Posted inଖେଳ

ଜାତୀୟ ପିକଲବଲ୍‌ରେ ଭାଗନେବ ଓଡ଼ିଶା

ଭୁବନେଶ୍ୱର, ୨୯।୧୧(ତପନ ସ୍ବାଇଁ): ଅହମଦାବାଦର ଅଦାନୀ ସ୍ପୋଟର୍‌ସ ଲାଇନ୍‌ ରିଭର୍ଟଫ୍ରଣ୍ଟ ସ୍ପୋଟର୍‌ସ ପାର୍କରେ ଜାତୀୟ ପିକଲବଲ୍‌ ଚାମ୍ପିୟନଶିପ୍‌ ଡିସେମ୍ବର ୧ରୁ ୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ପ୍ରଥମଥରପାଇଁ ଓଡ଼ିଶା ଅଂଶଗ୍ରହଣ କରିବ। ହାଇଓ୍ବେ ହୋଣ୍ଡା ସ୍ପୋଟର୍‌ସ କମ୍ପ୍ଲେକ୍ସରେ ନବନିର୍ମିତ ପିକଲବଲ୍‌ କୋର୍ଟରେ ଓଡ଼ିଶା ପିକଲବଲ୍‌ ଆସୋସିଏଶନ ସଭାପତି ଶକ୍ତି ରଞ୍ଜନ ଦାସ ଉକ୍ତ ପ୍ରତିଯୋଗିତା ପାଇଁ ଦଳ ଘୋଷଣା କରିଛନ୍ତି। ୪ଟି ଯାକ କୋର୍ଟ ଅତି ସୁନ୍ଦର। ହାଇଓ୍ବେ ହୋଣ୍ଡା ସ୍ପୋଟର୍‌ସ କମ୍ପ୍ଲେକ୍ସର ଦ୍ୱିତୀୟ ମହଲାରେ ଥିବା ଛାତ ବିଶିଷ୍ଟ କୋର୍ଟ ଭାରତର ପ୍ରଥମ ପିକଲବଲ୍‌ ରଫ୍‌ ଟପ୍‌ କୋର୍ଟ ବୋଲି ଆସୋସିଏଶନ ସମ୍ପାଦକ ଶୁଭ୍ରାଂଶୁ ଷଡ଼ଙ୍ଗୀ ପ୍ରକାଶ କରିଛନ୍ତି। ଆସୋସିଏଶନ ଉପସଭାପତି ଆଦିତ୍ୟ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କୋର୍ଟ ଗୁଡ଼ିକର କାର୍ଯ୍ୟ ରେକର୍ଡ ସମୟ ମଧ୍ୟରେ ସମ୍ପନ୍ନ ହୋଇଛି ବୋଲି ସେ କହିଛନ୍ତି। ପିକଲବଲ୍‌ କୋର୍ଟ ଉଦ୍‌ଘାଟନ ଅବସରରେ ଶକ୍ତି ଦାସ କହିଲେ ଯେ, ଟେନିସ, ଟେବୁଲ ଟେନିସ ଓ ବ୍ୟାଡ୍‌ମିଣ୍ଟନ ଖେଳରେ ରୁଚି ରଖୁଥିବା ଯେ କୌଣସି ବ୍ୟକ୍ତି ଏହି ଗେମ୍‌ ଖେଳି ପାରିବେ। ଆମେରିକା ଓ ୟୁରୋପରେ ଲୋକପ୍ରିୟତା ହାସଲ କରିଥିବା ପିକଲବଲ୍‌କୁ ଯେ କୌଣସି ବୟସ ବର୍ଗର ବ୍ୟକ୍ତି ଖେଳିପାରିବେ। ଜାତୀୟ ଚାମ୍ପିୟନଶିପ୍‌ରେ ରାଜ୍ୟପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଯାଉଥିବା ଶକ୍ତି ରଞ୍ଜନ ଦାଶ ଓ ଶୁଭ୍ରାଂଶୁ ଷଡ଼ଙ୍ଗୀ ଯଥାକ୍ରମେ ୫୦+ ଓ ୬୦+ ବର୍ଗରେ ଖେଳିବେ। ଏକଲବ୍ୟ ମହାପାତ୍ର ଓ ଶକ୍ତି ରଞ୍ଜନ ଦାଶ ପୁରୁଷ ଡବଲ୍ସ, ସ୍ପନ୍ଦନ ଶତପଥୀ ଉଭୟ ୧୯ ବର୍ଷରୁ କମ୍‌ ଓ ପୁରୁଷ ସିଙ୍ଗଲ୍ସ, ଅର୍ନବ ବରାଳ ଓ ପ୍ରଥୁଲ ବିଶ୍ୱାଳ ଉଭୟ ୧୪ ବର୍ଷରୁ କମ୍‌ ସିଙ୍ଗଲ୍ସ ଓ ଡବଲ୍ସରେ ଭାଗନେବେ। ସେହିପରି ସୋହୁମ ପଟ୍ଟନାୟକ ୧୪ ଓ ୧୬ ବର୍ଷରୁ କମ୍‌ ସିଙ୍ଗଲ୍ସ, ବିନାୟକ ଚନ୍ଦ୍ର ବେହେରା ୧୬ ଓ ୧୯ ବର୍ଷରୁ କମ୍‌ ବର୍ଗ ସିଙ୍ଗଲ୍ସରେ ଅଂଶଗ୍ରହଣ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷର ଶେଷ ଦିନ ସଂହ ରାଶି ସହ ୫ରାଶିର ଫିଟିଯିବ ଭାଗ୍ୟ! ବାଜିବ ଲଟେରୀ

ଆସନ୍ତାକାଲି ହେଉଛି ୨୦୨୫ ବର୍ଷର ଶେଷ ୩୧ତମ ଦିନ ଏବଂ ବୁଧବାର। ବୁଧବାର ଦିନ ପ୍ରତିବନ୍ଧକ ଦୂରକାରୀ ଭଗବାନ ଗଣେଶ ଏବଂ ଜ୍ଞାନ ଏବଂ ବିବେକର...

ଭଲିବଲ ଟୁର୍ନାମେଣ୍ଟ: ସେମିଫାଇନାଲରେ ଦାରିଙ୍ଗିବାଡ଼ି

ଦିଗପହଣ୍ଡି,୩୦।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ତୃତୀୟ ଦିବସ ମଙ୍ଗଳବାର କ୍ୱାର୍ଟର ଫାଇନାଲ...

ମୁଜାଗଡ଼ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ, ସାନକୋଦଣ୍ଡାକୁ ହରାଇ ବୋଇରାଣୀ ଚାମ୍ପିୟନ

ଭଞ୍ଜନଗର,୩୦।୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ରେ ଆଜକୁ ଏକ ସପ୍ତାହ ଧରି ଚାଲିଥିବା ମୁଜାଗଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ମଙ୍ଗଳବାର ସାନକୋଦଣ୍ଡା ଓ...

ଆଇସିସି ମହିଳା ର଼୍ୟାଙ୍କିଙ୍ଗରେ ଦୀପ୍ତି ନମ୍ବର ଓ୍ବାନ୍‌

ଦୁବାଇ, ୩୦ା୧୨: ଆଇସିସି ଅନ୍ତର୍ଜାତୀୟ ଟି୨୦ ପ୍ଲେୟର୍ସ ର଼୍ୟାଙ୍କିଙ୍ଗ ତାଲିକାରେ ଭାରତର ବିସ୍ଫୋରକ ଓପନର ଶେଫାଳୀ ବର୍ମା ୬ଷ୍ଠ ସ୍ଥାନକୁ ଉନ୍ନୀତ ହୋଇଛନ୍ତି। ଏହି ୨୧...

୩ ବର୍ଷ ଧରି ପାଇଲେ ଭଲ, ହେଲେ ବିବାହ ପାଇଁ କରିଦେଲେ ମନା; ଥାନାରେ ବିଷ ପିଇଦେଲେ ପ୍ରେମିକ…

ଆନନ୍ଦପୁର ୩୦।୧୨(ସୁଶାନ୍ତ କୁମାର ସାହୁ): ବିବାହ କରିବାକୁ ମନା କରିଦେଲା ପ୍ରେମିକା। ସହି ନ ପାରି ପ୍ରେମିକାଙ୍କ ଉପସ୍ଥିତିରେ ଥାନା ପରସରରେ ବିଷ ପିଇଦେଲେ ଯୁବକ।...

ଗୋପାଳଙ୍କ ଉପରେ ଭରସା କଲେ ନବୀନ ଦେଲେ ଗୁରୁଦାୟିତ୍ୱ: ବିଜେଡିର ନିଶ୍ଚୟ ବିଜୟ କହିଲେ…

କେସିଙ୍ଗା,୩୦।୧୨(ତୁମେଶ୍ୱର ସାହୁ): ବିଜେଡିର ୨୯ ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସାରା ରାଜ୍ୟରେ ନୂତନ ବିଜେଡି ପଦାଧିକାରୀମାନଙ୍କ ନାମ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ  ଘୋଷଣା...

କ୍ରିକେଟ୍‌ ଟୁର୍ନାମେଣ୍ଟ: ମନମୁଣ୍ଡା ଚାମ୍ପିୟନ

ବାଲିଗୁଡ଼ା,୩୦ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): ବାଲିଗୁଡ଼ା ବ୍ଲକ୍‌ ଲଣ୍ଡାଗାଁରେ ୫ ଦିନ ଧରି ଚାଲିଥିବା ୧୩ ତମ ବିରାଟେଶ୍ୱର କ୍ରିକେଟ୍‌ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି। କର୍ଣ୍ଣିବେଡ଼ା ଓ...

୧୪ ଫାର୍ମାସିଷ୍ଟଙ୍କ ଲେଭେଲ-୨କୁ ପଦୋନ୍ନତି

ନୂଆପଡ଼ା,୩୦ା୧୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ୩୬ ଜଣ ଫାର୍ମାସଷ୍ଟଙ୍କ ମଧ୍ୟରୁ ୧୪ ଜଣ ପଦୋନ୍ନତି ପାଇଛନ୍ତି। ସୂଚନା ମୁତାବକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri