Categories: ଖେଳ

ଓଡ଼ିଶା ଓମେନ୍ସ ଲିଗ୍‌ ଫୁଟ୍‌ବଲ: ଯଶୋଦାଙ୍କ ଡବଲ୍‌ ଗୋଲ, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୪।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟୁଏଲ୍‌) ଫୁଟ୍‌ବଲରେ ବୁଧବାର ଖେଳାଯାଇଥିବା ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ ହୋଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ ରାଇଜିଂ ଷ୍ଟୁଡେଣ୍ଟ ୩-୨ ଗୋଲରେ ସ୍ପୋର୍ଟ୍ସ ହଷ୍ଟେଲକୁ ପରାସ୍ତ କରିଛି। ରାଇଜିଂ ତରଫରୁ ଯଶୋଦା ମୁଣ୍ଡା ୧୭ ଓ ୬୭ତମ ମିନିଟ୍‌ରେ ୨ଟି ଗୋଲ ସ୍କୋର କରିଥିଲେ। ତୃତୀୟ ମିନିଟ୍‌ରେ ସୁଭଦ୍ରା ସାହୁ ଗୋଲ ସ୍କୋର କରିଥିଲେ। ଅପରପକ୍ଷରେ ସ୍ପୋର୍ଟ୍ସ ହଷ୍ଟେଲ ତରଫରୁ ଗୀତା କିଷାନ ପଞ୍ଚମ ଓ ବନ୍ୟା କବିରାଜ ୨୬ ତମ ମିନିଟ୍‌ରେ ଗୋଟିଏ ଲେଖାଏ ଗୋଲ ସ୍କୋର କରିଥିଲେ। ଦୁର୍ଗାମାଧମ ଆଚାର୍ଯ୍ୟ, ସୁଲତାନା ପରବୀନ, ଚନ୍ଦ୍ରକାନ୍ତ ବାରିକ, ବିଚିତ୍ର ପ୍ରଧାନ, ଦୁର୍ଗାମାଧବ ନାଏକ ଓ ସୁଦୀପ୍ତା ଦାଶ ମ୍ୟାଚ୍‌ ପରିଚାଳନା କରିଥିଲେ। ଗୁରୁବାର କ୍ୟାପିଟାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା ପୋଲିସ ଓ ସାଇ ଏସ୍‌ଟିସି ପରସ୍ପରକୁ ଭେଟିବେ।

Share