Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସକୁ ହରାଇଲା ପାନ୍ଥର୍ସ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୭ ଉଇକେଟରେ ଲାୟନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୨୫ ରନ କରିଥିବାବେଳେ ପାନ୍ଥର୍ସ ୧୭.୩ ଓଭରରେ ୩ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ ଜିତି ପାନ୍ଥର୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବୋଲିଂ କରି ଦଳର ବୋଲରମାନେ ଏହାକୁ ଉଚିତ ପ୍ରମାଣିତ କରିଥିଲେ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲାୟନ୍ସ ୪୩ ରନ ମଧ୍ୟରେ ୫ ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଦୁଇ ଓପନର ଶୁଭ୍ରଜ୍ୟୋତି ମିଶ୍ର (୩) ଓ ସ୍ବସ୍ତିକ ସାମଲ (୯) ଫେଲ୍‌ ମାରିଥିବାବେଳେ ସୁଜିତ ଲେଙ୍କା ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ଅପର ପକ୍ଷରେ ରାକେଶ ପଟ୍ଟନାୟକ (୧), ନଉତ୍ତମ ଭଞ୍ଜ(୨) ଓ ଚିନ୍ମୟ ସାହୁ(୦)ଙ୍କ ବିଫଳତା ସୁଜିତଙ୍କ ଉପରେ ଚାପ ପକାଇଥିଲା। ଶେଷ ଭାଗରେ ଦୀପକ ବେହେରା ୨୩, ବିକାଶ ରାଉତ ୨୨*, ବିଶ୍ୱଭୂଷଣ ବିହାରୀ ୧୩ ରନ କରିବାରୁ ଦଳ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ସୁଜିତ ଦଳ ପକ୍ଷରୁ ସର୍ବାଧିକ ୩୯(୩୮ ବଲ, ୪ ଚୌକା) ରନ ସ୍କୋର କରିଥିଲେ। ବିପକ୍ଷ ଦଳର ଆଲୋକ ସାହୁ ୩ଟି, ଜୟନ୍ତ ବେହେରା ଓ ବସନ୍ତ ମହାନ୍ତି ୨ଟି ଲେଖାଏ ଏବଂ ପ୍ରଦୀପ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ।
୧୨୬ ରନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାନ୍ଥର୍ସ ଭଲ ଆରମ୍ଭ କରି ନ ଥିଲେ ହେଁ ଅଭିଷେକ ଯାଦବଙ୍କ ଦ୍ରୁତ ଅପରାଜିତ ୬୯(୪୫ ବଲ, ୭ ଚୌକା, ୨ ଛକା) ବଳରେ ୧୫ ବଲ ବାକିଥାଇ ବିଜୟୀ ହୋଇଥିଲା। ବିନିତ ମହାନ୍ତି ୨୧ ରନରେ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ସିଂ ୧୫ ଓ ଆଲୋକ ସାହୁ ୧୦ ରନ କରିଥିଲେ। ପରାଜିତ ଦଳର ଶିବାଶିଷ ସାହୁ ୨ଟି ଓ ଦୀପକ ବେହେରା ଗୋଟିଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ଅଭିଷେକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଚଳିତ ଲିଗ୍‌ରେ ପାନ୍ଥର୍ସର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ପୂର୍ବରୁ ଉଦ୍‌ଘାଟନୀ ମ୍ୟାଚରେ ଦଳ ଓଡ଼ିଶା ପୁମାସକୁ ୯ ଉଇକେଟରେ ପରାସ୍ତ କରିଥିଲା। ସେହିପରି ଲାୟନ୍ସର ଏହା ଲଗାତର ଦ୍ୱିତୀୟ ପରାଜୟ। ସୋମବାର ମ୍ୟାଚରେ ଦଳ ୪ ଉଇକେଟରେ ଓଡ଼ିଶା ଟାଇଗର୍ସଠାରୁ ହାରିଥିଲା।

 

ଓଡ଼ିଶା ପୁମାସର ପ୍ରଥମ ବିଜୟ
ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ପୁମାସ ୧୯ ରନରେ ଜାଗୁଆର୍ସକୁ ପରାସ୍ତ କରିଛି। ପୁମାସ ପକ୍ଷରୁ ଧାର୍ଯ୍ୟ ୧୪୨ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଜାଗୁଆର୍ସ ୧୮.୫ ଓଭରରେ ୧୨୨ ରନକରି ଅଲଆଉଟ ହୋଇ ଯାଇଥିଲା। ବିଜୟୀ ଦଳର ବୋଲର ପ୍ରଶାନ୍ତ ରଣା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଚଳିତ ଲିଗ୍‌ରେ ପୁମାସର ଏହା ପ୍ରଥମ ବିଜୟ। ଦଳ ନିଜ ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସଠାରୁ ହାରି ଯାଇଥିଲା। ଅନ୍ୟପକ୍ଷରେ ଜାଗୁଆର୍ସର ଏହା ଦ୍ୱିତୀୟ ପରାଜୟ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁମାସ ୨୦ ଓଭରରେ ୭ ଉଇକେଟ ହରାଇ ୧୪୧ ରନ କରିଥିଲା। ଦଳ ପକ୍ଷରୁ ପ୍ରତୀକ ଅନୁରାଗ ଦାସ ସର୍ବାଧିକ ୩୧, ଅବିନାଶ ନାୟକ ୨୬*, ପ୍ରୟାସ ସିଂ ୨୪ ଏବଂ ଟୁକୁନା ସାହୁ ଓ ସନ୍ଦୀପ ପଟ୍ଟନାୟକ ୨୨ ରନ ଲେଖାଏ ସ୍କୋର କରିଥିଲେ। ବିପକ୍ଷ ଦଳର ମନୋଜ କାଶ୍ୟପ ଓ ସନ୍ଦୀପ ଚୌହାନ ୨ଟି ଲେଖାଏ ଏବଂ ରାହୁଲ ଚୌଧାରୀ ଓ ଲଗ୍ନଜିତ ସାମଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବିଜୟ ଲକ୍ଷ୍ୟ ବେଶୀ ବଡ଼ ନ ଥିଲେ ହେଁ ଜାଗୁଆର୍ସ ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ୩୫ ରନ ମଧ୍ୟରେ ଦଳ ୫ ଉଇକେଟ ହରାଇଥିଲା। ଶେଷଭାଗରେ ଅଭିଜିତ ବାରିକ ୪୯(୪୦ ବଲ, ୧ ଚୌକା, ୩ ଛକା) ଓ ଲଗ୍ନଜିତ ୩୦(୩୦ ବଲ, ୪ ଚୌକା) ରନ କରିଥିଲେ ହେଁ ବିଜୟ ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଏହି ଯୋଡ଼ି ଭାଙ୍ଗିବାପରେ ଟେଲ୍‌ ଏଣ୍ଡ୍‌ର ଆଉ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶକରି ପାରି ନ ଥିଲେ। ବିଜୟୀ ଦଳର ପ୍ରଶାନ୍ତ ରଣା ୨୦ ରନ ବିନିମୟରେ ସର୍ବାଧିକ ୪ଟି, ଟୁକୁନା ସାହୁ ୨୦ ରନରେ ୩ଟି, ବାଦଲ ନିଶାଦ ୨ଟି ଏବଂ ଧୀରଜ କୁମାର ସିଂ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?