ଓଡ଼ିଶା ହେବ ଏକ ନମ୍ବର

ବର୍ତ୍ତମାନ ପ୍ରଚାର ଚାଲିଛି ଓଡ଼ିଶାକୁ ଏକ ନମ୍ବର କରିବା ପାଇଁ। ଏକ ରାଜନୈତିକ ଦଳ ଗୋଟିଏ ରାଜ୍ୟରେ କ୍ଷମତାକୁ ଆସିଲେ ବିକାଶ ପ୍ରକ୍ରିୟା ତ୍ୱରାନ୍ବିତ ହେବ ବା କ’ଣ ସଫଳତା ହାସଲ କରାଯାଇ ପାରିବ ତାହା ପ୍ରତିଶ୍ରୁତି ଦେବା ଉଚିତ। କିନ୍ତୁ ଏକ ନମ୍ବର କଥା କହିବା ଅନୁଚିତ, ଯାହା କାହା ହାତର କଥା ନୁହେଁ। ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟକୁ ସହଜରେ ଅତିକ୍ରମ କରିପାରିବ ଯଦି ସେହି ରାଜ୍ୟ ପ୍ରଚେଷ୍ଟା କରୁଥିବ ଏବଂ ଅନ୍ୟ ରାଜ୍ୟ ସେତେଟା ପ୍ରଚେଷ୍ଟା କରୁ ନ ଥିବେ। ଅନ୍ୟ ସବୁ ରାଜ୍ୟ ଚେଷ୍ଟା କରିବାବେଳେ ପଛରେ ଥିବା ରାଜ୍ୟଟି ଚେଷ୍ଟା କଲେ ବି ଶୀର୍ଷ ସ୍ଥାନକୁ ସହଜରେ ଯାଇପାରିବ ନାହିଁ। ପୁନଶ୍ଚ ରାଜ୍ୟ ଓ ଦେଶର ବିକାଶ ବହୁତ ଫାକ୍ଟର ଉପରେ ନିର୍ଭର କରେ। ଗତ ଦଶ ବର୍ଷରେ ଭାରତରେ ଏକ ସ୍ଥାୟୀ ସରକାର ଥିଲେ ମଧ୍ୟ ଅନ୍ୟ ଦେଶ ତୁଳନାରେ ଏହା କିଛି ଅଧିକ ଉନ୍ନତି କରିନି , ବରଂ ବିଭିନ୍ନ ଅନ୍ତର୍ଜାତୀୟ ସୂଚକାଙ୍କରେ ଅତ୍ୟନ୍ତ ଦୟନୀୟ ସ୍ଥିତିରେ ଅଛି। ମୁଣ୍ଡପିଛା ଆୟ ଦୃଷ୍ଟିରୁ ଭାରତ ୧୪୧ଟି ଦେଶ ତଳେ ଅଛି। ଯଦି ସରକାରଙ୍କ ଦାରିଦ୍ର୍ୟ ସୀମାରେଖା (ଯାହା ବାସ୍ତବରେ ବଞ୍ଚିତ ବା ଅନାହାର ରେଖା) କଥା ବିଚାର କରାଯାଏ ତେବେ ଓଡ଼ିଶା ବହୁତ ଉନ୍ନତି କରିଛି। ଓଡ଼ିଶା ଏକଦା ବିହାର ପରେ ତଳଆଡୁ ଦ୍ୱିତୀୟ ସ୍ଥାନରେ ଥିଲା। ନୀତି ଆୟୋଗଙ୍କ ପ୍ରଥମ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ (MPI) ରିପୋର୍ଟ ୨୦୨୩ ଅନୁସାରେ ଓଡ଼ିଶା ଭଲ ପ୍ରଦର୍ଶନ କରିଛି। ଏହାର ଦାରିଦ୍ର୍ୟ ଅନୁପାତ ୧୧.୦୭% ରହିଛି , ଯାହା ଜାତୀୟ ହାର ( ୧୧.୨୮%)ଠାରୁ କମ। ତ୍ରିପୁରା, ଛତିଶଗଡ଼, ନାଗାଲାଣ୍ଡ,ଆସାମ,ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଝାଡ଼ଖଣ୍ଡ, ମେଘାଳୟ, ବିହାର ଆଦି ରାଜ୍ୟ ତୁଳନାରେ ଉନ୍ନତ ସ୍ଥିତିରେ ରହିଛି। ଓଡ଼ିଶା ପଛରେ ଥିବା ଅନେକ ରାଜ୍ୟରେ ଭାଜପା ଶାସନ କରୁଛି। ଏହାର ଅର୍ଥ ନୁହେଁ ଓଡ଼ିଶାରେ ସବୁ ଠିକ୍‌ ଚାଲିଛି ବା କୌଣସି ସମସ୍ୟା ନାହିଁ। କିନ୍ତୁ ଭାଜପା ଶାସନ କଲେ ବା ଡବଲ ଇଞ୍ଜିନ ଶାସନ କଲେ ଏକ ନମ୍ବର ହେବ ବୋଲି କହିବା ସମ୍ପୂର୍ଣ୍ଣ ଭୁଲ। ଅପରପକ୍ଷରେ କେରଳର ଦାରିଦ୍ର୍ୟ ହାର ମାତ୍ର ୦.୪୮% ଏବଂ ଗୋଆ ପରେ ଦ୍ୱିତୀୟ ସର୍ବନିମ୍ନ। ଗୁଜରାଟ ହେଉଛି ୧୬ ତମ ଗରିବ ରାଜ୍ୟ, ଯେଉଁଠି ଦାରିଦ୍ର୍ୟ ଅନୁପାତ ୯.୦୩%। ପୂର୍ବବର୍ଷ ତୁଳନାରେ ଏହା ଆହୁରି ୩ ଅଙ୍କ ତଳକୁ ଖସି ଆସିଛି।
ଯେକୌଣସି ରାଜ୍ୟର ଜନସଂଖ୍ୟାର ଆକାର ଯେତେ ଅଧିକ, ମୋଟ ରାଜ୍ୟ ଘରୋଇ ଉତ୍ପାଦ (ଜିଏସ୍‌ଡିପି ) ଅଧିକ ହେବାର ସମ୍ଭାବନା ଅଧିକ। ତେଣୁ ଜିଏସ୍‌ ଦୃଷ୍ଟିରୁ ରାଜ୍ୟଗୁଡିକ ମଧ୍ୟରେ ତୁଳନା କଲେ ଆମେ ଭୁଲ ସିଦ୍ଧାନ୍ତରେ ପହଞ୍ଚିବା। କିନ୍ତୁ ମୁଣ୍ଡପିଛା ନିଟ୍‌ ଜିଏସ୍‌ ଦୃଷ୍ଟିରୁ ଓଡ଼ିଶା ନାଗାଲାଣ୍ଡ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ଜମ୍ମୁ-କଶ୍ମୀର, ଛତିଶଗଡ, ମେଘାଳୟ, ଆସାମ, ମଣିପୁର, ଝାଡ଼ଖଣ୍ଡ, ଉତ୍ତରପ୍ରଦେଶ ଏବଂ ବିହାର ଭଳି ରାଜ୍ୟଠାରୁ ଆଗରେ ରହିଛି। ସେହି ରାଜ୍ୟଗୁଡ଼ିକ ମଧ୍ୟରୁ ଅନେକ ରାଜ୍ୟରେ ଭାଜପା ମଧ୍ୟ ଶାସନ କରୁଛି। କେରଳ ଏକାଦଶ ମାନ୍ୟତା ହାସଲ କରିଥିବାବେଳେ ଗୁଜରାଟ ଏକ ବୃହତ୍‌ ତଥା ଶିଳ୍ପାୟନ ରାଜ୍ୟ ହୋଇ ମଧ୍ୟ ପୂର୍ବ ବର୍ଷ ତୁଳନାରେ ୪ଟି ସ୍ଥାନ ଖସି ଆସି ଦଶମ ସ୍ଥାନରେ ରହିଛି।
ଗୁଜରାଟ ଶିଶୁ ମୃତ୍ୟୁ( ୧୨,୧୧୯ ) ଦୃଷ୍ଟିରୁ ଦ୍ୱିତୀୟ ସ୍ଥାନରେ ରହିଛି। କେବଳ ୧୩,୮୦୭ ମୃତ୍ୟୁ ସହିତ ମହାରାଷ୍ଟ୍ର ସର୍ବାଗ୍ରେ ରହିଛି। କ୍ରମାଗତ ଚାରିବର୍ଷ ଧରି ଗୁଜରାଟ ଦ୍ୱିତୀୟ ସ୍ଥାନରେ ରହିଛି। ଶିଶୁଙ୍କ ମୃତ୍ୟୁ ମୁଖ୍ୟତଃ ମିଳିମିଳା ଏବଂ ପୁଷ୍ଟିହୀନତା ହେତୁ ହୋଇଥାଏ। ସରକାରୀ ତଥ୍ୟ ଅନୁଯାୟୀ ୨୦୨୪ ଫେବୃଆରୀ ୭ ସୁଦ୍ଧା ଗୁଜରାଟରେ ୫.୭୦ଲକ୍ଷରୁ ଅଧିକ ପିଲା ପୁଷ୍ଟିହୀନ। ନୀତି ଆୟୋଗ ଅନୁଯାୟୀ, ୨୩.୩୦% ଲୋକ ଗୁଜରାଟରେ ବାସଗୃହରୁ ବଞ୍ଚିତ ହୋଇଛନ୍ତି। ଗୁଜରାଟ ଅପେକ୍ଷା କେରଳ, ପଞ୍ଜାବ ଏବଂ ତାମିଲନାଡୁ ଭଲ ପ୍ରଦର୍ଶନ କରିଛନ୍ତି। ନାରୀ ଶକ୍ତିଙ୍କ ବିଷୟରେ ଆଲୋଚନା ହେଉଛି। ୨୦୨୨-୨୩ ମସିହାରେ ସରକାରୀ ତଥ୍ୟ ଅନୁସାରେ ଗୁଜରାଟରେ ହାରାହାରି ଦୈନିକ ୬ଟି ବଳାତ୍କାର ଘଟିଥିଲା ବେଳେ ଅହମଦାବାଦରେ ଦିନକୁ ଗୋଟିଏ ଘଟିଥିଲା। ୨୦୨୨-୨୩ ମସିହାରେ ୨୨୦୯ ବଳାତ୍କାର ମାମଲା ଏବଂ ୩୬ଟି ଗଣବଳାତ୍କାର ମାମଲା ପଞ୍ଜୀକୃତ ହୋଇଥିଲା। ବିଲ୍‌କିସ ବାନୋ ବଳାତ୍କାର କଥା ସମସ୍ତେ ଜାଣନ୍ତି। ଏନ୍‌ସିଆର୍‌ବି ତଥ୍ୟ ଅନୁଯାୟୀ ୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ଗୁଜରାଟରେ ୪୧, ୬୨୧ରୁ ଅଧିକ ମହିଳା ନିଖୋଜ ହୋଇଯାଇଛନ୍ତି।
ଜାନୁଆରୀ ୨୦୨୩ରେ ପ୍ରକାଶିତ ଏକ ଅଧ୍ୟୟନରେ କୁହାଯାଇଛି ଯେ ଗୁଜରାଟର ଗ୍ରାମାଞ୍ଚଳରେ ତୃତୀୟ ଶ୍ରେଣୀରେ ପଢୁଥିବା ମାତ୍ର ୨୨% ପିଲା ଫେଡାଣ କରିପାରିବେ ଏବଂ ୫ମ ଶ୍ରେଣୀରେ ପଢ଼ୁଥିବା ୩୫% ପିଲା ଦ୍ୱିତୀୟ ଶ୍ରେଣୀ ପାଠ ପଢିପାରିବେ ନାହିଁ। ଉଭୟ କ୍ଷେତ୍ରରେ ଜାତୀୟ ହାର ଯଥାକ୍ରମେ ୨୭% ଏବଂ ୩୯% ଠାରୁ କମ୍‌। ଭାଜପାର ମୂଳ ପ୍ରତିଶ୍ରୁତି ସତ୍ତ୍ୱେ ଗୁଜରାଟରେ ଡିଜିଟାଲ ଶିକ୍ଷା କମ୍‌ ରହିଛି। ଗୁଜରାଟରେ ସ୍କୁଲ ଶିକ୍ଷକ ଓ ସ୍କୁଲ ଗୃହର ଘୋର ଅଭାବ ଦେଖାଦେଇଛି। ସମ୍ପ୍ରତି ପାରିବାରିକ ଖର୍ଚ୍ଚ ବ୍ୟୟ ସର୍ବେକ୍ଷଣ (ଏଚସିଇଏସ୍‌) ରିପୋର୍ଟ ଅନୁଯାୟୀ, ଗ୍ରାମୀଣ-ସହରୀ ଅସମାନତା ଦୃଷ୍ଟିରୁ ଗୁଜରାଟ ତାଲିକାର ଶୀର୍ଷରେ ରହିଛି। କିନ୍ତୁ କେରଳ ଏବଂ ପଞ୍ଜାବରେ ଏହା ସର୍ବନିମ୍ନ। ମାନବ ବିକାଶ ସୂଚକାଙ୍କ ଅନୁଯାୟୀ (୨୦୨୧ସୁଦ୍ଧା) ୩୫ଟି ଭାରତୀୟ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମଧ୍ୟରେ କେରଳ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଗୁଜରାଟ ୨୩ତମ ସ୍ଥାନରେ ରହିଛି। ଓଡ଼ିଶା ଆଗରୁ ନିମ୍ନରେ ଥିଲା। ବର୍ତ୍ତମାନ ୩୧ତମ ସ୍ଥାନରେ ରହିଛି। ଓଡ଼ିଶା ତଳକୁ ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ଝାଡ଼ଖଣ୍ଡ, ବିହାର ରହିଛନ୍ତି। ନୀତି ଆୟୋଗର ସ୍ଥାୟୀ ବିକାଶ ଲକ୍ଷ୍ୟ ସୂଚକାଙ୍କରେ ମଧ୍ୟ କେରଳ ଶୀର୍ଷରେ ରହିଛି। ଉପଯୁକ୍ତ, ଉଚ୍ଚ ଆୟୁ (୭୫.୩ବର୍ଷ), ଉଚ୍ଚ ସାକ୍ଷରତା (୯୪%) ଏବଂ ମୃତ୍ୟୁ ହାର କମ୍‌ (ହଜାରେ ପ୍ରତି ୪.୪) ସହିତ କେରଳ ମଧ୍ୟ ସର୍ବାଗ୍ରେ ରହିଛି।
ଆଣ୍ଡ୍ରିଆ ମାଲଜୀଙ୍କ ଏକ ଗବେଷଣାରେ (ଜୁନ୍‌ ୨୦୨୧ରେ ରିସର୍ଚ୍ଚ ଗେଟରେ ପ୍ରକାଶିତ), କୋଭିଡ୍‌ ମହାମାରୀ ସମୟରେ ଗୁଜରାଟ ଏବଂ କେରଳ ମଡେଲଗୁଡିକ କିପରି ପ୍ରଦର୍ଶନ କରିଥିଲେ ତାହା ତୁଳନା କରିଛନ୍ତି। ୨୦୦୦ ପରଠାରୁ ଗୁଜରାଟ ସାମାଜିକ ବିକାଶକୁ ହେୟଜ୍ଞାନ କରି କେବଳ ଶିଳ୍ପାୟନ ଏବଂ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱାରୋପ କରିଛି। ଅପରପକ୍ଷରେ, କେରଳ ମଡେଲ ସାମାଜିକ ବିକାଶକୁ ବେଶି ପ୍ରାଧାନ୍ୟ ଦେଇଥାଏ। ଦେଖାଗଲା ଯେ କେରଳ ଗୁଜରାଟ ତୁଳନାରେ ମହାମାରୀର ପ୍ରଥମ ତରଙ୍ଗକୁ ଅଧିକ ଦକ୍ଷତା ସହିତ ମୁକାବିଲା କରିଛି। ଏଣୁ ଓଡ଼ିଶା ସାମାଜିକ ବିକାଶ ସାଙ୍ଗକୁ ନିଯୁକ୍ତି ବୃଦ୍ଧି ଓ ଦରଦାମ ନିୟନ୍ତ୍ରଣକୁ ପ୍ରାଧାନ୍ୟ ଦେବା ଉଚିତ।

  • ଡ. ସନ୍ତୋଷ କୁମାର ମହାପାତ୍ର
    ମୋ: ୯୪୩୭୨୦୮୭୬୨

Enter your email to get our daily news in your inbox.

All Right Reserved By Dharitri.Com

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

ଗୋଟିଏ ଲାଉର ଦୁଇଟି ମଞ୍ଜି

ଯାଯାବର ମଣିଷ ନଦୀକୂଳରେ ବସତି ସ୍ଥାପନ କରି କୃଷିକୁ ଜୀବିକାଭାବେ ଗ୍ରହଣ କଲା। କୃଷି ବଂଶାନୁକ୍ରମିକଭାବେ ଜୀବିକା-ନିର୍ବାହର ସ୍ରୋତ ପାଲଟିଗଲା। ସମୟକ୍ରମେ କୃଷି ସହ ଅନ୍ୟାନ୍ୟ କର୍ମକୁ…

ଟିକା ବିରୋଧୀ ଦୃଷ୍ଟିକୋଣ

୨୦୨୫ରେ ଆମେରିକାରେ ଦୁଇ ପିଲାଙ୍କ ସମେତ ୩ ଜଣ ମିଳିମିଳାରେ ମୃତ୍ୟୁବରଣ କରିଥିଲେ। ସେମାନଙ୍କ ମୃତ୍ୟୁକୁ ରୋକାଯାଇପାରିଥାଆନ୍ତା। ଗତବର୍ଷ ଆମେରିକାରେ ୨,୨୬୭ ଲୋକ ମିଳିମିଳାରେ ଆକ୍ରାନ୍ତ ହୋଇଥିଲେ,…

ବାଲଡା ଗୁମ୍ଫା

ଓଡ଼ିଶାର କୋରାପୁଟ ଜିଲା ଅସରନ୍ତି ପ୍ରାକୃତିକ ସମ୍ପଦ ଏବଂ ନିଆରା ଆଦିବାସୀ ପରମ୍ପରା ପାଇଁ ସାରା ବିଶ୍ବରେ ଖ୍ୟାତ। ଏଠାରେ ଦେଖିବାକୁ ମିଳୁଥିବା ଆକର୍ଷଣୀୟ ସୁନ୍ଦର ସବୁଜିମା…

ଯଜ୍ଞର ଦୁଇ ରୂପ

ଆମେ ଯଜ୍ଞ କରୁ ଏବଂ ଆମ ପାଇଁ ଯଜ୍ଞହୁଏ। ଆମ ଯଜ୍ଞକୁ ଆମେ କେତେ ପ୍ରକାରେ କରିଥାଉ। ତାହା ସମ୍ପାଦନ କରିବା ପାଇଁ ଆମେ କେତେ ନିଃସ୍ବାର୍ଥପର,…

ଭାରତରେ ଇସ୍‌ଲାମ ପ୍ରବେଶ

ଆରବରେ ଇସ୍‌ଲାମ ଧର୍ମ ସପ୍ତମ ଶତାବ୍ଦୀରେ ସୃଷ୍ଟି ହୋଇ ପୃଥିବୀର ବିଭିନ୍ନ ଅଞ୍ଚଳକୁ ବ୍ୟାପିଥିଲା। ପଶ୍ଚିମରେ ଭୂମଧ୍ୟସାଗରୀୟ ଅଞ୍ଚଳ ଏବଂ ପୂର୍ବକୁ ପର୍ସିଆ ବା ପାରସ୍ୟ (ଏବକାର…

ଚାଷଜମିରେ ନଡ଼ାପୋଡ଼ି

ସମୟ ଥିଲା ନଡ଼ା ବିଭିନ୍ନ କାର୍ଯ୍ୟରେ ବ୍ୟବହାର ହେଉଥିଲା। ସମୟକ୍ରମେ ଏହା ଅଦରକାରୀ ହୋଇଗଲା ଏବଂ ଲୋକେ ନଡ଼ାପୋଡ଼ିବା ଆରମ୍ଭକଲେ। ପ୍ରଦୂଷଣର ମାୟାଜାଲରେ ନଡ଼ାପୋଡ଼ି ଏକ ପ୍ରମୁଖ…

ମଣିଷର ବିସର୍ଜନ

ତୁମେ ଭାବୁଛ ତୁମେ ଗୋଟିଏ ସ୍ବଚ୍ଛ ପରିଷ୍କୃତ ବହୁ ଉଚ୍ଚ ସ୍ତରର ସୃଷ୍ଟି।ଭୁଲିଯାଅନି ମଣିଷ ଗୋଟିଏ ଛାଞ୍ଚ ଯହିଁରେ ଅନ୍ୟତ୍ର ବର୍ଜ୍ୟ ହୋଇଥିବା ବସ୍ତୁ (ମଇଳା) ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri