ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର,୧୬।୪: ୟୁପିଏସସି ସିଭିଲ୍‌ ସର୍ଭିସେସ୍‌ର ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ୨୦୨୩ ଆଇଏଏସ୍‌ ଫଳାଫଳ ଅନୁଯାୟୀ ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର ହୋଇଛନ୍ତି । ଦ୍ୱିତୀୟ ସ୍ଥାନରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ ରହିଛନ୍ତି । ତୃତୀୟ ସ୍ଥାନରେ ଡି.ଅନନ୍ୟା ରେଡ୍ଡୀ, ଚତୁର୍ଥ ସ୍ଥାନରେ ପି. କେ. ସିଦ୍ଧାର୍ଥ ରାମକୁମାର ଅଛନ୍ତି । ସେହିପରି ରୁହାନୀ ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି ।
ଓଡ଼ିଶାରୁ ପରୀକ୍ଷା ଦେଇଥିବା ପ୍ରଜ୍ଞାନନ୍ଦନ ଗିରି ୨୪ ନଂ ର଼୍ୟାଙ୍କ ପାଇଥିବାବେଳେ ଆୟୁଷୀ ପ୍ରଧାନ ୩୬ ନଂ ରାଙ୍କ ପାଇଛନ୍ତି । ୬୦ ନଂ ରାଙ୍କରେ ଅଭିମନ୍ୟୁ ମଲ୍ଲିକ, ୧୧୦ ନଂ ରାଙ୍କରେ ଅମ୍ରିତାଂଶୁ ନାୟକ ରହିଛନ୍ତି । ସେହିଭଳି ଜୟଶ୍ରୀ ପ୍ରଧାନ ୫୨ ନଂ ର଼୍ୟାଙ୍କରେ ଥିବା ବେଳେ ଯଶୋବନ୍ତ ମଲ୍ଲିକ ୧୧୫ ନଂ ଏବଂ ପଦ୍ମନାଭ ମିଶ୍ର ୧୭୬ ନଂ ସ୍ଥାନରେ ଅଛନ୍ତି।
UPSC TOP 20:
୧-ଆଦିତ୍ୟ ଶ୍ରୀବାସ୍ତବ
୨-ଅନିମେଶ ପ୍ରଧାନ
୩-ଡୋନୁରୁ ଅନନ୍ୟା ରେଡ୍ଡୀ
୪- ପି.କେ ସିଦ୍ଧାର୍ଥ ରାମକୁମାର
୫-ରୁହାନୀ
୬-ସୃଷ୍ଟି ଦାବସ
୭-ଅନମୋଲ ରାଠୋର
୮-ଆଶିଷ କୁମାର
୯-ନୌସିନ
୧୦-ଐଶ୍ୱର୍ୟ୍ୟାମ ପ୍ରଜାପତି
୧୧-କୁସ ମତୱାନି
୧୨-ଅନିକେତ ସାଣ୍ଡିଲ୍ୟ,
୧୩-ମେଧା ଆନନ୍ଦ
୧୪- ଶୌର୍ଯ୍ୟ ଅରୋରା
୧୫-କୁନାଲ ରସ୍ତୋଗ
୧୬-ଅୟାନ ଜୈନ
୧୭- ସ୍ବାତୀ ଶର୍ମା
୧୮-ୱାର୍ଦା ଖାନ
୧୯-ଶିବମ କୁମାର
୨୦-ଆକାଶ ବର୍ମା