ଭାରତର ଟୁରିଜମ୍‌ ଡେଷ୍ଟିନେଶନ ହେବ ଓଡ଼ିଶା

ଭୁବନେଶ୍ୱର,୧୦।୬:ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହଯୋଗରେ ବିକାଶ ଇକୋ ରିସର୍ଟସ୍‌ ଚିଲିକାର ବରକୁଳଠାରେ ରାଜ୍ୟର ପ୍ରଥମ ବିଳାସପୂର୍ଣ୍ଣ ହାଉସ୍‌ ବୋଟ୍‌ ‘ଗରୁଡ଼’ର ଶୁଭାରମ୍ଭ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ ମୋଡ୍‌ରେ ଏହାର ଉଦ୍‌ଘାଟନ କରି କହିଥିଲେ, ଏଭଳି ମନଲୋଭା ସେବା ଜରିଆରେ ଓଡ଼ିଶା ପର୍ଯ୍ୟଟନ ମଧ୍ୟ ଭାରତରେ ଏକ ଇକୋ ଟୁରିଜମ୍‌ ଡେଷ୍ଟିନେଶନ ହେବ। ସେହିଭଳି ଆଗାମୀ ଦିନରେ ଓଡିଶାର ପର୍ଯ୍ୟଟନ କ୍ଷେତ୍ର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ସହ ଏହାର ଅଭିବୃଦ୍ଧି ମଧ୍ୟ ଘଟିବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି। ଅପରପକ୍ଷରେ ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ବନ୍ଦର ଓ ଆଭ୍ୟନ୍ତରୀଣ ଜଳ ପରିବହନ ନିର୍ଦ୍ଦେଶାଳୟ ଏବଂ ଚିଲିକା ଉନ୍ନୟନ କର୍ତ୍ତୃପକ୍ଷଙ୍କ ସହାୟତାରେ ବିକାଶ ତା’ର ହାଉସ୍‌ ବୋଟ୍‌ ସେବା ସବୁବର୍ଗର ପର୍ଯ୍ୟଟକଙ୍କୁ ଯୋଗାଇଦେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଉଦ୍‌ଘାଟନୀ ସମାରୋହରେ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ୍‌ ଆର୍‌. ଯାଦବ, ଖୋର୍ଦ୍ଧା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଆରକ୍ଷୀ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆଙ୍କ ସମେତ ବିକାଶ ଗ୍ରୁପ୍‌ର ବହୁ ବରିଷ୍ଠ ଅଧିକାରୀ ଓ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଅପରାହ୍ନରେ ସଂସ୍ଥା ପକ୍ଷରୁ ଭୁବନେଶ୍ୱରରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ବିକାଶ ଗ୍ରୁପ୍‌ର ଚେୟାରମ୍ୟାନ୍‌ ଡି.ମୁରଲୀ କ୍ରିଷ୍ଣା ‘ଗରୁଡ଼’ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଏପରିକି ‘ଗରୁଡ଼’ ସମସ୍ତ ସରକାରୀ ନିୟମ ପାଳନ ସହ ସବୁ ବର୍ଗର ପର୍ଯ୍ୟଟକଙ୍କୁ ଆବଶ୍ୟକ ସେବା ଯୋଗାଇଦେବ। ସେହିଭଳି ଖୁବ୍‌ଶୀଘ୍ର ଏହି ହାଉସ୍‌ ବୋଟ୍‌ ପ୍ରକଳ୍ପ ହୀରାକୁଦରେ ମଧ୍ୟ କାର୍ଯ୍ୟକାରୀ ହେବ ବୋଲି ମୁରଲୀ ସୂଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ୧୦୫ ଫୁଟ୍‌ ଦୈର୍ଘ୍ୟ ଓ ୨୨ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ଏହି ବୋଟ୍‌ ୨ଟି ୮୮ଏଚ୍‌ପି ଦକ୍ଷତାଯୁକ୍ତ ଇଞ୍ଜିନ୍‌, ୩୫ କେଭି ଜେନ୍‌ସେଟ୍‌ରେ ପରିଚାଳିତ ହେଉଛି। ଏଥିରେ ୪ଟି ପ୍ରିମିୟମ୍‌ ଏବଂ ୨ଟି ସ୍ବିଟ୍‌ ରୁମ୍‌ ରହିଛି। ଉକ୍ତ ବୋଟ୍‌ରେ ଚେକ୍‌ ଇନ୍‌ ଟାଇମ୍‌ ଦିନ ୧୨ଟା ଓ ଚେକ୍‌ ଆଉଟ୍‌ ଟାଇମ୍‌ ସକାଳ ୯ଟା ୩୦ମିନିଟ୍‌ ରହିବ। ଏପରିକି ଅଗ୍ରିମ ବୁକିଂ ଜରିଆରେ ପର୍ଯ୍ୟଟକଙ୍କୁ ଗରୁଡ଼ର ସେବା ମିଳିପାରିବ ବୋଲି ବିକାଶ ଗ୍ରୁପ୍‌ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟମାନଙ୍କ ମଧ୍ୟରେ ବିକାଶ ଗ୍ରୁପ୍‌ର ବରିଷ୍ଠ ଅଧିକାରୀ ଭି.ଶ୍ରୀନିବାସ, ଜି.ଭାସ୍କର ରାଓ, ଡି. ନାଗେଶ୍ୱର ରାଓ, ଗୌତମ କୁମାର ଅଗ୍ରୱାଲ୍‌, ଏମ୍‌.ଏଲ୍‌. ଆନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଧାରଣା: ପ୍ରଶାସନର ଏଭଳି ପ୍ରତିଶ୍ରୁତି ପରେ ହଟିଲା…

ଦେବଗଡ଼, ୩୦।୩ (ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ରିଆମାଳ ବ୍ଲକ ଅଙ୍ଗନୱାଡ଼ି ସୁପରଭାଇଜରଙ୍କ ବଦଳି ଦାବିରେ ଅଙ୍ଗନୱାଡି କର୍ମୀ ବ୍ଲକ ସମ୍ମୁଖରେ ଦେଉଥିବା ଧାରଣାସ୍ଥଳରେ ସୋମବାର…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ହଠାତ୍‌ ଭାରସାମ୍ୟ ହରାଇ ଷ୍ଟ୍ରିଟଲାଇଟ ଖୁଣ୍ଟକୁ ଧକ୍କା ଦେଲା କାର୍‌: ଘଟଣାସ୍ଥଳରେ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ସୋମବାର ଅପରାହ୍ନରେ ଦେବଗଡ ପୌରାଞ୍ଚଳ ମୋହିନୀପୁର ଛକ ନିକଟସ୍ଥ ୫୩ ନମ୍ବର ଜାତୀୟ ରାଜପଥରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି ।…

ଅପସାରିତ ପୌରାଧ୍ୟକ୍ଷାଙ୍କୁ ପୁନଃ ଅବସ୍ଥାପିତ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ, ତୁରନ୍ତ…

ଦେବଗଡ,୩୦ା୩(ଶଶାଙ୍କ ଶେଖର ଝାଙ୍କର): ୨୦୨୫ ଜାନୁଆରୀ ୨୮ ତାରିଖରେ ରାଜ୍ୟ ସରକାରଙ୍କ ଦ୍ୱାରା ଗାଦିଚ୍ୟୁତ ହୋଇଥିବା ଦେବଗଡ ପୌର ପରିଷଦ ଅଧ୍ୟକ୍ଷା ଶାନ୍ତି ମଞ୍ଜରୀ ଦେଈଙ୍କୁ ଏହି…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ଅନ୍ତର୍ଜାତୀୟ ବଡ଼ି ଲିଫ୍ଟ ପ୍ରତିଯୋଗିତାରେ ଦିଗପହଣ୍ଡିର ଶଙ୍କର ପୁରସ୍କୃତ, ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୩ ନଂ ୱାର୍ଡ ନୂଆସାହିରେ ରହୁଥିବା ନନ୍ଦୁ ଓରଫ ଶଙ୍କର ବେହେରା ଅନ୍ତର୍ଜାତୀୟ ବଡି ଲିଫ୍ଟ ପ୍ରତିଯୋଗିତାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri