Posted inଖେଳ

ଓଡ଼ିଶା ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସକୁ ହରାଇଲା ପାନ୍ଥର୍ସ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସ ୭ ଉଇକେଟରେ ଲାୟନ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ଲାୟନ୍ସ ୨୦ ଓଭରରେ ୯ ଉଇକେଟ ହରାଇ ୧୨୫ ରନ କରିଥିବାବେଳେ ପାନ୍ଥର୍ସ ୧୭.୩ ଓଭରରେ ୩ ଉଇକେଟ ହରାଇ ୧୨୯ ରନ ସଂଗ୍ରହ କରି ନେଇଥିଲା।
ଟସ୍‌ ଜିତି ପାନ୍ଥର୍ସ ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଭାବୀ ବୋଲିଂ କରି ଦଳର ବୋଲରମାନେ ଏହାକୁ ଉଚିତ ପ୍ରମାଣିତ କରିଥିଲେ। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିବା ଲାୟନ୍ସ ୪୩ ରନ ମଧ୍ୟରେ ୫ ଉଇକେଟ ହରାଇ ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ଦୁଇ ଓପନର ଶୁଭ୍ରଜ୍ୟୋତି ମିଶ୍ର (୩) ଓ ସ୍ବସ୍ତିକ ସାମଲ (୯) ଫେଲ୍‌ ମାରିଥିବାବେଳେ ସୁଜିତ ଲେଙ୍କା ଇନିଂସକୁ ଆଗେଇ ନେଇଥିଲେ। ମାତ୍ର ଅପର ପକ୍ଷରେ ରାକେଶ ପଟ୍ଟନାୟକ (୧), ନଉତ୍ତମ ଭଞ୍ଜ(୨) ଓ ଚିନ୍ମୟ ସାହୁ(୦)ଙ୍କ ବିଫଳତା ସୁଜିତଙ୍କ ଉପରେ ଚାପ ପକାଇଥିଲା। ଶେଷ ଭାଗରେ ଦୀପକ ବେହେରା ୨୩, ବିକାଶ ରାଉତ ୨୨*, ବିଶ୍ୱଭୂଷଣ ବିହାରୀ ୧୩ ରନ କରିବାରୁ ଦଳ ଏକ ସମ୍ମାନଜନକ ସ୍କୋରରେ ପହଞ୍ଚତ୍ ପାରିଥିଲା। ସୁଜିତ ଦଳ ପକ୍ଷରୁ ସର୍ବାଧିକ ୩୯(୩୮ ବଲ, ୪ ଚୌକା) ରନ ସ୍କୋର କରିଥିଲେ। ବିପକ୍ଷ ଦଳର ଆଲୋକ ସାହୁ ୩ଟି, ଜୟନ୍ତ ବେହେରା ଓ ବସନ୍ତ ମହାନ୍ତି ୨ଟି ଲେଖାଏ ଏବଂ ପ୍ରଦୀପ ପ୍ରଧାନ ଗୋଟିଏ ଉଇକେଟ ନେଇଥିଲେ।
୧୨୬ ରନ ଲକ୍ଷ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ପାନ୍ଥର୍ସ ଭଲ ଆରମ୍ଭ କରି ନ ଥିଲେ ହେଁ ଅଭିଷେକ ଯାଦବଙ୍କ ଦ୍ରୁତ ଅପରାଜିତ ୬୯(୪୫ ବଲ, ୭ ଚୌକା, ୨ ଛକା) ବଳରେ ୧୫ ବଲ ବାକିଥାଇ ବିଜୟୀ ହୋଇଥିଲା। ବିନିତ ମହାନ୍ତି ୨୧ ରନରେ ଅପରାଜିତ ରହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ ସିଂ ୧୫ ଓ ଆଲୋକ ସାହୁ ୧୦ ରନ କରିଥିଲେ। ପରାଜିତ ଦଳର ଶିବାଶିଷ ସାହୁ ୨ଟି ଓ ଦୀପକ ବେହେରା ଗୋଟିଏ ଉଇକେଟ ନେଇଥିଲେ। ମ୍ୟାଚ ବିଜୟୀ ଇନିଂସ ପାଇଁ ଅଭିଷେକ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପାଇଥିଲେ। ଚଳିତ ଲିଗ୍‌ରେ ପାନ୍ଥର୍ସର ଏହା କ୍ରମାଗତ ଦ୍ୱିତୀୟ ବିଜୟ। ପୂର୍ବରୁ ଉଦ୍‌ଘାଟନୀ ମ୍ୟାଚରେ ଦଳ ଓଡ଼ିଶା ପୁମାସକୁ ୯ ଉଇକେଟରେ ପରାସ୍ତ କରିଥିଲା। ସେହିପରି ଲାୟନ୍ସର ଏହା ଲଗାତର ଦ୍ୱିତୀୟ ପରାଜୟ। ସୋମବାର ମ୍ୟାଚରେ ଦଳ ୪ ଉଇକେଟରେ ଓଡ଼ିଶା ଟାଇଗର୍ସଠାରୁ ହାରିଥିଲା।

 

ଓଡ଼ିଶା ପୁମାସର ପ୍ରଥମ ବିଜୟ
ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚରେ ଓଡ଼ିଶା ପୁମାସ ୧୯ ରନରେ ଜାଗୁଆର୍ସକୁ ପରାସ୍ତ କରିଛି। ପୁମାସ ପକ୍ଷରୁ ଧାର୍ଯ୍ୟ ୧୪୨ ରନ ବିଜୟ ଲକ୍ଷ୍ୟକୁ ପିଛା କରି ଜାଗୁଆର୍ସ ୧୮.୫ ଓଭରରେ ୧୨୨ ରନକରି ଅଲଆଉଟ ହୋଇ ଯାଇଥିଲା। ବିଜୟୀ ଦଳର ବୋଲର ପ୍ରଶାନ୍ତ ରଣା ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଚଳିତ ଲିଗ୍‌ରେ ପୁମାସର ଏହା ପ୍ରଥମ ବିଜୟ। ଦଳ ନିଜ ପ୍ରଥମ ମ୍ୟାଚରେ ଓଡ଼ିଶା ପାନ୍ଥର୍ସଠାରୁ ହାରି ଯାଇଥିଲା। ଅନ୍ୟପକ୍ଷରେ ଜାଗୁଆର୍ସର ଏହା ଦ୍ୱିତୀୟ ପରାଜୟ।
ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ପୁମାସ ୨୦ ଓଭରରେ ୭ ଉଇକେଟ ହରାଇ ୧୪୧ ରନ କରିଥିଲା। ଦଳ ପକ୍ଷରୁ ପ୍ରତୀକ ଅନୁରାଗ ଦାସ ସର୍ବାଧିକ ୩୧, ଅବିନାଶ ନାୟକ ୨୬*, ପ୍ରୟାସ ସିଂ ୨୪ ଏବଂ ଟୁକୁନା ସାହୁ ଓ ସନ୍ଦୀପ ପଟ୍ଟନାୟକ ୨୨ ରନ ଲେଖାଏ ସ୍କୋର କରିଥିଲେ। ବିପକ୍ଷ ଦଳର ମନୋଜ କାଶ୍ୟପ ଓ ସନ୍ଦୀପ ଚୌହାନ ୨ଟି ଲେଖାଏ ଏବଂ ରାହୁଲ ଚୌଧାରୀ ଓ ଲଗ୍ନଜିତ ସାମଲ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ। ବିଜୟ ଲକ୍ଷ୍ୟ ବେଶୀ ବଡ଼ ନ ଥିଲେ ହେଁ ଜାଗୁଆର୍ସ ଟପ୍‌ ଅର୍ଡର ବ୍ୟାଟିଂ ବିପର୍ଯ୍ୟୟରେ ପଡ଼ି ବ୍ୟାକ୍‌ଫୁଟ୍‌କୁ ଚାଲି ଯାଇଥିଲା। ୩୫ ରନ ମଧ୍ୟରେ ଦଳ ୫ ଉଇକେଟ ହରାଇଥିଲା। ଶେଷଭାଗରେ ଅଭିଜିତ ବାରିକ ୪୯(୪୦ ବଲ, ୧ ଚୌକା, ୩ ଛକା) ଓ ଲଗ୍ନଜିତ ୩୦(୩୦ ବଲ, ୪ ଚୌକା) ରନ କରିଥିଲେ ହେଁ ବିଜୟ ପାଇଁ ତାହା ପର୍ଯ୍ୟାପ୍ତ ହୋଇ ନ ଥିଲା। ଏହି ଯୋଡ଼ି ଭାଙ୍ଗିବାପରେ ଟେଲ୍‌ ଏଣ୍ଡ୍‌ର ଆଉ କୌଣସି ବ୍ୟାଟ୍ସମ୍ୟାନ ଦୁଇଅଙ୍କ ସ୍ପର୍ଶକରି ପାରି ନ ଥିଲେ। ବିଜୟୀ ଦଳର ପ୍ରଶାନ୍ତ ରଣା ୨୦ ରନ ବିନିମୟରେ ସର୍ବାଧିକ ୪ଟି, ଟୁକୁନା ସାହୁ ୨୦ ରନରେ ୩ଟି, ବାଦଲ ନିଶାଦ ୨ଟି ଏବଂ ଧୀରଜ କୁମାର ସିଂ ଗୋଟିଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ୪ ନମ୍ବର ଯୋଡ଼ିକୁ ହରାଇ ସାତ୍ତ୍ୱିକ-ଚିରାଗ ଜିତିଲେ ଚାଇନା ମାଷ୍ଟର୍ସ ଟାଇଟଲ

ଶେନ୍‌ଝେନ୍‌,୬ା୯:ଭାରତର ଷ୍ଟାର ପୁରୁଷ ଡବଲ୍ସ ଖେଳାଳି ସାତ୍ତ୍ୱିକସାଇରାଜ ରାଙ୍କିରେଡ୍ଡୀ ଓ ଚିରାଗ ଶେଟ୍ଟି ୩ ଗେମ୍‌ ବିଶିଷ୍ଟ ଏକ ରୋମାଞ୍ଚକ ଫାଇନାଲରେ ଚାଇନାର ହି ଜି ତିଙ୍ଗ୍‌…

ବାହାରିଲା ମା’ ମାଣିକେଶ୍ୱରୀଙ୍କ ନବାନ୍ନ ଲଗ୍ନ, ଏହିଦିନ ନୂଆଁ ଖାଇବେ ଗଡ଼ଜାତବାସୀ

ଭବାନୀପାଟଣା,୬ା୯(ଉତ୍ତମ କୁମାର ଦାଶ): ନୂଆଁଖାଇ ପାଇଁ ସଜବାଜ ହେଉଛି କଳାହାଣ୍ଡି ଜିଲା । ପଶ୍ଚିମ ଓଡ଼ିଶାର ଏହା ଏକ ମୁଖ୍ୟ ପର୍ବ ହୋଇଥିଲେ ହେଁ କଳାହାଣ୍ଡିରେ ଟିକେ…

ପାକ୍‌ ଖେଳାଳିଙ୍କ ଫୋନ୍‌ ଜବତ କଲା ପିସିବି, କାହିଁକି ଜାଣନ୍ତୁ…

ଲଣ୍ଡନ,୬ା୯: ପାକିସ୍ତାନର ସମସ୍ୟାପୂର୍ଣ୍ଣ ଇଂଲଣ୍ଡ ଟୁର ଏକ ଅପ୍ରତ୍ୟାଶିତ ମୋଡ଼ ନେଇଛି। ଏଜବାଷ୍ଟନଠାରେ ଇଂଲଣ୍ଡ ବିପକ୍ଷ ଅନ୍ତିମ ତଥା ତୃତୀୟ ଟେଷ୍ଟ ପୂର୍ବରୁ ଜାତୀୟ ଦଳର କିଛି…

ଟିମ୍‌ରୁ ବାଦ ପଡ଼ିବାର ରହସ୍ୟ ଖୋଲିଲେ ରାଇନା, କୋହଲିଙ୍କ ଅଧିନାୟକତ୍ୱକୁ ନେଇ କହିଲେ ବଡ଼ କଥା

ନୂଆଦିଲ୍ଲୀ,୬।୯: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଷ୍ଟାର୍ ବ୍ୟାଟର ସୁରେଶ ରାଇନା ଟିମ୍ ଇଣ୍ଡିଆରୁ ବାଦ ପଡ଼ିବାକୁ ନେଇ ବଡ଼ ବୟାନ ଦେଇଛନ୍ତି। ବିରାଟ କୋହଲି ଭାରତୀୟ…

ଯନ୍ତ୍ରୀ ଅନୁପମା ସାହୁ ଗିରଫ, ଗାଡ଼ିରୁ ବାହାରିଥିଲା ବିଡ଼ାବିଡ଼ା ଟଙ୍କା, ଭୁବନେଶ୍ୱରରେ ଫ୍ଲାଟ୍‌ ସହ ଅନେକ ସହରରେ ରହିଛି…

କଟକ,୬ା୯(ପ୍ରଭୁକଲ୍ୟାଣ ପାଲ): ଲାଞ୍ଚ ଟଙ୍କାରେ ଫସିଲେ ଲେଡି ଅଫିସର। ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି କେନ୍ଦ୍ରାପଡ଼ା ଡ୍ରେନେଜ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଅନୁପମା ସାହୁ।…

ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକ ଧକ୍କାରେ ଓଲଟି ପଡ଼ିଲା ଅଟୋ

ଖଲ୍ଲିକୋଟ,୬।୯(ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ବ୍ଳକ ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥର ଜଳି ଶଙ୍ଖ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ରବିବାର ଅପରାହ୍ନରେ ଟ୍ରକ୍…

ଫୁଟବଲ ଖେଳ ଚାଲିଥିବା ବେଳେ ଆକାଶରୁ ଖସିଲା ମୃତ୍ୟୁ

କୁଆଁରମୁଣ୍ଡା,୬।୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ କାଲୋଷିହିରିଆ ଗେଲ୍‌ଇଣ୍ଡିଆ ଖଡିଆବସ୍ତି ଫୁଟବଲ ପଡ଼ିଆରେ ରବିବାର ଏକ ଅଘଟଣ ଘଟିଛି। ପଡ଼ିଆରେ…

ଅବୈଧ ସମ୍ପର୍କରେ ବାଧା ସାଜିଲେ ସନ୍ତାନ; ପ୍ରେମିକ ସହ ମିଶି ହତ୍ୟା କଲେ, ଅନ୍ୟ ଜିଲାକୁ ନେଇ ଫିଙ୍ଗିଦେଲେ ମା’

ଚେନ୍ନାଇ,୬।୯: ତାମିଲନାଡୁର ତିରୁପତ୍ତୁର ଜିଲାରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ୫ ବର୍ଷ ଓ ୩ ବର୍ଷ ବୟସର ଦୁଇ ଶିଶୁଙ୍କୁ କୂଅରେ ଫିଙ୍ଗି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri