବ ନାହିଁ; ଏହା ସହିତ ଅନେକ ନିୟମ ମଧ୍ୟ ଆଣିବ ଯାହା ସିଧାସଳଖ ଆପଣଙ୍କ...

୨ଦିନ ଯାଏ ଆସିବନି ଅନଲାଇନରେ ଅର୍ଡର! ଡେଲିଭରି ଏଜେଣ୍ଟ କଲେ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୧୨: ୨୦୨୬ରେ ଦରମା ବୃଦ୍ଧିରେ କୌଣସି ବିରାମ ନାହିଁ, ହାରାହାରି ୯% ବୃଦ୍ଧି ପାଇଁ ପ୍ରସ୍ତୁତି ଯୁନିୟନଗୁଡ଼ିକ ଚାକିରି ସୁରକ୍ଷା, ଅଧିକ ମଜୁରୀ, ନିରାପଦ କାର୍ଯ୍ୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri