Posted inଖେଳ

ଆଇପିଏଲ ଖେଳାଳି ନିଲାମରେ ଓଡ଼ିଶାର ୬

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)-
କରୋନା କଟକଣା ମଧ୍ୟରେ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୧୩ତମ ସଂସ୍କରଣର ସ୍ମୃତି ମନରେ ତାଜା ରହିଥିବାବେଳେ ୧୪ତମ ସଂସ୍କରଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଗତ ବୁଧବାର ଅଂଶଗ୍ରହଣକାରୀ ୮ଟି ଦଳ କେଉଁ ଖେଳାଳିଙ୍କୁ ଅପରିବର୍ତ୍ତିତ ରଖିବେ ଏବଂ କାହାକୁ ଛାଡ଼ିବେ ତାହା ନିର୍ଣ୍ଣୟ କରିଛନ୍ତି। କେଉଁ ଦଳ ପାଖରେ ଆଗାମୀ ଖେଳାଳି ନିଲାମ ପାଇଁ କେତେ ଅର୍ଥ ଅଛି ତାହା ମଧ୍ୟ ସ୍ପଷ୍ଟ ହୋଇଯାଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ପକ୍ଷରୁ ଖେଳାଳି ନିଲାମ ପ୍ରକ୍ରିୟା ଫେବୃୟାରୀ ୧୮ରେ ହେବା ସୂଚନା ମିଳିଛି। ତେବେ ଏହା କେଉଁ ସ୍ଥାନରେ ହେବ ତାହା ଚୂଡ଼ାନ୍ତ ହୋଇନାହିଁ। ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଏଥର ଖେଳାଳି ନିଲାମରେ ଓଡ଼ିଶାର ୬ ଖେଳାଳି ସାମିଲ ହେବେ। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ରାଜେଶ ଧୂପର, ରାଜେଶ ମହାନ୍ତି, ପପୁ ରାୟ, ଗୌରବ ଚୌଧୁରୀ ଓ ତାରିଣୀ ସ’। ଓଡ଼ିଶାରୁ ଶେଷ ଖେଳାଳି ଭାବେ ବିପ୍ଳବ ସାମନ୍ତରାୟ ଆଇପିଏଲରେ ପ୍ରତିନିଧିତ୍ୱ କରିଥିଲେ। ଏହାପରେ ଗତ କିଛି ସିଜନ୍‌ ଧରି ଓଡ଼ିଶା ଖେଳାଳିଙ୍କ ପ୍ରତି କୌଣସି ଫ୍ରାଞ୍ଚାଇଜ୍‌ ଆଗ୍ରହ ଦେଖାଇ ନାହାନ୍ତି। ଆଗାମୀ ନିଲାମ ପ୍ରକ୍ରିୟାରେ ଓଡ଼ିଶା ଖେଳାଳି କୌଣସି ଫ୍ରାଞ୍ଚାଇଜ୍‌କୁ ଯାଉଛନ୍ତି କି ନାହିଁ ତାହା ଦେଖିବାକୁ ବାକି ରହିଛି।
ଗତ ସୟଦ ମୁସ୍ତାକ ଅଲୀ ଟି୨୦ କ୍ରିକେଟ ଟୁର୍ନାମେଣ୍ଟରେ ଶୁଭ୍ରାଂଶୁ ୫ ମ୍ୟାଚ ଖେଳି ଥରେ ଅପରାଜିତ ରହିଥିବାବେଳେ ୩୬.୫୦ ଆଭରେଜରେ ୧୪୬ ରନ ସଂଗ୍ରହ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୬୪ ଏବଂ ଷ୍ଟ୍ରାଇକ୍‌ରେଟ୍‌ ରହିଥିଲା ୧୨୩.୭୨। ସେହିପରି ଧୂପର ୫ଟି ମ୍ୟାଚରେ ଥରେ ଅପରାଜିତ ରହିଥିବାବେଳେ ୨୮.୫୦ ଆଭରେଜରେ ୧୧୪ ରନ କରିଥିଲେ। ତାଙ୍କ ଷ୍ଟ୍ରାଇକ୍‌ରେଟ୍‌ ଥିଲା ୧୦୨.୭୦ ଏବଂ ସର୍ବାଧିକ ସ୍କୋର ରହିଥିଲା ୩୭। ରାଜ୍ୟର ଜଣେ ପ୍ରତିଭାସମ୍ପନ୍ନ ବୋଲର ଭାବେ ପରିଚିତ ରାଜେଶ ୩ଟି ମ୍ୟାଚରେ ଖେଳିବା ସୁଯୋଗ ପାଇଥିବାବେଳେ ମାତ୍ର ଗୋଟିଏ ଉଇକେଟ ପାଇଥିଲେ। ସେହିଭଳି ପପୁ ରୟ ୫ ମ୍ୟାଚ ଖେଳି ୧୧୭ ରନ ବିନିମୟରେ ସର୍ବାଧିକ ୪ଟି ଉଇକେଟ ନେଇଥିଲେ। ଗୌରବ ୩ଟି ମ୍ୟାଚ ଖେଳି ୨୨.୬୬ ଆଭରେଜରେ ୬୮ ରନ କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ୩୬ ଏବଂ ଷ୍ଟ୍ରାଇକ୍‌ରେଟ୍‌ ଥିଲା ୧୨୮.୩୦। ତାରିଣୀ ୨ଟି ମ୍ୟାଚରେ ୬ ଓଭର ବୋଲିଂ କରି ୫୬ ରନରେ ୨ଟି ଉଇକେଟ ଅକ୍ତିଆର କରିଥିଲେ। ଏଥିରେ ପ୍ରଦର୍ଶନ ଏତେଟା ପ୍ରଭାବୀ ନ ଥିଲେ ହେଁ ନିକଟରେ ଓସିଏ ପକ୍ଷରୁ ଆୟୋଜିତ ଟି୨୦ ଟୁର୍ନାମେଣ୍ଟରେ ଏମାନେ ଭଲ ଖେଳିଥିବାରୁ ଆଇପିଏଲ ଆଶା ରଖିଛନ୍ତି।
ବିଭିନ୍ନ ଫ୍ରାଞ୍ଚାଇଜ୍‌ ପକ୍ଷରୁ ଖେଳାଳି ଛାଡ଼ିବା-ରଖିବା ପ୍ରକ୍ରିୟା ସରିବା ପରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିକଟରେ ୩୫.୭ କୋଟି, ଚେନ୍ନାଇ ସୁପରକିଙ୍ଗ୍ସ ନିକଟରେ ୨୨.୯ କୋଟି, ରାଜସ୍ଥାନ ରୟାଲ୍ସ ପାଖରେ ୩୪.୮୫ କୋଟି, ଦିଲ୍ଲୀ କ୍ୟାପିଟାଲ୍ସ ନିକଟରେ ୧୨.୮ କୋଟି, ସନ୍‌ରାଇଜର୍ସ ହାଇଦ୍ରାବାଦ ପାଖରେ ୧୦.୭୫ କୋଟି, କିଙ୍ଗ୍ସ ଇଲେଭେନ ପଞ୍ଜାବ ପାଖରେ ୫୩.୨ କୋଟି, ମୁମ୍ବାଇ ଇଣ୍ଡିଆନ୍ସ ନିକଟରେ ୧୫.୩୫ କୋଟି ଏବଂ କୋଲକାତା ନାଇଟରାଇଡର୍ସ ପାଖରେ ୧୦.୮୫ କୋଟି ଟଙ୍କା ରହିଛି। ଏଥିରେ ଚେନ୍ନାଇ ୭(୧ ବିଦେଶୀ), ଦିଲ୍ଲୀ ୬(୨ ବିଦେଶୀ), ପଞ୍ଜାବ ୯(୫ ବିଦେଶୀ), କୋଲକାତା ୮(୨ ବିଦେଶୀ), ମୁମ୍ବାଇ ୭ (୪ ବିଦେଶୀ), ରାଜସ୍ଥାନ ୮ (୩ ବିଦେଶୀ), ବାଙ୍ଗାଲୋର ୧୩(୪ ବିଦେଶୀ), ହାଇଦ୍ରାବାଦ ୩(୧ ବିଦେଶୀ) ଖେଳାଳି କିଣିପାରିବେ। ଅର୍ଥାତ୍‌ ୧୯୬.୬୦ କୋଟି ଟଙ୍କାରେ ୬୧(୨୨ ବିଦେଶୀ) ଖେଳାଳି କିଣାହେବେ।
ନିଲାମ ପୂର୍ବରୁ ବିଭିନ୍ନ ଫ୍ରାଞ୍ଚାଇଜ୍‌ ପାଇଁ ଟ୍ରେଡିଂ ପ୍ରକ୍ରିୟା ଫେବୃୟାରୀ ୪ ପର୍ଯ୍ୟନ୍ତ ଉନ୍ମୁକ୍ତ ରହିବ। ଏହି ସମୟସୀମା ମଧ୍ୟରେ ଉଭୟ ପକ୍ଷର ବୁଝାମଣାଭିତ୍ତିରେ କୌଣସି ଫ୍ରାଞ୍ଚାଇଜ୍‌ ଅନ୍ୟ ଫ୍ରାଞ୍ଚାଇଜଠାରୁ ଖେଳାଳିଙ୍କୁ ସେମାନଙ୍କ ମୂଲ୍ୟରେ ନେଇପାରିବ। କୌଣସି ଫ୍ରାଞ୍ଚାଇଜ୍‌ ସହ ଚୁକ୍ତିବଦ୍ଧ ହୋଇ ନ ଥିବା ଖେଳାଳି ନିଲାମ ଏଗ୍ରିମେଣ୍ଟ ଫର୍ମକୁ ପୂରଣ କରି ଫେବୃୟାରୀ ୪ ସୁଦ୍ଧା ଅନ୍‌ଲାଇନ୍‌ରେ ଉପସ୍ଥାପନ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

ଆଇସିସି ପ୍ଲେୟର ଅଫ୍‌ ଦି ଇୟର: ସଂକ୍ଷିପ୍ତ ତାଲିକାରେ ଭାରତର ଏହି ଦୁଇ ଖେଳାଳି

ଦୁବାଇ,୬ା୪: ମାର୍ଚ୍ଚ ମାସର ଆଇସିସି ପ୍ଲେୟର ଅଫ୍‌ ଦି ମନ୍ଥ୍‌ ପୁରସ୍କାର ପାଇଁ ପ୍ରସ୍ତୁତ ସଂକ୍ଷିପ୍ତ ତାଲିକାରେ ଭାରତ ଓପନର ସଞ୍ଜୁ ସାମ୍‌ସନ ଏବଂ ପେସ୍‌ ବୋଲର…

IPL 2026: ପଏଣ୍ଟ ଟେବୁଲ ଶୀର୍ଷରେ ଆରସିବି

ବେଙ୍ଗାଲୁରୁ, ୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ର ରବିବାର ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ୪୩ ରନରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରିଛି। ଅନ୍ୟପକ୍ଷେ କ୍ରମାଗତ…

IPL ଚାଲିଥିବା ସମୟରେ ଅମ୍ପାୟରଙ୍କୁ ହତ୍ୟା: ଛାତିରେ ଛୁରି ଭୁସି..

ଅମରାବତି,୬।୪: ଆଜିକାଲି ଦେଶରେ IPL 2026ର ରୋମାଞ୍ଚ ଦେଖିବାକୁ ମିଳୁଛି। ଏହି ସମୟରେ ଆନ୍ଧ୍ର ପ୍ରଦେଶରୁ ଜଣେ କ୍ରିକେଟ ଅମ୍ପାୟାରଙ୍କ ହତ୍ୟା ସହିତ ଜଡିତ ଏକ ଅଭାବନୀୟ…

୨ ଭାରତୀୟ ଖେଳାଳିଙ୍କ ମଧ୍ୟରେ ଯୁଦ୍ଧ ସୃଷ୍ଟି କଲା ICC, ବୁମ୍‌ରାଙ୍କୁ ଚ୍ୟାଲେଞ୍ଜ କଲେ ଟିମ ଇଣ୍ଡିଆର ଏହି ଖେଳାଳି!

ନୂଆଦିଲ୍ଲୀ,୬।୪: ମାର୍ଚ୍ଚ ମାସ ପାଇଁ ପ୍ଲେୟାର ଅଫ ଦ ମନ୍ଥ ପାଇଁ ଆଇସିସି ମନୋନୀତ ବ୍ୟକ୍ତିଙ୍କ ନାମ ଘୋଷଣା କରିଛି। ସବୁଦିନ ପରି, ଆଇସିସି ଏହି ପୁରସ୍କାର…

ଧମାକାଦାର ଇନିଂସ ସହିତ ରେକର୍ଡ କଲେ ସରଫରାଜ

ନୂଆଦିଲ୍ଲୀ,୬।୪: ଇଣ୍ଡିଆନ ପ୍ରିମିୟର ଲିଗ ର 2026 ସଂସ୍କରଣରେ, ଚେନ୍ନାଇ ସୁପର କିଙ୍ଗସ ଲଗାତାର ତିନୋଟି ପରାଜୟ ବରଣ କରିଛି। ଏମ. ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏକ…

‘ପରାଜୟ ପାଇଁ ମୁଁ ଦାୟୀ…’, କାହିଁକି ଏମିତି କହିଲେ ଋତୁରାଜ? ଯଦି ମୁଁ ରନ୍‌ କରିଥାଆନ୍ତି…

ନୂଆଦିଲ୍ଲୀ,୬।୪: ଚେନ୍ନାଇ ସୁପର କିଙ୍ଗ୍ସର ଲଗାତାର ତୃତୀୟ ପରାଜୟରେ ଋତୁରାଜ ଗାୟକୱାଡ ନିରାଶ ହୋଇଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସେମାନଙ୍କ ଉପରେ ଏହି ତୃତୀୟ କ୍ରମାଗତ ପରାଜୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri