ସିକିମ୍‌ରେ ଫସିଛନ୍ତି ଓଡ଼ିଆ ପର୍ଯ୍ୟଟକ: ଉଦ୍ଧାର ପାଇଁ ଲୋଡ଼ିଲେ ସରକାରଙ୍କ ସହାୟତା

ସୋନପୁର,୧୭।୬(ମୃତ୍ୟୁଞ୍ଜୟ ଶତପଥୀ): ଉତ୍ତର-ପୂର୍ବ ସିକିମ୍‌ ରାଜ୍ୟକୁ ପରିବାର ସହିତ ଖରାଛୁଟିରେ ବୁଲିବାକୁ ଯାଇଥିବା ସୁବର୍ଣ୍ଣପୁର ଜିଲାର ୪ ଜଣଙ୍କ ସମେତ ମୟୂରଭଞ୍ଜ ଜିଲାର ଅନ୍ୟ ପର୍ଯ୍ୟଟକ ୫ ଦିନ ହେଲା ରାସ୍ତା ଅବରୋଧ ପାଇଁ ଫସି ରହିଛନ୍ତି। ସିକିମ୍‌ର ରାଜଧାନୀ ଗ୍ୟାଙ୍ଗଟକରୁ ଚାଇନା ସୀମା ମଧ୍ୟରେ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇ ରାସ୍ତା ଓ ପୋଲ ଭାଙ୍ଗିଯାଇଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡିଛି। ଉଦ୍ଧାର ପାଇଁ ପର୍ଯ୍ୟଟକମାନେ ସରକାରଙ୍କ ସହାୟତା ଲୋଡ଼ିଛନ୍ତି।

ସୁବର୍ଣ୍ଣପୁର ଜିଲା ଉଲୁଣ୍ଡା ବ୍ଲକ ଭଜବଲପୁର ଗାଁର ରାମନାରାୟଣ ମିଶ୍ର ସ୍ତ୍ରୀ ମୀନାକ୍ଷୀ, ଝିଅ ଶ୍ରୀ ଓ ପୁଅ କ୍ରିସ୍‌ଙ୍କ ସହିତ ଗତ ୯ ତାରିଖରେ ଭୁବନେଶ୍ୱରରୁ କୋଲକାତା ଯାଇଥିଲେ। ପରେ ସେଠାରୁ ଗ୍ୟାଙ୍ଗଟକକୁ ଫ୍ଲାଇଟ୍‌ରେ ଯିବା ପରେ ପୁଣି ଚାଇନା ସୀମାକୁ ଲାଗିଥିବା ଲାଚୁମ୍‌କୁ ପରିବାର ସହିତ ସଡକ ପଥରେ ବୁଲିବାକୁ ଯାଇଥିଲେ।

ଲାଚୁମ୍‌ରୁ ୧୩ ତାରିଖରେ ଗ୍ୟାଙ୍ଗଟକକୁ ଫେରିବାର କାର୍ଯ୍ୟକ୍ରମ ଥିଲା। ତେବେ ୧୨ ତାରିଖ ରାତିରେ ପ୍ରବଳ ବର୍ଷା ଓ ପାଗ ଖରାପ ହେବାରୁ ବିଭିନ୍ନ ସ୍ଥାନରେ ଭୂ-ସ୍ଖଳନ ହୋଇଛି। ତେଣୁ ସେମାନେ ଫେରି ନ ପାରି ଲାଚୁମ୍‌ସ୍ଥିତ ହୋଟେଲ ଆଲପାଇନ ରିସୋର୍ଟରେ ରହିଛନ୍ତି। ଗ୍ୟାଙ୍ଗଟକରୁ ଚାଇନା ସୀମା ପ୍ରାୟ ୧୨୦ କିଲୋମିଟର ହେବ। ସେମାନେ ସମୁଦ୍ର ପତ୍ତନଠାରୁ ପ୍ରାୟ ୫ ହଜାର ଫୁଟ ଉଚ୍ଚରେ ରହୁଛନ୍ତି। ଏବେ ମଧ୍ୟ ପ୍ରବଳ ଶୀତ ହେଉଛି। ସିକିମ୍‌ ସରକାର ପାହାଡ଼ିଆ ରାସ୍ତା ଓ ପୋଲ ସଫା କରିପାରୁ ନ ଥିବାରୁ ସେମାନେ ଆସି ପାରୁନାହାନ୍ତି। ସମସ୍ତ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଜରିଆରେ ଗ୍ୟାଙ୍ଗଟକ ପର୍ଯ୍ୟନ୍ତ ଏୟାରଲିଫ୍ଟ କରିବେ ବୋଲି କୁହାଯାଉଥିବା ବେଳେ ବିଳମ୍ବ ହେଉଛି।

ଦିନ ଗଡୁଥିବା ବେଳେ ପର୍ଯ୍ୟଟକ ଚିନ୍ତାରେ ରହୁଛନ୍ତି। ଦୀର୍ଘ ୫ ଦିନ ଧରି ରାସ୍ତା ବନ୍ଦ ଯୋଗୁ ଖାଦ୍ୟ ସମସ୍ୟା ଦେଖାଦେଇଛି। ୧୦ ଟଙ୍କାର ସାମଗ୍ରୀ ୨୦୦ ଟଙ୍କାରେ କିଣିବାକୁ ପଡୁଥିବା ରାମନାରାୟଣ କହିଛନ୍ତି। ଜୁନ୍‌ ୧୮ରେ ସ୍କୁଲ ଖୋଲୁଥିବାରୁ ଝିଅ ପୁଅ କିପରି ଘରେ ପହଞ୍ଚିବେ ସେ ଚିନ୍ତାରେ ଅଛନ୍ତି। ଓଡ଼ିଶା ସରକାର ଆବଶ୍ୟକ ପଦକ୍ଷେପ ନେଇ ଉଦ୍ଧାର କରିବାକୁ ସେ ନିବେଦନ କରିଛନ୍ତି। ଅନ୍ୟପକ୍ଷେ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ବୀରମହାରାଜପୁର ଅଞ୍ଚଳର ସମାଜସେବୀ କୁଶ କୁମାର ସାହୁ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସିକିମ୍‌ର ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମଙ୍ଗଙ୍କୁ ଟୁଇଟ୍‌ କରି ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

MS Dhoni IPL Retirement:ଏତିକି ବର୍ଷ ବୟସ ପର୍ଯ୍ୟନ୍ତ ଖେଳିବାକୁ ଲକ୍ଷ୍ୟ ରଖିଛନ୍ତି ଧୋନୀ! IPL ଅବସରକୁ ନେଇ ମୁହଁ ଖୋଲିଲେ ମାହି

ନୂଆଦିଲ୍ଲୀ,୨୩।୩: ଚେନ୍ନାଇ ସୁପର କିଙ୍ଗ୍ସର ଏକ ପ୍ରଶଂସକ କାର୍ଯ୍ୟକ୍ରମରେ, ଏମଏସ ଧୋନୀ ହାସ୍ୟରସପୂର୍ଣ୍ଣ ଭାବରେ ମନ୍ତବ୍ୟ ଦେଇଥିଲେ ଯେ ସେ ୬୦ ବର୍ଷ ବୟସ ପର୍ଯ୍ୟନ୍ତ ଆଇପିଏଲ…

୩ ହଜାର ଟଙ୍କାରେ ବିକ୍ରି ହେଉଛି ଗ୍ୟାସ ସିଲିଣ୍ଡର: କଳାବଜାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ

ଭଞ୍ଜନଗର,୨୩।୩(ବାବୁଲା ପ୍ରଧାନ): ଇରାନ, ଇସ୍ରାଏଲ-ଆମେରିକା ମଧ୍ୟରେ ଲାଗିଥିବା ଯୁଦ୍ଧର ପରିଣାମ ଆମ ଦେଶ ସମେତ ଅନ୍ୟାନ୍ୟ ଦେଶକୁ ମଧ୍ୟ ଭୋଗିବାକୁ ପଡ଼ୁଛି। ଗ୍ୟାସ, ପେଟ୍ରୋଲ, ଡିଜେଲ ଆମଦାନୀ…

ଠପ୍‌ ହୋଇଯିବକି ସାରା ବିଶ୍ୱ? ହର୍ମୁଜ ଷ୍ଟ୍ରେଟକୁ ନେଇ ଏମିତି ନିଷ୍ପତ୍ତି ନେଲା ଇରାନ, ପ୍ରମାଦ ଗଣିଲାଣି ସାରା ବିଶ୍ୱ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ବୃଦ୍ଧି ପାଉଛି। ଇରାନ ଏବେ ହର୍ମୁଜ ପ୍ରଣାଳୀ ଦେଇ ଯାଉଥିବା କିଛି ଜାହାଜ ଉପରେ ୨ ନିୟୁତ ଡଲାର (ପ୍ରାୟ ୧୮.୮ କୋଟି)…

ନଷ୍ଟ ହୋଇଯାଇଥିବା ପାଓ୍ବାରପ୍ଲାଣ୍ଟକୁ ନେଇ ଏମିତି ଧମକ ଦେଲା ଇରାନ ସାରା ବିଶ୍ୱ ସ୍ତବ୍ଧ

ତେହରାନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ସଂଘର୍ଷ ଏବେ ଅଧିକ ବିପଜ୍ଜନକ ସ୍ତରରେ ପହଞ୍ଚିଛି। ଇରାନ କହିଛି ଯେ ଯଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହାର ଶକ୍ତି କେନ୍ଦ୍ର ଉପରେ…

ଷ୍ଟ୍ରେଟ ଅଫ ହର୍ମୁଜକୁ ନେଇ ଟ୍ରମ୍ପଙ୍କ ପରେ ଏବେ ଧମକ ଦେଲେଣି ସ୍କଟ ବେସେଣ୍ଟ , କହିଲେ ‘ଇରାନର ଦୁର୍ଗ…’

ଓ୍ବାଶିଂଟନ,୨୩।୩: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଆହୁରି ବୃଦ୍ଧି ପାଇଛି। ଆମେରିକା ଏବଂ ଇରାନ ମଧ୍ୟରେ ବିବାଦ ଏବେ ଖୋଲାଖୋଲି ଭାବରେ ପ୍ରକାଶ ପାଇବାକୁ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ…

ତିନି ଚିରଞ୍ଜୀବୀଙ୍କ ବିଚାର

ଶହୀଦ ଭଗତ ସିଂ, ସୁଖଦେବ ଓ ଶିବରାମ ରାଜଗୁରୁଙ୍କ ଅପରାଧଜନିତ ବିଚାରକୁ କଦାପି ବିଚାର କୁହାଯାଇ ପାରିବ ନାହିଁ। ତାହା ଅନ୍ୟାୟ, ଅବିବେକିତା ଓ ଅସଭ୍ୟତାର ଏକ…

ପରମାଣୁ ଅସ୍ତ୍ର ଛାୟାରୁ ମୁକ୍ତି

ବର୍ତ୍ତମାନର ବିଶ୍ୱରେ ଲାଗିରହିଛି ତିନୋଟି ମହାସମର। ତନ୍ମଧ୍ୟରୁ ରୁଷିଆ-ୟୁକ୍ରେନ୍‌ ଏବଂ ଇସ୍ରାଏଲ-ପାଲେଷ୍ଟାଇନ୍‌ ଯୁଦ୍ଧ ବର୍ଷ ବର୍ଷ ଧରି ଚାଲିଥିଲା ବେଳେ ନିକଟରେ ଆରମ୍ଭ ହୋଇଛି ଅତୀବ ଭୟଙ୍କର…

ଚର୍ଚ୍ଚାରେ କଣ୍ଠଶିଳ୍ପୀ ଦିପ୍ତିରେଖା: ପ୍ରଧାନମନ୍ତ୍ରୀ ମୋଦି ଶେୟାର କଲେ…

ଭୁବନେଶ୍ୱର,୨୩ା୩(ସୌମ୍ୟରଞ୍ଜନ ରାଉତ):ଓଡ଼ିଆ କଣ୍ଠଶିଳ୍ପୀ ଦୀପ୍ତିରେଖା ପାଢୀଙ୍କ ଭକ୍ତିମୟ ଭଜନ ‘ଦୁର୍ଗତି ନାଶିନୀ ମା’ର ଭିଡ଼ିଓ ଲିଙ୍କ୍‌କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri